ତଲାରିବନ୍ଧ ରାଜସ୍ବ ଗାଁ ମାନ୍ୟତା ପାଇବା ନେଇ ବିବାଦ ଡମସାହି ଗାଁ ଲୋକଙ୍କ ରାସ୍ତାରୋକୋ

ରଣପୁର,୩।୧୨(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ବ୍ଲକର ତଲାରିବନ୍ଧ ରାଜସ୍ବ ଗଁାର ମାନ୍ୟତା ପାଇବା ଜଣାପଡିବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ପ୍ରତିବାଦରେ ଡମସାହିଠାରେ ନୂଆ ଜଗନ୍ନାଥ ସଡକକୁ ସୋମବାର ପୂର୍ବାହ୍ନ ୭ଟାରୁ ଅପରାହ୍ନ ୪ଟା ଯାଏ ଅବରୋଧ କରାଯାଇଥିଲା। ତଲାରିବନ୍ଧ ନୂଆ ରାଜସ୍ବ ଗଁାର ମାନ୍ୟତା ପାଇବାକୁ ଯାଉଥିବାବେଳେ ଡମସାହି ମୌଜାର ଗୋଚର ଜମି, କାଜୁ ଜଙ୍ଗଲ ଓ ଦଳିତ ସାହି ବାଦ୍‌ ପଡିଯାଉଛି । ତେଣୁ ପ୍ରତିବାଦ କରି ଡମସାହି ଗଁା ଲୋକେ ରାସ୍ତାରୋକୋ କରିଥିଲେ। ରଣପୁର ତହସିଲଦାର ସୁଶାନ୍ତ କୁମାର ପତି ପୂର୍ବାହ୍ନରେ ଡମସାହିଠାରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା । ସନ୍ଧ୍ୟାରେ ନୟାଗଡ ଉପଜିଲାପାଳ ଲଗ୍ନଜିତ ରାଉତରାୟ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ । ଏ ସଂକ୍ରାନ୍ତରେ ସରକାରୀ ସ୍ତରରେ ପଦକ୍ଷେପ ନିଆ ଯାଉଥିବାରୁ ଉଚ୍ଚ ଅଧିକାରୀଙ୍କୁ ଭେଟି ସମାଧାନ କରିବାକୁ ଗଁାଲୋକଙ୍କୁ ପ୍ରସ୍ତାବ ଦେଇଥିଲେ । ଉପଜିଳାପାଳଙ୍କ ପ୍ରସ୍ତାବକୁ ମାନି ଗଁାଲୋକ ଅପରାହ୍ନ ୪ଟାରେ ରାସ୍ତାରୋକୋ ପ୍ରତ୍ୟାହୃତ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ହାଡୁ ନାଏକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ଦେବଗଡ଼,୨୩।୯(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ପୌରାଞ୍ଚଳ ରଜାମୁଣ୍ଡା ସାହିରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ନେଇ ଉତ୍ତେଜନା। ରଜାମୁଣ୍ଡା ଛକ ନିକଟ ପୁରୁଣା ଏନଏଚରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା…

ଅବସରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ପରଲୋକ

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ): ଛତ୍ରପୁର କୋର୍ଟ ଷ୍ଟେଶନ ସାହି ନିବାସୀ ତଥା ଅବସରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ପଟ୍ଟନାୟକ (୮୯)ଙ୍କ ବୁଧବାର ସକାଳେ ନିଜ ବାସଭବନରେ…

୨ ସୁଯୋଗ୍ୟ ସନ୍ତାନ ସରସ୍ବତୀ-ଜିତେନ୍ଦ୍ର ସମ୍ବର୍ଦ୍ଧିତ: ଅଞ୍ଚଳ ପାଇଁ ଆଣିଲେ ଗୌରବ

କର୍ଲାମୁଣ୍ଡା,୨୩।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପୌରକେଲା ଗ୍ରାମର ଶ୍ରୀରାମ ମଣ୍ଡପ ପରିସରରେ ମା’ ସୁନାମୁଖୀ ଯୁବ ସଂଗଠନ, ପୌରକେଲା ପକ୍ଷରୁ ମଙ୍ଗଳବାର…

SIR ପ୍ରକ୍ରିୟାକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ରଖିଲା ନିର୍ବାଚନ ଆୟୋଗ: କହିଲେ, ସମସ୍ତଙ୍କ ସହମତି କ୍ରମେ…

ନୂଆଦିଲ୍ଲୀ,୨୩।୯: ନିର୍ବାଚନ ଆୟୋଗଙ୍କ ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ ପ୍ରକ୍ରିୟା’ (SIR) ସମ୍ପର୍କରେ ‘ଇଣ୍ଡିଆନ ଏକ୍ସପ୍ରେସ’ର ଏକ ରିପୋର୍ଟ ପ୍ରକାଶ ପାଇବା ପରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି।…

ପେଟ୍ରୋଲ ଚିନ୍ତା ଦୂର! ଅକ୍ଟୋବରରେ ଆସିବ ୧୦୦%…ଗଡକରୀଙ୍କ ବଡ଼ ଘୋଷଣାକୁ ଦେଶରେ ଚହଳ

ନୂଆଦିଲ୍ଲୀ,୨୩।୯: E20 ପେଟ୍ରୋଲକୁ ନେଇ ଦେଶରେ ବିତର୍କ ଚାଲିଥିବା ବେଳେ ଇଥାନଲ ଇନ୍ଧନକୁ ନେଇ ପୁଣିଥରେ ସରକାରଙ୍କ ପକ୍ଷ ରଖିଛନ୍ତି କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ…

ପାଣିଘେରରେ ଛତ୍ରପୁର ପୌରପରିଷଦର ୩ ଅଞ୍ଚଳ

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ): ଗଭୀର ଅବପାତଜନିତ ବର୍ଷା ଲାଗିରହିଥିବା ବେଳେ ଛତ୍ରପୁର ସହରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ଆସ୍ତେ ଆସ୍ତେ…

ଉପକୂଳ ଆଡ଼କୁ ମାଡିଆସୁଛି ଗଭୀର ଅବପାତ: IMDର ବଡ଼ ସୂଚନା, ଆଜି ରାତି ସୁଦ୍ଧା…

ଭୁବନେଶ୍ୱର,୨୩।୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଡିପ ଡିପ୍ରେସନରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ ଏହି ପାଣିପାଗ ପ୍ରଣାଳୀ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ…

ସମୁଦ୍ର ଅଶାନ୍ତ: ଜେଟିରେ ବୁଡ଼ିଲା ଡଙ୍ଗା, ସ୍ଥାନୀୟ ମତ୍ସ୍ୟଜୀବୀ…

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ଉପକୁଳ ଜେଟିରେ ବନ୍ଧା ହୋଇଥିବା ମାଛ ଡଙ୍ଗା ବୁଡ଼ିଯିବା ଦେଖିବାକୁ ମିଳିଛି। ବଙ୍ଗୋପସାଗରରେ ସକ୍ରିୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?