ଟିକସ ଆଦାୟ ଲକ୍ଷ୍ୟ ପୂରଣ ନ ହେଲେ କାର୍ଯ୍ୟାନୁଷ୍ଠାନ

ଛତ୍ରପୁର,୨୨୧(ଡି.ଏନ.ଏ)-ଛତ୍ରପୁରସ୍ଥିତ ଜିଲାପରିଷଦ ଭବନ ଋଷିକୁଲ୍ୟା ସମ୍ମିଳନୀ ଗୃହରେ ମଙ୍ଗଳବାର ଗଞ୍ଜାମ, କନ୍ଧମାଳ ଓ ନୟାଗଡ ଜିଲାର ସହରାଞ୍ଚଳ ଉନ୍ନୟନ ସମୀକ୍ଷା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ୍‌ ଯୋଗଦେଇ ସମୀକ୍ଷା କରିଥିଲେ। ତାଙ୍କ ସହ ବିଭାଗର ଅଧିକାରୀମାନେ ଆସିଥିଲେ। ବୈଠକରେ ସହରାଞ୍ଚଳ ଗୁଡ଼ିକରେ ଚାଲିଥିବା ବର୍ଜ୍ୟବସ୍ତୁ ପରିଚାଳନାଠାରୁ ଆରମ୍ଭ କରି ପାଇଖାନା ନିର୍ମାଣ, ପ୍ରତି ଘରକୁ ପାଇପ୍‌ ଯୋଗେ ଜଳ ଯୋଗାଣ, ପ୍ରଧାନମନ୍ତ୍ରୀ ଆବାସ, ପ୍ରତି ଘରୁ ଆବର୍ଜନା ସଂଗ୍ରହ, ବିଭିନ୍ନ ଟିକସ ଆଦାୟ ଏବଂ କନିଷ୍ଠ ଯନ୍ତ୍ରୀମାନଙ୍କ କାର୍ଯ୍ୟର ସହରାଞ୍ଚଳୱାରୀ ସମୀକ୍ଷା କରାଯାଇଥିଲା।
ବ୍ରହ୍ମପୁର ମହାନଗର ନିଗମରେ ଥିବା ବସ୍ତି ବାସିନ୍ଦାଙ୍କ ପାଇଁ ରାଜୀବ ଗାନ୍ଧୀ ଆବାସ ଯୋଜନା କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବହୁତଳ କୋଠା ନିର୍ମାଣ କରି ଥଇଥାନ କରିବାକୁ ପ୍ରମୁଖ ଶାସନ ସଚିବ କହିଥିଲେ। ଜାଗା ମିଶନ ଗଞ୍ଜାମରୁ ଆରମ୍ଭ ହୋଇଥିଲା। ପରେ ରାଜ୍ୟର ସମସ୍ତ ସହରାଞ୍ଚଳରେ ଏହାର ଶୁଭାରମ୍ଭ ହୋଇଛି। ଗଞ୍ଜାମ ପୂରା ରାଜ୍ୟକୁ ବାଟ ଦେଖାଇଥାଏ ବୋଲି କହି ପ୍ରମୁଖ ଶାସନ ସଚିବ ଜିଲାକୁ ପ୍ରଂଶସା କରିଥିଲେ। ବସ୍ତିବାସିନ୍ଦାଙ୍କୁ ଜମି ଅଧିକାରୀ ପ୍ରମାଣପତ୍ର ବଣ୍ଟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସହରାଞ୍ଚଳରେ ପରିମଳ ଏକ ମୁଖ୍ୟ ବିଷୟ। ସହରାଞ୍ଚଳରେ ସଫେଇ କାର୍ଯ୍ୟ ବେଳେ ନିର୍ବାହୀ ଅଧିକାରୀମାନେ ପରିଦର୍ଶନରେ ଯାଉନାହାନ୍ତି। ଏଣିକି ସକାଳ ୬ଟାରେ ନିର୍ବାହୀ ଅଧିକାରୀ ଓ ସହରାଞ୍ଚଳ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ପରିଦର୍ଶନରେ ଯିବେ। ସେହିପରି ରାତିରେ ରାସ୍ତା ସଫେଇ ଉପରେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ। ସହରାଞ୍ଚଳର ପ୍ରତି ଘରକୁ ପାଇପ୍‌ ଯୋଗେ ଜଳଯୋଗାଣ କରିବାକୁ ପଡିବ। ମିଟର ଲଗାଇ ୨୪ ଘଣ୍ଟା ପାଣି ଯୋଗାଣ କରାଯିବ। ଏହାଦ୍ୱାରା ଘର ଉପରେ ଟାଙ୍କି କିମ୍ବା ତଳେ ସମ୍ପ ରହିବନି ଏବଂ ମୋଟର ଲାଗିବନି ବୋଲି ସଚିବ କହିଛନ୍ତି। ଗୋପାଳପୁର ଏନ୍‌ଏସିର ସମସ୍ତ ଘରକୁ ପାଇପ୍‌ ଯୋଗେ ଜଳ ଯୋଗାଣ ହେଉଛି ଏବଂ ଏହା ରାଜ୍ୟରେ ପ୍ରଥମ ବୋଲି ସଚିବ ସୂଚନା ଦେଇଥିଲେ। ପୁରୀ ଓ ଭୁବନେଶ୍ୱର ଭଳି ୱାର୍ଡସ୍ତରରେ ଜଳସାଥୀ ରହିବେ। ଏମାନେ ବିଲ୍‌ କାଟିବେ ଓ ଟଙ୍କା ଆଦାୟ ଓ ପାଣିର ମାନ ପରୀକ୍ଷା କରିବେ। ନିର୍ବାହୀ ଅଧିକାରୀମାନେ ପବ୍ଲିକ୍‌ ଟଏଲଟ୍‌ ବ୍ୟବହାର କଲେ ତାହା ସଫା ରହିପାରିବ ବୋଲି ସଚିବ କହିଥିଲେ। ଗୋପାଳପୁର, ରମ୍ଭା, ଭଞ୍ଜନଗର, କୋଦଳା, ପୁରୁଷୋତ୍ତମପୁର ଓ ପୋଲସରା ଏନ୍‌ଏସି, ଫୁଲବାଣୀ ମ୍ୟୁନିସିପାଲିଟି ହୋଲଡିଂ ଟିକସ ଆଦାୟରେ ପଛରେ ପଡ଼ିଛି। ସେହିପରି ବିଭିନ୍ନ ଟିକସ ଆଦାୟ କ୍ଷେତ୍ରରେ ରମ୍ଭା, କୋଦଳା, ଭଞ୍ଜନଗର, ଚିକିଟି, ବାଲିଗୁଡା ଏନଏସିର ସ୍ଥିତି ନୈରାଶ୍ୟଜନକ। ଏଥିରେ ସୁଧାର ନ ଆଣିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା। ବ୍ରହ୍ମପୁର ମହାନଗର ନିଗମକୁ ୩୫ କୋଟି ଟିକସ ଆଦାୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ପୁରୁଷୋତ୍ତମପୁର, ପୋଲସରା, ଖଲ୍ଲିକୋଟ, କୋଦଳା, ସୋରଡା ଯନ୍ତ୍ରୀଙ୍କ କାର୍ଯ୍ୟ ବହୁତ ନୈରାଶ୍ୟଜନକ ଥିବା ସମୀକ୍ଷା ବେଳେ ଜଣାପଡିଥିଲା। ଗଞ୍ଜାମ ଜିଲାର ସମସ୍ତ ସହରାଞ୍ଚଳକୁ ଦିଆଯାଇଥିବା ଅନୁଦାନ ମଧ୍ୟରୁ ମାତ୍ର ୪.୨ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଥିବାରୁ ପ୍ରମୁଖ ଶାସନ ସଚିବ ଉଦ୍‌ବେଗ ପ୍ରକାଶ କରିଥିଲେ। ବୈଠକରେ ରାଜ୍ୟ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକ (ମ୍ୟୁନିସିପାଲିଟି ପ୍ରଶାସନ) ସଂଗ୍ରାମଜିତ୍‌ ନାୟକ, ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି, ନୟାଗଡ ଜିଲାପାଳ ଡ. ପୁମା ଟୁଡୁ, ବ୍ରହ୍ମପୁର ମହାନଗର ନିଗମର କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର, ଯୁଗ୍ମ ସଚିବ କଲ୍ୟାଣ କୁମାର ରଥ, ସୁଡା (ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା)ର ଅତିରିକ୍ତ ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡାଙ୍କ ସମେତ ୩ ଜିଲାର ୨୬ ସହରାଞ୍ଚଳର ନିର୍ବାହୀ ଅଧିକାରୀ, ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri