ନିର୍ବାଚନ ଫଳାଫଳ ଉପରେ ଆମେରିକା କମ୍ପାନୀଙ୍କ ନଜର;ଚାଇନା ଛାଡି ଭାରତରେ କରିବେ ନିବେଶ

ନୂଆଦିଲ୍ଲୀ,୨୨-୫: ଦେଶର ସାଧାରଣ ନିର୍ବାଚନ ଫଳାଫଳକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ବଢି ଚାଲିଥିବା ବେଳେ ଏହା ଉପରେ ଆମେରିକା କମ୍ପାନୀଙ୍କ ନଜରରେ ରହିଛି। କେନ୍ଦ୍ରରେ ଏନ୍‌ଡିଏ ସରକାର ଶାସନ କ୍ଷମତାକୁ ଫେରିଲେ ଆମେରିକା କମ୍ପାନୀଗୁଡିକ ଚାଇନା ପରିବର୍ତ୍ତେ ଭାରତ ବଜାରକୁ ନିବେଶ କ୍ଷେତ୍ରରେ ପ୍ରାଥମିକତା ଦେବେ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଗୋଟିଏ ପଟେ ଆମେରିକା ଚାଇନା ବାଣିଜ୍ୟ ଯୁଦ୍ଧ ଲାଗି ରହିଥିବା ବେଳେ ଭାରତ ଏହି କ୍ଷେତ୍ରରେ କମ୍ପାନୀଗୁଡିକ ଲାଗି ଏକ ପ୍ରମୁଖ ବିକଳ୍ପ ହେବ ବୋଲି ବଜାର ବିଶେଷଜ୍ଞ କହିଛନ୍ତି। କେନ୍ଦ୍ରରେ ଏକ ମଜଭୁତ ସରକାର ଆସିଲେ ବ୍ୟବସାୟ ଏବଂ ନିବେଶ କ୍ଷେତ୍ରରେ ଅନୁକୂଳ ସ୍ଥିତି ଉପୁଜିବ ବୋଲି କମ୍ପାନୀଗୁଡିକ ଭାବୁଛନ୍ତି।
ରବିବାର ଏକ୍‌ଜିଟ ପୋଲ୍‌ ଫଳାଫଳ ପ୍ରକାଶ ପାଇଥିବା ବେଳେ ଏନ୍‌ଡିଏକୁ ବହୁମତ ମିଳିବ ବୋଲି ଆକଳନ କରାଯାଇଛି। ଏହାକୁ ନେଇ ବିଦେଶୀ କମ୍ପାନୀଗୁଡିକ ବେଶ୍‌ ଉତ୍ସାହିତ ଅଛନ୍ତି। ଆର୍ଥତ୍କ ବିଶେଷଜ୍ଞ ମାନେ କହିଛନ୍ତି ଯେ, ଆଗାମୀ ସରକାର ଢାଞ୍ଚାଗତ ଭାବେ ଦୃଢ ଏବଂ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିବା ନେଇ ଆଶା ରହିଛି। ଏହା ହେଲେ କମ୍ପାନୀଗୁଡିକ ଭାରତରେ ବୃହତ୍‌ ନିବେଶ ଲାଗି ମନ ବଳାଇବେ। ଭାରତ ଆମେରିକା ଷ୍ଟ୍ରାଟେଜିକ ଏବଂ ପାର୍ଟନରଶିପ ପ୍ଲାଟଫର୍ମର ଅଧ୍ୟକ୍ଷ ମୁକେଶ ଅଘି କହିଛନ୍ତି ଯେ, ଅଧିକାଂଶ ଆମେରିକା କମ୍ପାନୀଙ୍କ ନଜର ୨୩ ମେ’ର ନିର୍ବାଚନ ଫଳାଫଳ ଉପରେ ରହିଛି। ଏଭଳି ସମୟରେ ଆମେରିକା ସମେତ ୟୁରୋପୀୟ କମ୍ପାନୀଗୁଡିକୁ ଘରୋଇ ବଜାରକୁ ଆକୃଷ୍ଟ କରିବା ଲାଗି ଅବସର ଭାରତ ନିକଟରେ ରହିଛି। ଚାଇନା ସହ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧର ଫାଇଦା ଭାରତ ଲାଭ କରିବାର ସମ୍ଭାବନା ଉପୁଜିଛି।
ଚାଇନା-ଆମେରିକା ବାଣିଜ୍ୟ ଯୁଦ୍ଧ ଯୋଗୁ କମ୍ପାନୀଗୁଡିକ କ୍ଷତି ସହୁଛନ୍ତି। ଏଭଳି ସ୍ଥିତିରେ ପ୍ରାୟ ୨୦୦ ଆମେରିକୀୟ କମ୍ପାନୀ ଭାରତରେ ମାନୁଫାକଚରିଂ ହବ୍‌ ନିର୍ମାଣ କରିବାକୁ ଚିନ୍ତା କରୁଛନ୍ତି। ୨୩ ମେ’ର ଫଳାଫଳ ଏଥି ଲାଗି ବିଶେଷ ଗୁରୁତ୍ୱ ବହନ କରୁଛି। ମୋଦି ସରକାର ପୁଣି ଥରେ କ୍ଷମତାକୁ ଫେରିଲେ ନିବେଶ କରିବା ସହଜ ହେବା ସହ ନିୟମ ସରଳୀକରଣ, ନିଷ୍ପତ୍ତି ପ୍ରକ୍ରିୟା ତ୍ୱରିତ ହେବା ଏବଂ ଦୁର୍ନୀତି କମିବ ବୋଲି କମ୍ପାନୀଗୁଡିକ ଚିନ୍ତା କରୁଛନ୍ତି। କମ୍ପାନୀଗୁଡିକୁ ଭାରତରେ ଭଲ ପରିବେଶ ମିଳିଲେ ସେମାନେ ଏଠାରେ ନିଜର ହବ୍‌ ସ୍ଥାପନ କରିବେ। ଏହା ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ଅନୁକୂଳ ପ୍ରଭାବ ପକାଇବ। ନିବେଶ ବଢିଲେ ନିଯୁକ୍ତି ମଧ୍ୟ ବୃଦ୍ଧି ଘଟିବ। ଏହା ବାଦ ବାଣିଜ୍ୟ ନିଅଣ୍ଟ ମଧ୍ୟ କମିବ। ବର୍ତ୍ତମାନ ରପ୍ତାନୀ ତୁଳନାରେ ଆମଦାନୀ ବୃଦ୍ଧି ହେବାରୁ ଦେଶ ଉପରେ ଏହା ଗଭୀର ଭାବେ ପ୍ରଭାବ ପକାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri