ଜାତୀୟକରଣ ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ଟଙ୍କା

ପୁରୀ ଅଫିସ, ୬ା୨: ଏଣିକି କୌଣସି ଘରୋଇ ବ୍ୟାଙ୍କରେ ଆଉ ରହିବନି ଶ୍ରୀମନ୍ଦିର ପାଣ୍ଠି। ଜାତୀୟକରଣ ବ୍ୟାଙ୍କରେ ରଖାଯିବ ମହାପ୍ରଭୁଙ୍କ ଟଙ୍କା। ଏଥିଲାଗି ଟେଣ୍ଡର ଆହ୍ବାନ କରାଯିବ। ଯେଉଁ ବ୍ୟାଙ୍କ ଅଧିକ ସୁଧ ଦେବ ସେହି ବ୍ୟାଙ୍କରେ ୫୦ ପ୍ରତିଶତ ଅର୍ଥ ଜମା ରହିବ। ଅନ୍ୟ ଦୁଇଟି ବ୍ୟାଙ୍କରେ ବଳକା ଟଙ୍କାକୁ ବାଣ୍ଟି ରଖାଯିବ। ଫଳରେ ମହାପ୍ରଭୁଙ୍କ ପାଣ୍ଠି ସୁରକ୍ଷିତ ରହିପାରିବ। ବୁଧବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।
ମହାପ୍ରଭୁଙ୍କ କର୍ପସ ପାଣ୍ଠି ଏବଂ ହୁଣ୍ଡି ଟଙ୍କା ମିଶାଇ ପ୍ରାୟ ୬୦୦ କୋଟି ଟଙ୍କା ଏକ ଘରୋଇ ବ୍ୟାଙ୍କରେ ରଖାଯାଇଛି। ଏକାବେଳେ ଏତେ ଟଙ୍କା ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କରେ କାହିଁକି ଜମା ହେଲା ତାହା ଜଣାପଡ଼ିିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରି କି ଗତବର୍ଷ ଡିସେମ୍ବର ୨୦ରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଏ ନେଇ ହୋ ହଲ୍ଲା ହୋଇଥିଲା। ପରିଚାଳନା କମିଟି ଅନୁମୋଦନ ବିନା ଏବଂ ଅର୍ଥ ସବ୍‌କମିଟି ସଦସ୍ୟଙ୍କ ଅଜ୍ଞାତରେ କିପରି ମହାପ୍ରଭୁଙ୍କ ଟଙ୍କା ଘରୋଇ ବ୍ୟାଙ୍କରେ ରଖାଗଲା ବୋଲି ସେବାୟତ ସଦସ୍ୟମାନେ ପ୍ରଶ୍ନ କରିଥିଲେ। ପୂର୍ବରୁ ଜାତୀୟକରଣ ବ୍ୟାଙ୍କରେ ଟଙ୍କା ଜମା କରାଯାଉଥିବାବେଳେ ଘରୋଇ ବ୍ୟାଙ୍କରେ ଟଙ୍କା ରଖିବାକୁ କିଏ ଅନୁମୋଦନ ଦେଲା ବୋଲି ପ୍ରଶ୍ନ ଉଠିଥିଲା। ପରିଚାଳନା କମିଟିରେ ଏହି ପ୍ରସଙ୍ଗ ଉଠିବା ପରେ ହରଡ଼ଘଣାରେ ପଡିଥିଲେ ଘରୋଇ ବ୍ୟାଙ୍କରେ ଟଙ୍କା ରଖିଥିବା ଅଧିକାରୀ। ବୈଠକର ୪ ଦିନ ପରେ ଅର୍ଥାତ୍‌ ଡିସେମ୍ବର ୨୪ରେ ସାନି ଟେଣ୍ଡର ଆହ୍ବାନ କରାଯାଇଥିଲା। ଏପରି କି, ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ। ଏହାପରେ ଅର୍ଥ ସବ୍‌ କମିଟି ବୈଠକ ବସି ଏ ସଂକ୍ରାନ୍ତରେ ବିସ୍ତୃତ ଭାବେ ତର୍ଜମା କରାଯାଇଥିଲା। ଏଥିରେ ମହାପ୍ରଭୁଙ୍କ ପାଣ୍ଠିର ସ୍ବଚ୍ଛତା ରଖାଯିବା ଲାଗି ନିଷ୍ପତ୍ତି ହୋଇଥିଲା।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର କହିଛନ୍ତି, ମହାପ୍ରଭୁଙ୍କ ଅର୍ଥର ସୁପରିଚାଳନା ପାଇଁ ସ୍ବତନ୍ତ୍ର ଭାବେ ଗାଇଡ୍‌ଲାଇନ ପ୍ରସ୍ତୁତ କରାଯାଇଛି। ପରିଚାଳନା କମିଟି ବୈଠକରେ ଏହି ଗାଇଡ୍‌ଲାଇନକୁ ଅନୁମୋଦନ ଦିଆଯାଇଛି। ଶ୍ରୀମନ୍ଦିରର ଫାଉଣ୍ଡେଶନ ଫଣ୍ଡ୍‌ (ହୁଣ୍ଡି ଅର୍ଥ)କୁ ଏସ୍‌ବିଆଇରେ ରଖିବା ଲାଗି ରାଜ୍ୟ ସରକାରଙ୍କ ନିୟମ ରହିଛି। ତାହାକୁ ଏସ୍‌ବିଆଇରେ ହିଁ ରଖାଯିବ। ସେହିପରି କର୍ପସ ଫଣ୍ଡ୍‌ ଏବଂ ଟେମ୍ପୁଲ ଫଣ୍ଡ୍‌ ପୂର୍ବରୁ ଏକାଠି ରହୁଥିଲା। ଏବେ ଏହାକୁ ଅଲଗା ଅଲଗା ଭାବେ ରଖାଯାଉଛି। ଏହି ଦୁଇଟି ଫଣ୍ଡ୍‌କୁ କେବଳ ଜାତୀୟକରଣ ବ୍ୟାଙ୍କରେ ହିଁ ରଖାଯିବ। ଏଥିପାଇଁ ଟେଣ୍ଡର ଡକାଯିବ। ୩/୪ଟି ଜାତୀୟକରଣ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ରଖାଯିବା ଲାଗି ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତା ଆର୍ଥିକ ବର୍ଷରୁ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?