Posted inଜାତୀୟ

ଜେଇଇ, ନିଟ୍‌ ପାଇଁ ସାନି ତାରିଖ ଘୋଷଣା ୫ରେ

ନୂଆଦିଲ୍ଲୀ,୪ା୫(ପି.ଟି.): ଜେଇଇ ଏବଂ ନିଟ୍‌ ପ୍ରବେଶିକା ପରୀକ୍ଷା ଲାଗି ସାନି ତାରିଖ ୫ରେ ଘୋଷଣା କରାଯିବ ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ରବିବାର କୁହାଯାଇଛି। କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ସାରାଦେଶ ଲକ୍‌ଡାଉନ୍‌ରେ ଥିବାରୁ ପରୀକ୍ଷା ସ୍ଥଗିତ ରହିଥିଲା। ସାନି ପରୀକ୍ଷା ତାରିଖ ମଙ୍ଗଳବାର ଘୋଷଣା ହେବ ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କହିଛନ୍ତି। ଫଳରେ ପରୀକ୍ଷାକୁ ନେଇ ଇଞ୍ଜିନିୟରିଂ ଓ ମେଡିକାଲ ଶିକ୍ଷାଗ୍ରହଣ ପାଇଁ ଆଗ୍ରହୀ ପ୍ରାର୍ଥୀମାନଙ୍କ ମଧ୍ୟରେ ଯେଉଁ ଅନିଶ୍ଚିତତା ରହିଥିଲା ତାହା ଦୂର ହୋଇଛି। ସେଦିନ ମନ୍ତ୍ରୀ ଛାତ୍ରୀଛାତ୍ରଙ୍କ ସହ ଅନଲାଇନରେ କଥା ହେବେ ବୋଲି ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଦେଶର ଇଞ୍ଜିନିୟରିଂ କଲେଜଗୁଡ଼ିକରେ ନାମଲେଖା ପାଇଁ ଜେଇଇ ମେନ୍ସ ପରୀକ୍ଷା କରାଯାଉଥିବାବେଳେ ମେଡିକାଲ କଲେଜରେ ନାମଲେଖା ପାଇଁ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକ ପରୀକ୍ଷା (ନିଟ୍‌) ଦେବାକୁ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

ଖରିଫ ଚାଷ ପାଇଁ ଚାଷୀ ତତ୍ପର, ଧାନରୁଆ ଆରମ୍ଭ

ଗଞ୍ଜାମ,୨୬ା୭(ବିଦ୍ୟାଧର ସାହୁ): ଖରିଫ ଚାଷ ପାଇଁ ଚଳିତବର୍ଷ ଋଷିକୂଲ୍ୟା ଜଳସେଚନ ଉପବିଭାଗ ପକ୍ଷରୁ ହିରାଧାରବାଟି କେନାଲରେ ପାଣି ଛଡ଼ାଯାଇଛି। ପୂର୍ବବର୍ଷ ଗୁଡିକ ଅପେକ୍ଷା ଚଳିତବର୍ଷ ୧ ମାସ…

ବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଛାତ୍ରୀଛାତ୍ରଙ୍କ ଉତ୍ସାହିତ କଲେ ବିଧାୟକ, ଉପଜିଲାପାଳ; ଭବିଷ୍ୟତ ଗଠନ ପାଇଁ…

ଭଞ୍ଜନଗର/ବେଲଗୁଣ୍ଠା,୨୬/୭(ବାବୁଲା ପ୍ରଧାନ ): ଗଞ୍ଜାମ ଜିଲା, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ୪୩ତମ ପ୍ରତିଷ୍ଠା ଦିବସ ରବିବାର…

ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତା ଉଦ୍‌ଯାପିତ, ବାଜି ମାରିଲା ଆସାମ ଆର୍ମୀ ପବ୍ଲିକ ସ୍କୁଲ

ଭବାନୀପାଟଣା,୨୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ପରିସରରେ ଗତ ୨୪ ତାରିଖରୁ ଚାଲିଥିବା ସିବିଏସ୍‌ଇ ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତା ରବିବାର ଉଦଯାପିତ…

ଶେଷ ପର୍ଯ୍ୟନ୍ତ ମିଳିଲାନି ସରକାରୀ ବ୍ୟବସ୍ଥା: ଶେଷରେ ୭ ବର୍ଷର ଆଦିବାସୀ ଶିଶୁର ଚାଲିଗଲା ଜୀବନ

ଥୁଆମୂଳ ରାମପୁର, ୨୬ା୭ (ଦୁର୍ଗା କୀର୍ତ୍ତି): ସରକାରୀ ବ୍ୟବସ୍ଥାର ଫମ୍ପା ପ୍ରତିଶ୍ରୁତି, ପ୍ରଶାସନିକ ଅବହେଳା ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ଯୋଗୁ ସହାୟତା ପାଇବା ପୂର୍ବରୁ…

ପୁଣି ନୂଆ ଭିଡିଓ ଶେୟାର କରି ବଡ଼ ଘୋଷଣା କଲେ ମୋଦି, ଗଠନ ହେଲା…

ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷା ସଂସ୍କାରକୁ ନେଇ ଗମ୍ଭୀର ନଜର ଆସୁଛନ୍ତି। ପ୍ରଥମେ NTAରେ ପ୍ରଶାସନିକ ପରିବର୍ତ୍ତନ ସହିତ ପୂର୍ବତନ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri