Posted inଜାତୀୟ

ଦେଶରେ ପ୍ରଥମ ଥର ପାଇଁ ଡ୍ରୋନ୍‌ ଦ୍ୱାରା ଖୋଜାଯିବ କୋଇଲା ଓ ଖଣିଜ ଭଣ୍ଡାର

ରାଞ୍ଚି,୫।୨: ଭୂଗର୍ଭରେ ଥିବା କୋଇଲା ଏବଂ ଅନ୍ୟ ଖଣିଜ ଭଣ୍ଡାର ସମ୍ପର୍କରେ ତଥ୍ୟ ଏବେ ଡ୍ରୋନ୍‌ ଦ୍ୱାରା ସଂଗ୍ରହ କରାଯିବ। ଦେଶରେ ପ୍ରଥମ ଥର ପାଇଁ ଝାଡ଼ଖଣ୍ଡର ରାଞ୍ଚିରେ ଡ୍ରୋନ୍‌ ଦ୍ୱାରା ଏପରି କରାଯିବ। ଏହାଦ୍ୱାରା ଭୂଗର୍ଭର ୨୦୦ ମିଟର ମଧ୍ୟରେ ଗଚ୍ଛିତ ଥିବା କୋଇଲା ତଥା ଖଣିଜ ଭଣ୍ଡାର ସମ୍ପର୍କରେ ସହଜରେ ଜଣାପଡ଼ିବ। ଏହାକୁ ୪୦୦ ମିଟର ଉଚ୍ଚରେ ଉଡ଼ାଯାଇ ପାରିବ। ସେଣ୍ଟ୍ରାଲ୍‌ କୋଲ୍‌ ମାଇନ୍ସ୍‌ ଡିଜାଇନ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଏଭଳି ୭ଟି ଡ୍ରୋନ୍‌ କିଣିବା ଲାଗି ଯୋଜନା କରାଯାଇଛି। ପ୍ରତି ଡ୍ରୋନ୍‌ର ଦାମ୍‌ କୋଟିଏ ୮୦ ଲକ୍ଷ ଟଙ୍କା ରହିଛି। ସହଜରେ ସର୍ଭେ ମ୍ୟାପିଂ କରିପାରୁଥିବା ଏହି ଡ୍ରୋନ୍‌ ଜାପାନ, ଆମେରିକା ଏବଂ ଜର୍ମାନୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି। ଚେନ୍ନାଇ ସ୍ଥିତ ସେଣ୍ଟର ଫର୍‌ ଏୟାର ସ୍ପେସ୍‌ ସେଣ୍ଟରରେ ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଛି। ପ୍ରଥମ ପର୍ଯ୍ୟାୟରେ ୨ଟି ଡ୍ରୋନ୍‌ ଚଳିତ ମାସରେ ରାଞ୍ଚି ପହଞ୍ଚିବ। ସେଥିମଧ୍ୟରେ ଗୋଟିଏ ରାଞ୍ଚି ଏବଂ ଅନ୍ୟଟି ବିଳାସପୁରରେ ରହିିବ। ରାଞ୍ଚିରେ ଏହି ଡ୍ରୋନ୍‌କୁ ସିସିଏଲ୍‌ ଏବଂ ବିସିସଏଲ୍‌ ଖଦାନରେ ବ୍ୟବହାର କରାଯିବ। ଏହା ଦ୍ୱାରା ଭୂଗର୍ଭର ୩-ଡି ଫଟୋ ଚିତ୍ର ଉତ୍ତୋଳନ କରାଯାଇ ଖଣିଜ ଭଣ୍ଡାର ସମ୍ପର୍କରେ ଆବଶ୍ୟକ ତଥ୍ୟ ସଂଗ୍ରହ ପ୍ରକ୍ରିୟା ସହଜରେ କମ୍‌ ସମୟ ମଧ୍ୟରେ ହୋଇପାରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଭୁବନେଶ୍ୱରରେ ପାଇଖାନା ଟାଙ୍କି ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୧।୭: ରାଜଧାନୀ ଭୁବନେଶ୍ୱରର ବିଜେବି ନଗର ଅଞ୍ଚଳରେ ଏକ ଅଘଟଣ ଘଟିଛି। ନିର୍ମାଣାଧୀନ ପାଇଖାନା (ସେପ୍ଟିକ୍) ଟାଙ୍କି ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

ସାପକାମୁଡ଼ାରେ ଛାତ୍ରଙ୍କ ମୃତ୍ୟୁ: ବିଦ୍ୟାଳୟରେ ପଶି ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ଘେରିଲେ ଗ୍ରାମବାସୀ, ପ୍ରଧାନଶିକ୍ଷୟିତ୍ରୀଙ୍କ ନିଲମ୍ବନ ପରେ…

ବୈଶିଙ୍ଗା,୧୧ା୭(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ପ୍ରାଥମିକ ବିଦ୍ୟାଳୟର ଜନୈକ ୫ମ ଶ୍ରେଣୀ ଛାତ୍ର ସାପକାମୁଡ଼ାରେ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ…

ଭାରତୀୟ ନୌସେନାରେ ସାମିଲ ହେଲା INS ମହେନ୍ଦ୍ରଗିରି, ଓଡ଼ିଶାକୁ ପ୍ରଶଂସା କଲେ ରାଜନାଥ

ବିଶାଖାପାଟଣା,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ବିଶାଖାପାଟଣା ଡକୟାର୍ଡରେ ପ୍ରାୟ ୭୫ ପ୍ରତିଶତ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧଜାହାଜ INS ମହେନ୍ଦ୍ରଗିରିକୁ ଲୋକାର୍ପିତ କରିଛନ୍ତି।…

କୋରାପୁଟର ଜ୍ୟୋତିରେଖାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା, କହିଲେ ଆର୍ଥିକ ବିକାଶରେ…

କୋରାପୁଟ,୧୧ା୭(ଅମିତାଭ ବେହେରା): ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ସକ୍ରିୟ ଅଂଶଗ୍ରହଣ ଓ ଗଠନମୂଳକ ପରାମର୍ଶ ପାଇଁ ଜିଲାସ୍ତରୀୟ ମହାସଂଘର ସଭାପତି ଜ୍ୟୋତିରେଖା ଚେଟ୍ଟୀଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା…

IPL in Australia: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ IPL ମ୍ୟାଚ? ବିସିସିଆଇକୁ ଖୋଲା ପ୍ରସ୍ତାବ ଦେଲା CA

ନୂଆଦିଲ୍ଲୀ,୧୧।୭: ଆଗାମୀ ବିଗ ବ୍ୟାସ ଲିଗ (BBL) ସିଜିନର ଉଦଘାଟନୀ ମ୍ୟାଚ ଭାରତରେ ଅନୁଷ୍ଠିତ ହେବ ବୋଲି ନିଶ୍ଚିତ ହୋଇଛି। ଏହି ମ୍ୟାଚ ଚେନ୍ନାଇର ଚେପକ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri