ନନ୍ଦନକାନନର ଘଡ଼ିଆଳ କୁମ୍ଭୀର ଯିବ ଭିତରକନିକା

ବାରଙ୍ଗ,୧୮ା୫(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଘଡିଆଳ କୁମ୍ଭୀର ଭିତରକନିକାକୁ ଯିବ। ନନ୍ଦନକାନନରେ ଘଡିଆଳ କୁମ୍ଭୀରମାନଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି। ଫଳରେ ଏମାନଙ୍କ ବାସସ୍ଥାନ, ଖାଦ୍ୟ ଓ ସୁରକ୍ଷା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଡିଆଳ କୁମ୍ଭୀରଙ୍କ ସୁରକ୍ଷା ଓ ସଂଖ୍ୟା ବୃଦ୍ଧିକୁ ଆଖିଆଗରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଭିତରକନିକାର ଗଣ୍ଡଦେଶରେ ଛାଡିବାର ଯୋଜନା କରିଛନ୍ତି। ଏଥିପାଇଁ ନନ୍ଦନକାନନ ପକ୍ଷରୁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି। ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସଙ୍କ ନିର୍ଦ୍ଦେଶରେ ନନ୍ଦନକାନନର ବାୟୋଲୋଜିଷ୍ଟ ରାଜେଶ ମହାପାତ୍ର ଶୁକ୍ରବାର ଭିତରକନିକା ଯାଇଛନ୍ତି। ସେଠାକାର କର୍ମଚାରୀମାନଙ୍କ ସହାୟତାରେ ଗଣ୍ଡ ସହ ମହାନଦୀର ଅବବାହିକାର ବିଭିନ୍ନ ସ୍ଥାନ ଦେଖିବା ପରେ ଘଡିଆଳ କୁମ୍ଭୀର ଛଡା ଅଭିଯାନ ଆରମ୍ଭ ହେବ ବୋଲି ଜଣାପଡିଛି।
ପ୍ରକାଶ ଯେ, ଦିନଥିଲା ନନ୍ଦନକାନନରେ ଘଡିଆଳ କୁମ୍ଭୀରମାନଙ୍କ ସଂଖ୍ୟା କମିବାରେ ଲାଗିଥିଲା। ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ରାଜନଗରରୁ କୁମ୍ଭୀରବସାରୁ ଅଣ୍ଡା ସଂଗ୍ରହକରି ଗତବର୍ଷ ଜୁଲାଇରେ ନନ୍ଦନକାନନକୁ ଆଣିବା ସହ କୃତ୍ରିମପ୍ରଜନନ କାର୍ଯ୍ୟ ଆରମ୍ଭ କରିଥିଲେ। ଯାହା ଏବେ ସଫଳ ହୋଇ ଘଡିଆଳ କୁମ୍ଭୀର ସଂଖ୍ୟା ବୃଦ୍ଧିପାଇ ୭୪ରେ ପହଞ୍ଚତ୍ଥିବାର ଜନୁ ବିଭାଗ ରେଞ୍ଜ ଅଫିସର ଅଶୋକ ଦାସ କହିଛନ୍ତି। ଏହି କୁମ୍ଭୀରମାନଙ୍କ ରକ୍ଷଣାବେକ୍ଷଣ ସାଙ୍ଗକୁ ପର୍ଯ୍ୟାପ୍ତ ପରିମାଣର ଜାଗାର ଆବଶ୍ୟକତା ରହିଛି। ତେବେ ସେମାନଙ୍କ ସୁରକ୍ଷା ସହ ଭବିଷ୍ୟତର ବଂଶବୃଦ୍ଧିକୁ ନଜରରେ ରଖି ୧୯୮୬ମସିହା ଭଳି ଚଳିତବର୍ଷ ସାତକୋଶିଆ ଗଣ୍ଡ ଓ ମହାନଦୀର ଅବବାହିକାରେ ଘଡିଆଳ କୁମ୍ଭୀର ଛାଡିବାର ଯୋଜନା ନିଷ୍ପତ୍ତି ନିଆଯାଇଛି ବୋଲି ନନ୍ଦନକାନନ ଉପ-ନିର୍ଦ୍ଦେଶକ ଦାସ କହିଛନ୍ତି। ୨୪ ଅକ୍ଟୋବର ୧୯୮୬ରେ ୩୫ଟି ଓ ୭ ଜାନୁୟାରୀ, ୨୭ ଅକ୍ଟୋବର ଏବଂ ୧୪ ଡିସେମ୍ବର ୧୯୮୭ରେ ୩୬ଟି, ୬୫ଟି ଓ ୩ଟି ସାତକୋଶିଆ ଗଣ୍ଡରେ, ୬ ନଭେମ୍ବର ୧୯୮୯ରେ ୬୨ଟି ମହାନଦୀର ଆଠମଲ୍ଲିକଠାରେ, ୩୧ଜୁଲାଇ ୧୯୯୩ରେ ୭୨ଟି ସାତକୋଶିଆ ଗଣ୍ଡରେ, ୨୬ମାର୍ଚ୍ଚ ୧୯୯୫ରେ ୫୦ଟି ଟିକରପଡା, ୧୭ଏପ୍ରିଲ ୧୯୯୫ରେ ୫୦ଟି ସାତକୋଶିଆ ଗଣ୍ଡରେ, ୪ଡିସେମ୍ବର ୧୯୯୮ରେ ୬୫ଟି ଟିକରପଡା, ୫ନଭେମ୍ବର ୨୦୦୧ରେ ୧୦ଟି ସାତକୋଶିଆ ଗଣ୍ଡରେ ସମୁଦାୟ ୪୪୮ଟି ଘଡିଆଳ କୁମ୍ଭୀର ସାତକୋଶିଆ, ଟିକରପଡା ଓ ମହାନଦୀର ଅବବାହିକାରେ ୧୦ଟି ପର୍ଯ୍ୟାୟରେ ଛଡାଯାଇଛି। ଆସନ୍ତା ଜୁଲାଇରୁ ନନ୍ଦନକାନନ ଦ୍ୱିିତୀୟଥର ପାଇଁ ଘଡିଆଳକୁମ୍ଭୀର ଛାଡିବା ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ ୪ବର୍ଷର ସମୟସୀମା ରଖାଯାଇଛି। ୨ବର୍ଷିୟା ଏହି ଯୋଜନାର ପ୍ରଥମବର୍ଷରେ ୪ଟି ପର୍ଯ୍ୟାୟରେ ୩୫ଟି ଘଡିଆଳକୁମ୍ଭୀରକୁ ଛଡାଯିବ। ପ୍ରଥମେ ଜୁଲାଇ ମାସରେ ୫ଟି କୁମ୍ଭୀରକୁ ପରୀକ୍ଷାମୂଳକ ଭାବେ ଭିତରକନିକାର ଗଣ୍ଡଦେଶରେ ଛଡାଯିବ। ଏଥିପାଇଁ ନନ୍ଦନକାନନ ଉପନିର୍ଦ୍ଦେଶକ ୨ଟି ଟିମ୍‌ କରିଛନ୍ତି। ଏହି ଦୁଇଟି ଟିମ ଛଡାଯାଇଥିବା କୁମ୍ଭୀରମାନଙ୍କ ଉପରେ ନଜର ରଖିବେ। ଏଥିପାଇଁ ୨୬ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ରାଜସ୍ଥାନର ଚମ୍ବଲପୁରରୁ ଏକ ଟିମ ନନ୍ଦନକାନନ ଆସିବାର କଥାବାର୍ତ୍ତା ସରିଛି। ସେମାନେ ଏଠାକୁ ଆସି ପ୍ରାଥମିକ ପର୍ଯ୍ୟାୟର ଛଡାଯିବାକୁ ଥିବା ୫ଟି କୁମ୍ଭୀର ଦେହରେ ଟ୍ରାନ୍ସମିଟର ଲଗାଇବେ। ପ୍ରତି ଟ୍ରାନ୍ସମିଟରର ଦାମ ୨ଲକ୍ଷ ଟଙ୍କା ରହିଥିବାବେଳେ ଏହାଦ୍ୱାରା କମ୍ପ୍ୟୁଟର ପାଖରେ ବସି କୁମ୍ଭୀରର ଗତିବିଧି ପରଖିବେ। ଏହି ଟ୍ରାନ୍ସମିଟର ଶକ୍ତି ୨ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିବ ଓ ଏହାପରେ ଏହା କାର୍ଯ୍ୟକ୍ଷମ ହୋଇପାରିବ ନାହିଁ। ଏହି ସମୟ ଭିତରେ ଛଡାଯାଇଥିବା କୁମ୍ଭୀରଟିର ବୟସ ବୃଦ୍ଧି ସାଙ୍ଗକୁ ନିଜର ବାସସ୍ଥଳୀକୁ ପରଖି ନେଇଥିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ଆଶା ରଖିଛନ୍ତି। ଏହି ପରୀକ୍ଷଣ ପରେ ଆବଶ୍ୟକତାକୁ ଦେଖି ଦରକାର ମୁତାବକ ଅନ୍ୟ କିଛି ପରିବର୍ତ୍ତନ କରାଯାଇପାରିବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri