ଜୈବିକ ସାର ପ୍ରସ୍ତୁତ କରି କରନ୍ତି ଚାଷ

ବଉଳା, ୧୨। ୩(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଢ଼େଙ୍କା ପଞ୍ଚାୟତର ଡେଙ୍ଗାଚୁଆ ଗ୍ରାମର ଆଦିବାସୀ ଯୁବକ ଗୋବିନ୍ଦ ମାଝୀ ଜୈବିକ ସାର ପ୍ରସ୍ତୁତ କରି ତାକୁ ପ୍ରୟୋଗ କରି ଚାଷ ଆରମ୍ଭ କରିଛନ୍ତି। ଦେଶୀ ଧାନରେ ଢ଼ିଙ୍କି କୁଟା ଚାଉଳ ପ୍ରସ୍ତୁତ କରି ନିରୋଗ ସ୍ବାସ୍ଥ୍ୟ ପାଇଁ ପ୍ରୟାସ ଚାଷୀ ଓ ସରକାରଙ୍କ ପାଇଁ ଉଦାହରଣ ପାଲଟିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଆଦିବାସୀ ଯୁବକ ଜଣଙ୍କ ୟୁଟ୍ୟୁବ ଏବଂ ଚାଷ ସମ୍ପର୍କିତ ଖବର ଟିଭି ଚ୍ୟାନେଲରେ ଦେଖି ଜୈବିକ ସାର ପ୍ରସ୍ତୁତ ପାଇଁ ମନ ବଳାଇଥିଲେ। ଧିରେଧିରେ ଜଙ୍ଗଲରୁ ବିଭିନ୍ନ ଔଷଧୀୟ ପତ୍ର ସାଙ୍ଗକୁ ଗାଈର ଗୋବର ଓ ଗୋମୂତ୍ରକୁ ପାଥେୟ କରି ଜୈବିକ ସାର ପ୍ରସ୍ତୁତ କରିଥିଲେ। ଏହି ସାର ପ୍ରୟୋଗ କରି ବିନା ସାର ବିଷରେ ପରିବା ଚାଷ ଆରମ୍ଭ କରିଥିଲେ ା
ଏହାକୁ ନେଇ ସେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଲୋକମାନଙ୍କର ସେହି ପରିବା ପ୍ରତି ଆଗ୍ରହ ବୃଦ୍ଧି ପାଇଥିଲା ା ଅଧିକ ଦରରେ ବିକ୍ରି କରିଥିଲେ ମଧ୍ୟ ଲୋକମାନେ ଖୁସିରେ ତାଙ୍କ ବାଡ଼ିରୁ ପରିବା କିଣି ନେଇଯାଉଛନ୍ତି। ଏବେ ସେ ଧାନଚାଷ ୧୦ ଏକରରୁ ଊର୍ଦ୍ଧ୍ୱ ଜମିରେ କରିଛନ୍ତି ା ଏହି ଜମିରେ ସେ କୌଣସି ପ୍ରକାର ରାସାୟନିକ ସାର ପ୍ରାୟାଗ କରିନାହାନ୍ତି। ନିଜେ ପ୍ରସ୍ତୁତ କରିଥିବା ଜୈବିକ ସାର ମାଧ୍ୟମରେ ସେ ଚାଷ କରିଛନ୍ତି ା ରାସାୟନିକ ସାର ପ୍ରୟୋଗ ଦ୍ୱାରା ୨୫ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଧାନ ଉତ୍ପାଦନ କରାଯାଇ ପାରୁଥିବା ବେଳେ ଗୋବିନ୍ଦ ଜୈବିକ ସାର ପ୍ରୟୋଗ କରି ଏକର ପିଛା ୧୦ କୁଇଣ୍ଟାଲରୁ ୧୨ କୁଇଣ୍ଟାଲ ଧାନ ଉତ୍ପାଦନ କରିଥାନ୍ତି। ଏଥିମଧ୍ୟରୁ ସେ ଢିଙ୍କି କୁଟା ଦେଶୀ ଚାଉଳ ପ୍ରସ୍ତୁତ କରନ୍ତି। ଏଥିଏଲାଗି ତାଙ୍କ ସ୍ତ୍ରୀ, ଭଉଣୀ ତାଙ୍କୁ ସାହାଯ୍ୟ କରନ୍ତି। ଧାନକୁ ୩ ଥର କୁଟିବା ପରେ ଚାଉଳ ପ୍ରସ୍ତୁତ ହୋଇଥାଏ ା ୩ ଜଣ ଏଥିରେ ସାମିଲ ହୋଇ ଦିନକୁ ପ୍ରାୟ ୨୫ରୁ ୩୦ କିଲୋ ଚାଉଳ ପ୍ରସ୍ତୁତ କରିଥାନ୍ତି। ଏହି ଚାଉଳ ଖାଇଲେ ବିଭିନ୍ନ ରୋଗ କମିବା ସହିତ ପ୍ରତିଶେଧକ କ୍ଷମତା ବୃଦ୍ଧି ପାଇବା ସହିତ ଡାଇବେଟିସ ନିୟନ୍ତ୍ରଣକୁ ଆସିବ ବୋଲି ସେ କହିଛନ୍ତି ା ଉକ୍ତ ଚାଉଳକୁ ଶହେ ଟଙ୍କାରେ ବିକିଲେ ମଧ୍ୟ ଲୋକମାନେ ନେବାକୁ ଖୁସି ମଣୁଛନ୍ତି ା ଥରେ ଯିଏ ନେଉଛି ପୁନର୍ବାର ସେହି ଚାଉଳ ନେବା ପାଇଁ ଅର୍ଡ଼ର ଦେଉଛନ୍ତି। ଏଭଳି ଜୈବିକ ସାର ମାଧ୍ୟମରେ ଚାଷ କରି ସୁସ୍ଥ ରହିବା ସହିତ ଅନ୍ୟକୁ ସୁସ୍ଥ ରଖିବା ପାଇଁ ସେ ପ୍ରୟାସ ଜାରି ରଖିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବା ସହିତ ସଚେତନତା ସୃଷ୍ଟି କରିବା ନିହାତି ଜରୁରୀ ବୋଲି ସେ କହିଛନ୍ତି ା ଗୋବିନ୍ଦ ୨୦୧୧ରେ ବ୍ଲକ ସ୍ତରରେ କୃଷି ବିଭାଗ ପକ୍ଷରୁ ପୁରସ୍କୃତ ହୋଇଥିବା ବେଳେ ୨୦୧୨ରେ ଜିଲା ସ୍ତରରେ କୃଷି ବିଭାଗ ପକ୍ଷରୁ ପୁରସ୍କୃତ ହୋଇଛନ୍ତି। ୨୦୧୩ରେ ରାଜ୍ୟସ୍ତରୀୟ ଚାଷୀ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ପୁରସ୍କୃତ ହୋଇଥିଲେ। ଜୈବିକ ସାର ପଦ୍ଧତିରେ ଚାଷ କରି ଅନ୍ୟ ପାଇଁ ଏକ ଉଦାହରଣ ପାଲଟିଛନ୍ତି। ଜଣେ ଆଦିବାସୀ ଯୁବକ ରାସାୟନିକ ସାର ପ୍ରଣାଳୀକୁ ବନ୍ଦ କରି ଜୈବିକ ସାର ପଦ୍ଧତିକୁ ଆପଣେଇବା ସହିତ ସୁସ୍ଥ ସମାଜ ଓ ନିରୋଗ ସମାଜ ଗଠନ ପାଇଁ ପ୍ରୟାସ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ବୋଲି ଏ ଅଞ୍ଚଳରେ ଚର୍ଚ୍ଚା ହେଉଛି ା ଏଭଳି ଉଦୀୟମାନ ଯୁବକ ଚାଷୀଙ୍କୁ ସରକାର ପ୍ରେତ୍ସାହନ ଯୋଗାଇ ଦେବା ସହିତ ଅନ୍ୟ ଚାଷୀ ମାନଙ୍କୁ ସଚେତନତା ଓ ଆକୃଷ୍ଟ ପାଇଁ ଏହାକୁ ମାଧ୍ୟମ କରାଯିବ ବୋଲି ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‌ ଓ ବରିଷ୍ଠ ଚାଷୀ ମାନେ ମତ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଡିଇଓ କମଳଲୋଚନ ନାୟକଙ୍କୁ ପଚାରିବାରୁ ସେ ଜଣେ ଭଲ ଚାଷୀ ଏବେ ସେ ଜୈବିକ ସାର ମାଧ୍ୟମରେ ଚାଷ କରି ଚାଷ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ତାଙ୍କୁ ପ୍ରଶାସନ ପକ୍ଷରୁ ସହଯୋଗ କରାଯାଇଥିବା ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri