Posted inଖେଳ

ତ୍ରିରାଷ୍ଟ୍ରୀୟ ଜୁନିୟର ମହିଳା ହକି: ପରାଜୟ ସତ୍ତ୍ୱେ ଭାରତ ଚାମ୍ପିୟନ

କାନବେରା,୯।୧୨(ପି.ଟି.)-  ଭାରତୀୟ ଜୁନିୟର ମହିଳା ହକି ଦଳ ଏଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ହକି ସିରିଜ୍‌ରେ ପ୍ରଥମ ପରାଜୟ ବରଣ କରିଥିଲେ ହେଁ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ୪ର୍ଥ ମ୍ୟାଚ୍‌ରେ ଭାରତ ୧-୨ ଗୋଲରେ ଅଷ୍ଟ୍ରେଲିଆଠାରୁ ହାରିଛି। ତ୍ରିରାଷ୍ଟ୍ରୀୟରେ ଭାରତର ଏହାଥିଲା ପ୍ରଥମ ପରାଜୟ। ଦଳ ମୋଟ ୪ ମ୍ୟାଚ୍‌ ଖେଳି ୭ ପଏଣ୍ଟ ପାଇଛି। ଅଷ୍ଟ୍ରେଲିଆ ସମାନ ପଏଣ୍ଟ ପାଇଥିଲେ ହେଁ ଗୋଲ ବ୍ୟବଧାନରେ ଭାରତ ବାଜି ମାରିଛି। ୩ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ୩ୟ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ପ୍ରତିଯୋଗିତାରେ ଭାରତ ଏହାର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୨-୦ ଗୋଲରେ ହରାଇଥିବାବେଳେ ଅଷ୍ଟ୍ରେଲିଆ ସହିତ ୧-୧ରେ ମ୍ୟାଚ ଡ୍ର ରଖିଥିଲା। ପରବର୍ତ୍ତୀ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪-୧ ଗୋଲରେ ହରାଇ ଟାଇଟଲ ଫେଭରାଇଟ ହୋଇ ଯାଇଥିଲା। ଅନ୍ୟ ପକ୍ଷରେ ନିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ୧-୩ ଗୋଲରେ ହାରିଥିବା ଅଷ୍ଟ୍ରେଲିଆ ଭାରତ ବିପକ୍ଷ ମ୍ୟାଚକୁ ଡ୍ର ରଖିବାପରେ ନ୍ୟୁଜିଲାଣ୍ଡକୁ ୩-୧ ଗୋଲରେ ହରାଇଥିଲା।
ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଗଗନଦୀପ କୌର ଭାରତ ପାଇଁ ଏକମାତ୍ର ଗୋଲ ଦେଇଥିଲେ। ଘରୋଇ ଅଷ୍ଟ୍ରେଲିଆ ପକ୍ଷରୁ ଆବିଗେଲ ଓ୍ବିଲସନ ଡବଲ ଗୋଲ ସ୍କୋର କରିଥିଲେ। ମ୍ୟାଚ୍‌ର ପ୍ରଥମ କ୍ୱାର୍ଟର ଭାରତୀୟ ଦଳ ପାଇଁ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା। ଦଳ ପୂରା ଚାପରେ ରହିଥିଲା। ଘରୋଇ ଦଳକୁ ୧୫ତମ ମିନିଟ୍‌ରେ ମିଳିଥିବା ପେନାଲ୍ଟ କର୍ନରକୁ ଆବିଗେଲ ଓ୍ବିଲସନ ଗୋଲରେ ପରିଣତ କରିଥିଲେ। ଏହାକୁ ପରିଶୋଧ କରିବା ଲାଗି ଭାରତୀୟ ଦଳକୁ ଦ୍ୱିତୀୟ କ୍ୱାର୍ଟରରେ ପେନାଲ୍ଟି କର୍ନର ଜରିଆରେ ଦୁଇଟି ସୁଯୋଗ ମିଳିଥିଲା। ମାତ୍ର ଉଭୟ ଫଳ ଶୂନ୍ୟ ରହିଥିଲା। ତୃତୀୟ କ୍ୱାର୍ଟରରେ ଉଭୟ ଦଳ ବହୁ ସୁଯୋଗ ହାତଛଡ଼ା କରିଥିଲେ। କିନ୍ତୁ ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟର ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଭାରତୀୟ ଦଳର ଆକ୍ରମଣାତ୍ମକ ପ୍ରଦର୍ଶନ ଯୋଗୁ ଘରୋଇ ଅଷ୍ଟେଲିଆ ଦଳ ଚାପର ବଶବର୍ତ୍ତୀ ହୋଇ ତ୍ରୁଟି କରିଥିଲା। ଫଳରେ ୫୩ତମ ମିନିଟ୍‌ରେ ଭାରତକୁ ମିଳିଥିଲା ପେନାଲ୍ଟି କର୍ନର, ଯାହାର ଫାଇଦା ଉଠାଇ ଗଗନଦୀପ ସ୍କୋର କରି ମ୍ୟାଚ୍‌କୁ ସମାନ ସ୍ତରକୁ ଆଣିଥିଲେ। ମାତ୍ର ୩ ମିନିଟ୍‌ ପରେ ଆବିଗେଲ ମ୍ୟାଚ୍‌ର ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ଏହାପରେ ଭାରତୀୟ ଖେଳାଳିଙ୍କ ବହୁ ପ୍ରୟାସ ସତ୍ତ୍ୱେ ସ୍କୋର ଲାଇନ ଉପରେ କୌଣସି ପ୍ରଭାପ ପଡ଼ି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

ବୈଭବ ସୂର୍ଯ୍ୟବଂଶୀଙ୍କ ସଫଳତାର ରାଜ ଖୋଲିଲେ କୋଚ, ଆପଣବି ଜାଣିଲେ…

ନୂଆଦିଲ୍ଲୀ,୧୪।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବିସ୍ଫୋରକ ବ୍ୟାଟିଂରେ ସମସ୍ତଙ୍କୁ ମୋହିତ କରିଛନ୍ତି। କ୍ରିକେଟ ପ୍ରଶଂସକ ଏବଂ ପୂର୍ବତନ କ୍ରିକେଟରମାନେ ସମସ୍ତେ ତାଙ୍କ ବିସ୍ଫୋରକ ବ୍ୟାଟିଂ…

ଇତିହାସ ରଚିଲେ ଶୁବମନ ଗିଲ, ଓ୍ବାନ ଡେ କ୍ରିକେଟରେ ଏତିକି ରନ୍‌ କରି ପଛରେ ପକାଇଲେ…

ନୂଆଦିଲ୍ଲୀ,୧୪।୬: ଧର୍ମଶାଳାରେ ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ ରେ ଭାରତର ଏକଦିବସୀୟ ଅଧିନାୟକ ଶୁବମନ ଗିଲ ଏକ ବଡ଼ ରେକର୍ଡ ସ୍ଥାପନ କରିଛନ୍ତି। ବର୍ଷା ପ୍ରଭାବିତ…

Video: ଟିମ ଇଣ୍ଡିଆର ଡ୍ରେସିଂ ରୁମ କ୍ରିକେଟ: ବର୍ଷା ମଧ୍ୟରେ ଖେଳାଳିମାନେ ଏମିତି କଲେ ଟାଇମ ପାସ, ଏବେ ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୪।୬: ଶନିବାର ଭାରତୀୟ କ୍ରିକେଟ ଦଳ ଆଫଗାନିସ୍ତାନକୁ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଛି। ତଥାପି, ପ୍ରତି ଇନିଂସରେ ମ୍ୟାଚ…

କ୍ରିକେଟରଙ୍କୁ ମାଡ଼ ମାରିଲେ ପୋଲିସ, ଉତ୍ତେଜନା ପରେ ତିନି ପୋଲିସ କର୍ମଚାରୀ ନିଲମ୍ବିତ

ଢ଼ାକା,୧୪ା୬: ବାଂଲାଦେଶ କ୍ରିକେଟ୍ ବର୍ତ୍ତମାନ ଏକ ବିବାଦ ଯୋଗୁଁ ଚର୍ଚ୍ଚାରେ ରହିଛି । ବାଂଲାଦେଶୀ ସ୍ପିନର ନୟିମ ହାସନଙ୍କ ପ୍ରତି ଦୁର୍ବ୍ୟବହାର ଏବଂ ଆକ୍ରମଣ ହୋଇଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri