ଡି. ଲିଲିଙ୍କୁ ମିଳିଲା ଆଡ୍‌ମିଟ୍‌ କାର୍ଡ: ଧରିତ୍ରୀ, ଜିଲା ପ୍ରଶାସନକୁ ଜଣାଇଲେ ଧନ୍ୟବାଦ

ଗଞ୍ଜାମ,୧୮।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହୁମା ବୀରଭଦ୍ର ହାଇସ୍କୁଲ ଦଶମ ଶ୍ରେଣୀ ଛାତ୍ରୀ ଡି. ଲିଲି ରେଡ୍ଡୀ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମ ଫିଲଅପ କରିଥିଲେ ମଧ୍ୟ ଆଡ୍‌ମିଟ୍‌ କାର୍ଡ ପାଇ ନ ଥିଲେ । ଉକ୍ତ ସ୍କୁଲ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ବିଜ୍ଞାନ ଶିକ୍ଷକଙ୍କ ଅବହେଳା ଯୋଗୁ ଆଡ୍‌ମିଟ୍‌ କାର୍ଡ ଆସି ନ ଥିବା ନେଇ ଛାତ୍ରୀଙ୍କ ବାପା ଡି. ଭାସ୍କର ରେଡ୍ଡୀ ଧରିତ୍ରୀ ଖବରଦାତାଙ୍କୁ ଜଣାଇଥିଲେ । ଏ ନେଇ ଗତ ୧୩ ତାରିଖରେ ଦୈନିକ ଖବର କାଗଜ ‘ଧରିତ୍ରୀ’ରେ ପ୍ରଥମେ ପ୍ରକାଶିତ ହୋଇଥିଲା। ଖବର ପ୍ରକାଶିତ ହେବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଥିଲ। ପରେ ଭାସ୍କର ଗଞ୍ଜାମ ବିଇଓ, ଏବିଇଓ, ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଏଥିସହିତ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କୁ ମଧ୍ୟ ଅବଗତ କରାଇଥିଲେ। ପରେ ସ୍କୁଲ ବିଜ୍ଞାନ ଶିକ୍ଷକ ସୁନୀଲ କୁମାର ବେହେରା ଏ ନେଇ କଟକ ବୋର୍ଡ ମାଧ୍ୟମିକ ପରିଷଦ କାର୍ଯ୍ୟାଳୟ ଯାଇଥିଲେ। ମଙ୍ଗଳବାର ଲିଲିଙ୍କୁ ପରୀକ୍ଷା ଦେବାପାଇଁ ଆଡ୍‌ମିଟ୍‌ କାର୍ଡ ସ୍କୁଲ କର୍ତ୍ତୃପକ୍ଷ ପ୍ରଦାନ କରିଥିବା ଲିଲିଙ୍କ ବାପା ଭାସ୍କର ସୂଚନା ଦେଇଛନ୍ତି । ଆଡ୍‌ମିଟ୍‌ କାର୍ଡ ମିଳିବା ପରେ ଲିଲି ଓ ତାଙ୍କ ପରିବାର ଖୁସି ଥିବା ବେଳେ ଏ ନେଇ ଲିଲି ଧରିତ୍ରୀ ଏବଂ ଜିଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri