ଦେଶ ଗୋଟିଏ ଆଡ଼େ, ଓଡ଼ିଶା ଭିନ୍ନ

ଭୁବନେଶ୍ୱର,୨୪-୫(ବ୍ୟୁରୋ):ସମଗ୍ର ଦେଶ ଗୋଟିଏ ଆଡେ ମୁହାଁଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାଦୁ ଛାଇଯାଇଛି। ଭାଜପା ଓ ଏହାର ସହଯୋଗୀ ଦଳକୁ ଭୋଟ ଗ୍ରହଣ ହୋଇଥିବା ୫୪୨ ଲୋକ ସଭା ଆସନରୁ ୩୫୦ରୁ ଊର୍ଦ୍ଧ୍ୱ ସିଟ୍‌ ମିଳିଛି। ଏକକ ସଂଖ୍ୟାଗରିଷ୍ଠ ହାସଲକରି ଏନ୍‌ଡିଏ ପୁଣି କ୍ଷମତାକୁ ଫେରିଛି। କେନ୍ଦ୍ରରେ କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳଙ୍କ ସବୁ କଳ୍ପନାଜଳ୍ପନା ଧୂଳିସାତ୍‌ ହୋଇଯାଇଛି। ଚାରିଆଡେ ଗୈରିକ ଦଳର ଜୟ ଜୟ କାର ଚାଲିଛି। ୨୦୧୪ ସାଧାରଣ ନିର୍ବାଚନକୁ ବଳିଯାଇଛି ଏଥରର ନିର୍ବାଚନ। ଭାଜପା ବୃହତ୍‌ ଦଳ ଭାବେ ଦ୍ୱିତୀୟ ଥର ଲାଗି ଦେଶର ଶାସନ ଗାଦିକୁ କବ୍‌ଜା କରିଛି। ବିଭିନ୍ନ ରାଜ୍ୟରେ କାମ ଦେଇଥିବା ମୋଦି ମ୍ୟାଜିକ୍‌ ଓଡ଼ିଶାରେ କିନ୍ତୁ ସେତେଟା କାମ ଦେଇ ନାହିଁ। ଏଠାକାର ମତଦାତା ଭିନ୍ନ ପରିଚୟ ଦେଇଛନ୍ତି। ଦେଶର ଶାସନ ଭାର ପାଇଁ ମୋଦିଙ୍କ ଉପରେ କିଛି ମତଦାତା ଭରସା କରିଥିବା ବେଳେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ଅତୁଟ ରଖିଛନ୍ତି। ଉଭୟ ଲୋକ ସଭା ଓ ବିଧାନସଭା ନିର୍ବାଚନରେ ରାଜ୍ୟର ମତଦାତା ବିଜୁ ଜନତା ଦଳ(ବିଜେଡି)କୁ ଲଗାତର ଅଧିକ ଆସନ ଧରାଇଛନ୍ତି।
ପୂର୍ବରୁ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହୋଇ ଆସୁଥିଲା। ପ୍ରଥମ ଥର ଲାଗି ଚଳିତ ନିର୍ବାଚନ ୪ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ନିଜର ସ୍ଥିତିକୁ ଶକ୍ତିଶାଳୀ କରିଥିବା ବିଜେଡିକୁ ଶାସନ ଗାଦିରୁ ହଟାଇବା ପାଇଁ ଭାଜପା ପକ୍ଷରୁ ଏଭଳି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା ବୋଲି ଚର୍ଚ୍ଚା ହେଉଥିଲା। ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାକୁ ୧୦ ଥରରୁ ଊର୍ଦ୍ଧ୍ୱ ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ମଧ୍ୟ ଅନେକ ଥର ଓଡ଼ିଶା ଗସ୍ତରେ ଆସି ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ରଣହୁଙ୍କାର ଦେଇଥିଲେ। ଏଥିସହିତ ୫୦ରୁ ଊର୍ଦ୍ଧ୍ୱ କେନ୍ଦ୍ରମନ୍ତ୍ରୀ ମଧ୍ୟ ଓଡ଼ିଶାରେ ନିର୍ବାଚନ ପ୍ରଚାରରେ ମାତିଥିଲେ। ବିଜେଡି ଶାସନକୁ ଉପାଡି ବଙ୍ଗୋପ ସାଗରରେ ଫୋପାଡିବା ପାଇଁ କେନ୍ଦ୍ରୀୟ ନେତାମାନେ ଆହ୍ବାନ ଦେଇଥିଲେ। ଭାଜପା କୌଣସି ପ୍ରକାରେ ବିଜେଡିକୁ କ୍ଷମତାରୁ ଦୂରେଇ ରଖିବାକୁ ଜୋରଦାର ଉଦ୍ୟମ କରିଥିଲା। ଉଭୟ ଦଳ ବଳ କଷାକଷି ହୋଇଥିଲେ। ଏହା ସତ୍ତ୍ୱେ ଓଡ଼ିଶା ମତଦାତାଙ୍କ ଉପରେ ଭାଜପା କିମ୍ବା ମୋଦିଙ୍କ ଯାଦୁ ଏଠାରେ ସେତେଟା ପ୍ରଭାବ ପକାଇ ପାରି ନ ଥିଲା। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ରାଜ୍ୟର ମତଦାତା ପୁଣି ଭରସା କରିଛନ୍ତି। ପୂର୍ଣ୍ଣ ସମର୍ଥନ ଦେଇ ଆଉଥରେ ଶାସନ ଭାର ନବୀନଙ୍କ ହାତରେ ଧରାଇଛନ୍ତି। ଓଡ଼ିଶାର ମତଦାତା ସମଗ୍ର ଦେଶରେ ଭିନ୍ନ ରାଜନୈତିକ ବାତାବରଣ ସୃଷ୍ଟିକରି ନିଜର ଏକ ନୂତନ ଧାରା ଦେଖାଇଛନ୍ତି, ଯାହାକି ଅତୀତରେ କେବେ ଦେଖା ଯାଇ ନ ଥିଲା। ୧୯୯୯ ପରେ କଂଗ୍ରେସ ଉପରୁ ମତଦାତା ମୁହଁ ମୋଡିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ରାଜ୍ୟରେ ନୂତନ ଆଞ୍ଚଳିକ ଦଳ ଭାବେ ଜନ୍ମ ନେଇଥିବା ବିଜେଡିକୁ ଲୋକେ ଭରସା କରିଥିଲେ। ଗତ ଦୁଇ ଦଶନ୍ଧି ଧରି ଜାତୀୟ ଦଳ କଂଗ୍ରେସ ଓ ଭାଜପା ଶତ ଚେଷ୍ଟା କଲେ ମଧ୍ୟ ଶାସନକୁ ଫେରି ପାରୁ ନାହାନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri