ନିଆରା ଢଙ୍ଗରେ ପାଳନ କରାଯାଏ ରଜ ଉତ୍ସବ

ଆନନ୍ଦପୁର,୧୬ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ବ୍ଲକ ଭଣ୍ଡାରିଡିହା ପଞ୍ଚାୟତ ନରସିଂହପୁର ଗ୍ରାମରେ ନିଆରା ଢଙ୍ଗରେ ରଜ ଉତ୍ସବ ପାଳନ କରାଯାଉଛି। ଯାହାକୁ ଢିପାମାଡ଼ ପର୍ବ ବୋଲି କୁହାଯାଇଥାଏ। ଏଥିପାଇଁ ଗ୍ରାମବାସୀ ପହିଲି ରଜରେ ଗ୍ରାମଦେବୀ ମା’ ମଙ୍ଗଳାଙ୍କ ଆଜ୍ଞାମାଳ ନେଇ ଜଙ୍ଗଲରୁ ଏକ ଗଛକୁ ଆଣିଥାନ୍ତି। ଏହା କସିମୂଳା ନାମରେ ପରିଚିତ। ଏହି ଗଛରୁ ବକଳ ସଂଗ୍ରହ କରାଯାଇ ପୂଜାର୍ଚ୍ଚନା ପରେ ରଜ ସଂକ୍ରାନ୍ତିରେ ଶୋଭାଯାତ୍ରା ମାଧ୍ୟମରେ ଗ୍ରାମ ପରିକ୍ରମା କରାଯାଇଥଏ। ଏହି ଶୋଭାଯାତ୍ରାରେ ସଂପୃକ୍ତ କସିମୂଳା ଗଛର ବକଳକୁ ଦୁଇଟି ଶିଶୁଗଛର କାଠ ସାହାଯ୍ୟରେ ପିଟିପିଟି ଭଞ୍ଜ ସାହିତ୍ୟର ପ୍ରେମ ପ୍ରଣୟର କବିତା ଗାନ କରି ଗ୍ରାମ ପରିକ୍ରମା କରିବା ପରମ୍ପରା ନିଆରା। ଢିପାମାଡ଼ କରୁଥିବା ବ୍ୟକ୍ତିମାନେ ମୁଣ୍ଡରେ ଗଛ ଡାଳ ବାନ୍ଧିବା ସହିତ ଠେକା ମଧ୍ୟ ବାନ୍ଧିଥାନ୍ତି। ମା’ ମଙ୍ଗଳାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏଭଳି ପରମ୍ପରା ରହିଛି। ଏହା ଦ୍ୱାରା ଗ୍ରାମର ମଙ୍ଗଳ ହେବା ସହିତ ଚାଷ କାର୍ଯ୍ୟ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ଢିପାମାଡ଼ ପର୍ବରେ ଗ୍ରାମର ମୁରବୀମାନେ ବିଶେଷକରି ସାମିଲ ହୋଇଥାନ୍ତି। ଢିପାମାଡ଼ ପର୍ବ ପରେ ପୂଜା କରାଯାଉଥିବା କସିମୂଳା ଗଛର ବକଳକୁ ଶେଣ୍ଢେଇ ନଦୀକୂଳରେ ରଖାଯାଇଥାଏ। ଶେଷ ରଜରେ ପୁନର୍ବାର ଢିପାମାଡ଼ କରାଯାଇ ନଦୀରେ ବିସର୍ଜନ କରାଯାଇଥାଏ। ଏହି ପରମ୍ପରା ବହୁ ପୁରାତନ ସମୟରୁ ରହିଆସିଥିବା ଗ୍ରାମର ମୁରବୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଶା କାରବାରୀଙ୍କୁ ଝଟକା: ୨୭ କେଜି ଗଞ୍ଜେଇ ସହ ଜଣଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର, ୩୧୭(ବାବୁଲା ପ୍ରଧାନ):ନିଶା କାରବାର ବିରୋଧରେ ଗଞ୍ଜାମ ପୋଲିସର କଡ଼ା ଅଭିଯାନ ଜାରି ରହିଥିବାବେଳେ ଭଞ୍ଜନଗର ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ବେଆଇନ ଗଞ୍ଜେଇ ଚାଲାଣ…

ଅଭିଜିତ ଦୀପକେଙ୍କୁ ଭାଜପାରୁ ମିଳୁଛି ଧମକ, ଦଳରେ ଯୋଗ ନଦେଲେ….

ନୂଆଦିଲ୍ଲୀ,୩୧।୭: ସିଜେପି ନେତା ଅଭିଜିତ୍‌ ଦୀପକେ ଭାଜପା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଭାଜପାରେ ଯୋଗଦେବା ପାଇଁ…

ପୁଣି ବିଳମ୍ବିତ ରାତିରେ Video ଜାରି କଲେ ମୋଦି, ପେପର୍‌ ଲିକ୍‌ ମାଫିଆ…

ନୂଆଦିଲ୍ଲୀ,୩୧।୭: ସଂସଦରେ ‘ପେପର ଲିକ୍‌ ନିରୋଧୀ ବିଲ୍‌’ ବା ସାଧାରଣ ପରୀକ୍ଷା(ଅସାଧୁ ଉପାୟ ପ୍ରତିରୋଧ)ସଂଶୋଧନ ବିଲ୍‌ ୨୦୨୬ ପାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ…

ଟ୍ରମ୍ପଙ୍କ ନୂଆ ପ୍ଲାନ୍! ଆମେରିକାରେ ପଢ଼ି ଚାକିରି କଲେ ଦେବାକୁ ହେବ ଏତେ କୋଟି ଟଙ୍କା

ଓ୍ବାଶିଂଟନ,୩୧ା୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଏକ ନୂଆ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ, ଆମେରିକାର ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ଶେଷ…

ଫେରୁଥିଲେ ବ୍ୟବସାୟୀ, ବାଟରେ ଛକିଥିଲା ଯମ: ଘଟିଗଲା ଏମିତି କିଛି…

ଭଞ୍ଜନଗର,୩୧।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ବେଲଗୁଣ୍ଠ ଥାନା ଅନ୍ତର୍ଗତ ନୂଆଗାଁ ବ୍ରିଜ ନିକଟରେ ଡିମିରି ପଲ୍ଲୀ ଛକରେ ଥିବା ବ୍ରିଜ ତଳକୁ ଶୁକ୍ରବାର ସକାଳୁ ଏକ କାର ଓଲଟି…

ପ୍ରକୃତି ରଚିଲା ପ୍ରଳୟ: ଝଡ଼ ଚାଲିଗଲା, ଦୁଃଖ ରହିଗଲା

ବରଗଡ଼,୩୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଲୋକେ କେବଳ ବର୍ଷା ବିପତ୍ାତ୍‌ର ସମ୍ମୁଖୀନ ହୋଇଥିଲେ, ତାହା ନୁହେଁ। ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ଝଡ଼ ତୋଫାନ ଯୋଗୁ ଜିଲାର ବରଗଡ଼ ବ୍ଲକ…

ବନ୍ୟାରେ ୨୪ ଘଣ୍ଟା ଧରି ତାଳ ଗଛରେ ଆଶ୍ରୟ ନେଇଥିଲେ ଚାଷୀ, ତା’ପରେ ଘଟିଲା…

ଧାମନଗର,୩୧ା୭(ସନ୍ତୋଷ କୁମାର ମହାପାତ୍ର):ବିଲକୁ ଯାଇ ବନ୍ୟାରେ ଘରକୁ ଫେରିପାରିଲେନି। ଭୟଙ୍କର ବନ୍ୟାରେ ନିଜ ଜୀବନ ବଞ୍ଚାଇବାକୁ ଯାଇ ୨୪ ଘଣ୍ଟା ଏକ ତାଳଗଛରେ ଆଶ୍ରୟ ନେଇଥିଲେ ଜଣେ…

ଭୋଜଶାଳା ମାମଲା: ଦରଘା ଜମିରେ ନମାଜ ପାଠ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ, ୩୧।୭: ମଧ୍ୟପ୍ରଦେଶର ଧାର ଜିଲାରେ ଅବସ୍ଥିତ ବିବାଦୀୟ ଭୋଜଶାଳା ପରିସର ସଂଲଗ୍ନ ଦରଘା ପରିସରରେ ମୁସଲମାନ ସମ୍ପ୍ରଦାୟକୁ ଶୁକ୍ରବାର ନାମାଜ ପାଠ କରିବାକୁ ସୁପ୍ରିମକୋର୍ଟ ଅନୁମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri