Posted inରାଜ୍ୟ

ଟାଟା: ଖଣି ହାତେଇବାକୁ ବ୍ୟାକୁଳ

କଟକ ଅଫିସ,୮ା୮(ଲାଲା ସୁନୀଲ କୁମାର ରଥ/କୁମାରଶ୍ରୀ ସାହୁ):ଟାଟା ସାମ୍ରାଜ୍ୟର ଜନ୍ମ ଓଡ଼ିଶାର ପ୍ରାକୃତିକ ସମ୍ପଦରୁ ହୋଇଛି। ଆମ ମଧ୍ୟରେ କ୍ୱଚିତ୍‌ ଥିବେ ଯେଉଁମାନେ ଟାଟା ଶିଳ୍ପ ଇତିହାସ ଜାଣିଥିବେ। ସେହି ସାମ୍ରାଜ୍ୟର ପ୍ରଥମ ବୃହତ୍‌ ଶିଳ୍ପ ଥିଲା ଜାମ୍‌ସେଦପୁରସ୍ଥିତ ଟାଟା ଇସ୍ପାତ କାରଖାନା। ଜାଣିବାର କଥା ଯେ, ଏହି ଇସ୍ପାତ କାରଖାନାକୁ କଞ୍ଚାମାଲ୍‌ ଅର୍ଥାତ୍‌ ଲୁହାପଥର ଓଡ଼ିଶାରୁ ଯାଉଥିଲା। ଏବେ ମଧ୍ୟ ଯାଉଛି। କାରଖାନା ଓଡ଼ିଶାର ସୀମାନ୍ତ ପଡ଼ୋଶୀ ରାଜ୍ୟରେ ସ୍ଥାପନ କରାଯାଇଥିଲା। ଆଜି ପର୍ଯ୍ୟନ୍ତ ଟାଟା ଇସ୍ପାତର ଅଧାରୁ ଅଧିକ କଞ୍ଚାମାଲ୍‌ ଓଡ଼ିଶାରେ ଥିବା ତାହାର କ୍ୟାପ୍ଟିଭ ଖଣିରୁ ଯାଉଛି। ଖବର ମିଳିଛି ଯେ, ଓଡ଼ିଶାର ଯେତିକି ପ୍ରାକୃତିକ ସମ୍ପଦ ସେହି କମ୍ପାନୀ ଦଖଲ କରି ବସିଥିଲା, ଏବେ ଏହାର ଲୋଭ ପ୍ରବଳ ମାତ୍ରାରେ ବୃଦ୍ଧି ପାଇଛି। ମାଇନ୍‌ସ ଆଣ୍ଡ ମିନେରାଲ୍‌ ଡେଭଲପ୍‌ମେଣ୍ଟ ଆଣ୍ଡ ରେଗୁଲେଶନ (ଏମ୍‌ଏମ୍‌ଡିଆର) ଆଇନ ଅନୁଯାୟୀ ସବୁ ଖଣି ମାଲିକଙ୍କୁ ୧୦ବର୍ଗ କି.ମି. ମଧ୍ୟରେ କାର୍ଯ୍ୟ କରିବାକୁ ସରକାରୀ ଅନୁମତି ମିଳିଥାଏ। ହେଲେ ସେତିକିରେ ସନ୍ତୁଷ୍ଟ ହେବା ପରିବର୍ତ୍ତେ ଟାଟା ଇସ୍ପାତ ସମୟର ସୁବିଧା ଉଠାଇ ଓଡ଼ିଶାର ୪୯.୬୧ବର୍ଗ କି.ମି ଖଣି ଅଞ୍ଚଳକୁ ହାତେଇଛି। ଏହାପରେ ବି ସନ୍ତୁଷ୍ଟ ହୋଇପାରିନି କମ୍ପାନୀ। ଓଡ଼ିଶାର ଖଣିଜ ସମ୍ପଦକୁ ବ୍ୟବହାର କରି ନେବାରେ ଅଧିକ ଇଚ୍ଛା ପ୍ରକାଶ କରି ୨୦୧୭ ଅକ୍ଟୋବର ୧୩ତାରିଖରେ ପତ୍ର ସଂଖ୍ୟା. ୦୪୯୧ରେ ଟାଟା ଷ୍ଟିଲ ଲିମିଟେଡ ରାଜ୍ୟ ସରକାରଙ୍କୁ ଖଣି ଅଞ୍ଚଳର ପରିସୀମାକୁ ୧୨୫ବର୍ଗ କି.ମି.କୁ ବୃଦ୍ଧି କରିବାକୁ ଆବେଦନ କରିଥିଲା। ଆଉ ଟାଟାର ଏଭଳି ଆବେଦନରେ ରାଜ୍ୟ ସରକାର ମଧ୍ୟ ତତ୍ପରତା ପ୍ରକାଶ ପୂର୍ବକ ପଦକ୍ଷେପ ନେଇଥିଲେ।

ଖଣି ବିଭାଗ ୨୦୧୭ ନଭେମ୍ବର ୨୦ରେ ପତ୍ର ସଂଖ୍ୟା ୯୫୩୧ରେ ଖଣି ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ୭ଜଣିଆ ଟିମ୍‌ ଗଠନ କରିଥିଲା। ଏହି ଟିମ୍‌ ଗଠନ ଟାଟା ଆବେଦନର ମାତ୍ର ୫ସପ୍ତାହ ମଧ୍ୟରେ କରାଯାଇଥିଲା। ଟାଟା ଷ୍ଟିଲ୍‌ର ଖଣି ଅଞ୍ଚଳ ସମ୍ପ୍ରସାରଣ ଅନୁମତି ସମ୍ପର୍କିତ ଆବେଦନକୁ ବିଚାର କରି ୨୦୧୮ମାର୍ଚ୍ଚ ୧୩ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟକୁ ଏକ ସୁପାରିସ ପତ୍ର ପଠାଯାଇଥିଲା, ଯେଉଁଥିରେ ଖଣି କମ୍ପାନୀଗୁଡ଼ିକୁ ୧୦ବର୍ଗ କି.ମି. ପରିବର୍ତ୍ତେ ୭୫ବର୍ଗ କି.ମି. ଜମି ପ୍ରଦାନ କରିବାକୁ ସୁପାରିସ ହୋଇଥିଲା। ରାଜ୍ୟ ସରକାରଙ୍କ ଦ୍ୱାରା ପଠାଯାଇଥିବା ଏହି ସୁପାରିସ ପତ୍ରରୁ ଜଣାପଡ଼ୁଛି ଯେ, କମ୍ପାନୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଉତ୍ତମ ବୁଝାମଣା ହୋଇପାରିଛି। ଏବେ ଟାଟାର ଆବେଦନ ସହିତ ରାଜ୍ୟର ସୁପାରିସ କେନ୍ଦ୍ର କୋଳରେ ପଡ଼ିଛି। ଦିଲ୍ଲୀରେ ଯଦି ଭୁବନେଶ୍ୱର ଭଳି ଉଚ୍ଚକୋଟିର ବୁଝାମଣା ହୋଇଯିବ ତେବେ ଓଡ଼ିଶା ରାଜ୍ୟର ଖଣିଜ ସମ୍ପଦ ଟାଟା କମ୍ପାନୀ ମାଡ଼ି ବସିବା ସହଜ ହୋଇଯିବ। ଅପରପକ୍ଷରେ ଟାଟା କମ୍ପାନୀ ପ୍ରତି ରାଜ୍ୟ ସରକାରଙ୍କ ଏଭଳି ଅନୁକମ୍ପାମୂଳକ ସୁପାରିସକୁ ଯୁକ୍ତିହୀନ ଏବଂ ଅବିଧେୟ ବୋଲି ଦର୍ଶାଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ରିଟ୍‌ ପିଟିଶନ (ପିଆଇଏଲ୍‌)୨୫୦୨/୨୦୧୯) ରୁଜୁ କରାଯାଇଛି। ଆବେଦନକାରୀ ବିଜୟ ମିଶ୍ର ଏଥିରେ କେନ୍ଦ୍ର ସରକାର, ରାଜ୍ୟ ସରକାର, ଝାଡ଼ଖଣ୍ଡ ସରକାର ଏବଂ ଟାଟା ଷ୍ଟିଲ୍‌କୁ ପକ୍ଷଭୁକ୍ତ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ସେପ୍ଟେମ୍ବର ୧୩କୁ ଧାର୍ଯ୍ୟ ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ମାମଲାକୁ ଆଇନଜୀବୀ ମାତୃଗୁପ୍ତ ମିଶ୍ର ପରିଚାଳନା କରୁଛନ୍ତି। ଅପରପକ୍ଷରେ ଏହି ମାମଲାରେ ପକ୍ଷଭୁକ୍ତ ହେବାପାଇଁ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର ସ୍ପଞ୍ଜ ଆଇରନ, ପେଲେଟ ମାନୁଫ୍ୟାକ୍ଚର ଆସୋସିଏଶନ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଣା ମୁଖାର୍ଜୀ ଓ ଯଶୋବନ୍ତ ଦାଶ ପକ୍ଷ ରଖିବାକୁ ହାଇକୋର୍ଟରେ ଆବେଦନ କରିଥିବା ଜଣାପଡ଼ିିଛି। ଟାଟା ପକ୍ଷରୁ ଏଇଚ୍‌. ରାୱଲ ଏହି ମାମଲା ପରିଚାଳନା କରୁଛନ୍ତି। ତେବେ ଏନେଇ ଟାଟା କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କେହି ମତାମତ ଦେବାକୁ ପ୍ରସ୍ତୁତ ହେଲେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀ- ଇଶାନ କିଶନଙ୍କୁ ଆପ୍ୟାୟିତ କରିବାକୁ ପ୍ରସ୍ତୁତ ଜାପାନ

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ସାନୋ କ୍ଲବ୍ଠାରେ ଭାରତ ଏବଂ ଜାପାନ ମଧ୍ୟରେ ଏକ ଐତିହାସିକ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଜାପାନରେ ବିହାରର ଲୋକମାନଙ୍କର ଉଲ୍ଲେଖନୀୟ…

CSKର ମୁଖ୍ୟ କୋଚ ହେବା ପରେ ଆସିଲା ଜାହିର ଖାନଙ୍କ ପ୍ରତିକ୍ରିୟା: କହିଲେ…

ନୂଆଦିଲ୍ଲୀ,୨୨।୯: ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କୋଚ ଭାବରେ ନିଯୁକ୍ତ ହେବା ପରେ ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।…

ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ବଡ଼ ଝଟକା; ଆମେରିକୀୟ ସର୍ଭେରୁ ସାମ୍ନାକୁ ଆସିଲା ଚକିତ କଲାଭଳି ତଥ୍ୟ

ଓ୍ବାଶିଂଟନ,୨୨।୯: ଆମେରିକା-ଇରାନ ସଂଘର୍ଷ ଏବଂ ମଧ୍ୟ-ପୂର୍ବରେ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଦେଶ ଭିତରେ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପିଇଓଙ୍କ ବାସଭବନରେ ଭିଜିଲାନ୍ସର ତନାଘନା

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ଗାଇସିଲେଟ ବ୍ଲକ କାଟାବାହାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ବାସଭବନରେ ଭିଜିଲାନ୍ସ…

Asian Games: ପ୍ରଥମ ସେଟ ଜିତିବା ପରେ କ୍ୱାର୍ଟର ଫାଇନାଲରେ ପ୍ରଶଂସକଙ୍କୁ ନିରାଶ କଲେ ପି.ଭି. ସିନ୍ଧୁ

କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ମହିଳା ବ୍ୟାଡମିଣ୍ଟନ ଦଳଗତ କ୍ୱାର୍ଟର ଫାଇନାଲରେ, ଭାରତୀୟ ଦଳ ଜାପାନ ବିପକ୍ଷ ପ୍ରାରମ୍ଭିକ ମ୍ୟାଚରେ ପରାଜିତ ହୋଇଛି। ୟାମାଗୁଚିଙ୍କ ବିପକ୍ଷ ମୁକାବିଲାରେ…

ହସ୍ପିଟାଲରେ ନିଆଁ, ଜଣେ ଶିଶୁ ମୃତ, ୨୮ ଉଦ୍ଧାର

ଆଦିଲାବାଦ,୨୨।୯: ତେଲଙ୍ଗାନାର ଆଦିଲାବାଦ ସ୍ଥିତ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ (RIMS) ହସ୍ପିଟାଲର ଶିଶୁ ବିଭାଗରେ ନିଆଁ ଲାଗିବା ଫଳରେ ଏକ ନବଜାତ ଶିଶୁର…

ଗଣମାଧ୍ୟମ ସହ ବିବାଦ ମଧ୍ୟରେ ବଡ଼ ପଦକ୍ଷେପ ନେଲେ ଟ୍ରମ୍ପ, ଲଞ୍ଚ କଲେ ନିଜର TV ଚ୍ୟାନେଲ

ଓ୍ବାଶିଂଟନ,୨୨।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଜଡ଼ିତ ‘ଟ୍ରମ୍ପ ଟିଭି’ (Trump TV) ବର୍ତ୍ତମାନ ଲାଇଭ ଷ୍ଟ୍ରିମିଂ ସୁବିଧା ଯୋଗାଇବ। ଏହି ପ୍ଲାଟଫର୍ମ ସପ୍ତାହର ସାତୋଟି…

୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା DJ ଗାଡ଼ି

ଜମନକିରା,୨୨।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?