ଧାନ ଚାଷ ଉଜାଡ଼ିଲେ ହାତୀପଲ

କୁଆମରା,୫ା୧୧(ଡି.ଏନ୍‌.ଏ.)- ନୀଳଗିରି ରେଞ୍ଜ ଅଧୀନ କୁଲଡିହା ଜଙ୍ଗଲରୁ ୬ ଦିନ ହେଲା ଦନ୍ତା ସମେତ ମୋଟ ସାତଟି ହାତୀ ବାଟବଣା ହୋଇ କୁଆମରା ଫରେଷ୍ଟ ଅଞ୍ଚଳରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି। ଧାଉଁଡିଆ, ଖିରିପଦା, କଡ଼ଦା ଓ କୁଆମରା ଅଞ୍ଚଳର ବିଭିନ୍ନ ଧାନ ବିଲରେ ପଶିବା ଯୋଗୁ ବ୍ୟାପକ କ୍ଷତି ଘଟିଛି। ଜଙ୍ଗଲ ବିଭାଗ ହାତୀପଲଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଅଞ୍ଚଳ ଛାଡି ଯାଉ ନାହାନ୍ତି। ଶନିବାର ହାତୀପଲ କେଉଁ ଆଡେ ଗାଏବ ହୋଇଯାଇଥିଲେ। ରବିବାର ରାତିରେ ହାତୀପଲ ପୁଣି ଲେଉଟି ଧାନ ବିଲରେ ପଶି ବ୍ୟାପକ ଦଳା ଚକଟା କରିଥିଲେ। ଉଦଳା ଓ ନୀଳଗିରି ବନ ବିଭାଗ କର୍ମଚାରୀ ପହଞ୍ଚି ସେମାନଙ୍କୁ କୁଲଡିହା ଜଙ୍ଗଲକୁ ଘଉଡାଇ ନେଉଥିବା ବେଳେ ନୀଳଗିରି ବ୍ଲକ ପୁନ୍ଦାଳ ଅଞ୍ଚଳର ଲୋକେ ବାଟ ଓଗାଳିବାରୁ ହାତୀପଲ ପୁଣି ଉକ୍ତ ଅଞ୍ଚଳକୁ ଫେରି ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୨ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ଠପ: ଓମସାର କାର୍ଯ୍ୟବନ୍ଦ ଆନ୍ଦୋଳନ

ବାରିପଦା, ୧।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ ସମେତ ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ  …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri