ତୁଷୁରାରେ ଆମ୍ବୁଲେନ୍ସ ସେବା: ରୁଗୀକୁ ନାଇଁ, ଭିଆଇପିକୁ ହଁ

 

ଗୁଡ଼ଭେଲା, ୨୫।୧ (ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ତୁଷୁରା ଏନ୍‌ଏସିରେ ଥିବାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରୁଗୀ ଆମ୍ବୁଲାନ୍ସ ସେବାରୁ ବଁଚିତ୍‌ ହେଉଥିଲାବେଲେ ଭିଆଇପିମାନକର ସେବାରେ ଲାଗୁଥିବାର ଅଭିଯୋଗ ହେଉଛେ। ଇ କେନ୍ଦ୍ରରେ ଗୁଟେ ୧୦୮ ଆମ୍ବୁଲାନ୍ସ ଆର ମହିଳା ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁକଁର ଦୁଆରା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପଁାଠିରୁ ଦିଆଯାଇଥିବାର ଗୁଟେ ଆମ୍ବୁଲାନ୍ସ ରହିଛେ। ହେଲେ ଦୁଇ ଆମ୍ବୁଲାନ୍ସରୁ ୧୦୮ଟା ସବୁବେଲେ ରୁଗୀକର କାମେ ଲାଗୁଥିଲାବେଲେ ଆରେଟା ପଡ଼ିପଡ଼ି ଖତ୍‌ ଖାଉଛେ। ହେଲେ ତୁଷୁରା ଏରୋଡ୍ରାମ ଫିଲ୍ଡରେ ଯଦି କେହେନ୍‌ସି ଭିଆଇପି ଉତ୍‌ରୁଛନ୍‌ ସେ ସମିଆରେ ଡାକ୍‌ତରଖାନାରେ ଖତ୍‌ ଖାଉଥିବାର ଆମ୍ବୁଲାନ୍ସ ସଂଗେ ସଂଗେ ଜୀବନ୍‌ ପାଇ ସେବାରେ ହାଜର ହେଇଯାଉଥିବାର ଦେଖ୍‌ବାକେ ମିଲୁଛେ। ଇ ଘଟନାକେ ନେଇ ସାଧାରନରେ ରୁଗୀକୁ ନାଇଁ ଭିଆଇପିକୁଁ ହଁ ବଲି ଚରଚା କରୁଛନ୍‌। ତୁଷୁରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଅଂଚଲର ପାଖାପାଖି ୫୦ଟା ଗଁାର ଲୋକ୍‌ ନିରଭର କରୁଥିଲାବେଲେ ରୁଗୀମାନେ ଆମ୍ବୁଲାନ୍ସ ସେବା ନାଇଁପାଇ କରି ଭଡ଼ା ଗାଡ଼ିରେ ଭୁବନେଶ୍ୱର, କଟକ, ବୁର୍ଲା, ବଲାଙ୍ଗୀର ଜିଲା ମୁଖିଆ ଡାକ୍‌ତରଖାନାକେ ଯାଉଛନ୍‌। ଇଥିର ସୁଯୋଗ ନେଇ ଭଡ଼ା ଗାଡ଼ି ମାଲିକମାନେ ବି ମନଇଛା ଦର ନେଉଥିବାର କେତେ ରୁଗୀକର ଲାଗେଲେସରମାନେ ଅଭିଯୋଗ କରିଛନ୍‌। ଇଆଡ଼େ ଘରୋଇ ଗାଡ଼ିମାନକେ ଆମ୍ବୁଲାନ୍ସ ଲେଖେଁ ସୁବିଧା ନଁାଇଁନ। ଭଡ଼ା ଗାଡ଼ିରେ ରୁଗୀକେ ନେଲାବେଲେ ଠିକ୍‌ନା ସମିଆରେ ଚିକିଛା ସୁବିଧା ନାଇଁପାଇ କରି ଅଧାବାଟେ ରୁଗୀର ଜୀବନ୍‌ ପଲେଇଯାଉଥିବାର ଲେଖେଁ ଘଟନାର ନଜିର ରହିଛେ। ଇ ବାବ୍‌ଦେ ତୁଷୁରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିଛା ଅଧ୍‌କାରୀ ଲଲାଟେନ୍ଦୁ ନାୟକକୁଁ ପଚ୍‌ରାଲାରୁ ଆମ୍ବୁଲାନ୍ସ ଲାଗି କେହେନ୍‌ସି ପରକାର ପଁାଠିର ବେବସ୍‌ତା ନଁାଇଁନ। ଯେନ୍‌ଥିରଲାଗି ଏନ୍‌ତା ଅବେବସ୍‌ତା ହେଉଛେ ବଲି ସେ କହିଥିଲେ। ଇ ଦିଗେ ଜିଲାପାଳ ଆର ବିଭାଗୀୟ ଉଚ କତୁରପକ୍ଷ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଅଂଚଲର ବୁଧିଜୀବୀମାନେ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ଦେଖାଇ ମୁଖ୍ୟମନ୍ତ୍ରୀ ବସ୍ ଚାଳକଙ୍କୁ ଧମକ ଦେଲେ ଦୁର୍ବୃତ୍ତ, କହିଲେ ଜୀବନରୁ…

ବଲାଙ୍ଗୀର,୨୦ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ବନମାଳ ଗାଁରେ ମୁଖ୍ୟମନ୍ତ୍ରୀ ବସ୍ କର୍ମଚାରୀଙ୍କୁ ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଗାଁ ଭିତରେ…

ଗୋ’ଶାଳା ପରିଚାଳନାରେ ଅବ୍ୟବସ୍ଥା ଅଭିଯୋଗ: ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି…

ବଲାଙ୍ଗୀର,୧୮ା୭(ସୁନିଲ କୁମାର ମହାନ୍ତି): ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା ସଂଗଠନ ପକ୍ଷରୁ ଶନିବାର ବଲାଙ୍ଗୀର ସହରର ପୃଥ୍ବୀରାଜ ଗୋ’ଶାଳାର ଅବ୍ୟବସ୍ଥା ଏବଂ ପରିଚାଳନା କମିଟିର ମନମୁଖୀ କାର୍ଯ୍ୟ…

୩ ଗାଁର ଲୋକଙ୍କୁ ଗାଁ ଛାଡ଼ିବାକୁ ନିର୍ଦ୍ଦେଶ, ଗ୍ରାମବାସୀ କହିଲେ ଦାବି ପୂରଣ ନ ହେଲେ…

ବଲାଙ୍ଗୀର,୧୭ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ଜଳଭଣ୍ଡାର ଭିତରେ ଥିବା କୁମିଆପାଲି ଗାଁର ଲୋକଙ୍କୁ ଗାଁ ଛାଡ଼ିବାକୁ ଲୋୟର ସୁକ୍‌ତେଲ ଥଇଥାନ, ପୁନର୍ବାସ, ଶିବିର ଓ…

ବଲାଙ୍ଗୀରରେ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହେଲା ରଥଯାତ୍ରା, ବର୍ଷାକୁ ଖାତିର ନକରି ରଥ ଟାଣିଲେ ମହିଳା ଭକ୍ତ

ବଲାଙ୍ଗୀର,୧୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ସୁରୁଖୁରୁରେ ରଥଯାତ୍ରା ପାଳିତ ହୋଇଯାଇଛି । ଅପରାହ୍ଣରେ ଗୋପାଲଜୀ ମନ୍ଦିରରୁ ଶ୍ରୀଜିଉଙ୍କୁ ରଥାରୂଢ଼ କରାଯିବା ପରେ ଶ୍ରଦ୍ଧାଳୁମାନେ ରଥ ଟାଣିଥିଲେ। ରଥକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri