ଡଙ୍କାରୀରୁ ପୁଣି କଳାପଥର ଚୋରି

ଯାଜପୁର ଅଫିସ,୨୯। ୧: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡରୁ ପୁଣି ବେଆଇନ କଳାପଥର ଚୋରି ହେଉଛି। ଏହି ମର୍ମରେ ଡଙ୍କାରୀ ରାଜସ୍ବ ନୀରିକ୍ଷକଙ୍କ ତଦନ୍ତ ରିପୋର୍ଟ ଆଧାରରେ ଧର୍ମଶାଳା ତହସିଲଦାର ୨୧ା୧୨ା୨୦ରେ ୩ ଜଣଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜେନାପୁର ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ନିର୍ଦ୍ଦେଶର ୧ ମାସରୁ ଊର୍ଦ୍ଧ୍ୱ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ସରକାରୀ ଭାବେ ଚିହ୍ନଟ ଲୁଟକାରୀଙ୍କ ବିରୋଧରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଇନାହିଁ। ଧର୍ମଶାଳା ତହସିଲଦାର ମଧ୍ୟ କେବଳ ଚିଠି ଲେଖି ପଦକ୍ଷେପ ସୀମିତ ରଖିଛନ୍ତି। ଏଥିରୁ ତହସିଲ, ପରିବହନ ଓ ପୋଲିସର ସହଯୋଗରେ ମୂଲ୍ୟବାନ କଳାପଥର ଲୁଟ ହେଉଥିବା ଚର୍ଚ୍ଚା ହେଉଛି। ପୂର୍ବଭଳି ପୁଣି କୌଣସି ଚାପରେ ଏହି ମାମଲାକୁ ଚାପି ଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛି।
ଡଙ୍କାରୀରୁ କଳାପଥର ଚୋରି ଘଟଣା ବହୁ ପୁରୁଣା। ୨୦୦୨ରୁ ୨୦୧୫ ପର୍ଯ୍ୟନ୍ତ ପରିବେଶଗତ ମଞ୍ଜୁରୀ ନ ଥାଇ ବିପୁଳ କଳାପଥର ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଲୁଟକାରୀଙ୍କ ବିରୋଧରେ ୫୮ କୋଟି ୬୨ ଲକ୍ଷ ୭୯ ହଜାର ୬୩୩ ଟଙ୍କା ଅତିରିକ୍ତ ରାଜସ୍ବ ଜମା କରିବାକୁ ଧର୍ମଶାଳା ତହସିଲଦାରଙ୍କ ପକ୍ଷରୁ ଡିମାଣ୍ଡ ନୋଟିସ ହୋଇଥିଲା। ଯାଜପୁର ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଧର୍ମଶାଳା ତହସିଲଦାର ପତ୍ରସଂଖ୍ୟା ୧୮୭୮/୨୮ା୫ା୨୦୧୬ରେ ସାରୋଇ ଗ୍ରାମର ଲିଜଧାରୀ ଶ୍ରୀବାସ ଜେନାଙ୍କୁ ଉପରୋକ୍ତ ଅତିରିକ୍ତ ରାଜସ୍ବ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଧର୍ମଶାଳା ତହସିଲ ଓ ଖଣି ବିଭାଗ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଦଳ ଗଠନ କରାଯାଇ ଯୁଗ୍ମ ତଦନ୍ତ ସହାୟତାରେ ପ୍ରକୃତ ରାଜସ୍ବହାନୀ ସହ ଅନ୍ୟାନ୍ୟ ସରକାରୀ କ୍ଷତିର ଆକଳନ କରିବାକୁ ଯାଜପୁରରୋଡ ଖଣି ଉପନିର୍ଦ୍ଦେଶକଙ୍କୁ ଜିଲାପାଳ ସତ୍ୟ କୁମାର ମଲ୍ଲିକ ତାଙ୍କ ପତ୍ରସଂଖ୍ୟା ୫୫୪୭/୩ା୧୨ା୨୦୧୫ରେ ନିର୍ଦ୍ଦେଶ ଦେଇଥିଲେ। ଖଣି ବିଭାଗ ପକ୍ଷରୁ ତକତ୍ାଳୀନ ମାଇନିଂ ଅଫିସର ଅସିତ କୁମାର ବେହେରାଙ୍କ ନେତୃତ୍ୱରେ ବୈଷୟିକ କର୍ମଚାରୀଙ୍କୁ ନେଇ ୨୦୧୬ ଜାନୁୟାରୀ ଦ୍ୱିତୀୟ ସପ୍ତାହରେ ଡଙ୍କାରୀ ପାହାଡର ଉତ୍ତୋଳିତ ଖାଦାନର ମାପଚୁପ୍‌ କରାଯାଇଥିଲା। ଖଣି ବିଭାଗର ପତ୍ରସଂଖ୍ୟା ୫୧୪/୧୫ା୩ା୨୦୧୬ରେ ମାପଚୁପ୍‌ର ସବିଶେଷ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ରିପୋର୍ଟରେ ୭୩,୩୮,୦୧୨.୫୦ କ୍ୟୁବିକ ମିଟର ଖନନ ହୋଇଥିବା ଦର୍ଶାଯାଇଥିଲା। ୨୦୦୨ରୁ ନଭେମ୍ବର ୨୦୧୫ ସୁଦ୍ଧା ଲିଜ୍‌ଧାରୀ ଜେନା ଡଙ୍କାରୀରୁ କଳାପଥର ଉତ୍ତୋଳନ କରୁଥିଲେ। ଏହି ସମୟ ମଧ୍ୟରେ ୧୪,୧୫,୯୯୬ କ୍ୟୁବିକ ମିଟର କଳାପଥର ଉତ୍ତୋଳନ ଉପରେ ମାତ୍ର ୬ କୋଟି ୬୪ ଲକ୍ଷ ୮୯ ହଜାର ୯୦୮ ଟଙ୍କା ରାଜସ୍ବ ବାବଦକୁ ସେ ଜମା କରିଥିଲେ। ବାକି ୫୯,୨୨,୦୧୬.୫ କ୍ୟୁବିକ ମିଟର ଖନନ ଉପରେ ରାଜସ୍ବ ଫାଙ୍କି ହୋଇଥିଲା। ଏଭଳି ଭାବେ କ୍ୟୁବିକମିଟର ପିଛା ୯୯ ଟଙ୍କା ହିସାବରେ ୫୮ କୋଟି ୬୨ ଲକ୍ଷ ୭୯ ହଜାର ୬୩୩ ଟଙ୍କା ୫୦ ପଇସା ରାଜସ୍ବହାନୀ ହୋଇଥିବା ଖଣି ବିଭାଗ ପକ୍ଷରୁ ଆକଳନ ହୋଇଥିଲା। ଏବେ ଏହି ମାମଲା ଧର୍ମଶାଳା ତହସିଲ କୋର୍ଟରେ ବିଚାରାଧୀନ ରହିଛି। ଏହି ସମୟରେ ମଧ୍ୟରେ ଧର୍ମଶାଳା ତହସିଲରେ ୧୭ ଜଣ ତହସିଲଦାର ଅବସ୍ଥାପିତ ହୋଇଥିଲେ। କିନ୍ତୁ ସେହି ଅଧିକାରୀମାନେ ଜାଣିଶୁଣି ଆଖିବୁଜି ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ବେଆଇନ କାର୍ଯ୍ୟକୁ ସହଯୋଗ କରିଥିବା ଡଙ୍କାରୀ ସର୍କଲର ୧୦ ରାଜସ୍ବ ନୀରିକ୍ଷକଙ୍କ ସମେତ ଧର୍ମଶାଳା ତହସିଲର ୧୦ ତହସିଲଦାର ଓ ୬ ଯାଜପୁର ଉପଜିଲାପାଳଙ୍କ ନାମରେ ଗତ ୨୩ା୮ା୨୦୧୬ରେ ଓଡିଶା ସିଭିଲ ସର୍ଭିସ ଧାରା-୧୫ ଅନୁଯାୟୀ ତଦନ୍ତ କରିବାକୁ ତତ୍କାଳୀନ ଜିଲାପାଳ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ବିଜ୍ଞପ୍ତି ପ୍ରକାଶ କରିଥିଲେ। ହେଲେ ତାହା ବି ଦବି ଯାଇଛି। କୌଣସି ନ୍ୟାୟ ନ ମିଳିବାରୁ ପରବର୍ତ୍ତୀ ସମୟରେ ଅଭିଯୋଗକାରୀ ସର୍ବେଶ୍ୱର ବେହୁରା ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲେ। ଏନେଇ ଗତ ୪ା୧ା୨୦୧୯ରେ ଏନଜିଟିରେ ୬୦୪/୨୦୧୮ ନମ୍ବରରେ ହୋଇଥିବା ମାମଲାର ଶୁଣାଣି କରି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ପାଖରେ ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ବାବଦକୁ ୧ ମାସରେ ୨୫ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ା ଏହି ମାମଲା ବି ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି।
ଗତ କିଛି ମାସ ହେବ ଡଙ୍କାରୀ ପାହାଡରୁ ପୁଣି କଳାପଥର ଚୋରି ଚାଲିଥିବା ଡଙ୍କାରୀ ରାଜସ୍ବ ନୀରିକ୍ଷକ ମନୋଜ ସାମଲଙ୍କ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ତଦନ୍ତ ରିପୋର୍ଟରେ ଡଙ୍କାରୀ ଗ୍ରାମର ରବି ଦାସ, ଚଢେଇଧରା ଗ୍ରାମର କୁନା ପୃଷ୍ଟି ଓ ଢେଙ୍କାନାଳ ଜିଲା ନାଜିଚୌକିଛକ ଗ୍ରାମର ସ୍ବରୂପାନନ୍ଦ ଦାସ ବେଆଇନ ଭାବେ କଳାପଥର ଉତ୍ତୋଳନ କରି ପରିବହନ କରୁଥିବା ଦର୍ଶାଯାଇଛି। ପୂର୍ବଭଳି ଏହି ଚୋରି ମାମଲାର ମାପଚୁପ କଲେ ସରକାର ବିପୁଳ ପରିମାଣର ରାଜସ୍ବ ହରାଉଥିବା ସ୍ପଷ୍ଟ ହେବ। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ପ୍ରଶାନ୍ତ ସାମନ୍ତରାୟଙ୍କୁ ପଚାରିବାରେ ସେ କହିଛନ୍ତି, କେତେ ଚିଠିପତ୍ର ଆଦାନପ୍ରଦାନ କରାଯାଉଛି ତାହା ମୋର ମନେ ନାହିଁ। ଏନେଇ ସେ କୌଣସି ଫଲୋଅପ୍‌ ମଧ୍ୟ କରିନାହାନ୍ତି। ଏବେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଡେଙ୍ଗନେଲି ନିକଟରେ ଭୁଶୁଡ଼ିଲା କଲଭର୍ଟ, ନିୟମଗିରି ଅଞ୍ଚଳକୁ ବନ୍ଦ ହୋଇଗଲା ଯାତାୟାତ

କଲ୍ୟାଣସିଂହପୁର,୧ା୧୦(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତରେ ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗ ପକ୍ଷରୁ ନିର୍ମିତ ମୁଖ୍ୟ ରାସ୍ତା ଏବେ ସମ୍ପୂର୍ଣ୍ଣ…

ନବରଙ୍ଗପୁରରେ ଲଜ୍ଜା; ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲକୁ ଟାଣିନେଇ ବଳାତ୍କାର ଅଭିଯୋଗ, ଚିତ୍କାର ଶୁଣି ଦୌଡ଼ି ଆସିଲେ ଗ୍ରାମବାସୀ

ନବରଙ୍ଗପୁର,୧।୧୦(ସଦାଶିବ ପ୍ରହରାଜ ): ମାନବିକତାକୁ ଲଜ୍ଜିତ କଲା ଅମାନବୀୟ ଘଟଣା । ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲରେ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଙ୍ଗଲରୁ…

ସଫେଇ ଅଭିଯାନରେ ସାମିଲ ହେଲେ ଅଧିକ୍ଷକ: କର୍ମଚାରୀଙ୍କୁ ଦେଲେ ସ୍ବଚ୍ଛତା ବାର୍ତ୍ତା

କେସିଙ୍ଗା, ୧।୧୦ (ତୁମେଶ୍ୱର ସାହୁ): ଆଗାମୀ ଗାନ୍ଧୀ ଜୟନ୍ତୀ ଏବଂ ଅକ୍ଟୋବର ୧ ତାରିଖର ସ୍ବତନ୍ତ୍ର ସ୍ବଚ୍ଛତା ଶ୍ରମଦାନ ଅବସରରେ କଳାହାଣ୍ଡି ଜିଲାର କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ…

୫୫ ବର୍ଷର ଦିନିକିଆ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି: ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମିଶିକି କଲେ ବିଶ୍ୱରେକର୍ଡ

ଗୁଆହାଟୀ,୧।୧୦:ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଗୁଆହାଟୀର ବାରସାପାରା କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ୧୯୭୧ରୁ ଆରମ୍ଭ…

ଆଉ ଏକ ମାଇଲଷ୍ଟୋନ ହାସଲ କଲେ ବୈଭବ ସୂର୍ଯ୍ୟବଂଶୀ: ବିଶ୍ୱର ସବୁଠୁ କନିଷ୍ଠ କ୍ରିକେଟର୍‌ ଭାବେ କଲେ…

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ତଥା ‘ୱଣ୍ଡରକିଡ’ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ସଫଳତା। ମାତ୍ର ୧୫ ବର୍ଷ ବୟସରେ…

୦,୦,୦,୦,୦,୦… ଭାରତ ବିପକ୍ଷରେ ଶ୍ରୀଲଙ୍କାର ଲଜ୍ଜାଜନକ ରେକର୍ଡ, ଅଧା ଖେଳାଳି….

ନୂଆଦିଲ୍ଲୀ,୧।୧୦ : ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍‌ର ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଭାରତୀୟ ଦଳ ଶ୍ରୀଲଙ୍କାକୁ…

କେମିତି କରିବେ ସଞ୍ଚୟ ଆଉ କେମିତି ବଢ଼ିବ ଧନ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିର ସମୟରେ ବି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଯୁବବର୍ଗଙ୍କ ପାଇଁ ଏହାକୁ ଜାଣିବା ଏବଂ ଜୀବନରେ ଆପଣାଇବା ଅତ୍ୟନ୍ତ ଆବଶ୍ୟକ। ମୌର୍ଯ୍ୟ ସାମ୍ରାଜ୍ୟର…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?