ଥଇଥାନ ଦାବିରେ ଆନ୍ଦୋଳନ: ଦୋକାନ ବନ୍ଦ କଲେ ମାଛ, ମାଂସ ବିକ୍ରେତା ସଂଘ

ପାଲଲହଡା,୨୩।୧୧(ଡି.ଏନ.ଏ.) – ଥଇଥାନ ଦାବି କରିଥିବା ପାଲଲହଡ଼ା ଉପଖଣ୍ଡ ମାଛ, ମାଂସ ବିକ୍ରେତା ସଂଘ ପକ୍ଷରୁ ଶୁକ୍ରବାରଠାରୁ ଆନ୍ଦୋଳନ ଆରମ୍ଭ କରାଯାଇଛି। ସଂଘ ସୋମବାରଠାରୁ ଦୋକାନ ବନ୍ଦ କରିବାକୁ ପୂର୍ବରୁ ଘୋଷଣା କରିଥିବା ବେଳେ ଆଜି ସଦରମହକୁମାର ସମସ୍ତ ଆମିଷ ଦୋକାନ ବନ୍ଦ କରି ୨ ଘଣ୍ଟା ପାଇଁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ଦେଇଥିଲା।
ପ୍ରକାଶ ଯେ, ବହୁବର୍ଷରୁ ସ୍ଥାନୀୟ ବଜ଼ାର ନିକଟ ଦେବୋତ୍ତର ସ୍ଥାନରେ ଥିବା ମାଛ ମାଂସ ମାର୍କେଟକୁ କିଛିଦିନ ତଳେ ପ୍ରଶାସନ ଉଚ୍ଛେଦ କରିବା ପରେ କେତେକ ଦୋକାନୀ ନୂତନ ବାଇପାସ ନିକଟକୁ ଉଠିଯାଇଥିଲେ। ଆଉ କିଛି ଦୋକାନୀ ବିଭିନ୍ନ ଗଳି କନ୍ଦିରେ ଅସ୍ଥାୟୀ ଦୋକାନ ଖୋଲି ବେପାର ଆରମ୍ଭ କରିଥିଲେ। କିନ୍ତୁ ତାହାକୁ ମଧ୍ୟ ପ୍ରଶାସନ ବନ୍ଦ କରବା ପାଇଁ ନୋଟିସ ଦେଇଥିଲା। ଏ ନେଇ ବିକ୍ରେତା ସଂଘ ଏବଂ ପ୍ରଶାସନ ମଧ୍ୟରେ ଗତ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ତ ଦୋକାନ ସ୍ଥାନୀୟ ସାପ୍ତାହିକ ହାଟ ନିକଟରେ ଖୋଲିବାକୁ ପ୍ରଶାସନ ପ୍ରସ୍ତାବ ଦେଇଥିଲା। ତେବେ ପାଣି ଏବଂ ବିଦ୍ୟୁତ୍‌ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ସେଠାରେ ଦୋକାନ ଖୋଲା ଯାଇପାରିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯିବା ସହ ସୋମବାରଠାରୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲା।
ଏ ନେଇ ସଂଘ ସଭାପତି ସୁରେନ୍ଦ୍ର କୁମାର ନାୟକ କହିଛନ୍ତି, ଯେ ପର୍ଯ୍ୟନ୍ତ ଉଚ୍ଛେଦ ଦୋକାନୀଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ଦେଇ ପ୍ରଶାସନ ଥଇଥାନ ନ କରିଛି, ସେ ଯାଏ ଅଞ୍ଚଳରେ କୌଣସି ଆମିଷ ଦୋକାନ ଖୋଲାଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri