Posted inଖେଳ

ଦ୍ୱିତୀୟ ଟେଷ୍ଟ: ବିଜୟ ଦ୍ୱାରରେ ପାକିସ୍ତାନ

କରାଚୀ, ୨୨।୧୨-ସ୍ଥାନୀୟ ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ପାକିସ୍ତାନ ବିଜୟର ଦ୍ୱାର ଦେଶରେ ପହଞ୍ଚିଛି। ପ୍ରଥମ ଇନିଂସରେ ୮୦ ରନ ପଛରେ ପଡିଥିଲେ ମଧ୍ୟ ପକିସ୍ତାନ ଦ୍ୱିତୀୟ ଇନିଂସରେ ଦମ୍‌ଦାର ବ୍ୟାଟିଂ କରି ପ୍ରତ୍ୟାବର୍ତ୍ତନ କରିବା ସହ ମ୍ୟାଚ୍‌ ନିୟନ୍ତ୍ରଣକୁ ଆଣିଛି। ଟପ୍‌ ଅର୍ଡର ୪ଜଣ ବ୍ୟାଟ୍ସମ୍ୟାନ ଶତକ ହାସଲ କରି ପାକିସ୍ତାନକୁ ବୃହତ୍‌ ସ୍କୋର ପ୍ରଦାନ କରିଛନ୍ତି। ଦ୍ୱିତୀୟ ଇନିଂସରେ ପାକିସ୍ତାନ ୧୩୧ ଓଭରରେ ୩ ଉଇକେଟ ହରାଇ ୫୫୫ ରନକରି ପାଳି ଘୋଷଣା କରିଛି। ଫଳରେ ଶ୍ରୀଲଙ୍କା ସମ୍ମୁଖୀନରେ ୪୭୬ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଶ୍ରୀଲଙ୍କା ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ୬୦.୧ ଓଭରରେ ୭ ଉଇକେଟ ହରାଇ ୨୧୨ ରନ ସଂଗ୍ରହ କରିଛି। ଫଳରେ ମ୍ୟାଚ୍‌ ଆଉ ଗୋଟିଏ ଦିନ ବାକି ଥିବା ବେଳେ ପାକିସ୍ତାନ ବିଜୟ ପାଇଁ ୩ ଉଇକେଟ ଆବଶ୍ୟକ କରୁଛି। ଅନ୍ୟପଟେ ୩ ଉଇକେଟ ହାତରେ ରଖି ଶ୍ରୀଲଙ୍କା ବିଜୟ ପାଇଁ ୨୬୪ ରନ ଆବଶ୍ୟକ କରୁଛି। ଷ୍ଟମ୍ପ ଅସପାରଣ ବେଳକୁ ଓଶାଡା ଫର୍ନାଣ୍ଡୋ ୧୦୨ ରନର ଶତକୀୟ ପାଳି ଖେଳି ଅପରାଜିତ ରହିଛନ୍ତି। ସେହିପରି ଉଇକେଟକିପର ବ୍ୟାଟ୍ସମ୍ୟାନ ନିରୋଶାନ ଡିକ୍‌ଓ୍ବାଲା ୬୫ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିବା ବେଳେ ଅନ୍ୟମାନେ ବିଫଳ ହୋଇଛନ୍ତି। ଏହି କ୍ରମରେ ଓପନ ତଥା ଅଧିନାୟକ ଦିମୁଥ କରୁଣାରତ୍ନେ ୧୬, ଆଞ୍ଜେଲୋ ମାଥ୍ୟୁସ ୧୯, ଦିଦେଶ ଚାଣ୍ଡିମଲ ୨, ଦିଲରୁଓ୍ବାନ ପେରେରା ୫ ରନକରି ଆଉଟ ହୋଇଥିବା ବେଳେ କୁଶଲ ମେଣ୍ଡିସ୍‌ ଓ ଧନଞ୍ଜୟ ଡି ସିଲଭା ଖାତା ଖୋଲିପାରି ନ ଥିଲେ। ବୋଲିଂରେ ପାକିସ୍ତାନ ତରଫରୁ ନସିମ ଶାହା ସର୍ବାଧିକ ୩, ଶାହିନ ଶାହ ଆଫ୍ରିଦି, ମହମ୍ମଦ ଆବାସ, ୟସିର ଶାହା ଓ ହାରିସ ସୋହେଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି।
ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୩୯୫/୨ରୁ ଖେଳ ଆରମ୍ଭ କରି ପାକିସ୍ତାନ ଇନିଂସ ଘୋଷଣା କରିଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ତଥା ଅଧିନାୟକ ଅଝାର ଅଲି ୫୭ରୁ ଖେଳ ଆରମ୍ଭ କରି ୧୧୮ ରନର ଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ସେହିପରି ୨୨ ରନରୁ ଖେଳ ଆରମ୍ଭ କରି ବାବର ଆଜମ ୧୦୦ ରନ କରି ଅପରାଜିତ ରହିଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ୨୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଶ୍ରୀଲଙ୍କା ତରଫରୁ ଲାହିରୁ କୁମାରା ୨ ଓ ଲାସିଥ ଏମ୍ବୁଲଡେନିଆ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ପାକିସ୍ତାନ ପ୍ରଥମ ଇନିଂସ- ୫୯.୩ ଓଭରରେ ୧୯୧ରେ ଅଲଆଉଟ।
ଶ୍ରୀଲଙ୍କା ପ୍ରଥମ ଇନିଂସ-୮୫.୫ ଓଭରରେ ୨୭୧ରେ ଅଲଆଉଟ।
ପାକିସ୍ତାନ ଦ୍ୱିତୀୟ ଇନିଂସ: ୧୩୧ ଓଭରରେ ୫୫୫/୩ ଇନିଂସ ଘୋଷଣା
(ସାନ ମାସୁଦ- ୧୩୫, ଆବିଦ ଅଲି- ୧୭୪, ଅଝାର ଅଲି- ୧୧୮, ବାବର ଆଜମ- ୧୦୦*, ଲାହିରୁ କୁମାରା- ୨/୧୩୯, ଲାସିଥ ଏମ୍ବୁଲଡେନିଆ- ୧/୧୯୩)।
ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ- ୬୦.୧ ଓଭରରେ ୨୧୨/୭
(ଓଶାଡା ଫର୍ଣ୍ଣାଣ୍ଡୋ- ୧୦୨*, ନିରୋଶାନ ଡିକ୍‌ଓ୍ବାଲା- ୬୫, ନିସମ ଶାହା- ୩/୩୧)।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

ଅଧୁରା ରହିଗଲା ବୈଭବଙ୍କ ବଡ଼ ଇଚ୍ଛା, ଏବେ ଶ୍ରେୟସଙ୍କ ନିଷ୍ପତ୍ତି ଉପରେ ନଜର

ନୂଆଦିଲ୍ଲୀ: ଏସିଆନ ଗେମ୍ସ ପୂର୍ବରୁ ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ୨୪ ତାରିଖରୁ ବର୍ଷିିବ ଧନ, ଚାକିରିରେ ବଡ଼ ପଦୋନ୍ନତି!

ଭୁବନେଶ୍ୱର: ଜ୍ୟୋତିଷୀୟ ଗଣନା ଅନୁଯାୟୀ, ମଙ୍ଗଳ ଦେବ ବର୍ତ୍ତମାନ ପୁନର୍ବସୁ ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬ରେ ମଙ୍ଗଳ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ।…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?