ଦୋକାନ ଘର ଉଚ୍ଛେଦ ବେଳେ ଉତ୍ତେଜନା

ତାଳଚେର,୨୯ା୨(ନି.ପ୍ର.) – ତାଳଚେର ପୌର ପରିଷଦ ପକ୍ଷରୁ ଶୁକ୍ରବାର ୩ଟି ଦୋକାନ ଘର ଉଚ୍ଛେଦ କରାଯିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ହେଲେ ବ୍ୟବସାୟୀମାନେ ପ୍ରଶାସନ ସହ ଆଲୋଚନା କରି ଭଡ଼ା ଜମା କରିବା ପରେ ଉଚ୍ଛେଦ କାର୍ଯ୍ୟକୁ ବନ୍ଦ ରଖାଯାଇଥିଲା।
ପ୍ରକାଶ ଯେ, ଗତବର୍ଷ ମାର୍ଚ୍ଚ ମାସଠାରୁ ପୌର କର୍ତ୍ତୃପକ୍ଷ ଦୋକାନ ଘର ଭଡା ବୃଦ୍ଧି କରିଥିବା ବେଳେ ଏହାକୁ ବ୍ୟବସାୟୀମାନେ ବିରୋଧ କରିବା ସହ ଭଡା କମ୍‌ କରିବାକୁ ଦାବି କରି ଆସୁଥିଲେ। କିନ୍ତୁ କର୍ତ୍ତୃପକ୍ଷ ନ ଶୁଣିବାରୁ ବ୍ୟବସାୟୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏହାର ସମାଧାନ ନିମନ୍ତେ ସ୍ଥାନୀୟ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉପଜିଲାପାଳ ବ୍ୟବସାୟୀ ସଂଘ ସହ ଆଲୋଚନା କରି ୧୦ ଟଙ୍କାରୁ ୧ଟଙ୍କା ଭଡା କମ୍‌ କରିଥିଲେ। ହେଲେ ଏହାକୁ ମଧ୍ୟ ବ୍ୟବସାୟୀମାନେ ବିରୋଧ କରି ଭଡା ଦେଇ ନ ଥିଲେ। କେତେକ ଦୋକାନ ଘର ଭଡ଼ା ସିକ୍ୟୁରିଟି ଜମାଠାରୁ ଅଧିକ ହେବାରୁ ସମ୍ପୃକ୍ତ ବ୍ୟବସାୟୀଙ୍କୁ ପୌର ପରିଷଦ ପକ୍ଷରୁ ନୋଟିସ କରାଯାଇଥିଲା। ବାରମ୍ବାର ନୋଟିସ ପରେ ବି ଭଡା ପଇଠ କରା ନ ଯିବାରୁ ମାର୍କେଟର ୩ଟି ଘରର ମାଲିକାନାକୁ କାଟି ଦିଆଯାଇଥିଲା। ଶୁକ୍ରବାର ଉକ୍ତ ୩ଟି ଦୋକାନ ଘର ଉଚ୍ଛେଦ ପାଇଁ ପୌର ଅଧିକାରୀ ଓ କର୍ମଚାରୀମାନେ ମାଜିଷ୍ଟ୍ରେଟ, ଫୋର୍ସଙ୍କ ସହ ପହଞ୍ଚିବାରୁ ଏହାକୁ ବିରୋଧ କରି ବ୍ୟବସାୟୀମାନେ ଦୋକାନ ବନ୍ଦ କରି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଏକତ୍ରିତ ହୋଇଥିଲେ। ଫଳରେ ଉଚ୍ଛେଦ କାର୍ଯ୍ୟ ବେଳେ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ପରେ ସମ୍ପୃକ୍ତ ବ୍ୟବସାୟୀମାନେ ବାକି ଥିବା ଘର ଭଡା ଜମା କରିଥିଲେ। ଏ ସମ୍ପର୍କରେ ନିର୍ବାହୀ ଅଧିକାରୀ ଅତସୀ ପରିଡା କହିଛନ୍ତି, ଭଡା ଦେଇ ନ ଥିବାରୁ ୩ଟି ଦୋକାନ ଘର ଉଚ୍ଛେଦ ପାଇଁ ପୋଲିସ, ମାଜିଷ୍ଟ୍ରେଟ ଯାଇଥିଲେ। ଦୋକାନୀମାନେ ଆଲୋଚନା କରିବା ସହ ନୂତନ ଦରରେ ଭଡା ଜମା କରିଥିଲେ। ଏହାପରେ ପୂର୍ବରୁ ବାତିଲ କରାଯାଇଥିବା ଘର ସମ୍ପୃକ୍ତ ବ୍ୟବସାୟୀଙ୍କ ନାମରେ ବଳବତ୍ତର ରହିଥିବା ନିର୍ବାହୀ ଅଧିକାରୀ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯିଏ ଜଗୁଥିଲେ ସିଏ ଖାଇଗଲେ: ହରିଣ ମାରି ମାଂସ ରାନ୍ଧି ଖାଉଥିଲେ ଧରାପଡ଼ିଲେ ବନ ଜଗୁଆଳି

ଅନୁଗୋଳ, ୪।୭: ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳିମାନେ ହିଁ ହରିଣ ଶିକାର କରି ତାହାର ମାଂସ ରାନ୍ଧି ଖାଉଥିବା ଘଟଣା ସାମ୍ନାକୁ ଆସିଛି। ଅନୁଗୋଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri