ଚାଷୀ ସମସ୍ୟା ନେଇ ଜିଲାପାଳଙ୍କୁ ଅଭିଯୋଗ

ଲଖନପୁର, ୪।୨(ଡି.ଏନ୍‌.ଏ.)
ଚଳିତ ବର୍ଷ ଝାରସୁଗୁଡା ଜିଲାରେ ଟୋକନ ପ୍ରଦାନରେ ଅବ୍ୟବସ୍ଥା ଯୋଗୁ ଚାଷୀମାନେ ନିଜ ନିଜର ଉପତ୍ାଦିତ ଧାନ ବିକ୍ରି କରିପାରୁନାହାନ୍ତି। ଧାନ ବିକ୍ରି ସମୟରେ କଟ୍‌ନିଛଟ୍‌ନି, ବସ୍ତା ସମସ୍ୟା, ଧାନ ମହଜୁଦ୍‌ ରଖିବା ପାଇଁ ସ୍ଥାନ ଅଭାବ, ଓଜନ କରିବାରେ ସମସ୍ୟା ଆଦିକୁ ନେଇ ଚାଷୀ ଶୋଷଣ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଜିଲାର ଚାଷୀମାନେ ଧାନ ବିକ୍ରି କରିବାକୁ ନେଇ ଏବେ ଚିନ୍ତାରେ ରହିଛନ୍ତି। ଶେଷରେ ଚାଷୀମାନେ ନିରୁପାୟ ହୋଇ ବାହାରେ ବ୍ୟବସାୟୀମାନଙ୍କୁ କମ୍‌ ମୂଲ୍ୟରେ ଧାନ ବିକ୍ରି କରିବା ପାଇଁ ବାଧ୍ୟ ହେବେ। ଏହାଫଳରେ ଚାଷୀ ସିଧାସଳଖ କ୍ଷତି ସହିବ ବୋଲି ଝାରସୁଗୁଡା ଜନ ସଂଗଠନ ମଞ୍ଚ ତରଫରୁ ଏଭଳି ଅଭିଯୋଗ ହୋଇଛି। ସଂଗଠନ ଆଉ ଏକ ଅଭିଯୋଗ କରିଛି ଯେ, ବେଦାନ୍ତ କମ୍ପାନୀ ଦ୍ୱାରା ପ୍ରଦୂଷିତ ହେଉଛି। ଏଥିରେ କମ୍ପାନୀ ଚାରିପାଖେ ରହିଥିବା ଧାନ, ପନିପରିବା ଆଦି ଚାଷ କ୍ଷତିଗ୍ରସ୍ତ ହେଉଛି। ଏ ନେଇ ଚାଷୀ ଅନେକ ଥର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ ଏ ଦିଗରେ ଜିଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ଜିଲା ପ୍ରଶାସନ ଏ ସମ୍ପର୍କରେ ଦୃଷ୍ଟି ଦେଇ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦେବାପାଇଁ ସଂଗଠନ ଦାବି କରିଛି। ଯଦି ଜିଲାର ଚାଷୀଙ୍କ ସମସ୍ୟା ସମାଧାନ କରାନଯାଏ ତହା ହେଲେ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଭାପତି ଧୁରୁଆ ଚେତାବନୀ ଦେଇଛନ୍ତି। ଏ ନେଇ ସଂଗଠନ ତରଫରୁ ସୋମବାର ସଭାପତି ବୁନ୍ଦେ ଧୁରୁଆଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଜିଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଲିଖିତ ଅଭିଯୋଗ କରିଛନ୍ତି। ଜିଲାପାଳ ସରୋଜ କୁମାର ସାମଲ ସଂଗଠନର ଅଭିଯୋଗକୁ ବିଚାରକୁ ନେଇ ଜିଲା ଯୋଗାଣ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଚାଷୀଙ୍କ ଟୋକନ ପ୍ରଦାନ ବ୍ୟବସ୍ଥା ସିଧାସଳଖ ଭୁବନେଶ୍ୱରରୁ ହେଉଛି। ଏଥିରେ ଜିଲା ପ୍ରଶାସନର କୌଣସି ଭୂମିକା ନାହିଁ ବୋଲି ଜିଲାପାଳ ସାମଲ କହିଥିଲେ। ଭୁବନେଶ୍ୱରୁ ଟୋକନ ଆସିଲେ ବହୁଶୀଘ୍ର ଚାଷୀମାନଙ୍କୁ ପ୍ରଦାନ କରାଯିବ। ତାପରେ ଚାଷୀ ଧାନ ବିକ୍ରି କରିପାରିବେ ବୋଲି ଜିଲାପାଳ ସାମଲ କହିଛନ୍ତି। ବିରଞ୍ଚି ସାହୁ, ଗୋପୀନାଥ ମାଝି, ଡମ୍ବରୁଧର ନାୟକ, ସୁରେନ୍ଦ୍ର ସାହୁ, ଡିଲେଶ୍ୱର ନାୟକ, ଭାଗବତ ସା, କୃଷ୍ଣଚନ୍ଦ୍ର ପ୍ରଧାନ, ବନମାଳୀ ବିଶ୍ୱାଳ, ସିର୍ଜୁ ଖମାରୀ, ପ୍ରଶାନ୍ତ ତ୍ରିପାଠୀ, ହେମକାନ୍ତ ବଢେଇ, ଅଜିତ କୁମାର ରଥ, ପ୍ରସନ୍ନ ପଣ୍ଡା, ସାରଙ୍ଗଧର ମିଶ୍ର ପ୍ରମୁଖ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରବାରଠୁ ସପ୍ତାହେ ଯାଏ ବର୍ଷା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୦ା୮(ବନ୍ଦନା ସେଠୀ) – ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା…

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ବଙ୍ଗୋପସାଗରରେ ହେଲାଣି ହଲଚଲ; ଓଡ଼ିଶାରେ ଆସିବ ବଡ଼ ଭୂମିକମ୍ପ! ଥରିବ ଏସବୁ ଜିଲା…

ଭୁବନେଶ୍ୱର, ୨୦।୮: ସମ୍ପ୍ରତି ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ନିକଟ ଭବିଷ୍ୟତରେ ଭୂକମ୍ପ ଆସିବାର ସମ୍ଭାବନା ନେଇ ଭୂବିଜ୍ଞାନୀ ଏବଂ ବିଶେଷଜ୍ଞମାନେ ସତର୍କତା ଜାରି କରିଛନ୍ତି। ପୃଥିବୀ…

ଥୁଆମୂଳ ରାମପୁରରେ ରାସନ ଚାଉଳ ଓଜନରେ ହେରଫେର୍: ଏମ୍‌ଆଇଙ୍କ ତଦନ୍ତ ପରେ ମେସିନ୍ ବନ୍ଦ, ବଳକା ଚାଉଳ ଯାଉଛି କୁଆଡ଼େ?

ଥୁଆମୂଳ ରାମପୁର,୨୦ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତରେ ପିଡିଏସ (PDS) ରାସନ ଚାଉଳ ଓଜନରେ ବ୍ୟାପକ ହେରଫେର୍ ନେଇ ଗୁରୁବାର ଗୁରୁତର ଅଭିଯୋଗ ସାମ୍ନାକୁ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜେଲ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି

ଭୁବନେଶ୍ୱର,୨୦।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି…

ଅସହାୟ ପରିବାରର କରୁଣ କାହାଣୀ: ବାପାଙ୍କ ଦଶାହ କାର୍ଯ୍ୟ ପାଇଁ ଭିକ୍ଷା ମାଗୁଛନ୍ତି ଦୁଇ ଝିଅ-ପୁଅ

ଦିଗପହଣ୍ଡି,୨୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା (୪୯)ଙ୍କ ଗତ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଛି।…

ଏହି ଜିଲାରେ ବନ୍ଦ ରହିବ ୨୦୫ ସ୍କୁଲ, ୨୬୫ ଅଙ୍ଗନୱାଡି କେନ୍ଦ୍ର, ଜାଣନ୍ତୁ

ଭଦ୍ରକ,୨୦।୮(ସନାତନ ରାଉତ): ଭଦ୍ରକ ଜିଲାରେ ଜାରି ରହିଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ୪ ବ୍ଲକର ୨୦୫ ସ୍କୁଲ ଓ ୨୬୫ ଅଙ୍ଗନୱାଡି କେନ୍ଦ୍ର ବନ୍ଦ…

ଭଷ୍ମାରେ ଭୟାବହ ସଡ଼କ ଦୁର୍ଘଟଣା: ଟ୍ରଲର ଚକା ତଳେ ଚାଲିଗଲା ମହିଳାଙ୍କ ସମେତ ୨ ଶିଶୁଙ୍କ ଜୀବନ

ସୁନ୍ଦରଗଡ଼,୨୦।୮(ଜୟ ନାରାୟଣ ମେଣ୍ଡୁଳି): ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ୍‌ୱେ’ର ସୁନ୍ଦରଗଡ଼ ଜିଲା ଭଷ୍ମା ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri