ଜଟଣୀ ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ: ବାତ୍ୟା ଫନୀ, ଆବାସ ଯୋଜନା ଚୟନରେ ଅନିୟମିତତା

ଜଟଣୀ,୨୮ା୧୨(ଡି.ଏନ.ଏ.): ଜଟଣୀ ପଞ୍ଚାୟତ ସମିତି ବୈଠକ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ବ୍ଲକ ଅଧ୍ୟକ୍ଷା ବନଜା ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ବିଡିଓ ବାସୁଦେବ ମାହାରୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମେତ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ବାତ୍ୟା ଫନୀ କ୍ଷତିଗ୍ରସ୍ତ, ଆବାସ ଯୋଜନା ଚୟନ ଆଦି ବିଭିନ୍ନ ଜନସ୍ବାର୍ଥ ସମ୍ବଳିତ କାର୍ଯ୍ୟ ଉପରେ ଏଥିରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବାତ୍ୟା ଫନୀରେ କ୍ଷତିଗ୍ରସ୍ତ ଚୟନରେ ବ୍ୟାପକ ବେନିୟମ କାର୍ଯ୍ୟ ହୋଇଥିବା ବହୁ ସରପଞ୍ଚ ଓ ସମିତିସଭ୍ୟାସଭ୍ୟ ଅଭିଯୋଗ କରିଥିଲେ। ଏଥିପାଇଁ ବ୍ୟାପକ ଲାଞ୍ଚ କାରବାର ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ବୈଠକରେ କିଛି ସମୟ ପାଇଁ ହଟ୍ଟଗୋଳ ହୋଇଥିଲା। ଉନ୍ନୟନମୂଳକ କାର୍ଯ୍ୟ ବାବଦ ପଞ୍ଚାୟତକୁ ମଞ୍ଜୁର ଅନୁଦାନ ନେଇ ସୂଚନା ଦିଆଯାଉ ନ ଥିବା ଉପରେ ସମିତିସଭ୍ୟ ଓ ସରପଞ୍ଚମାନେ ଅଭିଯୋଗ କରିଥିଲେ। ଆର୍ଥତ୍କ ବର୍ଷ ଶେଷ ହେବାକୁ ଆଉ କିଛିମାସ ରହିଥିବା ବେଳେ ପଞ୍ଚାୟତ ଉନ୍ନୟନ ପ୍ଲାନ ଏଯାବତ୍‌ ପ୍ରସ୍ତୁତ କରାଯାଇ ନ ଥିବା ଛଣଘର ସରପଞ୍ଚ ସୁନୀଲ କୁମାର ରାଉତରାୟ କହିଥିଲେ। ଏହାଛଡା ବାତ୍ୟା ଫନୀରେ ଛଣଘର, କନ୍ତିଆ ଓ କୁଦିଆରୀ ମୌଜା କ୍ଷତିଗ୍ରସ୍ତଙ୍କୁ ବଞ୍ଚତ୍ତ ହୋଇଥିବାରୁ ଶୀଘ୍ର ସହାୟତା ପ୍ରଦାନ ପାଇଁ ସେ ଅନୁରୋଧ କରିଥିଲେ। ସ୍ବଚ୍ଛ ଭାରତ ଅଭିଯାନରେ ହୋଇଥିବା ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଏମ୍‌ପିଙ୍କ ପ୍ରତିନିଧି ରବିନାରାୟଣ ସ୍ବାଇଁ ମତ ରଖିଥିଲେ। ନିୟମିତ ସମିତି ବୈଠକ ହେଉ ନ ଥିବା ଓ ଅନୁଷ୍ଠିତ ସାଧାରଣ ସଭାରେ ସମସ୍ତ ଅଧିକାରୀ ଉପସ୍ଥିତ ରହୁ ନ ଥିବା ନେଇ ସେ ଦୃଷ୍ଟି ଆକର୍ଷଣ କରିଥିଲେ।
ସେହିପରି ନିକଟରେ ହୋଇଥିବା ଶିକ୍ଷକ ବଦଳିକୁ ନେଇ କେତେଜଣ ନିର୍ବାଚିତ ପ୍ରତିନିଧି ଅସନ୍ତୋଷ ବ୍ୟକ୍ତ କରିଥିଲେ। ବିଦ୍ୟାର୍ଥୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆବଶ୍ୟକ ଶିକ୍ଷକ ନିଯୁକ୍ତି କରିବାକୁ ମତ ରଖିଥିଲେ। ସେହିପରି କାଳିଆ ଯୋଜନାରେ ଅନେକ ଚାଷୀ ଦ୍ୱିତୀୟ କିସ୍ତି ଟଙ୍କା ପାଇ ନ ଥିବା, ଏହାର ତାଲିକା ପଞ୍ଚାୟତକୁ ପ୍ରଦାନ କରାଯାଉ ନ ଥିବା କେତେଜଣ ସରପଞ୍ଚ ଓ ସମିତିସଭ୍ୟ ଦୃଷ୍ଟି ଆକର୍ଷଣ କରି ଏହାର ପ୍ରତିକାର ଉପରେ ଗୁରୁତ୍ୱ ଦେବାକୁ କହିଥିଲେ। ସେହିପରି ଧାନମଣ୍ଡି ଓ ସାପକାମୁଡା ଇଞ୍ଜେକ୍‌ଶନ ଉପରେ ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ସୁକାନ୍ତ ପରିଡା, ପ୍ରଦୋଷ ଜେନା, ବିପିନ ପ୍ରଧାନ, ଅମୀୟ ସ୍ବାଇଁ, ସମିତିସଭ୍ୟ ସୁଶୀଲ ସ୍ବାଇଁ, ହରମୋହନ ରାଉତରାୟଙ୍କ ସମେତ ଉପସ୍ଥିତ ଅନ୍ୟ ନିର୍ବାଚିତ ପ୍ରତିନିଧିମାନେ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?