ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ: ଗୋଆ କାର୍ବନ କମ୍ପାନୀ ଆଗରେ ଉତ୍ତେଜନା

ପାରାଦୀପ,୫ା୬(ସ୍ବ.ପ୍ର.): ୪ ଦିନ ତଳେ ହୋଇଥିବା ଦୁର୍ଘଟଣାରେ ଗୁରୁତର ଆହତ ଜଣେ ଶ୍ରମିକଙ୍କ ମଙ୍ଗଳବାର ମୃତ୍ୟୁ ଘଟିବାକୁ ନେଇ ପାରାଦୀପସ୍ଥିତ ଗୋଆ କାର୍ବନ କମ୍ପାନୀ ଆଗରେ ଉତ୍ତେଜନା ପ୍ରକାଶ ପାଇଛି। ଶ୍ରମିକମାନେ କାରଖାନା ଫାଟକ ଆଗରେ ମୃତଦେହ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ କମ୍ପାନୀ କର୍ତ୍ତୃପକ୍ଷ ମୃତକଙ୍କ ପରିବାରର ଜଣଙ୍କୁ ଚାକିରି ଓ ୫୦ ହଜାର ଟଙ୍କା ସହାୟତା ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାତି ୮ଟାରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ପ୍ରକାଶ ଯେ, ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ କୋଠି ପଞ୍ଚାୟତ ଅଧୀନ ଝିମାଣୀ ଗ୍ରାମର ରମେଶ ବେହେରା ଏହି କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ଗତ ୩୦ ତାରିଖରେ ସେ କାମକୁ ଆସିବାବେଳେ ଦୁର୍ଘଟଣା ଘଟିଥିଲା। ତାଙ୍କୁ ଗୁରତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି। ଏହି ଖବର ପ୍ରଚାରିତ ହେବା ପରେ ସାଥି ଶ୍ରମିକ ଓ ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ କାରଖାନା ଆଗରେ ଧାରଣା ଦିଆଯାଇଥିଲା। ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଓ ପରିବାରର ଜଣଙ୍କୁ ଚାକିରି ପ୍ରଦାନ କରିବାକୁ ସେମାନେ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ସତ୍ୟସାରଥିଙ୍କ ପ୍ରାର୍ଥିତ୍ୱକୁ ନେଇ ଅଡୁଆ ବଢୁଛି

ଜଗତ୍‌ସିଂହପୁର, ୧୭ା୪ (ପ୍ରମୋଦ କୁମାର ନାୟକ):ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସତ୍ୟସାରଥି ମହାନ୍ତି ଭାଜପା ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଏହି ଘୋଷଣା ପରେ ଦଳ ପାଇଁ...

ଜଗତ୍‌ସିଂହପୁର, ବାଲିକୁଦା-ଏରସମାରେ ଝଡ଼ ପୂର୍ବର ନୀରବତା

ଜଗତ୍‌ସିଂହପୁର,୧୫ା୪ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାରେ ଜଗତ୍‌ସିଂହପୁର ଓ ବାଲିକୁଦା-ଏରସମା ବିଧାନସଭା ଆସନରେ ଟିକେଟରୁ ବଞ୍ଚତ୍ତ କେତେଜଣ ନେତା ଅନ୍ୟ ଦଳ କିମ୍ବା ସ୍ବାଧୀନ...

୬୧ ଦିନ ଯାଏ ମାଛ ଧରିବା ମନା

ପାରାଦୀପ,୧୫।୪(ଶରତ ରାଉତ): ପାରାଦୀପ ମାଛଧରା ବନ୍ଦର ସମେତ ରାଜ୍ୟର ସମସ୍ତ ଉପକୂଳ ଜିଲାରେ ସୋମବାରଠାରୁ ୬୧ ଦିନ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି।...

ଭାଜପା ଭୋଟ ହାତେଇବାକୁ ବିଜେଡି, କଂଗ୍ରେସର ପ୍ରୟାସ

ଜଗତ୍‌ସିଂହପୁର, ୧୪ା୪ (ପ୍ରମୋଦ କୁମାର ନାୟକ)ରାଜ୍ୟରେ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ବତନ୍ତ୍ରତା ରହିଛି। କାରଣ ଏହି ନିର୍ବାଚନମଣ୍ଡଳୀରୁ ନିଶାମଣି ଖୁଣ୍ଟିଆ, ପ୍ରତାପ ଚନ୍ଦ୍ର ମହାନ୍ତି...

ବିକ୍ରି ହେଉଛି ନିଷେଧ ଔଷଧ

ଜଗତ୍‌ସିଂହପୁର,୧୪।୪ (ପ୍ରମୋଦ କୁମାର ନାୟକ)ଅନେକ ସମୟରେ ଦେଖାଯାଉଛି ରୋଗୀ ଠିକ୍‌ ଔଷଧ ସେବନ କରିପାରୁନାହାନ୍ତି। ଏନେଇ ଯେଉଁସବୁ କାରଣ ଥାଉ ନା କାହିଁକି ଭୁଲ୍‌ ଓ...

ପାରାଦୀପରୁ ଲଢ଼ିବେ ଗୀତାଞ୍ଜଳି ରାଉତରାୟ, ସମ୍ବିତଙ୍କୁ ମିଳିଲାନି ଟିକେଟ୍

ଭୁବନେଶ୍ୱର,୧୧।୪: ଗୁରୁବାର ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ପାରାଦୀପ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri