ବ୍ରହ୍ମପୁର ଅଫିସ,୧୨ା୭-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ସରପଞ୍ଚ ତଥା ବିଜେଡି ନେତା ଉଷାନ୍ତ କୁମାର ସାହୁଙ୍କୁ ଗୁରୁବାର ବ୍ରହ୍ମପୁର ଭିଜିଲାନ୍ସ ଗିରଫ କରିଛି ।
ମାମଲା ନଂ ୧୬/୧୯ରେ ତାଙ୍କୁ କୋର୍ଟଚାଲାଣ କରାଯାଇଥିବା ଭିଜିଲାନ୍ସ ଏସ୍ପି ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି ।
ସରପଞ୍ଚଙ୍କ ଆୟ ବହିର୍ଭୂତ ସମ୍ପତ୍ତି ମୂଲ୍ୟ ୧ କୋଟି ୫୪ ଲକ୍ଷ ୫୬ ହଜାର ୬୪୩ ଟଙ୍କା ଆକଳନ କରାଯାଇଛି । ସରପଞ୍ଚଙ୍କ ଆୟ ତୁଳନାରେ ଶତକଡ଼ା ୩୪୦ ପ୍ରତିଶତ ସମ୍ପତ୍ତି ଠୁଳ ଥିବା ଭିଜିଲାନ୍ସ ବିଭାଗ ତରଫରୁ ଆକଳନ କରାଯାଇଥିଲା ବୋଲି ସେ କହିଛନ୍ତି । ବୁଧବାର ସରପଞ୍ଚଙ୍କ ବାସଭବନରେ ଚଢ଼ାଉ ବେଳେ ତାଙ୍କ ଠାକୁର ଘରୁ ମିଳିଥିବା ଏକ ମାଉଜର ଓ ୬ ରାଉଣ୍ଡ ଗୁଳି ଭିଜିଲାନ୍ସ ବିଭାଗ କର୍ମଚାରୀମାନେ ଜବତ କରିଥିଲେ। ତେବେ ଏହା ସେ ବେଆଇନ ଭାବେ ଘରେ ରଖିଥିବା ଜଣାପଡ଼ିବା ପରେ ଏନେଇ ଦିଗପହଣ୍ଡି ଥାନାଧିକାରୀଙ୍କୁ ଭିଜିଲାନ୍ସ ବିଭାଗ ତରଫରୁ ଅଭିଯୋଗ କରାଯାଇଥିବା ଏସ୍ପି ସ୍ବାଇଁ କହିଛନ୍ତି । ପ୍ରକାଶ ଯେ, ବୁଧବାର ଭୋର ପ୍ରାୟ ୫ଟାରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତାଙ୍କ ବାସଭବନରୁ ଏକ ମାଉଜର, ୬ ଗୁଳି, ସୁନା ଅଳଙ୍କାର, ରୁପା ଅଳଙ୍କାର, ୪ ବାସଗୃହ, ଦିଗପହଣ୍ଡି ପୁଞ୍ଜିକୟଁା ଛକରେ ୩ ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠା, ୧୫ ଲକ୍ଷ ଟଙ୍କା ମୂଲ୍ୟର ୧୪ ପ୍ଲଟ, ୩୦ ଲକ୍ଷ ଟଙ୍କା ମୂଲ୍ୟର ୨ଟି ୪ ଚକିଆ ଗାଡ଼ି, ୨ଟି ବାଇକ୍, ଏଲଆଇସି ଓ ବିଭିନ୍ନ ବ୍ୟାଙ୍କରେ ଥିବା ସ୍ଥାୟୀ ଜମା ନଥିପତ୍ର, ନଗଦ ୪୦,୬୦୦ ଟଙ୍କା ପ୍ରଭୃତି ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଯାଇଥିବା ଭିଜିଲାନ୍ସ ଏସ୍ପି ସ୍ବାଇଁ କହିଛନ୍ତି। ବ୍ରହ୍ମପୁର ଭିଜିଲାନ୍ସ ଡିଏସ୍ପି ଏସ୍.ଏନ୍. ପାଣିଗ୍ରାହୀ, ଇନ୍ସପେକ୍ଟର କୁମୁଦିନୀ ସାହୁ ଓ ସୋମନାଥ ବାରିକ ପ୍ରମୁଖ ସରପଞ୍ଚଙ୍କ ଦିଗପହଣ୍ଡି ବ୍ଲକ ନବରଙ୍ଗପୁର ଗ୍ରାମର ପୈତୃକ ଘର, ରାଜପୁର ଗ୍ରାମରେ ଥିବା ୧ ମହଲା ଘର, ଆଙ୍କୋରଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପ୍ରଭୃତି ୬ଟି ଜାଗାରେ ଚଢ଼ାଉ କରିଥିଲେ ।
ପାର୍ବଣକୁ ନେଇ ପୁରୁଷୋତ୍ତମପୁର ପୋଲିସର କଡ଼ା ପଦକ୍ଷେପ: ମନଇଚ୍ଛା ହୋଇପାରିବନି ପୂଜା କି ଭସାଣି
ପୁରୁଷୋତ୍ତମପୁର,୨୮ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଲାଗି ପୂଜା, ପାର୍ବଣକୁ ଗୁରୁତ୍ୱ ଦେଇ ପୁରୁଷୋତ୍ତମପୁର ପୋଲିସ କଡ଼ା ପଦକ୍ଷେପ ନେଇଛି। ଯେପରି…
ସମସ୍ୟା ଶୁଣି କାର୍ଯ୍ୟକ୍ରମ ଛାଡ଼ି ପଳାଇଲେ ମନ୍ତ୍ରୀ: ଏମ୍ପି-ମନ୍ତ୍ରୀ ମନୋମାଳିନ୍ୟ ଚର୍ଚ୍ଚା
ବ୍ରହ୍ମପୁର,୨୮ା୮(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ଏମ୍ପି ପ୍ରଦୀପ ପାଣିଗ୍ରାହୀ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା ବିଷୟ ପଦାକୁ ଆସିଛି। ଗୁରୁବାର…
କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…
ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…
ଶାଶୁ, ନଣଦେଇଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବିଧବା ମହିଳା
ଛତ୍ରପୁର,୨୭।୮(ଦିଲ୍ଲୀପ ସାମଲ): ଜଣେ ବିଧବା ମହିଳା ନିଜ ଶାଶୁ ଓ ନଣଦେଇଙ୍କ ନାଁରେ ଯୌତୁକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଛତ୍ରପୁର ଥାନାରେ ଏକ ଲିଖିତ…
ବଡ଼ଖେମୁଣ୍ଡି ହାଇସ୍କୁଲରେ ଶିକ୍ଷକ ଅଭାବ; ସ୍ମାରକପତ୍ର ଦେଲେ ଛାତ୍ର
ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲରେ ଦୀର୍ଘଦିନ ହେଲା ଆବଶ୍ୟକ ଶିକ୍ଷକ ପଦବୀ ଖାଲି ପଡ଼ିଛି । ଯାହାଫଳରେ ଛାତ୍ରଙ୍କ ପାଠପଢା…
ନିଆରା ରାକ୍ଷୀପୂର୍ଣ୍ଣିମା: ଗଛକୁ ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ଛାତ୍ରୀଛାତ୍ର
ଭଞ୍ଜନଗର, ୨୭।୮(ବାବୁଲା ପ୍ରଧାନ): ଗଛ ଓ ମଣିଷର ସମ୍ପର୍କକୁ ଦୃଢ଼ କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ଲକ୍ଷ୍ୟରେ ରାକ୍ଷୀପୂର୍ଣ୍ଣିମା ଅବସରରେ ଭଞ୍ଜନଗର କବି ସମ୍ରାଟ…
ଗଞ୍ଜାମ ସହର ପାଇଁ ଗର୍ବ ଆଣିଲେ ଆନନ୍ଦିନୀ, ଅଞ୍ଚଳରେ ଖୁସିର ଲହରୀ
ଗଞ୍ଜାମ,୨୭ା୮(ବିଦ୍ୟାଧର ସାହୁ): ପଠାଣି ସାମନ୍ତ ମେଧା ବୃତ୍ତି ପରୀକ୍ଷାରେ ଆନନ୍ଦିନୀ ପଣ୍ଡା ସଫଳତା ପାଇଛନ୍ତି । ଆନନ୍ଦିନୀ ହେଉଛନ୍ତି ଗଞ୍ଜାମ ସହର ଦୁର୍ଗା ଦେବୀ ସାହି ମହେନ୍ଦ୍ର…
ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ-ପ୍ରତିଆକ୍ରମଣ: ୨ ଗିରଫ, ନୋଟିସ ଦେଇ ଛାଡ଼ିଲା…
ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାଖାଲ ଗ୍ରାମ ନିକଟରେ ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ ଓ ପ୍ରତିଆକ୍ରମଣ…
Archives

