ଜଟଣୀ ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ: ବାତ୍ୟା ଫନୀ, ଆବାସ ଯୋଜନା ଚୟନରେ ଅନିୟମିତତା

ଜଟଣୀ,୨୮ା୧୨(ଡି.ଏନ.ଏ.): ଜଟଣୀ ପଞ୍ଚାୟତ ସମିତି ବୈଠକ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ବ୍ଲକ ଅଧ୍ୟକ୍ଷା ବନଜା ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ବିଡିଓ ବାସୁଦେବ ମାହାରୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମେତ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ବାତ୍ୟା ଫନୀ କ୍ଷତିଗ୍ରସ୍ତ, ଆବାସ ଯୋଜନା ଚୟନ ଆଦି ବିଭିନ୍ନ ଜନସ୍ବାର୍ଥ ସମ୍ବଳିତ କାର୍ଯ୍ୟ ଉପରେ ଏଥିରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବାତ୍ୟା ଫନୀରେ କ୍ଷତିଗ୍ରସ୍ତ ଚୟନରେ ବ୍ୟାପକ ବେନିୟମ କାର୍ଯ୍ୟ ହୋଇଥିବା ବହୁ ସରପଞ୍ଚ ଓ ସମିତିସଭ୍ୟାସଭ୍ୟ ଅଭିଯୋଗ କରିଥିଲେ। ଏଥିପାଇଁ ବ୍ୟାପକ ଲାଞ୍ଚ କାରବାର ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ବୈଠକରେ କିଛି ସମୟ ପାଇଁ ହଟ୍ଟଗୋଳ ହୋଇଥିଲା। ଉନ୍ନୟନମୂଳକ କାର୍ଯ୍ୟ ବାବଦ ପଞ୍ଚାୟତକୁ ମଞ୍ଜୁର ଅନୁଦାନ ନେଇ ସୂଚନା ଦିଆଯାଉ ନ ଥିବା ଉପରେ ସମିତିସଭ୍ୟ ଓ ସରପଞ୍ଚମାନେ ଅଭିଯୋଗ କରିଥିଲେ। ଆର୍ଥତ୍କ ବର୍ଷ ଶେଷ ହେବାକୁ ଆଉ କିଛିମାସ ରହିଥିବା ବେଳେ ପଞ୍ଚାୟତ ଉନ୍ନୟନ ପ୍ଲାନ ଏଯାବତ୍‌ ପ୍ରସ୍ତୁତ କରାଯାଇ ନ ଥିବା ଛଣଘର ସରପଞ୍ଚ ସୁନୀଲ କୁମାର ରାଉତରାୟ କହିଥିଲେ। ଏହାଛଡା ବାତ୍ୟା ଫନୀରେ ଛଣଘର, କନ୍ତିଆ ଓ କୁଦିଆରୀ ମୌଜା କ୍ଷତିଗ୍ରସ୍ତଙ୍କୁ ବଞ୍ଚତ୍ତ ହୋଇଥିବାରୁ ଶୀଘ୍ର ସହାୟତା ପ୍ରଦାନ ପାଇଁ ସେ ଅନୁରୋଧ କରିଥିଲେ। ସ୍ବଚ୍ଛ ଭାରତ ଅଭିଯାନରେ ହୋଇଥିବା ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଏମ୍‌ପିଙ୍କ ପ୍ରତିନିଧି ରବିନାରାୟଣ ସ୍ବାଇଁ ମତ ରଖିଥିଲେ। ନିୟମିତ ସମିତି ବୈଠକ ହେଉ ନ ଥିବା ଓ ଅନୁଷ୍ଠିତ ସାଧାରଣ ସଭାରେ ସମସ୍ତ ଅଧିକାରୀ ଉପସ୍ଥିତ ରହୁ ନ ଥିବା ନେଇ ସେ ଦୃଷ୍ଟି ଆକର୍ଷଣ କରିଥିଲେ।
ସେହିପରି ନିକଟରେ ହୋଇଥିବା ଶିକ୍ଷକ ବଦଳିକୁ ନେଇ କେତେଜଣ ନିର୍ବାଚିତ ପ୍ରତିନିଧି ଅସନ୍ତୋଷ ବ୍ୟକ୍ତ କରିଥିଲେ। ବିଦ୍ୟାର୍ଥୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆବଶ୍ୟକ ଶିକ୍ଷକ ନିଯୁକ୍ତି କରିବାକୁ ମତ ରଖିଥିଲେ। ସେହିପରି କାଳିଆ ଯୋଜନାରେ ଅନେକ ଚାଷୀ ଦ୍ୱିତୀୟ କିସ୍ତି ଟଙ୍କା ପାଇ ନ ଥିବା, ଏହାର ତାଲିକା ପଞ୍ଚାୟତକୁ ପ୍ରଦାନ କରାଯାଉ ନ ଥିବା କେତେଜଣ ସରପଞ୍ଚ ଓ ସମିତିସଭ୍ୟ ଦୃଷ୍ଟି ଆକର୍ଷଣ କରି ଏହାର ପ୍ରତିକାର ଉପରେ ଗୁରୁତ୍ୱ ଦେବାକୁ କହିଥିଲେ। ସେହିପରି ଧାନମଣ୍ଡି ଓ ସାପକାମୁଡା ଇଞ୍ଜେକ୍‌ଶନ ଉପରେ ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ସୁକାନ୍ତ ପରିଡା, ପ୍ରଦୋଷ ଜେନା, ବିପିନ ପ୍ରଧାନ, ଅମୀୟ ସ୍ବାଇଁ, ସମିତିସଭ୍ୟ ସୁଶୀଲ ସ୍ବାଇଁ, ହରମୋହନ ରାଉତରାୟଙ୍କ ସମେତ ଉପସ୍ଥିତ ଅନ୍ୟ ନିର୍ବାଚିତ ପ୍ରତିନିଧିମାନେ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri