ଜିଲାପାଳଙ୍କୁ ଭେଟିଲେ ଠକେଇର ଶିକାର ଛାତ୍ରୀଛାତ୍ର

ଫୁଲବାଣୀ ଅଫିସ, ୨୧ା୬- ଭୁବନେଶ୍ୱରରେ ଏକ ଶିକ୍ଷା ଅନୁଷ୍ଠାନରେ ମାଗଣା ପଢ଼ିବା, ରହିବା, ଖାଇବା ଇତ୍ୟାଦି ପ୍ରଲୋଭନ ଦେଖାଇ କନ୍ଧମାଳର ଜଣେ ଯୁବକ ପାଖାପାଖି ୨୦ ଜଣ ଛାତ୍ରଙ୍କ ସାର୍ଟିଫିକେଟ ନେଇ ଯାଇଛନ୍ତି। ସେପଟେ ମିଥ୍ୟା ଆଡମିଶନ କରାଇ ପଢ଼ିବାକୁ ହେଲେ ମାସକୁ ୨୦ହଜାର ଟଙ୍କା ଦାବି କରିଛନ୍ତି ା ଯଦି କେହି ନ ପଢ଼ି ସାର୍ଟିଫିକେଟ ନେବ ତାହାଲେ ୧୦ ହଜାର ଦେବାକୁ ପଡିବ ବୋଲି ସମ୍ପୃକ୍ତ ଯୁବକ ଜଣକ ଛାତ୍ରମାନଙ୍କୁ କହିଛନ୍ତି। କଥା ଥାନା ପର୍ଯ୍ୟନ୍ତ ଯାଇଛି ା ପୋଲିସ ଉପସ୍ଥିତିରେ ସମ୍ପୃକ୍ତ ଯୁବକ ଜଣକ ନିର୍ଦ୍ଦିଷ୍ଟ ତାରିଖରେ ସାର୍ଟିଫିକେଟ ଫେରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ହେଲେ ଫେରାଉ ନାହାନ୍ତି ା ଏହାର ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ଠକେଇର ଶିକାର ହୋଇଥିବା ଛାତ୍ରୀଛାତ୍ରମାନେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ା ସେମାନେ କିପରି ସାର୍ଟିଫିକେଟ ଫେରି ପାଇବେ ସେ ନେଇ ପଦକ୍ଷେପ ନେବା ସହ ସମ୍ପୃକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅପରପକ୍ଷେ ସାର୍ଟିଫିକେଟ ପାଇ ନ ଥିବାରୁ ଛାତ୍ରମାନଙ୍କ ଗୋଟିଏ ବର୍ଷ ବେକାର ହୋଇଯାଇଛି ା ଯାହାକୁ ନେଇ ଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ା ଟିକାବାଲି ବ୍ଲକ ସାରଙ୍ଗଡ ଥାନା ଗୁଟିଙ୍ଗିଆ ପଞ୍ଚାୟତ ଡାମିଗୁଡା ଗ୍ରାମର କେଶବ ପ୍ରଧାନ ଭୁବନେଶ୍ୱରର ଏକ ଶିକ୍ଷାନୁଷ୍ଠାନରେ ଡିପ୍ଲୋମା ପଢ଼ିବା ପାଇଁ କ.ନୂଆଗଁା, ରାଇକିଆ, ଟିକାବାଲି, ସାରଙ୍ଗଡ ଓ ଫିରିଙ୍ଗିଆ ଆଦି ବ୍ଲକର ଗରିବ ଛାତ୍ରୀଛାତ୍ରଙ୍କୁ ଲୋଭ ଦେଖାଇଥିଲେ। ଆଡମିଶନ ପାଇଁ ଅରିଜିନାଲ ସାର୍ଟିଫିକେଟ ନେଇଥିଲେ। ଭେରିଫିକେଶନ ପରେ ୩ ଦିନ ମଧ୍ୟରେ ଫେରାଇ ଦେବେ ବୋଲି କହିଥିଲେ। ଆଡମିଶନ ହେବ କହି ପିଲାମାନଙ୍କୁ ୨୦୧୮ ଅଗଷ୍ଟ ୯ରେ ଭୁବନେଶ୍ୱର ନେଇଥିଲେ। ସେଠାରେ ପିଲାମାନଙ୍କୁ ପଢ଼ିବାକୁ ହେଲେ ମାସକୁ ୨୦୦୦ ଟଙ୍କା ଦେବାକୁ ପଡିବ, ତୁମେ ଲେବର କାର୍ଡ ଦେବ ା ସେହି କାର୍ଡରୁ ତୁମ ପାସ୍‌ବୁକ୍‌କୁ ଟଙ୍କା ଛଡାଯିବ ା ସେ ଟଙ୍କା ଉଠାଇ ଆମକୁ ଦେବେ ବୋଲି କହିବାରୁ ଛାତ୍ରୀଛାତ୍ରମାନେ ଠକାମୀର ଶୀକାର ହୋଇଥିବା ଜାଣି ଫେରି ଆସିବା ସହ ଅରିଜିନାଲ ସାର୍ଟିଫିକେଟ ମାଗିଥିଲେ। ଏ ନେଇ ସାରଙ୍ଗଡ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡାକି ପଚାରା ଉଚରା କରିଥିଲେ। କେଶବ ସମସ୍ତଙ୍କ ସମ୍ମୁଖରେ ଜାନୁୟାରୀ ୩୦ ସୁଦ୍ଧା ସାର୍ଟିଫିକେଟ ଦେବା ପାଇଁ କହିଥିଲେ। ମାତ୍ର ଏବେ ଏଥିପାଇଁ ୧୦ ହଜାର ଟଙ୍କା ଦାବି କରୁଥିବା ଛାତ୍ର ମୋତିଲାଲ ପ୍ରଧାନ, ବିକାଶ ବିନ୍ଧାଣୀ, ବାପିନା ପ୍ରଧାନ, ଆଲୋକ ପ୍ରଧାନଙ୍କ ସମେତ ଅନ୍ୟମାନେ ପ୍ରକାଶ କରିଛନ୍ତି ା ଏ ନେଇ କେଶବ ପ୍ରଧାନଙ୍କୁ ୯୪୩୯୫୬୮୬୫୪ରେ ଯୋଗାଯୋଗ କରିଥିଲେ ହେଁ ସେ କୌଣସି ଉତ୍ତର ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?