ନିର୍ବାଚନର ଦେଶ

ସହଦେବ ସାହୁ

ଆମେ ସ୍କୁଲରେ ପଢ଼ୁ- ଲାଣ୍ଡ ଅଫ୍‌ ରାଇଜିଂ ସନ୍‌ ମାନେ ଜାପାନ, ହର୍ମିଟ୍‌ କିଂଡମ୍‌ ମାନେ କୋରିଆ, ଗିଫ୍ଟ ଅଫ୍‌ ନାଇଲ୍‌ ମାନେ ମିଶର ବା ଇଜିପ୍ଟ, ସିକ୍‌ ମାନ୍‌ ଅଫ୍‌ ୟୁରୋପ ମାନେ ଟର୍କି ବା ତୁରସ୍କ ଭଳି ବହୁତ ଦେଶର ଏମିତି ଗୁଣାତ୍ମକ ନାମ ଅଛି ା ସେଇମିତି ଭାରତର ନାମ ହୋଇଯିବ କି ଲାଣ୍ଡ ଅଫ୍‌ ଇଲେକ୍ସନ୍ସ? ପ୍ରତିବର୍ଷ କୌଣସି ନା କୌଣସି ସ୍ଥାନରେ ନିର୍ବାଚନ ହେଉଛି, ତାହା ଉପନିର୍ବାଚନ ହେଉ କି ପ୍ରାଦେଶିକ (ବିଧାନ ସଭା) ନିର୍ବାଚନ ବା କେନ୍ଦ୍ର (ସଂସଦ) ନିର୍ବାଚନ, ପଞ୍ଚାୟତ ନିର୍ବାଚନ ହେଉ କି ଜିଲାପରିଷଦ ନିର୍ବାଚନ। କେନ୍ଦ୍ର ପାଇଁ ଓ ବିଭିନ୍ନ ରାଜ୍ୟ ଲାଗି ସାଧାରଣ ନିର୍ବାଚନ ଏକ ସମୟରେ ହେଉନାହିଁ ବୋଲି ନିର୍ବାଚନ ନିମନ୍ତେ ପ୍ରଶାସନିକ କାର୍ଯ୍ୟ ବିଭିନ୍ନ ନିର୍ବାଚନ ପାଇଁ ତାରିଖଧାର୍ଯ୍ୟ ଘୋଷଣା ଦିନଠାରୁ ଫଳ ଘୋଷଣା ଯାଏ ସମ୍ପୃକ୍ତ ରାଜ୍ୟରେ ଅବା ସାରା ଦେଶରେ ପ୍ରଶାସନ ସ୍ଥାଣୁ ପାଲଟିଯାଏ, କାରଣ ଆଚରଣ ବିଧି ଲାଗୁ ହୋଇଯାଏ; ପୁଣି ନୂଆ ସରକାର ଗଠନ ହେଲା ଯାଏ କାମଚଳା ସରକାର ଚାଲେ ା
ପ୍ରଶାସନ ସ୍ଥାଣୁ ଥିବା ବେଳେ ରାଜନୀତିଶାସ୍ତ୍ରର ଚିରାଚରିତ ଶବ୍ଦବିନ୍ୟାସର ପରିବର୍ତ୍ତନ ଘଟେ, ଯଥା ଜନମଙ୍ଗଳ ବା ପବ୍ଲିକ୍‌ ଓ୍ବେଲ୍‌ଫେୟାର ସମସ୍ତଙ୍କ ପାଇଁ ନ ହୋଇ ଭୋଟର-ସନ୍ତୁଷ୍ଟୀକରଣ ବା ଫ୍ରିବି ଘୋଷଣା ନିର୍ବାଚନ ଇସ୍ତାହାରରେ ମୁଖ୍ୟ ସ୍ଥାନ ପାଏ ା ନିର୍ବାଚନ ମେଜରିଟି ଓପିନିଅନ ପ୍ରତିଫଳନ କରେ, କିନ୍ତୁ ରାଜନୈତିକ ଦଳଗୁଡ଼ିକ ସ୍ବଳ୍ପ ସଂଖ୍ୟକ ଗୋଷ୍ଠୀମାନଙ୍କୁ ଖୁସି କରିବାର ବ୍ୟବସ୍ଥା ଘୋଷଣା କରନ୍ତି ଓ ଜିତିଲେ ଶାସନର ଅଙ୍ଗ କରନ୍ତି; କାଳକ୍ରମେ ମେଜରିଟାରିଆନ୍‌ ସରକାର ବିଭିନ୍ନ ମାଇନରିଟିର (ଧର୍ମ ଦୃଷ୍ଟିରୁ ନୁହେଁ) ସ୍ବାର୍ଥ ଦେଖିବେ, ତେଣୁ ଦେଶର ସର୍ବାଙ୍ଗୀନ ବିକାଶ ମାଡ଼ ଖାଇଯିବ ା
ବିଧାନସଭା ନିର୍ବାଚନର ଫଳ ରାଜ୍ୟ ସରକାରର କାର୍ଯ୍ୟକାରିତା ଉପରେ ଯେତେ କହେ, କେନ୍ଦ୍ର ଶାସନ ଉପରେ ସେତେ କହେ ନାହିଁ; ତେଣୁ ରାଜ୍ୟଗୁଡ଼ିକରେ ଆଞ୍ଚଳିକ ଦଳ ଉଧାଏ: ଦେଶର ସାର୍ବଜନୀନ ବିକାଶରେ ଏ ପ୍ରକାର ପ୍ରାଦେଶିକ ଦଳର ଭୂମିକା ପ୍ରାୟ ଶୂନ୍ୟ ହେଉଛି। ପ୍ରାଦେଶିକ ସରକାର ହେଉଛି ନାଗରିକମାନଙ୍କ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଉଥିବା ସରକାର ଓ ଶାସକ ଦଳର କାର୍ଯ୍ୟ ଅସହ୍ୟ ହେଲେ ଭୋଟରମାନେ ଶାସକଦଳକୁ ବଦଳାଇ ଦିଅନ୍ତି କିମ୍ବା ଏତେ ସଂକୀର୍ଣ୍ଣ ମାର୍ଜିନରେ ଜିତାଇଥାଆନ୍ତି ଯେ ଦଳର ଚେତନା ହଜିଯାଏ ା ପ୍ରତିଦିନର ଆକାଂକ୍ଷା, ଆଶଙ୍କା ଓ ଦାବି ଉପରେ ଯେଉଁ ମତ ଦିଅନ୍ତି ତହିଁରେ ଆଞ୍ଚଳିକ ସ୍ବାଦ ଜଣାଏ। ତେଣୁ ବିଧାନସଭା ନିର୍ବାଚନରେ ନିର୍ବାଚନମଣ୍ଡଳୀରେ ସମାନ ଉଚ୍ଚାରଣର ମତ ମିଳେ ନାହିଁ, ଆଞ୍ଚଳିକ ସଂସ୍କୃତି ଓ ଗର୍ବ ଉପରେ ଜୋର ଦେଇଥିବା ଦଳର ମନୋନୀତ ପ୍ରାର୍ଥୀ ବିଜୟୀ ହୋଇଥାଏ, ପ୍ରାର୍ଥୀ ଏଠି ଗୌଣ, ଦଳ ହିଁ ମୁଖ୍ୟ ା କେତେଜଣ ହାତଗଣତି ବ୍ୟକ୍ତି ଭୋଟର ସଂଖ୍ୟାର ଅଧାରୁ ବେଶି ଭୋଟ ପାଆନ୍ତି, ପ୍ରାୟ ସମସ୍ତେ ୩୦% କି ୩୫%ରେ ଜିତନ୍ତି, ବାକି ୬୫% ତ ଆଉ ଦୁଇ ବା ଅଧିକ ପ୍ରାର୍ଥୀଙ୍କ ଭିତରେ ବାଣ୍ଟି ହୋଇଯାଏ ା
ଓଡ଼ିଶାର ଉଦାହରଣ ଦେଖାଯାଉ। ରାଜ୍ୟର ୬୫% ପାଖାପାଖି ଲୋକ ଗରିବ ଓ ନିମ୍ନମଧ୍ୟବିତ୍ତ, ବିପିଏଲ୍‌ ଓ ଏପିଏଲ୍‌ (ପଭର୍ଟି ଲାଇନ୍‌ର ବିଲୋ ଓ ଏବଭ୍‌) ଶ୍ରେଣୀର; ସେମାନଙ୍କୁ ଫ୍ରିବି – ଜିତିଲେ କ’ଣ ମାଗଣା ଦେବେ – ଘୋଷଣାକରି ନିଜର ସମର୍ଥକ କରିବାର ଚେଷ୍ଟା ହୁଏ, କିଛିଦିନର ରସଦ ବା ମଜୁରି ସହ ସମାନ ଅନୁଦାନ ମିଳିଗଲେ ପରିବାର ଚଳାଇବାର ସାଧନ ମିଳିଗଲା ବୋଲି ଭାବିବେ, ଯଦି ଅଧା ବି ଖୁସି ହୁଅନ୍ତି ତେବେ ୩୭%ରୁ ବେଶି ଭୋଟ ନିଶ୍ଚୟ ମିଳିବ, ତିନିଜଣିଆ ପ୍ରତିଦ୍ୱନ୍ଦ୍ୱିତାରେ ଜିତିବା ପାଇଁ ତାହା ଯଥେଷ୍ଟ, ତା’ଠାରୁ ବେଶି ଭୋଟ ମିଳିଯିବ ା ବୁଦ୍ଧିଜୀବୀ ଓ ସ୍ବଚ୍ଛଳ ଲୋକଙ୍କ ଭିତରୁ କେତେକଙ୍କ ମତ ବଂଶଗତ, ଅର୍ଥାତ୍‌ ବାପା ମା’ ଯେଉଁ ଦଳକୁ ଭୋଟ ଦେଇଆସୁଛନ୍ତି ସେମାନେ ସେହି ଦଳକୁ ଭୋଟ ଦେବେ, ସେମାନେ ଫ୍ରିବି ପାଆନ୍ତୁ କି ନାହିଁ ା ଶାସନରେ ଥିବା ଦଳ ଅର୍ଥବ୍ୟୟ କରି ନିର୍ବାଚନ ଜିତୁଛି ବୋଲି କହିବା ମୂଳରେ ଏହି କାରଣ କାମ କରେ ା ଅନେକ ସମୟରେ ଦଳର ମୁଖିଆ ବା ସୁପ୍ରିମୋ ପ୍ରତି ଲୋକ ସମର୍ଥନ ଦଳକୁ ଜିତାଏ, ନିଜ ନିର୍ବାଚନ ମଣ୍ଡଳୀରେ ଯିଏ ବି ପ୍ରାର୍ଥୀ ହେଉ ନା କାହିଁକି, ଲୋକେ ଭୋଟ ଦେଲା ବେଳେ ଦଳର ଚିହ୍ନ ଖୋଜନ୍ତି, ପ୍ରାର୍ଥୀର ନାମକୁ ନୁହେଁ, ଚିହ୍ନ ଉପରେ ହିଁ ମୋହର ମାରନ୍ତି ା ଏ ପରିପ୍ରେକ୍ଷୀରେ ଏବେ ହୋଇଥିବା ୫ଟି ରାଜ୍ୟର ନିର୍ବାଚନ ଜଣାଉଛି ଯେ ଯେଉଁଠି ଆଞ୍ଚଳିକ ଦଳ ଜନସଂଖ୍ୟାର ନିମ୍ନ ୫୦%କୁ ମାଗଣା କିଛି (ଫ୍ରିବି) ଦେଇପାରୁନାହିଁ ବା ଅତୀତରେ ଫ୍ରିବି ବାଣ୍ଟିବାରେ ଦଳର ନିମ୍ନସ୍ତରର କର୍ମୀମାନେ ପାତର ଅନ୍ତର କରିଛନ୍ତି, ସେଠାରେ ଜାତୀୟ ଦଳର ଓଜନ ବେଶି ଭାରି ହୋଇଛି, ଯଥା ତେଲଙ୍ଗାନା। ଯେଉଁଠି ଲୋକେ ଉପସ୍ଥିତ ଜାତୀୟ ଦଳର ରାଜ୍ୟସରକାର ଉପରେ ବିରକ୍ତ ହୋଇଯାଇଛନ୍ତି ସେଠି ଆଞ୍ଚଳିକ ଦଳ ପକ୍ଷରେ ଯାଇଛନ୍ତି, ଯଥା ମିଜୋରାମ। ତେଲଙ୍ଗାନା, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ମିଜୋରାମ ନିର୍ବାଚନ ଫଳାଫଳ ବିଷୟରେ ଭିନ୍ନ, ଭିନ୍ନ ଏଗ୍‌ଜିଟ୍‌ ପୋଲ୍‌ ପ୍ରକାଶ ପାଇବାର କାରଣ ପୋଲଷ୍ଟରମାନେ ଏପରି ବିଭିନ୍ନତାକୁ ବିଚାରକୁ ନେଇନାହାନ୍ତି ା
ଉପସ୍ଥିତ ଜନପ୍ରିୟ ଯୋଜନାଗୁଡ଼ିକ ଆଉ ଯଥେଷ୍ଟ ମନେ ହେଉନାହିଁ। ଜନମଙ୍ଗଳ ଅର୍ଥ ଭିନ୍ନ ହୋଇଗଲାଣି, ସମାଜ ବା ପ୍ରଦେଶର ମଙ୍ଗଳ ନୁହେଁ, ହାତକୁ କେତେ ପଇସା ଆସିଲା ତାହା ହିଁ ଜନମଙ୍ଗଳ ବୋଲି ଧରାଗଲାଣି ା ହଠାତ୍‌ ବା ରାତାରାତି ଗୁଡାଏ ଧନ ପାଇବା ଶିକ୍ଷିତ ବେକାରଙ୍କ ଇଚ୍ଛା ହେଲାଣି- ଶାସକ ଦଳର ବଶ୍ୟତା ଅଛି ଜାଣିଲେ ରାଜ୍ୟର ଆଇନଲାଗୁ କରୁଥିବା ଅଧିକାରୀମାନେ, ବିଶେଷତଃ ପୋଲିସ ଚଞ୍ଚକତା-ଅର୍ଜିତ ଧନକୁ ଚୋରି ବା ଡକାୟତି ବୋଲି ଧରିବ ନାହିଁ, ତେଣୁ ଶାସନରେ ଥିବା ଦଳ ପ୍ରତି ଅସାଧୁ ଲୋକଙ୍କ ସମର୍ଥନ ବଢ଼େ ା ଆଜିକାଲି ଚା’ କଫି ଖଟିରେ ଲୋକେ ବିଭିନ୍ନ ଦଳର ଭବିଷ୍ୟତ ବିଷୟରେ ଯେତେ ବେଶି କଥା ହେଉଛନ୍ତି ଆଗକାଳରେ ସେତେ ବେଶି ହେଉ ନ ଥିଲା। ଆମ ରାଜ୍ୟର ମାଲକାନଗିରି, ଛତିଶଗଡ଼ର ବସ୍ତର, ମଧ୍ୟପ୍ରଦେଶର ଚମ୍ବଲ ଭଳି ଅପହଞ୍ଚ ଥିବା ଅଞ୍ଚଳରେ ଚା’ ଖଟିରେ ଏ ବିଷୟରେ ଆଲୋଚନା ହେଲାଣି ଯାହା ଆଗେ ନ ଥିଲା। ତେଣୁ ଅଞ୍ଚଳ ଭିତ୍ତିରେ କହିଲା ବେଳେ ଏବେ ଖୁବ୍‌ ଛୋଟ ଛୋଟ ଇଲାକା ଅର୍ଥାତ୍‌ ଗ୍ରାମକୁ ହିସାବକୁ ନେବାକୁ ପଡ଼ିବ। ତା’ଛଡ଼ା ବିରୋଧୀ ଦଳମାନେ ଉପସ୍ଥିତ ଦଳର ନୀତି ଓ ଶାସନ ବିଷୟରେ ଯେଉଁ ସମାଲୋଚନା ବାଢ଼ନ୍ତି ତହିଁରୁ ଲୋକେ ବେଶି ଚାଲାକ ହେଲେଣି, ଯେଉଁଟା ୧୦ବର୍ଷ ତଳେ ନ ଥିଲା। ସବୁବେଳେ କେଉଁଠି ନା କେଉଁଠି ନିର୍ବାଚନ ହେଉଛି। ତେଣୁ ଭୋଟ ଦେବା ସମ୍ପର୍କରେ ଲୋକଙ୍କର ସାଧାରଣ ଜ୍ଞାନ ଯେତିକି ବଢ଼ୁଛି, ପରିଚାଳନା ବିଶାରଦ (ମାନେଜରିଆଲ ଏକ୍ସପର୍ଟ)ମାନେ ଭୋଟରଙ୍କ ମତକୁ ବଦଳାଇବାର ଉପାୟ ସେତେ ବାହାର କରୁଛନ୍ତି, ଗଣତନ୍ତ୍ର ସେତେ ବେଶି ନେତାତନ୍ତ୍ର (ଫାସିବାଦ) ଆଡକୁ ଢଳୁଛି ା
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?