ଡେପୁଟେଶନକୁ ନା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଦିନ ଥିଲା ଯେତେବେଳେ ବାବୁମାନେ ଦିଲ୍ଲୀ ଯିବା ପାଇଁ ବ୍ୟଗ୍ର ହେଉଥିଲେ। କିନ୍ତୁ ମୋଦିଙ୍କ ଅମଳରେ କେନ୍ଦ୍ରୀୟ ଡେପୁଟେଶନ ଲାଗି ବାବୁମାନଙ୍କ ଅନାଗ୍ରହ ବଢ଼ିବାରେ ଲାଗିଛି। ବାସ୍ତବରେ ସରକାର ସ୍ବୀକାର କରିଛନ୍ତି ଯେ, କେନ୍ଦ୍ରରେ ଏବେ ଯେତିକି ଆଇଏଏସ୍‌ ଅଫିସର ଡେପୁଟେଶନରେ ନିଯୁକ୍ତି ପାଇଛନ୍ତି, ତାହା ଗତ ପାଞ୍ଚବର୍ଷ ଭିତରେ ସବୁଠାରୁ କମ୍‌। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି)ର ତଥ୍ୟ ଅନୁସାରେ ସେଣ୍ଟ୍ରାଲ ଷ୍ଟାଫିଂ ସ୍କିମ୍‌ ଅନୁଯାୟୀ ୨୦୧୮-୧୯ରେ ମାତ୍ର ୧୫୩ ଜଣ ଆଇଏଏସ୍‌ ଅଫିସର କେନ୍ଦ୍ରରେ ଡେପୁଟେଶନରେ ନିଯୁକ୍ତି ପାଇଛନ୍ତି। ଅଥଚ ଏହି ନିଯୁକ୍ତି ସଂଖ୍ୟା ଗତ ୨୦୧୬-୧୭, ୨୦୧୫-୧୬ ଓ ୨୦୧୪-୧୫ରେ ଥିଲା ଯଥାକ୍ରମେ ୨୪୭, ୩୨୦ ଓ ୩୪୦। ଅର୍ଥାତ୍‌ ବର୍ଷକୁ ବର୍ଷ ଏହି ନିଯୁକ୍ତି ସଂଖ୍ୟା ହ୍ରାସ ପାଇଚାଲିଛି। ସେଣ୍ଟ୍ରାଲ ଷ୍ଟାଫିଂ ସ୍କିମ୍‌ ବହୁ ଦଶନ୍ଧି ହେଲା ପ୍ରଚଳିତ ହୋଇଆସୁଛି। ଉପସଚିବ, ନିର୍ଦ୍ଦେଶକ, ଯୁଗ୍ମ ସଚିବ, ଅତିରିକ୍ତ ସଚିବ ଓ ସଚିବ ପାହ୍ୟାରେ କେନ୍ଦ୍ର ସରକାରରେ ନିଯୁକ୍ତି ପାଇଁ ଏହା ହେଉଛି ଏକ ପ୍ରଚଳିତ ବ୍ୟବସ୍ଥା। ଏଥିରେ ନିଯୁକ୍ତି ପାଇଁ ବାବୁମାନଙ୍କୁ ଉତ୍ସାହିତ କରିବା ଲାଗି କେନ୍ଦ୍ର ସରକାର ସମସ୍ତ କ୍ୟାଡର କର୍ତ୍ତୃପକ୍ଷଙ୍କୁ ବର୍ଷକୁ ଦୁଇଥର ଯୋଗ୍ୟ ବାବୁମାନଙ୍କ ନାମ ସୁପାରିସ କରିବା ପାଇଁ ଅନୁରୋଧ କରିଥାନ୍ତି। କିନ୍ତୁ ଆଜିକାଲି କେନ୍ଦ୍ରରେ ଡେପୁଟେଶନରେ ନିଯୁକ୍ତି ଲାଗି ବାବୁମାନେ ଅନିଚ୍ଛା ପ୍ରକାଶ କରୁଥିବା ଦେଖାଯାଉଛି। କାରଣ ମୋଦି ସରକାରଙ୍କ କାର୍ଯ୍ୟ ପଦ୍ଧତି ପାରମ୍ପରିକ ବାବୁ ସଂସ୍କୃତିର ପରିପନ୍ଥୀ।
ବାବୁଙ୍କ ପୁନର୍ନିଯୁକ୍ତି ନୋହିଲା
ଚାକିରିରୁ ବହିଷ୍କୃତ ହୋଇଥିବା ଆଇଏଏସ୍‌ ବାବୁ ରାଜେଶ କୁମାର ସିଂ ୧୭ ବର୍ଷ ପରେ ପୁନର୍ନିଯୁକ୍ତି ପାଇଁ ଦାବି କରି ତାଙ୍କ ବହିଷ୍କାରକୁ ରଦ୍ଦ କରାଇବାରେ ବିଫଳ ହୋଇଛନ୍ତି। ପାଞ୍ଚବର୍ଷରୁ ଅଧିକ କାଳ ଅନୁପସ୍ଥିତ ରହିବା କାରଣରୁ ସିଂ ୨୦୦୩ ମସିହାରେ ବରଖାସ୍ତ ହୋଇଥିଲେ। ସେ ୧୯୯୬ରେ ଷ୍ଟଡି ଲିଭ୍‌ରେ ଆମେରିକା ଯାଇଥିଲେ ଓ ଫେରି ନ ଥିଲେ। ପ୍ରାପ୍ତ ସୂଚନା ଅନୁସାରେ, ସିଂ ଆମେରିକାର ଆୟୋଓ୍ବା ଷ୍ଟେଟ୍‌ ୟୁନିଭର୍ସିଟିରେ ଅର୍ଥନୀତି ବିଭାଗରେ ପ୍ରଫେସର ଥିଲେ। ସେ ପ୍ରଧାନମନ୍ତ୍ରୀଙ୍କ ଆଗରେ ଏକ ଦରଖାସ୍ତ ଉପସ୍ଥାପନ କରିବା ସହ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (କ୍ୟାଟ୍‌)ରେ ତାଙ୍କୁ ଭୁଲ୍‌କ୍ରମେ ବରଖାସ୍ତ କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ପୁନର୍ନିଯୁକ୍ତି ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିବା ବେଳେ ଗତମାସରେ କ୍ୟାଟ୍‌ ମଧ୍ୟ ତାଙ୍କ ଆବେଦନକୁ ଖାରଜ କରିଦେଇ ତାଙ୍କ ବହିଷ୍କାର ଆଦେଶକୁ କାଏମ ରଖିଛନ୍ତି। ସମ୍ପ୍ରତି ମୋଦି ସରକାର ଅପାରଗ ବା ଦୁର୍ନୀତିଗ୍ରସ୍ତ ବାବୁମାନଙ୍କୁ ବାଧ୍ୟତାମୂଳକ ଅବସର ଦେଉଥିବା ବେଳେ ସିଂଙ୍କ କ୍ଷେତ୍ରରେ ଘଟିଥିବା ଘଟଣା କିଛି ଆଶ୍ଚର୍ଯ୍ୟଜନକ ନୁହେଁ। ସିଂଙ୍କ ପ୍ରତି ସମବେଦନାମୂଳକ ମନୋଭାବ ପ୍ରଦର୍ଶନ କରାଯିବାର ସମ୍ଭାବନା ବହୁତ କମ୍‌ କାରଣ ସେ ଭାରତରେ ନିଜ ଚାକିରି ଅପେକ୍ଷା ଆମେରିକାରେ ବିନା ଅନୁମତିରେ ଅଧିକ ଦୀର୍ଘକାଳ ରହିଥିଲେ।
ଖାଲିସ୍ଥାନ ପୂରଣରେ ମନ୍ଥରତା
ହିମାଚଳପ୍ରଦେଶ ସରକାର ରାଜ୍ୟ ପ୍ରଶାସନରେ ଖାଲି ରହିଥିବା ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକରେ ନିଯୁକ୍ତିରେ ବିଳମ୍ବ କରିଆସୁଛନ୍ତି। ଦୀର୍ଘ ବିଳମ୍ବ ଆଶାୟୀ ବାବୁମାନଙ୍କୁ ଅଯଥା ଝୁଲେଇ ରଖୁଛି। ବହୁ ପ୍ରତୀକ୍ଷିତ ଘୋଷଣାନାମାଗୁଡ଼ିକ ମଧ୍ୟରେ ଅଛି ରିୟଲ ଇଷ୍ଟେଟ୍‌ ପ୍ରାଧିକରଣ (ରେରା)ର ପରବର୍ତ୍ତୀ ଅଧ୍ୟକ୍ଷ ପଦ, ଯେଉଁ ପଦରେ ସାଧାରଣତଃ ଅବସରପ୍ରାପ୍ତ ବାବୁମାନେ ନିଯୁକ୍ତି ପାଇଥାନ୍ତି। ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଶ୍ରୀକାନ୍ତ ବାଲ୍‌ଡି ଓ ପ୍ରଶାସନର ସଦସ୍ୟ ମନୀଷା ନନ୍ଦଙ୍କ ନାମ ସୁପାରିସ କରିବା ପରେ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲକୁ ବାତିଲ କରିଦେଇଛନ୍ତି। ପୁନଶ୍ଚ ରାଜ୍ୟ ସରକାର ହିମାଚଳ ପ୍ରଦେଶ ଲୋକ ସେବା ଆୟୋଗରେ ଖାଲି ଥିବା ପଦଗୁଡ଼ିକୁ ପୂରଣ କରିନାହାନ୍ତି। ସେହିପରି ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ପଦରେ ନିଯୁକ୍ତିକୁ ସ୍ଥଗିତ ରଖାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ ବିଦାୟୀ ମୁଖ୍ୟ ଶାସନ ସଚିବ ଶ୍ରୀକାନ୍ତ ବାଲ୍‌ଡି ରେରାର ମୁଖ୍ୟ ପଦ ପାଇଁ ଦୌଡ଼ରେ ଆଗଧାଡ଼ିରେ ଅଛନ୍ତି, ଯଦିଚ ସରକାର ଏହି ପଦ ପାଇଁ ଏ ପର୍ଯ୍ୟନ୍ତ କୌଣସି ବିଜ୍ଞାପନ ଦେଇନାହାନ୍ତି। କେତେକେ ଭାବୁଛନ୍ତି ଯେ, ବାଲ୍‌ଡିଙ୍କ ଅବସର ପର ଯୋଜନା ସମ୍ବନ୍ଧରେ ଜଣାପଡ଼ିବା ପରେ ପରିସ୍ଥିତି ବଦଳିଯିବ। ଅର୍ଥାତ୍‌ ବାଲ୍‌ଡି ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ଅବସର ନେବାକୁ ଯାଉଥିବା ବେଳେ ସେ ପର୍ଯ୍ୟନ୍ତ ଏହି ଅନିଶ୍ଚିତତା ଜାରି ରହିବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?