ବନ୍ତ, ୩।୬ (ଡି.ଏନ.ଏ.) – ଚାଷୀମାନଙ୍କଠାରୁ ଉଚିତ୍ ମୂଲ୍ୟରେ ଧାନକ୍ରୟ କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ହେଲେ ଚଳିତ ଖରିଫ ଋତୁରେ ଶତାଧିକ ଚାଷୀ ଧାନ ବିକ୍ରୟ କରି ପ୍ରାପ୍ୟ ଅର୍ଥ ପାଇବାରୁ ବଞ୍ଚିତ ହୋଇଛନ୍ତି। ଫଳରେ ଗତ ଦୁଇମାସ ଧରି ଚାଷୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଯୋଗାଣ ବିଭାଗର ଅବ୍ୟବସ୍ଥା ଯୋଗୁ ଏଭଳି ସମସ୍ୟା ଉପୁଜିଥିବା ଅଭିଯୋଗ ହୋଇଛି।
ପ୍ରକାଶ ଯେ, ବନ୍ତ ବ୍ଲକର ଚାଷୀମାନେ ସରକାରୀ ମୂଲ୍ୟରେ ଧାନ ବିକ୍ରି କରିବା ନେଇ ବିଭିନ୍ନ ସେବା ସମବାୟ ସମିତିରେ ପଞ୍ଜୀକରଣ କରିଥିଲେ। ସେହି ଅନୁସାରେ ଅନେକ ଚାଷୀ ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଧାନ ବିକ୍ରି କରିଥିଲେ। ସରକାରୀ ନିୟମ ଅନୁଯାୟୀ, ଚାଷୀ ଧାନ ବିକ୍ରୟ କରିବାର ୨୪ ଘଣ୍ଟା ମଧ୍ୟରେ ପ୍ରାପ୍ୟ ଅର୍ଥ ପାଇବା କଥା। ମାତ୍ର ଏହି ବ୍ଲକ ଅଧୀନ କେନ୍ଦୁଆପଦା ସେବା ସମବାୟ ସମିତିର ପ୍ରାୟ ୮୦ ଜଣ, ଷେଣ୍ଢତିରା ସମିତିର ୧୯, ପଧାନପଡା ସମିତିର ୧୮୪, ବସନ୍ତିଆ ସମିତିର ୬୦, ଟିଲୋ ସମିତିର ୫୨ ଜଣଙ୍କ ସମେତ ଗଣିଜାଙ୍ଗ, ଓଡଙ୍ଗ ଆଦି ସେବା ସମବାୟ ସମିତିର ଚାଷୀମାନେ ଗତ ଦୁଇ ମାସରୁ ଊଦ୍ଧର୍ବ ହେବ ଧାନ ବିକି ପ୍ରାପ୍ୟ ପାଇ ନ ଥିବା ଅଭିଯୋଗ କରିଛନ୍ତି। କେନ୍ଦୁଆପଦା ସମବାୟ ସମିତିର ଚାଷୀ ପୀତାମ୍ବର ସ୍ବାଇଁ, ଅମୂଲ୍ୟ ସାହୁ, ବିଭୂତି ଭୂଷଣ ଲେଙ୍କା, ରମେଶ ମହାପାତ୍ର, ସୁରେନ୍ଦ୍ର ଜେନା, ରମେଶ ରାଉତ ପ୍ରମୁଖ ଚାଷୀ ସେମାନଙ୍କ ପ୍ରାପ୍ୟ ଅର୍ଥ ନ ମିଳିଲେ ସମିତି ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।
ଗତ ମାର୍ଚ୍ଚ ମାସରେ ଯୋଗାଣ ବିଭାଗ ପକ୍ଷରୁ ୧ ଲକ୍ଷ କୁଇଣ୍ଟାଲ ଧାନ କିଣାଯିବା ନେଇ ଚୂଡ଼ାନ୍ତ ଟାର୍ଗେଟ ଦିଆଯାଇଥିଲା। ସେହି ଅନୁଯାୟୀ ଚାଷୀମାନେ ବିଭିନ୍ନ ମଣ୍ଡିରେ ଧାନ ବିକ୍ରି କରିଥିଲେ। ମିଲରମାନେ ଯେଉଁଦିନ ମଣ୍ଡିରୁ ଧାନ କିଣିଲେ ସେହିଦିନ ମଧ୍ୟରେ ଅପ୍ଲୋଡ କରି ନ ଥିଲେ। ଏହାମଧ୍ୟରେ ସାଇଟ ବନ୍ଦ ହୋଇଗଲା। ଏପ୍ରିଲ ୩୦ ତାରିଖରେ ପି-ପାସ୍ ଅନଲାଇନ ସାଇଟ୍ ବନ୍ଦ ହେବାକୁ ଥିବାବେଳେ ଆଗୁଆ ଏପ୍ରିଲ ୪ ତାରିଖରେ ବନ୍ଦ ହୋଇଯିବା ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି। ସେହିପରି କେତେକ ସମବାୟ ସମିତିର ସଭାପତି ଓ ସମ୍ପାଦକ ଅସାଧୁ ଉପାୟ ଅବଲମ୍ବନ କରିବାରୁ ଚାଷୀମାନେ ଧାନ ବିକ୍ରି କରିପାରି ନାହାନ୍ତି ବୋଲି ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଏଆର୍ସିଏସ୍ ସ୍ବାଗତିକା ମହାପାତ୍ରଙ୍କୁ ପଚାରିବାରୁ କହିଛନ୍ତି, ଧାର୍ଯ୍ୟ ସମୟ ପୂର୍ବରୁ ପି-ପାସ୍ ଅନଲାଇନ ସାଇଟ୍ ବନ୍ଦ ହୋଇଯିବା ଯୋଗୁ ଏଭଳି ସମସ୍ୟା ଦେଖାଯାଇଛି। ଏ ନେଇ ପଦକ୍ଷେପ ନେବାକୁ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଯାଇଛି।
ଅଗରକର ଜଣେ ଅହଙ୍କାରୀ ଚୟନକର୍ତ୍ତା, ଖେଳାଳିଙ୍କ ଜୀବନ ବରବାଦ କରିଛନ୍ତି: ସାମିଙ୍କ ଅବସର ପରେ ବର୍ଷିଲେ…
ନୂଆଦିଲ୍ଲୀ,୭।୧୧: ଭାରତୀୟ କ୍ରିକେଟ୍ ଦଳର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ବୋଲର ମହମ୍ମଦ ସାମି ଟେଷ୍ଟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ଦୀପାବଳିର ଠିକ୍ ଦୁଇ ଦିନ ପୂର୍ବେ,…
ଅତିରିକ୍ତ ୨ ବର୍ଷ କାର୍ଯ୍ୟ ଶେଷ ପରେ ନିୟମିତ ପାଇଁ ଯୋଗ୍ୟ ହେବେ ଅଗ୍ନିବୀର
ନୂଆଦିଲ୍ଲୀ,୭ା୧୧: ଅତିରିକ୍ତ ୨ ବର୍ଷ କାର୍ଯ୍ୟକାଳ ଶେଷ କରିବା ପରେ ସମସ୍ତ ଅଗ୍ନିବୀର ଚାହିଁଲେ ନିୟମିତ ସୈନ୍ୟ ଭାବେ ପଞ୍ଜୀକୃତ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ…
ପାରିବାରିକ କଳହ ନା ଚାକିରୀ ଚାପ? ଛୁଟିରୁ ଫେରିବା ପରେ କ୍ୱାର୍ଟରରୁ ମିଳିଲା ଅମ୍ବାଦଳା ଥାନା SIଙ୍କ ଝୁଲନ୍ତା ମୃତଦେହ, ଉଠିଲା ପ୍ରଶ୍ନ
ଆମ୍ବଦଳା,୭।୧୧(ରବିନ୍ଦ୍ର ପଣ୍ଡା): ରାୟଗଡ଼ା ଜିଲା ଆମ୍ବଦଳା ଥାନାରେ କାର୍ଯ୍ୟରତ ଏସ୍ଆଇ ଅଶୋକ ପ୍ରଧାନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଥାନା ପରିସରସ୍ଥିତ ସରକାରୀ କ୍ୱାର୍ଟରର ବନ୍ଦ…
କୋଟିଆରୁ ଆନ୍ଧ୍ର ସମିତିସଭ୍ୟ ନିର୍ବାଚିତ
ପଟ୍ଟାଙ୍ଗି,୭ା୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ କୋଟିଆ ପଞ୍ଚାୟତରେ ଆନ୍ଧ୍ର ନିର୍ବାଚନକୁ ନେଇ ୨ ରାଜ୍ୟ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଏହା ସତ୍ତ୍ୱେ…
ଚିନ୍ତା ବଢ଼ାଉଛି ପ୍ରଦୂଷଣ, ଦୀପାବଳି ପୂର୍ବରୁ ଦିଲ୍ଲୀ ବିଶ୍ୱର ସବୁଠୁ ପ୍ରଦୂଷିତ ସହର
ନୂଆଦିଲ୍ଲୀ,୭ା୧୧: ଆଲୋକର ପର୍ବ ଦୀପାବଳି ପୂର୍ବରୁ ଶନିବାର ଦିଲ୍ଲୀ ବିଶ୍ୱର ସବୁଠୁ ପ୍ରଦୂଷିତ ବୃହତ୍ ସହର ଥିଲା ବୋଲି ସୁଇସ୍ ଗ୍ରୁପ୍ ଆଇକ୍ୟୁଏୟାରର ଲାଇଭ୍ ର଼୍ୟାଙ୍କିଙ୍ଗ୍ରୁ ଜଣାପଡ଼ିଛି।…
ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିରଳ ରେକର୍ଡ, ଜାଣନ୍ତୁ…
ଓ୍ବେଲିଂଟନ,୭।୧୧: ଯୁବ ଫାଷ୍ଟ ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ ପରେ ଲୋକେଶ ରାହୁଲଙ୍କ ନିର୍ଭରଯୋଗ୍ୟ ବ୍ୟାଟିଂ ବଳରେ ଶନିବାର ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ବର୍ଷା ପ୍ରଭାବିତ ଦ୍ୱିତୀୟ ଦିନିକିଆ…
ଅଯୋଧ୍ୟାରେ ଦୀପୋତ୍ସବ: ସରୟୁ ନଦୀ କୂଳରେ ଯୋଗୀ କଲେ ଆରତୀ, ଦୀପରେ ଆଲୋକିତ ହେଲା ରାମନଗରୀ
ଅଯୋଧ୍ୟା,୭।୧୧: ପବିତ୍ର ଦୀପାବଳି ଅବସରରେ ରାମନଗରୀ ଅଯୋଧ୍ୟାରେ ଦଶମ ଦୀପୋତ୍ସବ ଶନିବାର ସନ୍ଧ୍ୟାରେ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୀପୋତ୍ସବର ଉଦ୍ଘାଟ କରି ସରୟୁ ନଦୀ…
Diwali 2026: ଦୀପାବଳି ରାତିରେ ଚୁପଚାପ୍ କରନ୍ତୁ ଏହି ଗୋଟିଏ ଉପାୟ, ମା’ ଲକ୍ଷ୍ମୀଙ୍କ କୃପାରୁ ଚମକି ଉଠିବ ଆପଣଙ୍କ ଭାଗ୍ୟ!
ଦୀପାବଳି ହେଉଛି ଧନ ଏବଂ ସମୃଦ୍ଧିର ମହାପର୍ବ। ଏହି ବର୍ଷ ୮ ନଭେମ୍ବର ୨୦୨୬, ରବିବାର ଦିନ ଦୀପାବଳି ପାଳନ କରାଯାଉଛି। କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ…

