ଧଉରାଗୋଠ ଜଳସେଚନ ପ୍ରକଳ୍ପକୁ ବିରୋଧ: ମରିଯିବୁ ପଛେ ଜାଗା ଦେବୁନି

ବଇଣ୍ଡା,୩୦।୧୧(ଡି.ଏନ୍‌.ଏ.) – ସଂସାରକୁ ଚଳାଉଥିବା ଭିଟାମାଟିକୁ ଛଡ଼ାଇ ନେଇ ଧଉରାଗୋଠ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା କରାଯାଉଛି। ହେଲେ ଦାନା ଦେଉଥିବା ଜମିରୁ ଇଞ୍ଚେ ବି ପ୍ରକଳ୍ପ ପାଇଁ ଛଡାଯିବନି ବୋଲି ଜିଦ୍‌ ଧରିବା ସହ ଶୁକ୍ରବାର ଆଠମଲ୍ଲିକ ବ୍ଲକ ପେଡ଼ିପଥର ପଞ୍ଚାୟତ ଡଙ୍ଗାଧର ଗ୍ରାମରେ ଅନୁଷ୍ଠିତ ମାନଜୋର ଜଳସେଚନ ବିଭାଗ ଓ ଆଠମଲ୍ଲିକ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ପଲ୍ଲିସଭାରେ ଡଙ୍ଗାଧର ଗ୍ରାମବାସୀ ଏହାର ବିରୋଧ କରିଛନ୍ତି। ଗ୍ରାମ କୋଠଘର ନିକଟସ୍ଥ ଏକ କୁଡ଼ିଆରେ ଅନୁଷ୍ଠିତ ପଲ୍ଲିସଭାରେ ଆଠମଲ୍ଲିକ ଉପଜିଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ, ମାନଜୋର ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ସନାତନ ପାତ୍ର, ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଗଡ଼ନାୟକ, ସହକାରୀ ଯନ୍ତ୍ରୀ ସରେଶ ଚନ୍ଦ୍ର ଗଡ଼ନାୟକ, ସୁଧାକର ପଟ୍ଟନାୟକ, ଗ୍ରାମ ସଭାପତି ନିରଞ୍ଜନ ସାହୁ, ସମ୍ପାଦକ ଚୁଳମଣି ଦେହୁରି, ମଞ୍ଜୁ୍‌ ପ୍ରଧାନ, ରୂପେଇ ବାଘ, ପ୍ରମୋଦା ପ୍ରଧାନ, ଦାମିନୀ ସାହୁ, ଫୁଲ ପ୍ରଧାନ, ତିଳୋତ୍ତମା ପ୍ରଧାନଙ୍କ ସମେତ ଗ୍ରାମବାସୀ ଯୋଗ ଦେଇଥିଲେ। ଏହି ଅବସରରେ ଗ୍ରାମବାସୀ କହିଥିଲେ, ଧଉରାଗୋଠ ଜଳସେଚନ ପ୍ରକଳ୍ପ ନିର୍ମାଣ ହେଲେ ଡଙ୍ଗାଧର ଗାଁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବ। ଏହି ଗ୍ରାମରେ ବସବାସ କରୁଥିବା ୧୫୦ରୁ ଊର୍ଦ୍ଧ୍ୱ ପରିବାର ସେମାନଙ୍କର ଜୀବିକା ହରାଇବେ। ଗ୍ରାମବାସୀଙ୍କ ଭିଟାମାଟି ଯିବା ସହ ଚାଷ ଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟିଦେଇ ପ୍ରକଳ୍ପ ବନ୍ଦ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ସ୍ବାଧୀନତା ଦିବସରେ ଲାଲ୍‌କିଲ୍ଲାରେ ପ୍ରଥମଥର ଘଟିବ ଏମିତି: ଘୋଷଣା କଲେ ସରକାର

ନୂଆଦିଲ୍ଲୀ, ୧୦ା୮:ଆସନ୍ତା ୧୫ ତାରିଖ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭…

ଓଟିପି, ପାସୱାର୍ଡ ଦେଉଥିଲେ ସାବଧାନ: ସାଇବର ଠକେଇରୁ ସତର୍କ ରହିବାକୁ ଛାତ୍ରୀଛାତ୍ରଙ୍କୁ…

ବଞ୍ଚୋ, ୧୦।୮8(ପ୍ରଦୋଷ ବିଶ୍ୱାଳ ): ଦିନକୁ ଦିନ ସାଇବର ଅପରାଧ ଓ ଅନଲାଇନ ଠକେଇ ବଢ଼ିଚାଲିଥିବା ବେଳେ ଏନେଇ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଆନନ୍ଦପୁର…

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ: ଜାଣନ୍ତୁ କିଏ କେଉଁଠି ଉତ୍ତୋଳନ କରିବେ ପତାକା

ଭୁବନେଶ୍ୱର,୧୦।୮:ସ୍ବାଧୀନତା ଦିବସରେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ସରକାରଙ୍କ ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ରାଜ୍ୟସ୍ତରୀୟ ସ୍ବାଧୀନତା…

୩ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିଲେ ଦଲାଲ: ମାଡ଼ିବସିଲା ଶିଶୁ ସୁରକ୍ଷା ବିଭାଗ

ଛତ୍ରପୁର,୧୦।୮(ଦିଲ୍ଲୀପସାମଲ/ଦ୍ୱାରିକା ପଟ୍ଟନାୟକ): ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଚାଲାଣ ହେଉଥିବା ୩ ଜଣ ନାବାଳିକାଙ୍କୁ ଛତ୍ରପୁର ରେଳ ଷ୍ଟେଶନରୁ ଉଦ୍ଧାର…

ସର୍ପ ଦଂଶନରେ ୨ ମାସର ଶିଶୁ ପୁତ୍ର ମୃତ, ବାପା ଅସୁସ୍ଥ: ଚିକିତ୍ସା ନ କରାଇ ଶିଶୁକୁ ପୋତିଦେଲେ…

ଦେବଗଡ,୧୦ା୮(ଶଶାଙ୍କ ଶେଖର ଝାଙ୍କର): ସର୍ପ ଦଂଶନରେ ୨ ମାସର ଶିଶୁପୁତ୍ର ମୃତ, ବାପା ଅସୁସ୍ଥ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିିଛି ଦେବଗଡ ଜିଲାର…

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri