ଝାରସୁଗୁଡ଼ାରେ ଇନ୍ସପେକ୍ଟରଙ୍କ ଅଦଳବଦଳ

ଝାରସୁଗୁଡା ଅଫିସ,୩୦ା୫-ଝାରସୁଗୁଡା ଏସ୍‌ପି ରାହୁଲ ପିଆର ଜିଲାରେ କାର୍ଯ୍ୟରତ ଇନ୍ସପେକ୍ଟରଙ୍କ ମଧ୍ୟରେ ଅଦଳ ବଦଳ କରିଛନ୍ତି। ଚିଠି ସଂଖ୍ୟା ୫୩୪ରେ ସେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ଇନ୍ସପେକ୍ଟର ନଳିତା ମୋଦିଙ୍କୁ ବ୍ରଜରାଜ ନଗର ଥାନା ଅଧିକାରୀ ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି। ସେହିପରି ତାଳପଡିଆ ଫାଣ୍ଡି ଦାୟିତ୍ୱରେ ଥିବା ଇନ୍ସପେକ୍ଟର ପବିତ୍ର କିଶାନଙ୍କୁ ଲଖନପୁର ଥାନା ଅଧିକାରୀ ଭାବେ ବଦଳି କରାଯାଇଛି। ଲଖନପୁର ଥାନା ଅଧିକାରୀ ଇନ୍ସପେକ୍ଟର ବିବି ସେଠଙ୍କୁ ଓରିଏଣ୍ଟ ଥାନା ଓ ଓରିଏଣ୍ଟ ଥାନା ଅଧିକାରୀ ଇନ୍ସପେକ୍ଟର ଏସଡି ପାଣିଗ୍ରାହୀଙ୍କୁ ରେଙ୍ଗାଳି ଥାନାକୁ ବଦଳି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର: ବାଇକ୍‌ରେ ଗଲା ମୃତଦେହ

ଲଇକେରା, ୫।୭ (ରଞ୍ଜନ କୁମାର ମେହେର): ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ ଅନ୍ତର୍ଗତ ଭାତଲଇଡା ପଞ୍ଚାୟତର ଉଡ଼ିଆପାଲି ଗ୍ରାମରୁ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏକ ହୃଦୟବିଦାରକ ଓ ଲଜ୍ଜାଜନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri