ଡାଲମିଆ, ହିମାଦ୍ରି କମ୍ପାନୀକୁ ବିର୍ଲା ଟାୟାର୍ସ ହସ୍ତାନ୍ତର

ବାଲେଶ୍ୱର, ୨।୧୧(ମାନସ ବିଶ୍ୱାଳ)ଦୀର୍ଘ ୩୩ବର୍ଷ ଧରି ବାଲେଶ୍ୱର ଜିଲା ରେମୁଣା ଗୋଲେଇ ବାମପଦାସ୍ଥିତ ବିର୍ଲା ଟାୟାର୍ସ କମ୍ପାନୀକୁ ଶେଷରେ ଡାଲମିଆ ରିଫ୍ରେକ୍ଟୋରିଜ୍‌ ଏବଂ ହିମାଦ୍ରି କେମିକାଲ୍‌ସକୁ ହସ୍ତାନ୍ତର ହୋଇଛି। ଗତ ୧୯ତାରିଖରେ ନ୍ୟାଶନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି) ଦେଇଥିବା ନିର୍ଦ୍ଦେଶ ଅନୁସାରେ ମଙ୍ଗଳବାର ଶିଳ୍ପମନ୍ତ୍ରୀ ପ୍ରତାପ ଦେବ, ବାଲେଶ୍ୱର ଜିଲାପାଳ, ପୂର୍ବାଞ୍ଚଳ ଆଇଜି ଓ ବାଲେଶ୍ୱର ଏସ୍‌ପିଙ୍କ ଉପସ୍ଥିତିରେ ଉଭୟ ସଂସ୍ଥା ମଧ୍ୟରେ ଏହି ମାଲିକାନା ହସ୍ତାନ୍ତର ହୋଇଛି। ତେବେ ବିର୍ଲାଟାୟାର୍ସର କେତେ ଶ୍ରମିକ ଓ କର୍ମଚାରୀ ଏବଂ କାହାକୁ କେତେ ଟଙ୍କା ପ୍ରଦାନ କରାଯାଇଛି, ସେନେଇ କୌଣସି ଆଲୋଚନା କରା ନ ଯାଇ ଏଭଳି ହସ୍ତାନ୍ତର ପ୍ରକ୍ରିୟାକୁ ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ବିରୋଧ କରାଯାଇଛି।
ସହର ପାଣିଟାଙ୍କି ସ୍ଥିତ ଏକ ଘରୋଇ କଲ୍ୟାଣ ମଣ୍ଡପ ପରିସରରେ ବୁଧବାର ବିର୍ଲା ଟାୟାର୍ସ ମିଳିତ ଶ୍ରମିକ ସଂଗଠନର ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବାଲେଶ୍ୱର ହିନ୍ଦ୍‌ ମଜଦୁର ସଭାର ସଭାପତି ଅରୁଣ କୁମାର ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ଏନ୍‌ସିଏଲ୍‌ଟିର ନିର୍ଦ୍ଦେଶ ଅନୁସାରେ କେହି କିଛି ଜାଣିବା ଆଗରୁ ହଠାତ୍‌ ଗତ ୩୦ ତାରିଖରେ କେତେଜଣ କର୍ମଚାରୀ ଏବଂ ଶ୍ରମିକମାନଙ୍କ ବ୍ୟାଙ୍କ ଜମା ଖାତାକୁ ଅଳ୍ପ ପରିମାଣର ଅର୍ଥ ଆସିଛି, ଯାହାକି କୋର୍ଟଙ୍କ ଆଦେଶକୁ ଅବମାନନା। ଏନ୍‌ସିଏଲ୍‌ଟିଙ୍କ ଦ୍ୱାରା ନିଯୁକ୍ତି ପ୍ରାପ୍ତ ରିଜୋଲ୍ୟୁଶନ୍‌ ପର୍ସନାଲ(ଆର୍‌ପି) ମନଇଚ୍ଛା ଏଭଳି କରିଛନ୍ତି, ଯାହାକି ପୁଣି ଏକ ଶ୍ରମିକ ଅଶାନ୍ତି ପାଇଁ ମଞ୍ଜି ପୋତି ଦେଇଛନ୍ତି। ବହୁଦିନ ପ୍ରତିକ୍ଷା ପରେ ବାଲେଶ୍ୱର ତଥା ବିର୍ଲା ଟାୟାର୍ସରେ ଆନନ୍ଦ ଉଲ୍ଲାସ ଦେଖାଦେଇଥିବା ବେଳେ ପୁଣି ଯେପରି ଅଶାନ୍ତିର କଳା ବାଦଲ ଡାଲମିଆ, ହିମାଦ୍ରି ଉପରେ ଘୋଟି ନ ଯାଉ ତା’ ପ୍ରତି ଧ୍ୟାନ ଦେବାକୁ ରିଜୋଲ୍ୟୁଶନ ପର୍ସନାଲ, ବାଲେଶ୍ୱର ଜିଲା ପ୍ରଶାସନ ତଥା ରାଜ୍ୟ ସରକାର ଧ୍ୟାନ ଦେବା ଆବଶ୍ୟକ। ପୁନଃ ନିଯୁକ୍ତି, ଉଚିତ୍‌ ପ୍ରାପ୍ୟ ପ୍ରଦାନ (୨୪ ମାସର) ଅବସରକାଳୀନ ଅର୍ଥ ପ୍ରଦାନ କରି ଶାନ୍ତିର ବାତାବରଣ ମଧ୍ୟରେ କାରଖାନା ଚାଲିବା ଉଚିତ ବୋଲି ହିନ୍ଦ ମଜଦୁର ସଭାର ସଭାପତି ସ୍ବାଇଁ କହିଛନ୍ତି। ସଭାରେ କ୍ଷିରୋଦ ବାରିକ, ଉପେନ୍ଦ୍ର ବେହେରା, ସତ୍ୟନାରାୟଣ ଆଚାର୍ଯ୍ୟ, ଶିବ ପ୍ରସାଦ ଦାଶ, ସେକ୍‌ ମଇଉଦ୍ଦିନ୍‌, ପଞ୍ଚୁ ଗୋପାଲ କୋଇଲା, ବିରଞ୍ଚତ୍ ପ୍ରଧାନ ପ୍ରମୁଖ ବହୁ ସଂଖ୍ୟାରେ ବିର୍ଲା ଟାୟାର ଶ୍ରମିକ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଯେଉଁ ଶ୍ରମିକ ସଂଗଠନର ସଦସ୍ୟମାନେ ଏନ୍‌ସିଏଲ୍‌ଟି ରେ ପାର୍ଟି ହୋଇନଥିଲେ ସେମାନଙ୍କୁ କୌଣସି ପ୍ରାପ୍ୟ ମିଳି ନାହଁି। ତାହାକୁ ନେଇ ପ୍ରାୟ ୨୫୦ରୁ ଉର୍ଦ୍ଧ୍ୱ ଶ୍ରମିକ ଚିନ୍ତାରେ ରହିଛନ୍ତି।
ପ୍ରକାଶ ଯେ, କରୋନା ପରେ ପରେ ବିର୍ଲା ଟାୟାର୍ସ ଆର୍ଥିକ ସ୍ଥିତି ଦେବାଳିଆ ହୋଇପଡ଼ିଥିଲା। କର୍ମଚାରୀଙ୍କୁ ବେତନ ଦେବା ପାଇଁ ମଧ୍ୟ ସମ୍ଭବ ହୋଇପାରିଲା ନାହଁି। ୨୦୨୦ ଏପ୍ରିଲଠାରୁ ବିର୍ଲା ଟାୟାର୍ସର କର୍ମଚାରୀ ଏବଂ ଶ୍ରମିକମାନେ ସେମାନଙ୍କ ଶ୍ରମ ବାବଦରେ ଅର୍ଥ (ଦରମା) ପାଇ ନ ଥିଲେ। ଏନେଇ ଶ୍ରମିକମାନଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଥିଲା। ତତ୍କାଳୀନ ବିର୍ଲା କର୍ତ୍ତୃପକ୍ଷ ଶ୍ରମିକମାନଙ୍କ ଅସୁବିଧାକୁ ହୃଦୟଙ୍ଗମ କରିଥିଲେ ମଧ୍ୟ ଦରମା ଦେବାକୁ ଅକ୍ଷମତା ପ୍ରକାଶ କରି ଆଉ କିଛିଦିନ ସମୟ ମାଗିଥିଲେ। ପରେ କେତେଜଣ ଶ୍ରମିକ ନେତା ଶ୍ରମିକ ଅଶାନ୍ତି ସୃଷ୍ଟି କରିବା ପରେ କାରଖାନା ୨୦୨୧ ମାର୍ଚ୍ଚ ୧୨ ତାରିଖରୁ ବନ୍ଦ ହୋଇଥିଲା। ମିଳିତ ଶ୍ରମିକ ସଂଗଠନ ବାଧ୍ୟ ହୋଇ ୨୦୨୨ ମେ ୨୪ରେ କୋଲକାତାସ୍ଥିତ ଏନ୍‌ସିଏଲ୍‌ଟିର ଦ୍ୱାରସ୍ଥ ହୋଇଥିଲେ। ଗତ ୧୯ ତାରିଖରେ କୋର୍ଟ ତାଙ୍କର ରାୟ ଶୁଣାଇଥିଲେ ଏବଂ ବିର୍ଲା ଟାୟାର୍ସକୁ ଡାଲମିଆ ରିଫ୍ରେକ୍ଟୋରିଜ୍‌ ଏବଂ ହିମାଦ୍ରି କେମିକାଲ୍‌ସକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଆଇବିସି ଏସ୍‌ଇସି-୫୩(୧) ଅନୁସାରେ ଶ୍ରମିକମାନେ ସେମାନଙ୍କ ପ୍ରାପ୍ୟ ପାଇବାକୁ ନିର୍ଦ୍ଦେଶ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ବିଜେପିର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଦିଗପହଣ୍ଡିରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି, ଜନନାୟକ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ଜାତୀୟ ରାଜପଥ କଡ଼ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଶ୍ରୀ ମୁକ୍ତେଶ୍ଵର ଶୈବପୀଠ କଲ୍ୟାଣ…

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର, ଆସୁଆସୁ କଲେ ବଡ଼ ଘୋଷଣା…

କଟକ,୧୬।୮: ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ର ରବିବାରେ ଅନ୍ତରୀଣ ପୋଲିସ ଡିଜିପି ଭାବେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟୀତ୍ୱ…

ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାର ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ କହିଲେ…

କୋରାପୁଟ/ଜୟପୁର,୧୬ା୮(ଅମିତାଭ ବେହେରା/ପବନ ପାଣିଗ୍ରାହୀ): କୋରାପୁଟ ଜିଲାର ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୂତନ କ୍ରିଟିକାଲ କେୟାର ୟୁନିଟ୍‌ ଉଦ୍‌ଘାଟିତ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri