Posted inରାଜ୍ୟ

ଢାବାରେ ନାବାଳକଙ୍କ ମୃତ୍ୟୁ ନେଇ ଲଙ୍କାକାଣ୍ଡ: ଆତ୍ମହତ୍ୟା ରୂପ ଦେବାରୁ ପୋଲିସକୁ ମାଡ଼

ବାଲିଆପାଳ,୨୭।୭ (ଡି.ଏନ.ଏ./ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ଇଡକୋ ଛକସ୍ଥିତ ରାଜଧାନୀ ଢାବାରେ କାମ କରୁଥିବା ଜଣେ ୧୫ ବର୍ଷର ନାବାଳକଙ୍କୁ ହତ୍ୟା କରାଯିବା ଅଭିଯୋଗ ନେଇ ସାରା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ସକାଳେ ଏହି ନାବାଳକଙ୍କ ମୃତଦେହ ଢାବାରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ବାଲିଆପାଳ ପୋଲିସ ପହଞ୍ଚି ଏହାକୁ ଏକ ଆତ୍ମହତ୍ୟା ଘଟଣା କହି ଫେରିଯାଇଥିଲା। ପରେ ପୂର୍ବାହ୍ନ ୯ଟା ବେଳକୁ ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇବା ସକାଶେ ପୋଲିସ ଆସିବାରୁ ସ୍ଥାନୀୟ ଲୋକେ ଓ ନାବାଳକଙ୍କ ପରିବାର ସହ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ଏହା ଆତ୍ମହତ୍ୟା ନୁହେଁ, ହତ୍ୟା ଘଟଣା ବୋଲି କହି ଗ୍ରାମବାସୀ ପୋଲିସ ସହ ଯୁକ୍ତିତର୍କ କରିଥିଲେ। ଉତ୍ତେଜନା ତୀବ୍ରରୂପ ନେବାରୁ ଆରମ୍ଭ ହୋଇଥିଲା ଲଙ୍କାକାଣ୍ଡ। ଲୋକେ ପୋଲିସକୁ ଗୋଡେଇ ଗୋଡେଇ ପିଟିଥିଲେ। ବାଲିଆପାଳ ଥାନାଧିକାରୀ ପ୍ରଭୁ କଲ୍ୟାଣ ଆଚାର୍ଯ୍ୟ ଏଥିରୁ ବର୍ତ୍ତି ନ ଥିଲେ। ଇଡକୋ ଛକ ଏକପ୍ରକାର ରଣକ୍ଷେତ୍ର ପାଲଟି ଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ଆଖପାଖ ଅଞ୍ଚଳର ଲୋକେ ରାସ୍ତାକୁ ଓହ୍ଲାଇ ଆସିଥିଲେ। ସେମାନେ ଇଡ୍‌କୋ ଛକସ୍ଥିତ ରାଜଧାନୀ ଢାବାକୁ ନିଅଁା ଲଗାଇ ପୋଡିଦେବା ସହ ଢାବା ମାଲିକଙ୍କ କଚୁଆପଡାସ୍ଥିତ ଘର ଉପରେ ଆକ୍ରମଣ କରିଥିଲେ। ତାଙ୍କ ଘରେ ମଧ୍ୟ ନିଅଁା ଲଗାଇ ଦିଆଯାଇଥିଲା। ଇଡକୋ ଛକରେ ଲୋକେ ରାସ୍ତା ଅବରୋଧ କରିବାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଏହି ସମୟରେ ଏସ୍‌ପି ବି. ଯୁଗଳ କିଶୋର ପୋଲିସ ଫୋର୍ସ ସହ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ରାସ୍ତାରୋକୋ କରିଥିବା ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ଦାବି ପୂରଣ କରାଯିବ ବୋଲି କୁହାଯିବାରୁ ୭ଘଣ୍ଟା ପରେ ରାସ୍ତାରୋକୋ ହଟିଥିଲା। ଅପରାହ୍ନରେ ନାବାଳକଙ୍କ ମୃତଦେହକୁ ବ୍ୟବଚ୍ଛେଦ ଲାଗି ବାଲେଶ୍ୱର ପଠାଯାଇଥିଲା।
ସ୍ଥାନୀୟ ଆନ୍ଦୋଳନକାରୀଙ୍କ ପକ୍ଷରୁ ଜଣାପଡିଛି ଯେ, ବାଲିଆପାଳ-ବସ୍ତା ରାସ୍ତାର ଇଡ୍‌କୋ ଛକରେ ଥିବା ରାଜଧାନୀ ଢାବା ଏବଂ ରେଷ୍ଟୁରାଣ୍ଟରେ ଭୋଗରାଇ ବ୍ଲକ ଉଲୁଡ଼ା ଗ୍ରାମର ଦେବେନ୍ଦ୍ର ଦଳେଇଙ୍କ ପୁଅ ବିଜୟ ୨ ବର୍ଷ ହେବ କାମ କରିଆସୁଥିଲେ। ଶୁକ୍ରବାର ପୂର୍ବାହ୍ନରେ ତାଙ୍କ ଝୁଲନ୍ତା ମୃତଦେହ ମିଳିବା ଓ ପାରିପାର୍ଶ୍ୱିକ ସ୍ଥିତି ଦେଖି ସ୍ଥାନୀୟ ଲୋକେ ଏହାକୁ ହତ୍ୟା ଘଟଣା ବୋଲି ସନ୍ଦେହ ପ୍ରକାଶ କରିଥିଲେ। ୨୦ କି.ମି. ଦୂର ଉଲୁଡ଼ା ଗ୍ରାମରୁ ନାବାଳକଙ୍କ ପରିବାର ସମେତ ଶତାଧିକ ଲୋକ ଆସି ସେଠାରେ ପହଞ୍ଚିଥିଲେ। ସେତେବେଳେ ଢାବା ମଧ୍ୟରେ କାହାକୁ ଦେଖିବାକୁ ମିଳି ନ ଥିଲା। ଏହି ସମୟରେ ତଦନ୍ତ କରିବାକୁ ଥାନାଧିକାରୀ ଆସି ପହଞ୍ଚିଥିଲେ। ପୋଲିସ ତଦନ୍ତରେ ବିଳମ୍ବ କରିବା ଏବଂ ଏହାକୁ ଆତ୍ମହତ୍ୟା ଘଟଣା ଦର୍ଶାଇବାରୁ ଉତ୍ତ୍ୟକ୍ତ ଲୋକେ ଏହାକୁ ବିରୋଧ କରିଥିଲେ। ସେଠାରେ ଢାବା ମାଲିକଙ୍କୁ ଗିରଫ ଦାବି କରି ଲୋକେ ରାସ୍ତାରୋକୋ କରିଥିଲେ। ଆଇଆଇସି ସେମାନଙ୍କୁ ରାସ୍ତାରୁ ଉଠିଯିବା ପାଇଁ କହିବାରୁ ଉତ୍ତ୍ୟକ୍ତ ମହିଳା ଓ ପୁରୁଷ ତାଙ୍କୁ ଗୋଡ଼େଇ ମାଡ଼ ମାରିଥିଲେ ା ଏହି ଘଟଣାରେ ପୋଲିସ ଛତ୍ରଭଙ୍ଗ ଦେଇଥିଲା। ଏସ୍‌ପି ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ସ୍ଥିତି ସୁଧୁରିଥିଲା। ବସ୍ତା ଏସ୍‌ଡିପିଓ ରଞ୍ଜିତ ପୃଷ୍ଟି, ବସ୍ତା ଓ ସିଂଲା ଆଇଆଇସି ମଧ୍ୟ ଆସି ପହଞ୍ଚିଥିଲେ। ଅପରାହ୍ନରେ ବାଲିଆପାଳ ତହସିଲଦାରଙ୍କ ଉପସ୍ଥିତିରେ ନାବାଳକଙ୍କ ମୃତଦେହ ଢାବାରୁ ବାହାର କରି ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ପଠାଯାଇଛି। ମୃତ ନାବାଳକଙ୍କ ମା’ ଶାନ୍ତିଲତା ଦଳାଇ ଢାବା ମାଲିକ ସହାବିଦ୍ଦିନ ସାହା ଓ ଅନ୍ୟ କର୍ମଚାରୀ ମିଶି ତାଙ୍କ ପୁଅକୁ ମାରିଦେଇ ଏହାକୁ ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ କରିଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଏକ ମାମଲା (ନଂ. ୧୪୭/୧୯) ରୁଜୁ କରିଥିବା କହିଛି। ମୃତ ବିଜୟ ନାବାଳକ ହୋଇଥିବାରୁ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝି, ଏ.ଏଲ.ଓ ସଞ୍ଜୟ କେଶ୍ୱରୀ ଜେନା ଏବଂ ବାଲିଆପାଳ ଚାଇଲ୍ଡ ଲାଇନ ଅଧିକାରୀ ପହଞ୍ଚତ୍ ତଦନ୍ତ କରୁଛନ୍ତି। ଅପରପକ୍ଷେ ପୋଲିସ ପ୍ରତିହିଂସା ପରାୟଣ ହୋଇ ଗଣ୍ଡଗୋଳରେ ସମ୍ପୃକ୍ତ ଲୋକଙ୍କ ତାଲିକା ପ୍ରସ୍ତୁତ କରୁଥିବା କୁହାଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଏ ସମ୍ପର୍କରେ ଏସ୍‌ପି ବି. ଯୁଗଳ କିଶୋରଙ୍କୁ ପଚାରିବାରୁ କହିଛନ୍ତି, ଢାବାରେ ନାବାଳକଙ୍କ ଆମତ୍ହତ୍ୟା ଘଟଣାର ତଦନ୍ତ କରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରେ ଆକ୍ରମଣ କରିବା ଘଟଣାର ମଧ୍ୟ ତଦନ୍ତ କରାଯିବ। ବାଲିଆପାଳରେ ବଢୁଥିବା ଅପରାଧ ଘଟଣା ଉପରେ ପୋଲିସ ନଜର ରଖିଛି। ବତ୍ତର୍ର୍ମାନ ଉତ୍ତେଜନାପୂର୍ଣ୍ଣ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri