ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ: ରାଜପଥରେ ଗଲାଣି ୧୩୮ ଜୀବନ

ଅନୁଗୋଳ ଅଫିସ, ୨୭ା୧୦ – ଅନୁଗୋଳ ଦେଇ ଯାଇଥିବା ଜାତୀୟ ରାଜପଥଗୁଡିକର ବିଭିନ୍ନ ସ୍ଥାନରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଉଦ୍‌ବେଗଜନକ ରହିଛି। ଚଳିତ ବର୍ଷ ଜାନୁୟାରୀରୁ ଅଗଷ୍ଟ ୩୧ ମଧ୍ୟରେ ୨୮୬ଟି ଦୁର୍ଘଟଣା ଘଟିଛି। ଏଥିରେ ୧୩୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୨୫ ଜଣ ଆହତ ହୋଇଛନ୍ତି। ୨୦୧୮ ଜାନୁୟାରୀରୁ ଡିସେମ୍ବର ୩୧ ମଧ୍ୟରେ ସମୁଦାୟ ୪୬୦ଟି ଦୁର୍ଘଟଣାରେ ୨୧୫ ଜଣ ମୃତ୍ୟୁବରଣ କରିଥିବାବେଳେ ୪୪୨ ଜଣ ଆହତ ହୋଇଥିବା ଶୁକ୍ରବାର ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ ଏବଂ ଏଥିଜନିତ ମୃତ୍ୟୁସଂଖ୍ୟା ହ୍ରାସ କରିବା ସମ୍ପର୍କରେ ଗଠିତ ଜିଲା ସଡ଼କ ସୁରକ୍ଷା କମିଟିର ବୈଠକରେ ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ଧନଞ୍ଜୟ ସେନାପତି ସୂଚନା ଦେଇଛନ୍ତି। ଗତବର୍ଷ ତୁଳନାରେ ମୃତ୍ୟୁ ସଂଖ୍ୟା କମ୍‌ ଥିଲେ ମଧ୍ୟ ଏହା ସନ୍ତୋଷଜନକ ନୁହେଁ ବୋଲି ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ ପ୍ରକାଶ କରିଥିଲେ।
୫୫ ନମ୍ବର ଜାତୀୟ ରାଜପଥର ରନ୍ତଲେଇ ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତାରେ ଚଳିତ ବର୍ଷ ସର୍ବାଧିକ ୭୯ଟି ଦୁର୍ଘଟଣା ଘଟିଛି। ଏଥିରେ ୩୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬୭ ଜଣ ଆହତ ହୋଇଥିବା ବୈଠକରେ ସୂଚନା ଦିଆଯାଇଥିଲା। ସରକାରଙ୍କ ନିୟମାବଳୀ ଆଧାରରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ସଚେତନତା ଶିବିର ଆୟୋଜନ କରିବା ସହ ସାମାଜିକକର୍ମୀ ଓ ଛାତ୍ରୀଛାତ୍ରମାନଙ୍କ ସହଯୋଗରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ବର୍ଷ ସାରା କରାଯିବାକୁ ସ୍ଥିର କରାଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ଲର୍ନିଂ ଲାଇସେନ୍ସ କାଉଣ୍ଟର ଖୋଲାଯିବା ସହ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ, ଫିଟ୍‌ନେସ୍‌ ଟେଷ୍ଟ, ପଲ୍ୟୁସନ ସାର୍ଟିଫିକେଟ ବାବଦ ଆବଶ୍ୟକ ଦେୟର ତାଲିକା ଜନଗହଳିପୂର୍ଣ୍ଣ ସ୍ଥାନରେ ପ୍ରଦର୍ଶିତ କରିବାକୁ ଅତିରିକ୍ତ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟରାସ୍ତାକୁ ସଂଯୋଗ କରୁଥିବା ଶାଖା ରାସ୍ତା ସ୍ଥାନରେ ଆବଶ୍ୟକ ସାଙ୍କେତିକ ଚିହ୍ନ ଲଗାଇବାକୁ ଅତିରିକ୍ତ ଜିଲାପାଳ ବୈଠକରେ କହିଥିଲେ। ଏହାଛଡ଼ା ରନ୍ତଲେଇରୁ ଭୂଷଣ ପର୍ଯ୍ୟନ୍ତ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲଖମାଗୁଡ଼ିକୁ ତୁରନ୍ତ ମରାମତି କରିବାକୁ ପରାମର୍ଶ ଦିଆଯାଇଛି। ଜାତୀୟ ରାଜପଥରେ ପୋଲିସ ପାଟ୍ରୋଲିଂ ପାଇଁ ୩ଟି ଗାଡ଼ି ଯୋଗାଇ ଦେବାକୁ ଜାତୀୟ ରାଜପଥ ପ୍ରାଧିକରଣକୁ କୁହାଯାଇଛି। ଭାରିଯାନ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ସ୍ଥାନ ଚିହ୍ନଟ ପାଇଁ ତହସିଲଦାରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଅଟୋରେ ବିପଦପୂର୍ଣ୍ଣ ଭାବେ ସ୍କୁଲ ପିଲାମାନଙ୍କୁ ପରିବହନ କରାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମସ୍ତ ସଡ଼କ ନିୟମ କଡାକଡି ପାଳନ କରିବାକୁ ଅତିରିକ୍ତ ଜିଲାପାଳ ବୈଠକରେ କହିଛନ୍ତି। ଏଥିରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଅମରେନ୍ଦ୍ରନାଥ ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବସନ୍ତ କୁମାର ପ୍ରଧାନ, ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା, ସମ୍ବଲପୁର ଜାତୀୟ ରାଜପଥ ପ୍ରାଧିକରଣର ଜିଏମ୍‌. ଆର ଭେଙ୍କଟେଶ୍ୱର ଓ ଢେଙ୍କାନାଳ ଜାତୀୟ ରାଜପଥ ପ୍ରାଧିକରଣର ଜିଏମ୍‌ ପି. କେ ଭାରତୀ, ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡାଙ୍କ ସମେତ ଗାୟତ୍ରୀ କନ୍‌ଷ୍ଟ୍ରକଶନ୍‌ ଓ ଜିଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାହ୍ମଣୀରେ ଭାସିଗଲେ ୩ ସାଙ୍ଗ

ତାଳଚେର,୮।୬; ଅନୁଗୋଳ ଜିଲା ତାଳଚେର ବ୍ରାହ୍ମଣୀ ନଦୀରେ ସୋମବାର ଏକ ଅଘଟଣ ଘଟିଛି। ୩ଜଣ ସାଙ୍ଗ ଗାଧୋଇବା ବେଳେ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୃତ ଅବସ୍ଥାରେ…

ବିଲକୁ ଯାଇଥିଲେ ୨ ଭାଇ, ହଠାତ୍‌ ମାରିଲା ଘଡ଼ଘଡ଼ି: ଆଉ ତା’ପରେ…

ବଇଣ୍ଡା, ୨।୬(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋର ନଗର ବ୍ଲକ ହଣ୍ଡପା ଥାନା ପାପସରା ଗ୍ରାମର ଜଟିଆ ରୁଗୁଡ଼ି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ…

ବିଳମ୍ବିତ ରାତିରେ ବାଇକ ସହ ଜିଅନ୍ତା ଜଳିଗଲେ ଯୁବକ, କାରଣ ଜାଣିଲେ….

ପାଲଲହଡ଼ା,୨୯।୫(ଦିବ୍ୟଜ୍ୟୋତି ଦାଶ): ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ବାଇକ ଦୁର୍ଘଟଣାରେ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଖମାର…

ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ

ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା

ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri