ନାସା ଚିଠିକୁ ନେଇ ହଟୁନି ସନ୍ଦେହ: ଆଜି ରିପୋର୍ଟ ଦେବ ସାଇବର ସେଲ୍‌

ଅନୁଗୋଳ ଅଫିସ, ୧।୧୨ – ଅନୁଗୋଳ ହୁଲୁରିସିଂହାର ଲକ୍ଷ୍ମଣ ନାୟକଙ୍କ ପୁଅ ଶୁଭ୍ରାଂଶୁଙ୍କ ମାଭିକ୍‌ ଡ୍ରୋନକୁ ଉଚ୍ଚ ପ୍ରଶଂସା କରି ଆମେରିକା ଯିବାକୁ ଇମେଲ୍‌ରେ ଆସିଥିବା ଚିଠି ପ୍ରକୃତରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା (ନାସା) ପଠାଇଛି କିମ୍ବା ଏହା ଫେକ୍‌ ତାହା ଉପରୁ ଏଯାଏ ସନ୍ଦେହ ହଟିପାରି ନାହିଁ। ଗତ ୧୩ ତାରିଖରୁ ଉକ୍ତ ଚିଠିକୁ ନେଇ ସାଇବର ସେଲ୍‌ ତଦନ୍ତ କରୁଥିବାବେଳେ ବହିର୍ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଯୋଗାଯୋଗରେ ରହିଛି। କିନ୍ତୁ ଚିଠିର ପ୍ରକୃତ ସ୍ଥିତି କ’ଣ ସେ ନେଇ କୌଣସି ନିର୍ଯାସରେ କେହି ପହଞ୍ଚିପାରି ନାହାନ୍ତି। ଫଳରେ କୁନି ବୈଜ୍ଞାନିକଙ୍କ ଆଶା ଧୀରେ ଧୀରେ ମଉଳିଯାଉଥିବାବେଳେ ଏହାକୁ ନେଇ ପରିବାର ଲୋକେ ମଧ୍ୟ ଚିନ୍ତିତ ହୋଇପଡ଼ିଛନ୍ତି। ତେବେ ଅନୁଗୋଳ ଏସ୍‌ପି ଜଗମୋହନ ମୀନା କହିଛନ୍ତି, ସାଇବର ସେଲ୍‌ର ତଦନ୍ତ ଜାରି ରହିଛି। ରବିବାର ଏ ନେଇ ରିପୋର୍ଟ ଆସିବା ପରେ ଚିଠି ସମ୍ପର୍କରେ ଯାହା କିଛି କୁହାଯାଇପାରିବ।
ପ୍ରକାଶ ଯେ, ଅନୁଗୋଳ ଗାନ୍ଧୀମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୯ମ ଶ୍ରେଣୀ ଛାତ୍ର ଶୁଭ୍ରାଂଶୁ ନାୟକ ପ୍ରସ୍ତୁତ କରିଥିବା ରୋବୋଟିକ୍‌ ‘ମାଭିକ୍‌’ ଡ୍ରୋନ୍‌ ସମ୍ପର୍କରେ ନାସା ଓ୍ବେବ୍‌ସାଇଟ୍‌ରେ ପୋଷ୍ଟ କରିଥିଲେ। ଏହାପରେ ଗତ ମେ ୧୦ ତାରିଖରେ ଇ-ମେଲ୍‌ ମାଧ୍ୟମରେ ଏକ ଚିଠି ଗାନ୍ଧୀମାର୍ଗସ୍ଥିତ ଶିଶୁ ବିଦ୍ୟା ମନ୍ଦିରକୁ ଆସିଥିଲା। ସେଥିରେ ଶୁଭ୍ରାଂଶୁଙ୍କ ରୋବୋଟିକ୍‌ ପ୍ରକଳ୍ପ ନାସାକୁ ପସନ୍ଦ ଆସିଛି ଓ ତାହା ବିଶ୍ୱରେ ଦ୍ୱିତୀୟ ସ୍ଥାନ ପାଇଥିବାରୁ ନାସା ସ୍ପେଶ୍‌ ସେଟେଲମେଣ୍ଟ ପ୍ରତିଯୋଗିତାରେ ଭାଗନେବାକୁ ତାଙ୍କୁ ନାସା ଆମେରିକା ଡକାଇଥିବା ଉଲ୍ଲେଖ ରହିଥିଲା। ଏହାକୁ ନେଇ ଶୁଭ୍ରାଂଶୁଙ୍କ ସହ ତାଙ୍କ ପରିବାର ଓ ସ୍କୁଲ କର୍ତ୍ତୃପକ୍ଷ ଖୁସି ହେବା ସହିତ ଆମେରିକା ଯିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ। କେହି ବି ସେତେବେଳେ ଚିଠିର ପ୍ରକୃତ ସ୍ଥିତିକୁ ନେଇ ସନ୍ଦେହବ୍ୟକ୍ତ କରି ନ ଥିଲେ। ଏପରି କି ନାସା ଯିବାକୁ ପ୍ରସ୍ତୁତ ଶୁଭ୍ରାଂଶୁ ଓ ବିଜ୍ଞାନ ଶିକ୍ଷକ ସୌମେନ୍ଦ୍ର ଡାଙ୍ଗ ପାସ୍‌ପୋର୍ଟ ନିମନ୍ତେ ଆବେଦନ କରିଥିଲେ। ତେବେ ଭିଜା ଆବେଦନ ପୂର୍ବରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଚିଠିକୁ ନେଇ ସନ୍ଦେହବ୍ୟକ୍ତ କରିଥିଲେ। ନଭେମ୍ବର ୧୩ରେ କର୍ତ୍ତୃପକ୍ଷ ଏସ୍‌ପିଙ୍କୁ ଭେଟି ସାଇବର ସେଲ୍‌ର ସହଯୋଗ ଲୋଡ଼ିଥିଲେ। ଉକ୍ତ ଚିଠିକୁ ଫେକ୍‌ ବୋଲି ସାଇବର ସେଲ୍‌ କହିବା ସହ ଆମେରିକାରୁ କୌଣସି ଚିଠି ଭାରତୀୟ ଆଇଡି ଜି-ମେଲ୍‌ରୁ ଆସି ନ ଥାଏ ବୋଲି ଜଣାଇଥିଲେ। ତେବେ ଅଧିକ ତଦନ୍ତ କରିବାକୁ ଚିଠିକୁ ସାଇବର ସେଲ୍‌ର ହେଡ୍‌କ୍ବାର୍ଟର୍ସକୁ ପଠାଇଥିଲେ। ସେହିପରି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଏଯାଏ କୌଣସି ସ୍ପଷ୍ଟୋକ୍ତି ଆସି ନ ଥିବାରୁ କୁନି ବୈଜ୍ଞାନିକ ସହ ପରିବାର ଲୋକ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏ ସମ୍ପର୍କରେ ଶୁଭ୍ରାଂଶୁ କହିଛନ୍ତି, ଚିଠି ଫେକ୍‌ ବୋଲି ଏଯାଏ ତାଙ୍କ ନିକଟକୁ ସାଇବର ସେଲ୍‌ କି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଲିଖିତ ଭାବେ କିଛି ଆସିନାହିଁ। ଦିଲ୍ଲୀ ଗଲାପରେ ଏସବୁ ଜଣାପଡ଼ିଥିଲା। ବହିର୍ବ୍ୟାପାର ମନ୍ତ୍ରଣାଳୟ ତଦନ୍ତ କରୁଥିଲେ ବି କୌଣସି ଉତ୍ତର ଆସିନାହିଁ। ଶୁଭ୍ରାଂଶୁଙ୍କ ବାପା ଲକ୍ଷ୍ମଣ କହିଛନ୍ତି, ଯଦି ଚିଠି ଫେକ୍‌ ହୋଇଥିବ ତା’ହେଲେ ନିଶ୍ଚିତ ମନରେ କଷ୍ଟ ହେବ। କିନ୍ତୁ ପୁଅର ପରିଶ୍ରମ କେବେ ବୃଥା ଯିବନାହିଁ। ବିଜ୍ଞାନ ଶିକ୍ଷକ ସୌମେନ୍ଦ୍ର ଡାଙ୍ଗ କହିଛନ୍ତି, ବର୍ତ୍ତମାନ କୁନି ବୈଜ୍ଞାନିକଙ୍କୁ ମାନସିକ ଚାପରୁ ମୁକ୍ତ କରାଯିବା ଆବଶ୍ୟକ। ତାଙ୍କୁ ପରିଶ୍ରମର ଫଳ ନିଶ୍ଚିତ ମିଳିବ। ସେହିପରି ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପ୍ରଧାନ କହିଛନ୍ତି, ନଭେମ୍ବର ୧୩ରେ ଚିଠି ଫେକ୍‌ ବୋଲି ଜଣାପଡ଼ିଥିଲା। କିନ୍ତୁ ତଦନ୍ତ ଚାଲୁଥିବାରୁ କିଛି କହିବାକୁ ପୋଲିସ ମନା କରିଥିଲା। ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ସହ ଯୋଗାଯୋଗ ହୋଇପାରି ନ ଥିବାରୁ ତାଙ୍କ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ

ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା

ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା…

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri