ଡେପୁଟେଶନକୁ ନା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଦିନ ଥିଲା ଯେତେବେଳେ ବାବୁମାନେ ଦିଲ୍ଲୀ ଯିବା ପାଇଁ ବ୍ୟଗ୍ର ହେଉଥିଲେ। କିନ୍ତୁ ମୋଦିଙ୍କ ଅମଳରେ କେନ୍ଦ୍ରୀୟ ଡେପୁଟେଶନ ଲାଗି ବାବୁମାନଙ୍କ ଅନାଗ୍ରହ ବଢ଼ିବାରେ ଲାଗିଛି। ବାସ୍ତବରେ ସରକାର ସ୍ବୀକାର କରିଛନ୍ତି ଯେ, କେନ୍ଦ୍ରରେ ଏବେ ଯେତିକି ଆଇଏଏସ୍‌ ଅଫିସର ଡେପୁଟେଶନରେ ନିଯୁକ୍ତି ପାଇଛନ୍ତି, ତାହା ଗତ ପାଞ୍ଚବର୍ଷ ଭିତରେ ସବୁଠାରୁ କମ୍‌। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି)ର ତଥ୍ୟ ଅନୁସାରେ ସେଣ୍ଟ୍ରାଲ ଷ୍ଟାଫିଂ ସ୍କିମ୍‌ ଅନୁଯାୟୀ ୨୦୧୮-୧୯ରେ ମାତ୍ର ୧୫୩ ଜଣ ଆଇଏଏସ୍‌ ଅଫିସର କେନ୍ଦ୍ରରେ ଡେପୁଟେଶନରେ ନିଯୁକ୍ତି ପାଇଛନ୍ତି। ଅଥଚ ଏହି ନିଯୁକ୍ତି ସଂଖ୍ୟା ଗତ ୨୦୧୬-୧୭, ୨୦୧୫-୧୬ ଓ ୨୦୧୪-୧୫ରେ ଥିଲା ଯଥାକ୍ରମେ ୨୪୭, ୩୨୦ ଓ ୩୪୦। ଅର୍ଥାତ୍‌ ବର୍ଷକୁ ବର୍ଷ ଏହି ନିଯୁକ୍ତି ସଂଖ୍ୟା ହ୍ରାସ ପାଇଚାଲିଛି। ସେଣ୍ଟ୍ରାଲ ଷ୍ଟାଫିଂ ସ୍କିମ୍‌ ବହୁ ଦଶନ୍ଧି ହେଲା ପ୍ରଚଳିତ ହୋଇଆସୁଛି। ଉପସଚିବ, ନିର୍ଦ୍ଦେଶକ, ଯୁଗ୍ମ ସଚିବ, ଅତିରିକ୍ତ ସଚିବ ଓ ସଚିବ ପାହ୍ୟାରେ କେନ୍ଦ୍ର ସରକାରରେ ନିଯୁକ୍ତି ପାଇଁ ଏହା ହେଉଛି ଏକ ପ୍ରଚଳିତ ବ୍ୟବସ୍ଥା। ଏଥିରେ ନିଯୁକ୍ତି ପାଇଁ ବାବୁମାନଙ୍କୁ ଉତ୍ସାହିତ କରିବା ଲାଗି କେନ୍ଦ୍ର ସରକାର ସମସ୍ତ କ୍ୟାଡର କର୍ତ୍ତୃପକ୍ଷଙ୍କୁ ବର୍ଷକୁ ଦୁଇଥର ଯୋଗ୍ୟ ବାବୁମାନଙ୍କ ନାମ ସୁପାରିସ କରିବା ପାଇଁ ଅନୁରୋଧ କରିଥାନ୍ତି। କିନ୍ତୁ ଆଜିକାଲି କେନ୍ଦ୍ରରେ ଡେପୁଟେଶନରେ ନିଯୁକ୍ତି ଲାଗି ବାବୁମାନେ ଅନିଚ୍ଛା ପ୍ରକାଶ କରୁଥିବା ଦେଖାଯାଉଛି। କାରଣ ମୋଦି ସରକାରଙ୍କ କାର୍ଯ୍ୟ ପଦ୍ଧତି ପାରମ୍ପରିକ ବାବୁ ସଂସ୍କୃତିର ପରିପନ୍ଥୀ।
ବାବୁଙ୍କ ପୁନର୍ନିଯୁକ୍ତି ନୋହିଲା
ଚାକିରିରୁ ବହିଷ୍କୃତ ହୋଇଥିବା ଆଇଏଏସ୍‌ ବାବୁ ରାଜେଶ କୁମାର ସିଂ ୧୭ ବର୍ଷ ପରେ ପୁନର୍ନିଯୁକ୍ତି ପାଇଁ ଦାବି କରି ତାଙ୍କ ବହିଷ୍କାରକୁ ରଦ୍ଦ କରାଇବାରେ ବିଫଳ ହୋଇଛନ୍ତି। ପାଞ୍ଚବର୍ଷରୁ ଅଧିକ କାଳ ଅନୁପସ୍ଥିତ ରହିବା କାରଣରୁ ସିଂ ୨୦୦୩ ମସିହାରେ ବରଖାସ୍ତ ହୋଇଥିଲେ। ସେ ୧୯୯୬ରେ ଷ୍ଟଡି ଲିଭ୍‌ରେ ଆମେରିକା ଯାଇଥିଲେ ଓ ଫେରି ନ ଥିଲେ। ପ୍ରାପ୍ତ ସୂଚନା ଅନୁସାରେ, ସିଂ ଆମେରିକାର ଆୟୋଓ୍ବା ଷ୍ଟେଟ୍‌ ୟୁନିଭର୍ସିଟିରେ ଅର୍ଥନୀତି ବିଭାଗରେ ପ୍ରଫେସର ଥିଲେ। ସେ ପ୍ରଧାନମନ୍ତ୍ରୀଙ୍କ ଆଗରେ ଏକ ଦରଖାସ୍ତ ଉପସ୍ଥାପନ କରିବା ସହ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (କ୍ୟାଟ୍‌)ରେ ତାଙ୍କୁ ଭୁଲ୍‌କ୍ରମେ ବରଖାସ୍ତ କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ପୁନର୍ନିଯୁକ୍ତି ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିବା ବେଳେ ଗତମାସରେ କ୍ୟାଟ୍‌ ମଧ୍ୟ ତାଙ୍କ ଆବେଦନକୁ ଖାରଜ କରିଦେଇ ତାଙ୍କ ବହିଷ୍କାର ଆଦେଶକୁ କାଏମ ରଖିଛନ୍ତି। ସମ୍ପ୍ରତି ମୋଦି ସରକାର ଅପାରଗ ବା ଦୁର୍ନୀତିଗ୍ରସ୍ତ ବାବୁମାନଙ୍କୁ ବାଧ୍ୟତାମୂଳକ ଅବସର ଦେଉଥିବା ବେଳେ ସିଂଙ୍କ କ୍ଷେତ୍ରରେ ଘଟିଥିବା ଘଟଣା କିଛି ଆଶ୍ଚର୍ଯ୍ୟଜନକ ନୁହେଁ। ସିଂଙ୍କ ପ୍ରତି ସମବେଦନାମୂଳକ ମନୋଭାବ ପ୍ରଦର୍ଶନ କରାଯିବାର ସମ୍ଭାବନା ବହୁତ କମ୍‌ କାରଣ ସେ ଭାରତରେ ନିଜ ଚାକିରି ଅପେକ୍ଷା ଆମେରିକାରେ ବିନା ଅନୁମତିରେ ଅଧିକ ଦୀର୍ଘକାଳ ରହିଥିଲେ।
ଖାଲିସ୍ଥାନ ପୂରଣରେ ମନ୍ଥରତା
ହିମାଚଳପ୍ରଦେଶ ସରକାର ରାଜ୍ୟ ପ୍ରଶାସନରେ ଖାଲି ରହିଥିବା ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକରେ ନିଯୁକ୍ତିରେ ବିଳମ୍ବ କରିଆସୁଛନ୍ତି। ଦୀର୍ଘ ବିଳମ୍ବ ଆଶାୟୀ ବାବୁମାନଙ୍କୁ ଅଯଥା ଝୁଲେଇ ରଖୁଛି। ବହୁ ପ୍ରତୀକ୍ଷିତ ଘୋଷଣାନାମାଗୁଡ଼ିକ ମଧ୍ୟରେ ଅଛି ରିୟଲ ଇଷ୍ଟେଟ୍‌ ପ୍ରାଧିକରଣ (ରେରା)ର ପରବର୍ତ୍ତୀ ଅଧ୍ୟକ୍ଷ ପଦ, ଯେଉଁ ପଦରେ ସାଧାରଣତଃ ଅବସରପ୍ରାପ୍ତ ବାବୁମାନେ ନିଯୁକ୍ତି ପାଇଥାନ୍ତି। ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଶ୍ରୀକାନ୍ତ ବାଲ୍‌ଡି ଓ ପ୍ରଶାସନର ସଦସ୍ୟ ମନୀଷା ନନ୍ଦଙ୍କ ନାମ ସୁପାରିସ କରିବା ପରେ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲକୁ ବାତିଲ କରିଦେଇଛନ୍ତି। ପୁନଶ୍ଚ ରାଜ୍ୟ ସରକାର ହିମାଚଳ ପ୍ରଦେଶ ଲୋକ ସେବା ଆୟୋଗରେ ଖାଲି ଥିବା ପଦଗୁଡ଼ିକୁ ପୂରଣ କରିନାହାନ୍ତି। ସେହିପରି ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ପଦରେ ନିଯୁକ୍ତିକୁ ସ୍ଥଗିତ ରଖାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ ବିଦାୟୀ ମୁଖ୍ୟ ଶାସନ ସଚିବ ଶ୍ରୀକାନ୍ତ ବାଲ୍‌ଡି ରେରାର ମୁଖ୍ୟ ପଦ ପାଇଁ ଦୌଡ଼ରେ ଆଗଧାଡ଼ିରେ ଅଛନ୍ତି, ଯଦିଚ ସରକାର ଏହି ପଦ ପାଇଁ ଏ ପର୍ଯ୍ୟନ୍ତ କୌଣସି ବିଜ୍ଞାପନ ଦେଇନାହାନ୍ତି। କେତେକେ ଭାବୁଛନ୍ତି ଯେ, ବାଲ୍‌ଡିଙ୍କ ଅବସର ପର ଯୋଜନା ସମ୍ବନ୍ଧରେ ଜଣାପଡ଼ିବା ପରେ ପରିସ୍ଥିତି ବଦଳିଯିବ। ଅର୍ଥାତ୍‌ ବାଲ୍‌ଡି ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ଅବସର ନେବାକୁ ଯାଉଥିବା ବେଳେ ସେ ପର୍ଯ୍ୟନ୍ତ ଏହି ଅନିଶ୍ଚିତତା ଜାରି ରହିବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri