ଦେଶରେ ପ୍ରତିବର୍ଷ ୧୫ ଦିନ କରାଯାଉ ଲକ୍‌ଡାଉନ !

ନୂଆଦିଲ୍ଲୀ,୮।୫: କେବଳ ଭାରତ ନୁହେଁ ସାରା ବିଶ୍ୱରେ କରୋନା ସଂକ୍ରମଣରେ ପାଖାପଖି ଅଢେଇ ଲକ୍ଷ ଲୋକଙ୍କ ଜୀବନ ଗଲାଣି। ଏହା ସାରା ବିଶ୍ୱରେ ତାଣ୍ଡବ ରଚିଛି। ଭାରତରେ ମଧ୍ୟ କରୋନା ଭାଇରସ ସଂକ୍ରମଣକୁ ଦେଖି ମେ’ ୧୭ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ଅଧିକାଂଶ ଲୋକେ ଘରେ ରହୁଥିବା ବେଳେ କଳକାରଖାନା ମଧ୍ୟ ବନ୍ଦ ରହିଛି। ତେବେ ଏହି ଲକ୍‌ଡାଉନ ସମୟରେ ସବୁଠାରୁ ବଡ ଲାଭ ହୋଇଛି ବାୟୁ ଓ ଜଳ ପ୍ରଦୂଷଣର ମାତ୍ରା ଅନେକ ପରିମାଣରେ କମ୍‌ ହୋଇଯାଇଛି। ବର୍ଷ ବର୍ଷ ଧରି ଯେଉଁ ଆକାଶ ସଫା ଦେଖାଯାଉ ନ ଥିଲା ତାହା ଏବେ ନିର୍ମଳ ଦେଖାଯାଉଛି। ଏହାକୁ ଦେଖି ବୁଧବାର ସୁପ୍ରିମକୋର୍ଟ ବିଚାରପତି ପଦରୁ ଇସ୍ତଫା ଦେଇଥିବା ବିଚାରପତି ଦୀପକ ଗୁପ୍ତା କହିଛନ୍ତି ପ୍ରତିବର୍ଷ ଦେଶରେ ୧୫ ଦିନ ଲକ୍‌ଡାଉନ୍‌ ଘୋଷଣା କରାଯିବା ଉଚିତ୍‌। କାରଣ ଗତ ୩୫ ବର୍ଷ ମଧ୍ୟରେ ସୁପ୍ରିମକୋର୍ଟ ଯାହା କରିପାରି ନ ଥିଲା ତାହା ଆଜି କୋଭିଡ-୧୯ କରିପାରିଛି ବୋଲି ସେ କହିଛନ୍ତି। ତେବେ ଏହା ପୂର୍ବରୁ ପରିବେଶ ପ୍ରଦୂଷଣକୁ ନେଇ ସରକାରଙ୍କ ଆନ୍ତରିକତା ଏତେଟା ନ ଥିବାରୁ ଏହା ସମ୍ଭବ ହୋଇ ପାରି ନ ଥିଲା ବୋଲି ମଧ୍ୟ ସେ କହିଛନ୍ତି। ତେବେ ଆଜି ପରିବେଷ ପ୍ରଦୂଷଣ ଯେଉଁ ପରିମାଣରେ କମ୍‌ ହୋଇଛି ତାହା ଲକ୍‌ଡାଉନର ୧୫ ଦିନ ମଧ୍ୟରେ ଲକ୍ଷ୍ୟ କରାଯାଇଥିଲା ବୋଲି ସେ କହିଛନ୍ତି। ତେଣୁ ପ୍ରତିବର୍ଷ ଦେଶରେ ୧୫ ଦିନିଆ ଲକ୍‌ଡାଉନ ଘୋଷଣା କରାଗଲେ ଭଲ ବୋଲି ବିଚାରପତି ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ଆନ୍ଦୋଳନକୁ ନେଇ କଂଗ୍ରେସ କଲା ବଡ଼ ପ୍ଲାନ! ଛାନିଆ ହେଲେ କେନ୍ଦ୍ର ସରକାର, ରାଜନୀତିରେ ଚହଳ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ଜୀବନ ସଞ୍ଚାର କରୁଛି। ଜୁଲାଇ ୨୦ ତାରିଖରେ…

CJPର ଆନ୍ଦୋଳନ ପରେ ସୋସିଆଲ ମିଡିଆରେ ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୨୨।୭: CJP (ସିଜେପି)ର ‘ଚଲୋ ସଂସଦ’ ପ୍ରଦର୍ଶନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ସାର୍ବଜନୀନ ପ୍ରତିକ୍ରିୟା ରଖିଛନ୍ତି। ସେ କଂଗ୍ରେସ ନେତା…

ରାହୁଲ ଗାନ୍ଧୀଙ୍କ ପିଏମ ଆବାସ ସମ୍ମୁଖରେ ଆନ୍ଦୋଳନ ପରେ ପଡିଲା ପ୍ରଭାବ: ସରକାରଙ୍କ ପକ୍ଷରୁ…

ନୂଆଦିଲ୍ଲୀ,୨୨।୭: NEET ପରୀକ୍ଷା ବିବାଦକୁ ନେଇ ବିରୋଧୀଙ୍କ ପ୍ରଦର୍ଶନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଭିତରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଜବାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri