Posted inଖେଳ

ଟି୨୦ ସିରିଜ୍‌ ବରାବର କଲା ଇଂଲଣ୍ଡ

ଡର୍ବାନ,୧୫।୨- ସ୍ଥାନୀୟ କିଙ୍ଗ୍ସମେଡ ଷ୍ଟାଡିୟମରେ ଅନୁଷ୍ଠିତ ହାଇ ସ୍କୋରିଂ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୨ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ୧-୧ର ବରାବର ସ୍ଥିତିରେ ପହଞ୍ଚତ୍ଛି। ବିଜୟୀ ଦଳ ପାଇଁ ଅଲରାଉଣ୍ଡର ପ୍ରଦର୍ଶନ କରିଥିବା ମୋଇନ ଅଲିଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ରେ ବିବେଚିତ କରାଯାଇଛି। ଆସନ୍ତା ରବିବାର ସେଞ୍ଚୁରିୟାନଠାରେ ସିରିଜ୍‌ର ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ ଖେଳାଯିବ।
ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ମଳିତ ଉଦ୍ୟମ ଯୋଗୁ ଧାର୍ଯ୍ୟ ୨୦ ଓଭରରେ ୭ ଉଇକେଟ ହରାଇ ୨୦୪ ରନ୍‌ କରିଥିଲା। ଦଳ ପାଇଁ ବେନ ଷ୍ଟୋକ୍ସ ୪୭*, ଜାସନ ରୟ ୪୦, ମୋଏନ ଅଲି ୩୯, ଜନି ବେୟାରଷ୍ଟୋ ୩୫ ଓ ଅଧିନାୟକ ଇଆନ ମୋର୍ଗାନ ୨୭ ରନ୍‌ କରିଥିଲେ। ଘରୋଇ ଦଳ ପକ୍ଷରୁ ବୋଲିଂରେ ଲୁଙ୍ଗି ଏନ୍‌ଗିଡି ୩ ଓ ଆଣ୍ଡିଲେ ଫେଲୁକ୍ୱାୟୋ ୨ ଉଇକେଟ ହାତେଇଥିଲେ। ଜବାବରେ ଅଧିନାୟକ କୁଇଣ୍ଟନ ଡିକକ୍‌ଙ୍କ ବିସ୍ଫୋରକ ୬୫ ଓ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ଜବରଦସ୍ତ ଉଦ୍ୟମ ସତ୍ତ୍ୱେ ଦଳ ନିର୍ଦ୍ଧାରିତ ୨୦ ଓଭର ଖେଳି ୭ ଉଇକେଟ ହରାଇ ୨୦୨ ରନ୍‌ କରି ବିଜୟ ଲକ୍ଷ୍ୟଠାରୁ ୩ ରନ୍‌ ଦୂରରେ ରହିଯାଇଥିଲା। ଅଧିନାୟକ ଡିକକ୍‌ ୨୨ ବଲରେ ୨୯୫ ଷ୍ଟ୍ରାଇକ ରେଟ୍‌ରେ ୬୫ ରନ୍‌ କରିଥିଲେ। ତାଙ୍କ ଇନିଂସରେ ଥିଲା ୮ ଛକା ଓ ୨ ଚୌକା। ଏହା ବ୍ୟତୀତ ରାସି ଭାନଡର ଡୁସେନ ୪୩*, ତେମ୍ବା ବାଭୁମା ୩୧, ଡ୍ବେନ ପ୍ରିଟୋରିଅସ ୨୫ ଓ ଡେଭିଡ ମିଲର ୨୧ ରନ୍‌ କରିଥିଲେ। ଦଳକୁ ଜିତିବା ପାଇଁ ଅନ୍ତିମ ଓଭରରେ ଦରକାର ଥିଲା ୧୫ ରନ୍‌। ଟମ କୁରାନଙ୍କ ପ୍ରଥମ ବଲକୁ ମିସ କରିଥିଲେ ପ୍ରିଟୋରିଅସ। ଦ୍ୱିତୀୟ ବଲରେ ଛକା, ତୃତୀୟ ବଲରେ ଚୌକା ଓ ଚତୁର୍ଥ ବଲରେ ୨ ରନ୍‌ ଆଦାୟ କରିଥିଲେ ପ୍ରିଟୋରିଅସ। ଫଳରେ ଦଳକୁ ଅନ୍ତିମ ଦୁଇ ବଲରେ ଜିତିବା ଲାଗି ୩ ରନ୍‌ ଦରକାର ଥାଏ। ମାତ୍ର ଦୁଇ ବଲରେ ଦୁଇ ଉଇକେଟ ନେଇ ଦକ୍ଷିଣ ଆଫ୍ରିକା ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ କୁରାନ। ବିଜୟୀ ଦଳ ଲାଗି କୁରାନ, କ୍ରିସ ଜୋର୍ଡାନ ଓ ମାର୍କ ଉଡ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିବା ବେଳେ ମୋଏନ ଗୋଟିଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri