ଦୀପାବଳି ଓ ପ୍ରଦୂଷଣ

”ଶବ୍ଦ ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ସ୍ବଳ୍ପ ଡେସିବେଲଯୁକ୍ତ ଶବ୍ଦ ବାଣ ଫୁଟାଇବା ଦରକାର । ଅଧିକ ଶବ୍ଦ କରୁଥିବା ବାଣ କେବଳ ଶ୍ରବଣ ଶକ୍ତିକୁ ଗଭୀର ଭାବରେ ପ୍ରଭାବିତ କରି ନ ଥାଏ ଏଥିରୁ ନିର୍ଗତ ବିଷାକ୍ତ ରାସାୟନିକ ତତ୍ତ୍ୱ ଦ୍ୱାରା ପରିବେଶ ପ୍ରଦୂଷିତ ହୋଇଥାଏ। ତେଣୁ ପରିବେଶକୁ ପ୍ରଦୂଷିତ ନ କରିବା ଭଳି ବାଣ ଫୁଟାଇବା ଆବଶ୍ୟକ।“

ଆଲୋକର ପର୍ବ ଦୀପାବଳି। ଏହି ପର୍ବରେ ବିଭିନ୍ନ ପ୍ରକାର ବାଣ ଫୁଟାଯାଇଥାଏ। ଆଲୋକ ଏବଂ ଶବ୍ଦର ମାହୋଲ ସିନା ମନକୁ କ୍ଷଣିକ ଆନନ୍ଦ ଦିଏ, ହେଲେ ତାହାର କୁପ୍ରଭାବ ପରିବେଶ ଏବଂ ସମାଜ ଉପରେ ପଡ଼ିଥାଏ। ବାଣ ଫୁଟାଇବା ବେଳେ ଅନେକେ ଆହତ ହୋଇଥାଆନ୍ତି। କେତେକେ ଏହାର ରାସାୟନିକ ବାଷ୍ପ ସଂସ୍ପର୍ଶରେ ଆସି ଅସୁସ୍ଥ ଅନୁଭବ କରନ୍ତି। ବିଶେଷଭାବରେ ବାଣର ଶଦ୍ଦ ଆମର ଶ୍ରବଣ ଶକ୍ତିକୁ ଅଧିକ ପ୍ରଭାବିତ କରିଥାଏ। କେବଳ ଦୀପାବଳି ନୁହେଁ, ମୂର୍ତ୍ତି ବିସର୍ଜନ ସମୟରେ ଫୁଟା ଯାଉଥିବା ବାଣ ଓ ଆସତବାଜିରୁ ଅନେକ ବିଷାକ୍ତ ଗ୍ୟାସ ନିର୍ଗତ ହୋଇଥାଏ। ସେଗୁଡ଼ିକ ମଧ୍ୟରେ ପ୍ରମୁଖ ହେଲା-ସଲଫର ଡାଇଅକ୍ସାଇଡ୍‌, ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌, କାର୍ବନ ମନୋକ୍ସୋଇଡ ଇତ୍ୟାଦି। ଏଗୁଡିକ ବାୟୁ ପ୍ରଦୂଷଣ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଶ୍ୱାସ ରୋଗ ଯଥା ଆଜ୍‌ମା ଏବଂ ବ୍ରୋଙ୍କାଇଟିସ୍‌ ଇତ୍ୟାଦି ସୃଷ୍ଟି କରିଥାଏ।
ପୂଜା ମଞ୍ଚ ଏବଂ ପୂଜା ଅବସରରେ ଆୟୋଜିତ ମେଲୋଡି, ଭସାଣି ସମୟରେ କୋଳାହଳ ଏବଂ ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ଶବ୍ଦଉତ୍ସ-ମାଇକ୍‌, ଲାଉଡ୍‌ସ୍ପିକର, ଡିଜେ ଇତ୍ୟାଦିର ବ୍ୟବହାର ଆଜିକାଲି ପୂଜାର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଗଲାଣି। ଏସବୁ ଅଧିକ ଡେସିବେଲ (ଶବ୍ଦ ତୀବ୍ରତାର ମାପକ) ଯୁକ୍ତ ଧ୍ୱନି ନିର୍ଗତ କରିଥାଆନ୍ତି, ଯାହା ଶ୍ରବଣ ଶକ୍ତିର ଅବକ୍ଷୟ, ଉଚ୍ଚ ରକ୍ତଚାପ, ହୃଦ୍‌ଘାତ, ଅନିଦ୍ରା ଏବଂ ମାନସିକ ଅବସାଦ ଇତ୍ୟାଦି ସ୍ବାସ୍ଥ୍ୟଗତ ସମସ୍ୟାମାନ ସୃଷ୍ଟି କରିଥାଏ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ପୂଜା ସମୟରେ କୋଳାହଳର ସର୍ବୋଚ୍ଚ ସୀମାକୁ ୬୫ ଡେସିବେଲ ମାତ୍ରାରେ ସୀମିତ ରଖାଯାଇଛି। ହେଲେ ବେଳେବେଳେ କେତେକ କ୍ଷେତ୍ରରେ ଏହା ୧୦୦ ଡେସିବେଲ ଟପି ଯାଉଥିବାର ଦୃଷ୍ଟାନ୍ତ ରହିଛି। ଶବ୍ଦ ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ସ୍ବଳ୍ପ ଡେସିବେଲଯୁକ୍ତ ଶବ୍ଦ ବାଣ ଫୁଟାଇବା ଦରକାର। ଅଧିକ ଶବ୍ଦ କରୁଥିବା ବାଣ କେବଳ ଶ୍ରବଣ ଶକ୍ତିକୁ ଗଭୀର ଭାବରେ ପ୍ରଭାବିତ କରି ନ ଥାଏ ଏଥିରୁ ନିର୍ଗତ ବିଷାକ୍ତ ରାସାୟନିକ ତତ୍ତ୍ୱ ଦ୍ୱାରା ପରିବେଶ ପ୍ରଦୂଷିତ ହୋଇଥାଏ। ତେଣୁ ପରିବେଶକୁ ପ୍ରଦୂଷିତ ନ କରିବା ଭଳି ବାଣ ଫୁଟାଇବା ଆବଶ୍ୟକ। କେବଳ ସେତିକି ନୁହେଁ ବାଣ ଫୁଟାଇବା ସମୟରେ ଆମେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଦରକାର। ଏହି ସମୟରେ ନିଅଁା ଲାଗିଯିବାର ଆଶଙ୍କା ଥାଏ। ତେଣୁ ଅଗ୍ନି ନିିର୍ବାପକ ଜିନିଷ-ବାଲି, ପାଣି ଆଦି ପାଖରେ ରଖନ୍ତୁ। ବାଣଠାରୁ ଯଥେଷ୍ଟ ଦୂରତାରେ ନିଜକୁ ରଖି ବାଣ ଫୁଟାନ୍ତୁ। ଛୋଟ ପିଲାଙ୍କୁ ବାଣ ଫୁଟାଇବାକୁ ଦିଅନ୍ତୁ ନାହିଁ। କାରଣ ଅସାବଧାନତାରୁ ସେମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ବାଣ ଫୁଟାଇବା ସମୟରେ ହୃଦ୍‌ରୋଗୀମାନେ ଏହାଠାରୁ ନିଜକୁ ଦୂରେଇ ରଖିବା ଦରକାର।
ବାଣ ଫୁଟାଇବା ଆଜିକାଲି ଏକ ସଉକ ପାଲଟିଗଲାଣି। ବିଶେଷଭାବରେ ଯୁବପିଢ଼ି ଅଧିକ ଶବ୍ଦ କରୁଥିବା ଏବଂ ବିଭିନ୍ନ ଷ୍ଟାଇଲ୍‌ର ବାଣ ଆଣି ଫୁଟାଇ ଥାଆନ୍ତି। ହେଲେ ଏହାର କୁପ୍ରଭାବ ସମ୍ପର୍କରେ ଅବଗତ ହେବା ଜରୁରୀ। ଏହି ସମୟରେ ଯଦି ଆମେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ତେବେ ଏହି ପର୍ବରୁ ବେଶ୍‌ ଆନନ୍ଦର ସହ ପାଳନ କରିପାରିବା।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଭୋପାଳ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri