Posted inଖେଳ

ଟି୨୦ ବିଶ୍ୱକପ୍‌ : ନିଷ୍ପତ୍ତି ନେବାକୁ ଆଇସିସିକୁ କହିଲେ ଟେଲର

ମେଲବୋର୍ନ,୨୪।୫(ପି.ଟି.): ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର- ନଭେମ୍ବରରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଘୁଞ୍ଚିବ ନାହିଁ ବୋଲି ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ମାର୍କ ଟେଲର ଅନୁମାନ କରିଛନ୍ତି। ତେବେ ଟି୨୦ ବିଶ୍ୱକପ୍‌ ନେଇ ଚଳିତ ସପ୍ତାହରେ ନିଷ୍ପତ୍ତି ନେବାକୁ ସେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)କୁ କହିଛନ୍ତି। ଚଳିତ ସପ୍ତାହରେ ଆଇସିସି ବୋର୍ଡ ବୈଠକ ବସିବାକୁ ଯାଉଛି। ଏହି ବୈଠକରେ ବିଶ୍ୱକପ୍‌ ନେଇ ନୀତି ସ୍ପଷ୍ଟ କରିବାକୁ ସେ କରିଛନ୍ତି।
ଯଦି ଟି୨୦ ବିଶ୍ୱକପ୍‌ ଓ୍ବିଣ୍ଡୋରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ହୁଏ ତେବେ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଏହି ହାଇପ୍ରୋଫାଇଲ ଲିଗ୍‌ରେ ଖେଳିବାକୁ କ୍ରିକେଟ ଅଷ୍ଟ୍ରେଲିଆ ଅନୁମତି ଦେବ ବୋଲି ଟେଲର ଆଶା କରୁଛନ୍ତି। ଆସନ୍ତା ୨୮ ତାରିଖରେ ବୋର୍ଡ ବୈଠକରେ କୋଭିଡ-୧୯ ମହାମାରୀ ଓ ଟି୨୦ ବିଶ୍ୱକପ୍‌ର ଭାଗ୍ୟ ଓ ଭବିଷ୍ୟତ ନେଇ ସବିଶେଷ ଆଲୋଚନା ହେବ।
ଯଦି ଯୋଜନା ଅନୁସାରେ ଅକ୍ଟୋବର ଓ ନଭେମ୍ବରରେ ବିଶ୍ୱକପ୍‌ ଆୟୋଜନ ହେବନି ତାହାଲେ ଏହି ସମୟରେ ଏକ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ କିପରି ଆୟୋଜନ ହେବ ଓ ଏହା ନିଶ୍ଚିତ ଭାବେ ସମ୍ଭବ ନୁହେଁ ବୋଲି ପୂର୍ବତନ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ନିର୍ଦ୍ଦେଶକ ଟେଲର କହିଛନ୍ତି। ଚଳିତ ସପ୍ତାହରେ ନିଷ୍ପତ୍ତି ନିଆଗଲେ ନିଶ୍ଚିତ ଭାବେ ଭଲ ହେବ। ଏହା ହେଲେ ସମସ୍ତେ ନିଜ ନିଜର ଯୋଜନା କରିପାରିବେ।
ଅନ୍ୟପଟେ କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ କେଭିନ ରବଟର୍‌ସ ଭିନ୍ନ ମତ ଦେଇଛନ୍ତି। ଅକ୍ଟୋବର ୧୮ରୁ ନଭେମ୍ବର ୧୯ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ନେଇ ଅତିକମ୍‌ରେ ଅଗଷ୍ଟ ସୁଦ୍ଧା କୌଣସି ନିଷ୍ପତ୍ତି ନେଇ ହେବ ନାହିଁ ବୋଲି ସେ କହିଛନ୍ତି। ଏହା ଘୁଞ୍ଚିଯାଉ ବୋଲି ସମସ୍ତେ ଚାହାନ୍ତି। ଟି୨୦ ବିଶ୍ୱକପ୍‌ ସଂକ୍ରାନ୍ତରେ ନିଷ୍ପତ୍ତି ନିଆ ନ ଯିବା ପର୍ଯ୍ୟନ୍ତ ଆଇପିଏଲ କାର୍ଯ୍ୟସୂଚୀ ନେଇ ମଧ୍ୟ ନିଷ୍ପତ୍ତି ନେଇ ହେବ ନାହିଁ। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ କ୍ରିକେଟ ଅଷ୍ଟେଲିଆ ଖୁସି କରିବାକୁ ଚାହୁଥିବାରୁ ଅଷ୍ଟ୍ରେଲିଆ କ୍ରିକେଟରଙ୍କୁ ସିଏ ଏଥିରେ ସାମିଲ ହେବାକୁ ଅନୁମତି ଦେବ ବୋଲି ଟେଲର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ଟି ବିଭାଗର ୮ଟି ବଡ଼ ପ୍ରସ୍ତାବକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରି 

ଭୁବନେଶ୍ୱର, ୧୨/୬ : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ କ୍ୟାବିନେଟ ବୈଠକରେ ୬ଟି ବିଭାଗ ପକ୍ଷରୁ ଆଗତ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି।…

ମୋହନା ଅଞ୍ଚଳରେ କାଳବୈଶାଖି ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ

ମୋହନା, ୧୨।୬( ମନ୍ମଥ ମିଶ୍ର ): ମୋହନା ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖି ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ  ଶୁକ୍ରବାର  ସନ୍ଧ୍ୟା ସମୟରେ ବର୍ଷା…

୧୭ ଡ୍ରମ୍‌ ମଦ ପୋଚ ନଷ୍ଟକଲେ ଗ୍ରାମବାସୀ

ନନ୍ଦପୁର,୧୨ା୬(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକ ବନମାଳିପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମବାସୀ ଲୁଚାଇ ରଖାଯାଇଥିବା ୧୭ ଡ୍ରମ୍‌ ମଦ ପୋଚ ନଷ୍ଟ…

ବଜ୍ରପାତରେ ମହିଳାଙ୍କ ମୃତ୍ୟୁ

ଲାଞ୍ଜିଗଡ଼,୧୨ା୬(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଦାରପଟା ଗ୍ରାମର କନକ ବେହେରା (୪୫)ଙ୍କ ଶୁକ୍ରବାର ବଜ୍ରପାତରେ ମୃତ୍ୟୁ ଘଟିଛି। ସୂଚନାନୁସାରେ ଅପରାହ୍ନ ସାଢେ…

ବଜ୍ରପାତରେ ୨୦ ଛେଳିମେଣ୍ଢା ମୃତ

ପାତ୍ରପୁର,୧୨ା୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜିଲୁଣ୍ଡା ନିକଟସ୍ଥ ପାହାଡ ଅଞ୍ଚଳର ଏକ ଜମିରେ ଶୁକ୍ରବାର ବଜ୍ରପାତରେ ଗୋଟିଏ ଛେଳି ଓ ୧୯ ମେଣ୍ଢାଙ୍କ…

ମଣ୍ଡି ଅଭାବ: ଥୁଆମୂଳ ରାମପୁରରେ ଦଲାଲଙ୍କ କବ୍‌ଜାରେ ଆମ୍ବ ଚାଷୀ

ଥୁଆମୂଳ ରାମପୁର, ୧୨/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ସରକାରୀ ବଜାର ବ୍ୟବସ୍ଥା ନଥିବାରୁ ଆମ୍ବ ଚାଷୀ ବ୍ୟାପକ ଶୋଷଣର ଶିକାର ହେଉଛନ୍ତି।…

ଭାରତ ପାଇଁ ବାହାରିଲେ ଟ୍ରମ୍ପ, ଇରାନକୁ ସିଧା କହିଦେଲେ…

ଓ୍ୱାଶିଂଟନ,୧୨ା୬: ଉପସାଗରୀୟ ଅଞ୍ଚଳରେ ଯୁଦ୍ଧ ବନ୍ଦ ପାଇଁ ରବିବାର ସୁଦ୍ଧା ଆମେରିକା ଏବଂ ଇରାନ ମଧ୍ୟରେ ବହୁପ୍ରତୀକ୍ଷିତ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର ହୋଇପାରେ। ଏକ ପାଶ୍ଚାତ୍ୟ ସୂତ୍ର…

ଧରିତ୍ରୀ ପ୍ରଭାବ: କାଳବୈଶାଖୀ ବିପନ୍ନ ଗଜେନ୍ଦ୍ରଙ୍କୁ ମିଳିଲା ସରକାରୀ ଗୃହ କାର୍ଯ୍ୟାଦେଶ

ଥୁଆମୂଳ ରାମପୁର, ୧୨/୦୬ (କୀର୍ତ୍ତି ଚନ୍ଦ୍ର ଦୁର୍ଗା): ଗରିବର ଅଶ୍ରୁ ପୋଛିଲା ପ୍ରଶାସନ, ସାର୍ଥକ ହେଲା ‘ଧରିତ୍ରୀ’ର ସମ୍ବାଦ। କାଳବୈଶାଖୀ ଝଡ଼ରେ ଭାଙ୍ଗି ଚୁରମାର୍ ହୋଇଯାଇଥିବା ଗୁଣୁପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri