ନାସା ଚିଠିକୁ ନେଇ ହଟୁନି ସନ୍ଦେହ: ଆଜି ରିପୋର୍ଟ ଦେବ ସାଇବର ସେଲ୍‌

ଅନୁଗୋଳ ଅଫିସ, ୧।୧୨ – ଅନୁଗୋଳ ହୁଲୁରିସିଂହାର ଲକ୍ଷ୍ମଣ ନାୟକଙ୍କ ପୁଅ ଶୁଭ୍ରାଂଶୁଙ୍କ ମାଭିକ୍‌ ଡ୍ରୋନକୁ ଉଚ୍ଚ ପ୍ରଶଂସା କରି ଆମେରିକା ଯିବାକୁ ଇମେଲ୍‌ରେ ଆସିଥିବା ଚିଠି ପ୍ରକୃତରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା (ନାସା) ପଠାଇଛି କିମ୍ବା ଏହା ଫେକ୍‌ ତାହା ଉପରୁ ଏଯାଏ ସନ୍ଦେହ ହଟିପାରି ନାହିଁ। ଗତ ୧୩ ତାରିଖରୁ ଉକ୍ତ ଚିଠିକୁ ନେଇ ସାଇବର ସେଲ୍‌ ତଦନ୍ତ କରୁଥିବାବେଳେ ବହିର୍ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଯୋଗାଯୋଗରେ ରହିଛି। କିନ୍ତୁ ଚିଠିର ପ୍ରକୃତ ସ୍ଥିତି କ’ଣ ସେ ନେଇ କୌଣସି ନିର୍ଯାସରେ କେହି ପହଞ୍ଚିପାରି ନାହାନ୍ତି। ଫଳରେ କୁନି ବୈଜ୍ଞାନିକଙ୍କ ଆଶା ଧୀରେ ଧୀରେ ମଉଳିଯାଉଥିବାବେଳେ ଏହାକୁ ନେଇ ପରିବାର ଲୋକେ ମଧ୍ୟ ଚିନ୍ତିତ ହୋଇପଡ଼ିଛନ୍ତି। ତେବେ ଅନୁଗୋଳ ଏସ୍‌ପି ଜଗମୋହନ ମୀନା କହିଛନ୍ତି, ସାଇବର ସେଲ୍‌ର ତଦନ୍ତ ଜାରି ରହିଛି। ରବିବାର ଏ ନେଇ ରିପୋର୍ଟ ଆସିବା ପରେ ଚିଠି ସମ୍ପର୍କରେ ଯାହା କିଛି କୁହାଯାଇପାରିବ।
ପ୍ରକାଶ ଯେ, ଅନୁଗୋଳ ଗାନ୍ଧୀମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୯ମ ଶ୍ରେଣୀ ଛାତ୍ର ଶୁଭ୍ରାଂଶୁ ନାୟକ ପ୍ରସ୍ତୁତ କରିଥିବା ରୋବୋଟିକ୍‌ ‘ମାଭିକ୍‌’ ଡ୍ରୋନ୍‌ ସମ୍ପର୍କରେ ନାସା ଓ୍ବେବ୍‌ସାଇଟ୍‌ରେ ପୋଷ୍ଟ କରିଥିଲେ। ଏହାପରେ ଗତ ମେ ୧୦ ତାରିଖରେ ଇ-ମେଲ୍‌ ମାଧ୍ୟମରେ ଏକ ଚିଠି ଗାନ୍ଧୀମାର୍ଗସ୍ଥିତ ଶିଶୁ ବିଦ୍ୟା ମନ୍ଦିରକୁ ଆସିଥିଲା। ସେଥିରେ ଶୁଭ୍ରାଂଶୁଙ୍କ ରୋବୋଟିକ୍‌ ପ୍ରକଳ୍ପ ନାସାକୁ ପସନ୍ଦ ଆସିଛି ଓ ତାହା ବିଶ୍ୱରେ ଦ୍ୱିତୀୟ ସ୍ଥାନ ପାଇଥିବାରୁ ନାସା ସ୍ପେଶ୍‌ ସେଟେଲମେଣ୍ଟ ପ୍ରତିଯୋଗିତାରେ ଭାଗନେବାକୁ ତାଙ୍କୁ ନାସା ଆମେରିକା ଡକାଇଥିବା ଉଲ୍ଲେଖ ରହିଥିଲା। ଏହାକୁ ନେଇ ଶୁଭ୍ରାଂଶୁଙ୍କ ସହ ତାଙ୍କ ପରିବାର ଓ ସ୍କୁଲ କର୍ତ୍ତୃପକ୍ଷ ଖୁସି ହେବା ସହିତ ଆମେରିକା ଯିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ। କେହି ବି ସେତେବେଳେ ଚିଠିର ପ୍ରକୃତ ସ୍ଥିତିକୁ ନେଇ ସନ୍ଦେହବ୍ୟକ୍ତ କରି ନ ଥିଲେ। ଏପରି କି ନାସା ଯିବାକୁ ପ୍ରସ୍ତୁତ ଶୁଭ୍ରାଂଶୁ ଓ ବିଜ୍ଞାନ ଶିକ୍ଷକ ସୌମେନ୍ଦ୍ର ଡାଙ୍ଗ ପାସ୍‌ପୋର୍ଟ ନିମନ୍ତେ ଆବେଦନ କରିଥିଲେ। ତେବେ ଭିଜା ଆବେଦନ ପୂର୍ବରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଚିଠିକୁ ନେଇ ସନ୍ଦେହବ୍ୟକ୍ତ କରିଥିଲେ। ନଭେମ୍ବର ୧୩ରେ କର୍ତ୍ତୃପକ୍ଷ ଏସ୍‌ପିଙ୍କୁ ଭେଟି ସାଇବର ସେଲ୍‌ର ସହଯୋଗ ଲୋଡ଼ିଥିଲେ। ଉକ୍ତ ଚିଠିକୁ ଫେକ୍‌ ବୋଲି ସାଇବର ସେଲ୍‌ କହିବା ସହ ଆମେରିକାରୁ କୌଣସି ଚିଠି ଭାରତୀୟ ଆଇଡି ଜି-ମେଲ୍‌ରୁ ଆସି ନ ଥାଏ ବୋଲି ଜଣାଇଥିଲେ। ତେବେ ଅଧିକ ତଦନ୍ତ କରିବାକୁ ଚିଠିକୁ ସାଇବର ସେଲ୍‌ର ହେଡ୍‌କ୍ବାର୍ଟର୍ସକୁ ପଠାଇଥିଲେ। ସେହିପରି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଏଯାଏ କୌଣସି ସ୍ପଷ୍ଟୋକ୍ତି ଆସି ନ ଥିବାରୁ କୁନି ବୈଜ୍ଞାନିକ ସହ ପରିବାର ଲୋକ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏ ସମ୍ପର୍କରେ ଶୁଭ୍ରାଂଶୁ କହିଛନ୍ତି, ଚିଠି ଫେକ୍‌ ବୋଲି ଏଯାଏ ତାଙ୍କ ନିକଟକୁ ସାଇବର ସେଲ୍‌ କି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଲିଖିତ ଭାବେ କିଛି ଆସିନାହିଁ। ଦିଲ୍ଲୀ ଗଲାପରେ ଏସବୁ ଜଣାପଡ଼ିଥିଲା। ବହିର୍ବ୍ୟାପାର ମନ୍ତ୍ରଣାଳୟ ତଦନ୍ତ କରୁଥିଲେ ବି କୌଣସି ଉତ୍ତର ଆସିନାହିଁ। ଶୁଭ୍ରାଂଶୁଙ୍କ ବାପା ଲକ୍ଷ୍ମଣ କହିଛନ୍ତି, ଯଦି ଚିଠି ଫେକ୍‌ ହୋଇଥିବ ତା’ହେଲେ ନିଶ୍ଚିତ ମନରେ କଷ୍ଟ ହେବ। କିନ୍ତୁ ପୁଅର ପରିଶ୍ରମ କେବେ ବୃଥା ଯିବନାହିଁ। ବିଜ୍ଞାନ ଶିକ୍ଷକ ସୌମେନ୍ଦ୍ର ଡାଙ୍ଗ କହିଛନ୍ତି, ବର୍ତ୍ତମାନ କୁନି ବୈଜ୍ଞାନିକଙ୍କୁ ମାନସିକ ଚାପରୁ ମୁକ୍ତ କରାଯିବା ଆବଶ୍ୟକ। ତାଙ୍କୁ ପରିଶ୍ରମର ଫଳ ନିଶ୍ଚିତ ମିଳିବ। ସେହିପରି ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପ୍ରଧାନ କହିଛନ୍ତି, ନଭେମ୍ବର ୧୩ରେ ଚିଠି ଫେକ୍‌ ବୋଲି ଜଣାପଡ଼ିଥିଲା। କିନ୍ତୁ ତଦନ୍ତ ଚାଲୁଥିବାରୁ କିଛି କହିବାକୁ ପୋଲିସ ମନା କରିଥିଲା। ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ସହ ଯୋଗାଯୋଗ ହୋଇପାରି ନ ଥିବାରୁ ତାଙ୍କ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri