ଝିଅର ଆର୍‌ଟିଆଇ ତଥ୍ୟ ମା’ହତ୍ୟା ଘଟଣାର ଗୁମର ଖୋଲିଲା: ୮ ବର୍ଷ ପରେ ଖପୁରି ଉଦ୍ଧାର

ସମ୍ବଲପୁର, ୨୭।୭ (ବ୍ୟୁରୋ): ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରେ ପିଏଚ୍‌ଡି କରୁଥିବା ଜଣେ ଛାତ୍ରୀ ସୂଚନା ଆଇନ ବଳରେ ତାଙ୍କ ମା’ଙ୍କ ନିଖୋଜ ନେଇ ଡିଜି ଅଫିସରୁ ତଥ୍ୟ ମାଗିବା ପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ସମ୍ବଲପୁର ସହର ନନ୍ଦପଡାର ଜୟଶ୍ରୀ ମିଶ୍ର ନିଖୋଜ ନ ଥିଲେ, ତାଙ୍କୁ ହତ୍ୟାକରି ପୋତି ଦିଆଯାଇଥିବା ଜଣାପଡ଼ିଛି। ଶୁକ୍ରବାର ବୁର୍ଲା ଥାନା ବଡସିଙ୍ଘାରି ଗାଁରୁ ମୃତାଙ୍କ ଖପୁରୀ ଓ ହାଡ ଆଦି ଦେହାବଶେଷକୁ ପୋଲିସ ଜବତ କରିଛି। ଜୟଶ୍ରୀଙ୍କ ସମ୍ପର୍କୀୟ ଭିଣୋଇ ତଥା ଅଭିଯୁକ୍ତ ବଡସିଙ୍ଘାରି ଗ୍ରାମର ବସନ୍ତ ପଣ୍ଡାଙ୍କୁ ପୋଲିସ ରିମାଣ୍ଡରେ ଆଣି ଘଟଣାସ୍ଥଳକୁ ନେଇଥିଲା। ତାଙ୍କ ଉପସ୍ଥିତିରେ ଜେସିବିରେ ମାଟି ଖୋଳା ହୋଇଥିଲା। ସେହିପରି ଜୟଶ୍ରୀଙ୍କୁ ପୋତିବା ସମୟରେ ମାଟି ଖୋଳିବା ପାଇଁ ସହଯୋଗ କରିଥିବା ସେହି ଗ୍ରାମର ଚୈତନ୍ୟ କୁଅଁରଙ୍କୁ ମଧ୍ୟ ପୋଲିସ ସେଠାକୁ ନେଇଥିଲେ । ପ୍ରାୟ ୪ ଘଣ୍ଟା ପରେ ଖପୁରୀ ଓ ଅଣ୍ଟା ହାଡର
କିଛି ଅଂଶକୁ ଉଦ୍ଧାର କରିଛି। ଘଟଣା ସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌, ଫରେନସିକ୍‌ ଟିମ୍‌ ଓ ଜୟଶ୍ରୀଙ୍କ ଝିଅ ଅଭିଯୋଗକାରିଣୀ ବିଜୟିନୀ ମିଶ୍ର ଉପସ୍ଥିତ ଥିଲେ। ଫରେନସିକ ଯାଞ୍ଚ ପରେ ଡିଏନଏ ଟେଷ୍ଟ ପାଇଁ ଏସବୁ ଦେହାବଶେଷକୁ ପଠାଯିବ। ଡିଏନଏ ଟେଷ୍ଟ ପରେ ଉଦ୍ଧାର ହାଡ ଜୟଶ୍ରୀଙ୍କର କିମ୍ବା ଆଉ କାହାର ତାହାର ପ୍ରମାଣ ମିଳିବ ବୋଲି ସମ୍ବଲପୁର ସଦର ଏସ୍‌ଡିପିଓ ଭବାନୀଶଙ୍କର ଉଦ୍‌ଗାତା ସୂଚନା ଦେଇଛନ୍ତି । ତେବେ ଏହି ହତ୍ୟା ଘଟଣାରେ ଚୈତନ୍ୟଙ୍କ କୌଣସି ସମ୍ପୃକ୍ତି ନାହିଁ । ଚୈତନ୍ୟ ଅଭିଯୁକ୍ତ ବସନ୍ତଙ୍କ ଘରେ ସେ ସମୟରେ ମଜୁରିଆ ଭାବେ କାମ କରୁଥିଲେ। ତାଙ୍କୁ ମୂଲ୍ୟବାନ ପଥର ଖୋଜିବାକୁ ଅଛି କହି ଅଭିଯୁକ୍ତ ବସନ୍ତ ଗାତ ଖୋଳାଇ ଥିଲେ । ହେଲେ କୌଣସି ପଥର ନ ମିଳିବାରୁ ଚୈତନ୍ୟଙ୍କୁ ୨ଶହ ଟଙ୍କା ମଜୁରୀ ଦେଇଥିଲେ। ସେ ଗାତ ଖୋଳି ଚାଲି ଯାଇଥିଲେ। ଦୁଇ ଦିନ ପରେ ରତ୍ନପଥର ପାଇବା ଲୋଭରେ ଚୈତନ୍ୟ ସେହି ସ୍ଥାନକୁ ଆସି ଗାତ ବନ୍ଦ ଥିବା ଦେଖିବାକୁ ପାଇଥିଲେ। ପରେ ସେ ମାଟି ଖୋଳିବାରୁ ଗାତରେ ଜଣେ ମହିଳାଙ୍କ ମୃତଦେହ ପୋତା ଯାଇଥିବା ଦେଖି ବସନ୍ତଙ୍କୁ ପଚାରିଥିଲେ । ହେଲେ ବସନ୍ତ ତାଙ୍କୁ ଧମକ ଦେଇ ଚୁପ୍‌ ରହିବାକୁ କହିଥିଲେ ବୋଲି ଏସଡିପିଓ ଉଦ୍‌ଗାତା କହିଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୧୧ ନଭେମ୍ବର ୧୧ ତାରିଖରେ ବଡ଼ଝିଅ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ କରିବା ପାଇଁ ଜୟଶ୍ରୀ ବଡ଼ସିଂହାରୀ ଗ୍ରାମର ତାଙ୍କ ସମ୍ପର୍କୀୟ ଭିଣୋଇ ବସନ୍ତଙ୍କ ଘରକୁ ଯାଇଥିଲେ । ହେଲେ ସେହି ଦିନରୁ ସେ ଆଉ ଫେରି ନଥିଲେ । ଏ ନେଇ ଝିଅ ବିଜୟିନୀ ୨ ଦିନ ପରେ ସମ୍ବଲପୁର ଟାଉନ ଥାନାରେ ତାଙ୍କ ମା’ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ଏହାର କିଛିଦିନ ପରେ ସେ ପୁଣି ଆଉ ଥରେ ଥାନାକୁ ଯାଇ ତାଙ୍କ ମା’ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ବସନ୍ତ ୧ ଲକ୍ଷ ୬୦ ହଜାର ଟଙ୍କା ତାଙ୍କ ମା’ଙ୍କଠାରୁ ଧାର ସୂତ୍ରରେ ନେଇଥିଲେ। ହେଲେ ଫେରାଉ ନ ଥିଲେ। ଏହି ଟଙ୍କା ଫେରି ପାଇବାକୁ ମା’ ବାରମ୍ବାର ତାଙ୍କୁ ମାଗୁଥିଲେ । ଏହି ଘଟଣା ହତ୍ୟାର କାରଣ ହୋଇଥାଇ ପାରେ ବୋଲି ବିଜୟିନୀ ପୋଲିସକୁ କହିଥିଲେ। ହେଲେ ସେ ସମୟରେ ପୋଲିସ ତାଙ୍କ କଥାକୁ ଗୁରୁତ୍ୱ ନ ଦେଇ ଫେରାଇ ଦେଇଥିଲା। ଘଟଣାର ୮ ବର୍ଷ ପରେ ବିଜୟିନୀ ଶେଷରେ ଗତ ଏପ୍ରିଲ ୨୨ରେ ପୋଲିସ ଡିଜିଙ୍କ କାର୍ଯ୍ୟାଳୟକୁ ସମ୍ବଲପୁର ଟାଉନ ଥାନାରେ ହୋଇଥିବା ମାମଲାର ସ୍ଥିତି ବିଷୟରେ ଆରଟିଆଇରେ ତଥ୍ୟ ମାଗିଥିଲେ । ଡିଜି ଅଫିସ ଏହାକୁ ଗୁରୁତର ସହ ନେଇ ରିପୋର୍ଟ ଦେବା ପାଇଁ ସମ୍ବଲପୁର ଏସପିଙ୍କ ପାଖକୁ ନିର୍ଦ୍ଦେଶ ଆସିଥିଲା। ଏସପି ଅଫିସ ଚିଠି ପାଇବା ପରେ ଏହି ଘଟଣାର ତଦନ୍ତ ରିପୋର୍ଟ ଦେବାକୁ ଏସ୍‌ଡିପିଓ ଉଦ୍‌ଗାତାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ପୋଲିସ ଏକ ଟିମ୍‌ ଗଠନ କରି ହତ୍ୟା ଅଭିଯୋଗ ଉପରେ ତଦନ୍ତ କରିଥିଲା। ଅଭିଯୁକ୍ତ ବସନ୍ତଙ୍କୁ ଯୁଯୁମୁରାରୁ ପୋଲିସ ଗତ ୨୦ ତାରିଖ ରାତିରେ ଗିରଫ କରିଥିଲା। ୨୦୧୧ରେ ହୋଇଥିବା ନିଖୋଜ ମାମଲାକୁ ଗତ ଜୁଲାଇ ୨୧ ତାରିଖରେ ପୋଲିସ ହତ୍ୟା ମାମଲା (ନଂ.୨୮୯/୧୯)କୁ ପରିବର୍ତ୍ତନ କରିଛି। ସୂଚନାଯୋଗ୍ୟ, ଅଭିଯୁକ୍ତ ବସନ୍ତ ପ୍ରଥମେ ୨ ବର୍ଷ ପାଇଁ ହରିଦ୍ୱାର ପଳାଇଥିଲେ। ସେଠାରୁ ଫେରି ନିଜ ଗାଁରେ ନ ରହି ଯୁଯୁମୁରାରେ ଏକ ଘର ଭଡା ନେଇଥିଲେ । ସେଠାକାର ଏକ ମନ୍ଦିରରେ ପୂଜାପାଠ କରିବା ସହ ଏକ ଟ୍ରାକ୍ଟର ରଖି ରୋଜଗାର କରୁଥିଲେ।
ଏ ସମ୍ପର୍କରେ ବିଜୟିନୀ କହିଛନ୍ତି, ଆଗକୁ ଏହି ମାମଲାରେ ପୋଲିସ ଲକ୍ଷ୍ୟଚୁତ ନ ହୋଇ ଠିକ୍‌ ଭାବେ କିପରି ତଦନ୍ତ କରିବ ଓ ଅଭିଯୁକ୍ତଙ୍କୁ କଠୋର ଶାସ୍ତି ମିଳିବ ସେଥିପାଇଁ ସେ ପୋଲିସ ଡିଜିଙ୍କୁ ଭେଟି ଅନୁରୋଧ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri