ଜଙ୍ଗଲ ଅଧିକାର ଆଇନ ସଚେତନତା ସଭା: ଅସନ୍ତୋଷ ଜାହିର କଲେ ଆଦିବାସୀ, ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୨୯ା୫(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଜଙ୍ଗଲ ଅଧିକାର ଆଇନ ଗଞ୍ଜାମ ଜିଲା ଉପଖଣ୍ଡ ସ୍ତରୀୟ ସମୀକ୍ଷା ଓ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ବିଡିଓ ହଳଧର ଶବର ଅଧ୍ୟକ୍ଷତା କରିଥିବା ବେଳେ ଜିଲା ମଙ୍ଗଳ ଅଧିକାରୀ ଡ. ପରୀକ୍ଷିତ ଦାସ, ଦିଗପହଣ୍ଡି ଅତିରିକ୍ତ ତହସିଲଦାର ମନୋଜ ପ୍ରଭାକର କୁଜୁର, ବନାଞ୍ଚଳ ଅଧିକାରୀ ପରମାନନ୍ଦ ପାଣିଗ୍ରାହୀ, ବ୍ଲକ ସମାଜ ମଙ୍ଗଳ ଅଧିକାରୀ ଜିତେନ୍ଦ୍ର ମହାଲିଆ ପ୍ରମୁଖ ମଞ୍ଚାସୀନ ଥିଲେ। ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁଯାୟୀ ଜଙ୍ଗଲ ଜମି ସ୍ବତ୍ୱାଧିକାର ପଟ୍ଟା ପାଇଁ ଆବେଦନ କରିଥିବା ୪୪୯ ହିତାଧିକାରୀଙ୍କ ଦରଖାସ୍ତକୁ ନାମଞ୍ଜୁର କରାଯାଇଥିଲା। ଜିଲା ଉପଖଣ୍ଡସ୍ତରୀୟ କମିଟି ଜଙ୍ଗଲ ବିଭାଗ କ୍ଷେତ୍ର କର୍ମଚାରୀଙ୍କ ଡିଜିଟାଲ ସର୍ଭେ ରିପୋର୍ଟକୁ ଭିତ୍ତିକରି ଆବେଦନ ହୋଇଥିବା ଦରଖାସ୍ତ ଗୁଡ଼ିକୁ ପ୍ରତ୍ୟାଖ୍ୟାତ କରିଥିବା ଜଣାପଡ଼ିଛି। ସେ ସମ୍ପର୍କରେ ସଭାରେ ସବିଶେଷ ଆଲୋଚନା ସହ ଜନଶୁଣାଣି କରାଯାଇଥିଲା। ଦିଗପହଣ୍ଡି ବ୍ଲକର ପୋଡ଼ାଖାଲ, ଶ୍ୟାମସୁନ୍ଦରପୁରପଲ୍ଲୀ, ବାଲିପାଟ, କନିଆରି ସାହି, ଆଦିବାସୀ ସାହି, ମରେଇବାଡ଼ି, କଞ୍ଚରଡ଼ା, ବଡ଼ବୁରୁଡ଼ା, ଆମପୁର ଆଦି ଗ୍ରାମର ୫ ଶହରୁ ଊର୍ଦ୍ଧ୍ୱ ଅନୁସୂଚିତ ଜନଜାତି ବର୍ଗର ଜନସାଧାରଣ ସଭାରେ ଉପସ୍ଥିତ ଥିଲେ।
ଦିଗପହଣ୍ଡି ବନାଞ୍ଚଳ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ବନାଞ୍ଚଳ ଅଧୀନରେ ପ୍ରାୟ ୧୫ ହଜାର ହେକ୍ଟର ଜଙ୍ଗଲ ଜମି ରହିଛି। ୨୦୦୫ ଡିସେମ୍ବର ୧୩ ସୁଦ୍ଧା ଜଙ୍ଗଲ ଜମିରେ ବସବାସ କରୁଥିବା ୧୯୫ ପରିବାରକୁ ବନ ବିଭାଗ ରିପୋର୍ଟକୁ ଆଧାର କରି ରାଜସ୍ବ ବିଭାଗ ପକ୍ଷରୁ ଜମି ସ୍ବତ୍ୱାଧିକାର ପଟ୍ଟା ପ୍ରଦାନ କରାଯାଇଛି। ପ୍ରତ୍ୟାଖ୍ୟାତ ହୋଇଥିବା ୪୪୯ ହିତାଧିକାରୀ ଅଣ ଜଙ୍ଗଲ କିସମ ଜମିରେ ବସବାସ କରୁଛନ୍ତି। ସେମାନେ ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁଯାୟୀ ଯୋଗ୍ୟ ନ ଥିବା ବନାଞ୍ଚଳ ଅଧିକାରୀ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ବିଭିନ୍ନ ଗ୍ରାମରୁ ଆସିଥିବା ବହୁ ସଂଖ୍ୟକ ଆବେଦନକାରୀ ନିରାଶ ହେବା ପରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ପିତୃ ପୁରୁଷ ଅମଳରୁ ଦଖଲ କରି ଆସୁଥିବା ଜମିପଟ୍ଟା ନ ମିଳିଲେ ଆନ୍ଦୋଳନ କରାଯିବ ବୋଲି ଡମ୍ବରୁ ମଳିକ, କିଶୋର ମଳିକ, ଉଗ୍ରସେନ ମଳିକ, ପ୍ରତାପ ମଳିକ, ରାମ ମଳିକ, ଜଟାଧାରୀ ମଳିକ, ସମ୍ବାରୁ ମଳିକ, ବିକ୍ରମ ମଳିକ, ଜଗନ୍ନାଥ ମଳିକ ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

ଚିଠା ଭୋଟର ତାଲିକା ପ୍ରକାଶ, ବାଦ୍ ପଡିଲେ ୩୬,୩୪୨

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ୩ଟି ନିର୍ବାଚନ ମଣ୍ଡଳୀ ଭଞ୍ଜନଗର, ଆସ୍କା ଏବଂ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ଇ.ଆର୍.ଓ ମାନଙ୍କ ଦ୍ଵାରା…

ସୁଦୃଢ ମନ ଉଜ୍ଜ୍ୱଳ ଭବିଷ୍ୟତ ଗଠନର ମୂଳଭିତ୍ତି: ରାଜଯୋଗୀ ଡଃ ଶକ୍ତିରାଜ

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଭଞ୍ଜନଗର ଉପସେବା କେନ୍ଦ୍ର ଆନୁକୁଲ୍ୟରେ ୩ ଦିନ ବ୍ୟାପି ଚାଲିଥିବା ‘ସୁଦୃଢ ମନ ଉଜ୍ଜ୍ୱଳ ଭବିଷ୍ୟତ’ ପ୍ରସଙ୍ଗ ଭିତ୍ତିକ…

କୂଳ ଲଂଙ୍ଘିବା ଓ ବେଳାଭୂମି ଅବକ୍ଷୟ ପ୍ରସଙ୍ଗ, ସମୀକ୍ଷା କରି ଅଞ୍ଚଳବlସୀଙ୍କ ସହ ବିଧାୟକଙ୍କ ଆଲୋଚନା

ଗଞ୍ଜାମ,୫ା୭(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି ଦ୍ରୁତ…

ଘୋଡ଼ାହାଡ଼ ଡ୍ୟାମ୍‌ରୁ ଛଡ଼ାଗଲା ପାଣି, ଖୋଲିଲା ୨ ଗେଟ୍‌

ଦିଗପହଣ୍ଡି,୫ା୭(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରବିବାର ସକାଳୁ ଦିଗପହଣ୍ଡି ଅଞ୍ଚଳରେ ବର୍ଷା ହୋଇଛି। ବର୍ଷା ଯୋଗୁ ଜଳସମ୍ପଦ ବିଭାଗ…

କୂଳ ଲଙ୍ଘୁଛି ସମୁଦ୍ର: ଉଭୟ ଉପକୂଳ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳକ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନେ ଭୟଭୀତ ଅବସ୍ଥାରେ ଦିନ…

ତାରାତାରିଣୀ କଲେଜର ହେବ ଆଧୁନିକୀକରଣ, ଅଞ୍ଚଳରେ ଖୁସିର ଲହରୀ

ପୁରୁଷୋତ୍ତମପୁର,୫ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ପାଇଁ ଚଳିତ ବର୍ଷ ଏକ ଐତିହାସିକ ବର୍ଷ ପାଲଟିଛି । କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠିତ ରୁଷା/ପିଏମ-ଉଷା ପ୍ରକଳ୍ପରେ…

ପ୍ରକାଶ ପାଇଲା ଭୋଟର ତାଲିକା: ୨୭ ଲକ୍ଷ ୯୨ ହଜାର ୧୫୮ ଜଣ ସାମିଲ, ବାଦ୍‌ ପଡ଼ିଲେ…

ଛତ୍ରପୁର,୫ା୭(ଦିଲ୍ଲୀପ ସାମଲ): ଭାରତର ଗଣତାନ୍ତ୍ରିକ ପର୍ବ କୁହାଯାଉଥିବା ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା, ନିର୍ଭୁଲ ଏବଂ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri