ପ୍ରତିବାଦ ପ୍ରତିରୋଧ ନୁହେଁ

ଡ. ସତ୍ୟ ନାରାୟଣ ମିଶ୍ର

ସାମାଜିକ ଶୃଙ୍ଖଳିତ ଆଦର୍ଶ ଜୀବନକୁ ଚରିତାର୍ଥ କରିବା ପାଇଁ ମଣିଷକୁ ବିଭିନ୍ନ ସୋପାନ ଦେଇ ଅତିକ୍ରମ କରିବାକୁ ପଡ଼ିଥାଏ ଓ ଜୀବଦ୍ଦଶା ମଧ୍ୟରେ ମଣିଷ ଭଲ ମନ୍ଦର ନିର୍ଣ୍ଣୟ ମଧ୍ୟରେ ନିଜକୁ ଉଚିତ ମଣୁଥିବା ନିର୍ଣ୍ଣୟକୁ ପାଥେୟ କରି ବ୍ୟବସ୍ଥିତ ଜୀବନ ଅତିବାହିତ କରିଥାଏ। ବ୍ୟକ୍ତି ବା ଗୋଷ୍ଠୀ ପାଇଁ ଅନେକ ସମୟରେ ସାମାଜିକ, ପାରିବାରିକ ବା ଆନୁଷ୍ଠାନିକ ବିଧି ବ୍ୟବସ୍ଥା ଉପଯୁକ୍ତ ହୋଇ ନ ଥାଏ, ଯାହାକୁ ମଣିଷ ଗ୍ରହଣ କରିବା ସମ୍ଭବ ହୋଇ ନ ଥାଏ। ଯେତେବେଳେ ମଣିଷ ଗ୍ରହଣ କରି ନ ଥାଏ ବା ସମର୍ଥନ କରିବା ପାଇଁ ଉପଯୁକ୍ତ ହୋଇ ନ ଥାଏ, ସେତେବେଳେ ଉକ୍ତ ବିଧି ବ୍ୟବସ୍ଥା ବା ନୀତି ନିୟମକୁ ପ୍ରତିବାଦ ଦ୍ୱାରା ବ୍ୟକ୍ତିର ଅସହମତି ପ୍ରକାଶ କରିଥାଏ, ଯାହା ଥାଏ ପ୍ରତୀକାତ୍ମକ ପ୍ରତିବାଦ। ପ୍ରତିବାଦ ସେତେବେଳେ ଏକ ଆଦର୍ଶଗତ ଲଢ଼େଇ ପାଇଁ ପଥ ଉନ୍ମୁକ୍ତ କରିଥାଏ, ଯାହା ଜଣେ ସଚେତନ ନାଗରିକ କରିଥାଏ। ଅନେକଙ୍କ ଧାରଣା ଥାଏ ଯେ କୌଣସି ନୀତି ନିୟମ ବା ବ୍ୟବସ୍ଥାକୁ ପ୍ରତିବାଦ କରିବାର ଅର୍ଥ ତାହାକୁ ଉଦ୍ଦେଶ୍ୟମୂଳକ ଭାବେ ବିରୋଧ କରି ସେଥିରେ କ୍ଷତି କରିବା। ମାତ୍ର ପ୍ରତିବାଦ ହେଉଛି ଏକ ବିଚାରଧାରା ଓ ନୈତିକ ମୂଲ୍ୟବୋଧ, ଯେଉଁଥିରେ ପ୍ରତିପକ୍ଷର ତ୍ରୁଟି ଭୁଲ୍‌ ଆଦି ସଂଶୋଧନ ହୋଇ ମାର୍ଜିତ ହୋଇଥାଏ। ଅତଏବ ପ୍ରତିବାଦକୁ ପକ୍ଷ ଓ ପ୍ରତିପକ୍ଷ ଯେତେବେଳେ ସାଦରେ ଗ୍ରହଣ କରିଥାନ୍ତି, ସେତେବେଳେ ତାହା ଥାଏ ସୃଜନଶୀଳ ଚିନ୍ତାଧାରା ଓ ଯେତେବେଳେ ତାହା ଅସୂୟାଭାବ ଦେଇ ଗତି କରେ ସେତେବେଳେ ତାହା ହୋଇଯାଏ ହିଂସା। ପ୍ରତିବାଦ କେତେକ ଆନ୍ଦୋଳନ, ଅନ୍ୟାୟ ଓ ଅତ୍ୟାଚାରର ନିହିତ ଉଦ୍ଦେଶ୍ୟକୁ ଆଲୋଚିତ କରିଥାଏ, ଯାହା ଉତ୍ତରଦାୟିତ୍ୱ ଦାବି କରିବା ଓ ଭଲ ଭବିଷ୍ୟତ ପାଇଁ ଆଶା ରଖିବା ପାଇଁ ପ୍ରେରଣା ଯୋଗାଇଥାଏ। ଅନେକ ସମୟରେ କୌଣସି ନୀତି ବା ବ୍ୟବସ୍ଥାକୁ ଯଦି ପ୍ରତିବାଦ ସାହସର ସହ ଜଣେ ବ୍ୟକ୍ତି ବା ଗୋଷ୍ଠୀ କରେ, ତେବେ ସମାଜର ତୁଷ୍ଟୀକରଣ ସ୍ବାର୍ଥନ୍ବେଷୀ ବ୍ୟକ୍ତିମାନେ ତାହାକୁ ବିରୋଧର ଆଖ୍ୟା ଦେଇ ଦମନ କରିବା ତଥା ସମାଲୋଚକ ସ୍ବରକୁ ନୀରବ କରିବା ପାଇଁ କ୍ରମାଗତ ଭାବରେ ନୂତନ ଉପାୟ ପ୍ରୟୋଗ କରିଥାନ୍ତି, ଯାହାକୁ ପରବର୍ତ୍ତୀ ସମୟରେ ପ୍ରତିରୋଧର ମାନ୍ୟତା ଦିଆଯାଏ। ବିରୋଧ କରିବାର କ୍ଷମତା ହେଉଛି ଏକ ପ୍ରସଙ୍ଗ ଯାହା ଭେଦଭାବରୁ ମୁକ୍ତ ହେବାର ଏକ ଅଧିକାର। ଯେଉଁମାନେ ବୟସ, ଜାତି, ଲିଙ୍ଗ, ପରିଚୟ ଓ ଅନ୍ୟାନ୍ୟ କାରଣକୁ ଆଧାର କରି ଅସମାନତା ତଥା ଭେଦଭାବର ସମ୍ମୁଖୀନ ହୁଅନ୍ତି, ସେମାନେ ବିରୋଧ କରିବାର ଅଧିକାର ପାଇଁ ଅଧିକ ବିପଦର ସମ୍ମୁଖୀନ ହୁଅନ୍ତି ଯାହାକୁ ପ୍ରତିରୋଧ ବୋଲି ବିବେଚନା କରାଯାଏ। ରାଜନୈତିକ, ଅର୍ଥନୈତିକ ସାମାଜିକ ତଥା ସାଂସ୍କୃତିକ ଜୀବନରେ ବିରୋଧ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଐତିହାସିକ ଦୃଷ୍ଟିକୋଣରୁ ବିଚାର କଲେ ବିରୋଧ ପ୍ରାୟତଃ ସକାରାତ୍ମକ ସାମାଜିକ ପରିବର୍ତ୍ତନ ଓ ମାନବିକ ଅଧିକାରର ଅଗ୍ରଗତିକୁ ପ୍ରେରଣା ଦେଇଥାଏ ତଥା ନାଗରିକ ସ୍ଥାନକୁ ପରିଭାଷିତ ତଥା ସୁରକ୍ଷା କରିବାରେ ସାହାଯ୍ୟ କରିଥାଏ। ଶାସନରେ ବା ବ୍ୟବସ୍ଥାରେ ଥିବା ତ୍ରୁଟିଗୁଡିକୁ ତର୍ଜ୍ଜମା କରିବାକୁ ପ୍ରତିବାଦ ହେଉଛି ଏକ ଉତ୍ତମ ମାଧ୍ୟମ, ଯେଉଁଥିରେ ପ୍ରତିପକ୍ଷ ଅଧିକ କ୍ରିୟାଶୀଳ ହୋଇଥାଏ ଯଦି ତାହା ସକାରାତ୍ମକ ଭାବେ ଗ୍ରହଣ କରାଯାଏ ଓ ଯେତେବେଳେ ତାହା ବିରୋଧ ବା ପ୍ରତିରୋଧର ପୃଷ୍ଠଭୂମିକୁ ସ୍ପର୍ଶ କରିଥାଏ ସେତେବେଳେ ତାହା ଭିନ୍ନ ରଙ୍ଗରେ ରଞ୍ଜିତ ହୋଇ ସ୍ବାର୍ଥର ଶିଖରରେ ସମାଧି ହୋଇଯାଏ।
ବିରୋଧ କରିବାର ଅଧିକାର ଆନୁଷ୍ଠାନିକ ଭାବରେ ଅନେକ ମୌଳିକ ମାନବିକ ଅଧିକାରର ପ୍ରୟୋଗକୁ ଅନ୍ତର୍ଭୁକ୍ତ କରେ ଓ ସମସ୍ତ ମାନବିକ ଅଧିକାର ପାଇବା ପାଇଁ ଏହା ଜରୁରୀ। ପ୍ରତିବନ୍ଧକର ସୀମିତ ପରିସରର ଏକ ସ୍ପଷ୍ଟ ସ୍ବୀକୃତିକୁ ପ୍ରୋତ୍ସାହିତ କରୁଥିବା ବିରୋଧକୁ ପ୍ରତିରୋଧ ଆଖ୍ୟା ଦିଆଯାଇପାରେ, ମାତ୍ର ଗଢିବାକୁ ଇଚ୍ଛାଥିବା ଓ ଭୁଲ୍‌ର ସଂଶୋଧନ କରି ଜିଦ୍‌ର ପୂର୍ଣ୍ଣାହୁତି କରିବା ହେଉଛି ପ୍ରତିବାଦ। ସ୍ପଷ୍ଟଭାବରେ ଆଲୋଚନା କଲେ ଜଣାଯାଏ ଯେ ପ୍ରତିବାଦର ଅନ୍ତର୍ନିହିତ ଦୃଷ୍ଟିକୋଣକୁ ତର୍ଜ୍ଜମା କରିବା ହେଉଛି ପ୍ରତିପକ୍ଷର କର୍ତ୍ତବ୍ୟ। ପ୍ରତିରୋଧକୁ ବିରୋଧ କରିବା, ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା, କିମ୍ବା ସଂଘର୍ଷ କରିବାକୁ ଇଚ୍ଛା ଇତ୍ୟାଦିକୁ ହୀନମନ୍ୟତା କୁହାଯାଏ। ପ୍ରତିବାଦ ହେଉଛି କୌଣସି ବ୍ୟବସ୍ଥାକୁ ପ୍ରତିରୋଧ କରିବା କିମ୍ବା ବିରୋଧ କରିବା ଯାହା ଅନିଷ୍ଠକାରୀ ଓ ସାମୂହିକ ସ୍ବାର୍ଥର ବିପରୀତଧର୍ମୀ। ପ୍ରତିରୋଧ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ପ୍ରସିଦ୍ଧ ହୋଇଥିଲା ଯେତେବେଳେ ସେ ଭାରତର ବିଭିନ୍ନ ସରକାରୀ ନୀତି ବିରୋଧରେ ଅହିଂସା ପ୍ରତିରୋଧ କରିଥିଲେ। ରାଜନୈତିକ ସାଂସ୍କୃତିକ ଓ ଆର୍ଥିକ ପ୍ରାଧାନ୍ୟ ବିରୋଧରେ ପ୍ରତିରୋଧ ପ୍ରାୟତଃ ଉତ୍ପନ୍ନ ହୁଏ। ପ୍ରତିରୋଧ ପ୍ରାଧାନ୍ୟ ବା ବିଦ୍ୟମାନ ଢାଞ୍ଚାଠାରୁ ଭିନ୍ନ ଓ ବିରୋଧ କରୁଥିବା ଶକ୍ତିର ବିକଳ୍ପ ରୂପ ସୃଷ୍ଟି କରିବାକୁ ବ୍ୟକ୍ତିଗତ ଯାହା ସଂଗୃହୀତ ବିଷୟଗୁଡ଼ିକର କ୍ଷମତାକୁ ପ୍ରତିଫଳିତ କରେ। ଜଣେ ବ୍ୟକ୍ତି ବା ଗୋଷ୍ଠୀ ବା ଅନୁଷ୍ଠାନ ଯେକୌଣସି ଉପାୟରେ ପ୍ରତିରୋଧ ପ୍ରଦର୍ଶନ କରିଥାଏ ଯାହା ଏହାର ପ୍ରସଙ୍ଗଗତ ଦିଗ ଉତ୍ତମ ଭାବରେ ବିବେଚନା କରିବାରେ ସାମର୍ଥ୍ୟ ସୃଷ୍ଟିରେ ସହାୟକ ହୋଇଥାଏ।
ସମାଜରେ ସମ୍ପ୍ରତି ଅନ୍ୟାୟ, ଶୋଷଣ, ଅନୀତି ଭ୍ରଷ୍ଟାଚାର ଆଦିର ପ୍ରାଧାନ୍ୟ ବିରୋଧରେ ପ୍ରତିରୋଧକୁ ସର୍ବଭାରତୀୟ ଆକାର ଭାବରେ ବିବେଚନା କରାଯାଇପାରେ। ମାତ୍ର ପ୍ରତିରୋଧକୁ ଯେକୌଣସି ଦୃଷ୍ଟିକୋଣ ଭାବରେ ଦେଖାଯାଇପାରେ ଯାହା ସାମାଜିକ ସମ୍ପର୍କ, ପ୍ରକ୍ରିୟା ତଥା ସଂଗଠନ ସହିତ ଜଡିତ ଥାଏ। ପ୍ରତିବାଦ ପରିବର୍ତ୍ତନ କରିବାକୁ ଚେଷ୍ଟା କରେ ଓ ପରିସ୍ଥିତିଗୁଡିକର ଆଧିପତ୍ୟ, ଶୋଷଣହୀନ ସାଙ୍କେତିକ କିମ୍ବା ମାନସିକ ସ୍ତରକୁ ଅନ୍ତର୍ଭୁକ୍ତ କରିବାରେ ସହାୟକ ହୋଇଥାଏ। ଯାହାକୁ ପ୍ରତିପକ୍ଷ ପର ମୁହୂର୍ତ୍ତରେ ପ୍ରତିରୋଧ ବୋଲି ସ୍ପଷ୍ଟୀକରଣ ଦେଇଥାନ୍ତି ଯେ ତାହା ଭିତ୍ତିହୀନ। ଗଣତନ୍ତ୍ରରେ ପ୍ରତିବାଦ କରିବା ଯେତେବେଳେ ଏକ ଅଧିକାର ହୋଇଥାଏ, ସେତେବେଳେ ପ୍ରତିବାଦକୁ ବିରୋଧ କରୁଥିବା ବ୍ୟକ୍ତି ବା ଗୋଷ୍ଠୀ ତାହାକୁ ପ୍ରତିରୋଧ ଆଲୋଚନା କରିଥାନ୍ତି। ପ୍ରତିବାଦ ପ୍ରତିରୋଧ ନୁହେଁ ବରଂ ତାହା ସଂଶୋଧନ ପାଇଁ ଏକ ଉନ୍ମୁକ୍ତ ପଥ, ଯାହାକୁ ଏ ସମାଜ ଯଥାଯୁକ୍ତ ସମ୍ମାନ ଦେବା ଆବଶ୍ୟକ।
ସହ ନିର୍ଦ୍ଦେଶକ, ଜାତୀୟ ଅଭିଲେଖାଗାର, ଭାରତ ସରକାର
ମୋ -୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri