ଦେବାଳୟର ସ୍ମୃତିଚିହ୍ନ ବହନ କରୁଥିବାରୁ ଦେଉଳସାହି

କଟକ ଅଫିସ, ୨୭।୧୨: ବାଉନ ବଜାର ତେପନ ଗଳିର ସହର କଟକ। ଯଦିଓ ଏବେ ବାଉନ ବଦଳରେ ଶହେ ବଜାର, ହଜାରେ ଗଳି ସୃଷ୍ଟି ହେଲାଣି ତଥାପି କଟକ ସହିତ ଏହି ଢଗଟି ଚିରକାଳଧରି ଅମର ରହିଛି। ପ୍ରାଚୀନ ଏହି ସହରର ପ୍ରତ୍ୟେକ ଗଳି ଓ କନ୍ଦି ପଛରେ ରହିଛି ଇତିହାସ ଓ ଅନେକ କାହାଣୀ। ଏହି କାହାଣୀଗୁଡ଼ିକ ଯେତିକି ରୋଚକ ସେତିକି ଶିକ୍ଷଣୀୟ ମଧ୍ୟ। କଟକର ସାହି, ବସ୍ତି ଓ ବଜାର ସହିତ ଯୋଡି ହୋଇ ରହିଥିବା କାହାଣୀକୁ ଲୋକଲୋଚନକୁ ଆଣିବା ନିମନ୍ତେ ଆମର ଏହି ପ୍ରୟାସ। ଧରିତ୍ରୀର ହସ୍ତଗତ ହୋଇଥିବା ୨୦୦ ବର୍ଷ ତଳର ଏକ ପ୍ରାଚୀନ ନଥିପତ୍ରକୁ ଆଧାର କରି ଏହି ସ୍ବତନ୍ତ୍ର ସ୍ତମ୍ଭ ପ୍ରସ୍ତୁତ କରାଯାଉଛି। ତତ୍କାଳୀନ ଚିଫ୍‌ ସେକ୍ରେଟାରି ଅଫ ଗଭନର୍ର୍ମେଣ୍ଟ ଜଜ୍‌ ଡୁଡୁସ୍‌ୱେଲ ଏସକୋୟାରଙ୍କ ଲିଖିତ ଏହି ନଥିପତ୍ର କଟକ ଉପରେ ଅନେକ ଚମତ୍କାର ତଥ୍ୟ ପ୍ରଦାନ କରୁଛି। ଏହି କ୍ରମରେ କଟକର ଦେଉଳ ସାହି ଉପରେ ଆମର ସ୍ବତନ୍ତ୍ର ଉପସ୍ଥାପନା…
ଦେଉଳସାହି ନାମ ପଛରେ ଏକ କିମ୍ବଦନ୍ତୀ ରହିଛି। ରାଜା ଅନଙ୍ଗଭୀମ ଦେବଙ୍କ ରାଜତ୍ୱ ସମୟରେ ଦେଉଳ ସାହି ଅଞ୍ଚଳରେ ପୁରୁଷୋତ୍ତମ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ଏହି ସ୍ଥାନର ନାମ ଦେବକୁଳ ଦେଉଳ ଥିଲା। ସେହି ଦେବାଳୟର ସ୍ମୃତିଚିହ୍ନ ବହନ କରୁଥିବାରୁ ଏହି ସାହିର ନାମ ଦେଉଳ ସାହି ରହିଛି।

ଓ୍ବାର୍ଡ ଓ ଲୋକସଂଖ୍ୟା
କଟକ ମହାନଗର ନିଗମ ଅନ୍ତର୍ଗତ ୭, ୮ ଓ ୯ ନମ୍ବର ୱାର୍ଡକୁ ନେଇ ଦେଉଳସାହି ପରିବ୍ୟାପ୍ତ। ଏବେ ଏଠାକାର ଲୋକସଂଖ୍ୟା ୧୩ ହଜାରରୁ ଊର୍ଦ୍ଧ୍ୱ।
ଏଠାରେ କ’ଣ ରହିଛି…
ଦେଉଳ ସାହିରେ ରଘୁନାଥଜୀୟୁ ଉଚ୍ଚ ବିଦ୍ୟାପୀଠ ଓ ରଘୁନାଥଜୀୟୁ ମହାବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ରହିଛି। ସେହିପରି ଏହି ସାହିରେ ରାମ ଲିଙ୍ଗେଶ୍ୱର ମଠ, ଗ୍ରାମଦେବତୀ ମା’ ସ୍ବର୍ଣ୍ଣଦେବୀ ମନ୍ଦିର, କୁଞ୍ଜବିହାରୀ ଭାଗବତ ଟୁଙ୍ଗି, ତ୍ରିନାଥ ମନ୍ଦିର, ହନୁମାନ ମନ୍ଦିର, କାଳୀ ମନ୍ଦିର, ସାଇ କୁଟୀର ଓ ମଙ୍ଗଳା ମନ୍ଦିର ରହିଛି। ଏଥିସହ ସାହିରେ ଦେଉଳ ସାହି ଦୁର୍ଗାପୂଜା କମିଟି, ପୋଲିସ କଲୋନୀ କାଳୀପୂଜା କମିଟି, ସେଲ୍ଟର ଛକ କାର୍ତ୍ତିକେଶ୍ୱର ପୂଜା କମିଟି ଅଛି। ବିଭିନ୍ନ ସାମାଜିକ କାର୍ଯ୍ୟଠାରୁ ଆରମ୍ଭ କରି ପର୍ବପର୍ବାଣିରେ ମୋଟ୍‌ ୬ଟି କ୍ଲବର ସଦସ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ଏହି କ୍ଲବଗୁଡିକ ହେଉଛି ଡେଫ୍‌ ଅଫ୍‌ କ୍ଲବ, ଗଣପତି କ୍ଲବ, ବାବାସାହେବ କ୍ଲବ, ରାଧାଗୋବିନ୍ଦ କ୍ଲବ, ମହାବୀର କିଶୋର କ୍ଲବ ଓ ୱଷ୍ଟେନ ମହାବୀର କ୍ଲବ।

ଏଠାକାର ସମସ୍ୟା
ଏହି ସାହିରେ ଦୀର୍ଘଦିନ ଧରି ରାସ୍ତା ସମସ୍ୟା ରହିଛି। ଏଥିସହିତ ରାସ୍ତାର ଉଭୟ ପାର୍ଶ୍ୱରେ ପୋତାହୋଇଥିବା ବିଦ୍ୟୁତ ଖୁଣ୍ଟ ବିପଜ୍ଜନକ ଅବସ୍ଥାରେ ରହିଛି। ଏଥିଯୋଗୁ ଯାତାୟତ କରୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି। ଏ ନେଇ ବାରମ୍ବାର ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉ ନ ଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି।

ସାହିରେ ଲୋକମାନେ ମିଳିମିଶି ରୁହନ୍ତି। ସବୁଠୁ ବଡକଥା ହେଉଛି ସାହିରେ ସମସ୍ତେ ଭାଇ ଚାରାରେ ବିଶ୍ୱାସ ରଖନ୍ତି। କାହାର କିଛି ଅସୁବିଧା ହେଲେ ସମସ୍ତେ ସାହାଯ୍ୟର ହାତ ବଢାଇଥାନ୍ତି।
-ଶିବପ୍ରସାଦ ନାୟକ, ସାହି ସଭାପତି
ସାହିରେ ଯାହା କିଛି କାର୍ଯ୍ୟ ହୁଏ ଏଥିପାଇଁ ସମସ୍ତ କ୍ଲବର ଯୁବକ ଆଗେଇ ଆସିଥାନ୍ତି। ଏଥିସହିତ ବାର ମାସରେ ତେର ପର୍ବ ସାହିରେ ପାଳନ କରାଯାଇଥାଏ। କ୍ଲବଗୁଡିକ ଏହାର ପରିଚାଳନା ଦାୟିତ୍ୱରେ ରହିଥାନ୍ତି। ଅସହାୟ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ ଏହି କ୍ଲବର ସଦସ୍ୟମାନେ ସାହାଯ୍ୟ କରିଥାନ୍ତି।
-ସତ୍ୟରଞ୍ଜନ ମଲ୍ଲିକ, ଯୁବକ


Enter your email to get our daily news in your inbox.

All Right Reserved By Dharitri.Com

‘ଘର ଭାଙ୍ଗୁଥିବା ମହିଳାଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ’: ପ୍ରେମିକାଙ୍କୁ ଧରି ବୁଲୁଥିବା ମାମୁ ଶ୍ୱଶୁର ଗୋବିନ୍ଦାଙ୍କ ବିରୋଧରେ ଏମିତି କହିଲେ…

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତା ଗୋବିନ୍ଦା, ତାଙ୍କ ପତ୍ନୀ ସୁନୀତା ଆହୁଜା ଏବଂ ଅଭିନେତ୍ରୀ କୋମଲ ରାନୀଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏବେ ଗୋବିନ୍ଦାଙ୍କ ଭାଣେଜୀ-ବୋହୂ…

ତରକାରୀ ମାଗିବା ବାହାନାରେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର! ଦେଢ଼ଶୁର ଗିରଫ

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ…

ସମ୍ବଲପୁର DRUCC ସଦସ୍ୟ ଭାବେ ମନୋନୀତ ହେଲେ ରମଣୀ ରଞ୍ଜନ ବେହେରା

ବରଗଡ଼, ୨୩।୯ (ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ରେଳପଥ ମଣ୍ଡଳ (ଡିଭିଜନ୍)ର ‘ଡିଭିଜନାଲ୍ ରେଲୱେ ୟୁଜର୍ସ କନସଲଟେଟିଭ୍ କମିଟି’ (DRUCC) ର ନୂତନ ସଦସ୍ୟ ଭାବେ ବରଗଡ଼ର ଜଣାଶୁଣା…

କିଛି ଘଣ୍ଟାରେ ସ୍ଥଳଭାଗ ଛୁଇଁବ ଗଭୀର ଅବପାତ; ଏହି ସ୍ଥାନରେ ହେବ ଲ୍ୟାଣ୍ଡଫଲ୍! ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ବର,୨୩ା୯: ସ୍ଥଳଭାଗ ଆଡକୁ ମାଡ଼ିଆସୁଛି ଗଭୀର ଅବପାତ । ଗତ ୬ ଘଣ୍ଟା ଧରି ୭କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି । ଏପଟେ ବର୍ଷାର ପରିମାଣ…

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

“କାହିଁକି ଜମିକୁ ପାଣି ଛାଡ଼ୁନୁ?” ଯୁବକଙ୍କ ବେକ-ହାତକୁ ଦା’ରେ ହାଣି ପ୍ରତିଶୋଧ, ଅଭିଯୁକ୍ତକୁ ଖୋଜୁଛି ପୋଲିସ

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଚାଷଜମିକୁ ପାଣି ଛାଡ଼ିବାକୁ କେନ୍ଦ୍ର କରି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମରେ ଏକ ସାଂଘାତିକ ଆକ୍ରମଣ ଘଟଣା…

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?