ପଲିଥିନ, ପ୍ଲାଷ୍ଟିକ କଟକଣାକୁ ପୂରିଲାଣି ୭ ମାସ: ଆମଦାନୀ ଉପରେ ଲାଗୁନି ରୋକ

ବ୍ରହ୍ମପୁର ଅଫିସ,୨୯ା୫-ପଲିଥିନ ଓ ପ୍ଲାଷ୍ଟିକମୁକ୍ତ ହେବ ଓଡିଶା। ଏଭଳି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର ା ୨୦୧୮ ଜୁଲାଇ ମାସରେ ଓଡିଶାକୁ ପ୍ଲାଷ୍ଟିକ ଓ ପଲିଥିନମୁକ୍ତ ରାଜ୍ୟରେ ପରିଣତ କରିବାକୁ ନିଷ୍ପତ୍ତି ନେବା ସହ ପ୍ରଥମ ପର୍ଯ୍ୟାୟରେ ସମସ୍ତ ମହାନଗରରେ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀକୁ ବ୍ୟାନ ତଥା ସାମଗ୍ରୀ ଉପରେ କଟକଣା ଲଗାଯିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ସରକାରଙ୍କ ନିଷ୍ପତ୍ତିକ୍ରମେ ବ୍ରହ୍ମପୁରରେ ଅକ୍ଟୋବର ୨ରୁ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ବ୍ୟାନ ନେଇ ଘୋଷଣା କରାଯାଇଥିଲା ା ନଭେମ୍ବରରୁ ଏନେଇ ବିଭିନ୍ନ ସ୍ଥାନରେ ବିଏମ୍‌ସି ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣରେ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀକୁ ଜବତ କରାଯିବା ସହ ଜରିମାନା ମଧ୍ୟ ଆଦାୟ କରାଯାଇଥିଲା। କିନ୍ତୁ ଏବେ ଏହି ଘୋଷଣା ନାମାକୁ ୭ ମାସ ବିତିଛି ା ତଥାପି ବ୍ରହ୍ମପୁରକୁ ସମ୍ପୂର୍ଣ୍ଣ ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ ସହରରେ ପରିଣତ କରିବାରେ ପ୍ରଶାସନ ବିଫଳ ହୋଇଛି ା ୭ ମାସ ପରେ ମଧ୍ୟ ବାହାରୁ ସହରକୁ ଦିନକୁ ଶହ ଶହ ଟନ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ଆମଦାନୀ ହେଉଥିବା ବେଳେ କେବଳ ରିଟେଲର ଓ ଛୋଟ ବ୍ୟବସାୟୀଙ୍କଠାରୁ ପଲିଥିନ ଓ ପ୍ଲାଷ୍ଟିକ ଜବତ କରି ନିଗମ କର୍ତ୍ତୃପକ୍ଷ ନିଜ ଦାୟିତ୍ୱ ସାରୁଥିବା ଅଭିଯୋଗ ହୋଇଛି ା ଏହାର ସ୍ଥାୟୀ ପ୍ରତିକାର ତଥା ସହରକୁ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ଆମଦାନୀକୁ ରୋକିବା ଦିଗରେ ଦୃଢ ପଦକ୍ଷେପ ନିଆଯିବାକୁ ସାଧାରଣରେ ଦାବି ହୋଇଛି ା
ପଲିଥିନ ଓ ପ୍ଲାଷ୍ଟିକ ଭଳି ପରିବେଶ ପ୍ରଦୂଷଣ ଉପରେ ରାଜ୍ୟ ସରକାରଙ୍କ କଟକଣା ପରେ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା ା ଜୁଲାଇ ମାସରେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବସାୟ କରୁଥିବା ରିଟେଲର ଓ ହୋଲସେଲ ବ୍ୟବସାୟୀଙ୍କୁ ଏନେଇ ସଚେତନ କରାଯିବା ସହ ଅକ୍ଟୋବର ମଧ୍ୟରେ ଗୋଦାମରୁ ପଲିଥିନ ଓ ପ୍ଲାଷ୍ଟିକ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ା ଅକ୍ଟୋବର ୨ରେ ପଲିଥିନ ଓ ପ୍ଲାଷ୍ଟିକ ବର୍ଜନ କରିବା ନେଇ ଏକ ସଚେତନତା ମାରାଥନ ମଧ୍ୟ ବିଏମ୍‌ସି ଓ କ୍ରୀଡା ବିଭାଗ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ା ଏହା ବ୍ୟତୀତ ଫୋରମ ଫର ଗଞ୍ଜାମ, ଆର୍ଯ୍ୟଭଟ୍ଟ ଫାଉଣ୍ଡେଶନ ଭଳି ବହୁ ସାମାଜିକ ଅନୁଷ୍ଠାନ ମଧ୍ୟ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ନ କରି କନା ବ୍ୟାଗ ବ୍ୟବହାର କରିବାକୁ ସଚେତନ କରିଥିଲେ। ଏପରିକି ବିଏମ୍‌ସି ପକ୍ଷରୁ ଏକ ଘରୋଇ ବ୍ୟାଙ୍କ ସହଯୋଗରେ ଉଠାଦେକାନୀ ତଥା ବିିଭିନ୍ନ ମାର୍କେଟ ଅଞ୍ଚଳରେ ବ୍ୟବସାୟୀଙ୍କୁ ପଲିଥିନ ବଦଳରେ କପଡା ବ୍ୟାଗ ବଣ୍ଟନ କରାଯିବା ସହ ସଚେତନ ମଧ୍ୟ କରାଯାଇଥିଲା ା ବିଏମ୍‌ସି ପକ୍ଷରୁ ଏସଏଚଜି(ସ୍ବୟଂ ସହାୟକ ଗୋଷ୍ଠୀ)ଙ୍କୁ ମଧ୍ୟ କପଡା ବ୍ୟାଗ ତିଆରି ନେଇ ତାଲିମ ପ୍ରଦାନ କରାଯାଇଥିଲା। ଏହାସତ୍ତ୍ୱେ ନଭେମ୍ବରରୁ ବିଭିନ୍ନ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ଗଚ୍ଛିତ ଥିବା ଦେକାନଗୁଡିକ ଉପରେ ବିଏମସି ପକ୍ଷରୁ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଚଢାଉ ମଧ୍ୟ ଆରମ୍ଭ ହୋଇଥିଲା ା କିନ୍ତୁ ଚଢାଉ ଆରମ୍ଭର ୫ ମାସ ଓ ଘୋଷଣାନାମାକୁ ୭ ମାସ ବିତିଥିଲେ ମଧ୍ୟ ବ୍ରହ୍ମପୁରକୁ ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ କରିବାରେ ବିଫଳ ହୋଇଛି ବିଏମ୍‌ସି ା ବିଏମସି ପକ୍ଷରୁ ନିୟମିତ ଚଢାଉ ହେଉଛି ା କିନ୍ତୁ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ଉପରେ ଅଙ୍କୁଶ ଲଗାଯାଇ ପାରି ନାହିଁ। ଚଢାଉ ସତ୍ତ୍ୱେ ସହରରେ ବିପୁଳ ପରିମାଣରେ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ଗଚ୍ଛିତ ଥିବା ଦେଖିବାକୁ ମିଳୁଛି ା
ବିଏମ୍‌ସି ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ୨୦୧୮ ନଭେମ୍ବରରୁ ୨୦୧୯ ମେ ସୁଦ୍ଧା ୩ ଟନରୁ ଊର୍ଦ୍ଧ୍ୱ ପଲିଥିନ ଓ ପ୍ଲାଷ୍ଟିକ ଜବତ କରାଯାଇଛି। ବିଏମ୍‌ସି ପକ୍ଷରୁ ଏବେ ସୁଦ୍ଧା ୧୪ ରୁ ୧୫ ଟି ହୋଲସେଲ ଓ ରିଟେଲର ଦୋକାନକୁ ସିଲ କରାଯାଇଥିବା ବେଳେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଜରିମାନା ମଧ୍ୟ ଆଦାୟ କରାଯାଇଥିବା ବିଏମସି ପକ୍ଷରୁ କୁହାଯାଇଛି ା ଏନେଇ ଏନ୍‌ଫୋର୍ସମେଣ୍ଟ ଅଫିସର ତରୁଣ କାନ୍ତ କହିଛନ୍ତି, ପଲିଥିନ ପ୍ଲାଷ୍ଟିକ ସାମଗ୍ରୀ ଗଚ୍ଛିତ ଥିବା ନେଇ ଯେଉଁଠି ଖବର ମିଳୁଛି, ସେଠାରେ ଚଢାଉ କରାଯାଇ ସାମଗ୍ରୀକୁ ଜବତ କରାଯାଉଛି। ଦୋକାନ ଓ ଗୋଦାମକୁ ମଧ୍ୟ ସିଲ କରାଯାଉଛି ା କିନ୍ତୁ ଏଯାଏ ବାହାରୁ ଆସୁଥିବା ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀର ଆମଦାନୀ ନେଇ ଖବର ନାହିଁ। ସୂଚନା ମାତ୍ରକେ ଆମଦାନୀ ଉପରେ ମଧ୍ୟ ରୋକ ଲଗାଯିବ ବୋଲି ତରୁଣ କାନ୍ତ କହିଛନ୍ତି ା
ଅନ୍ୟପକ୍ଷରେ, ନିଗମ ତଥା ପ୍ରଶାସନ ପକ୍ଷରୁ ସହରକୁ ଆସୁଥିବା ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ଆମଦାନୀ ଓ ଗଚ୍ଛିତ ହୋଇ ରଖାଯାଉଥିବା ବୃହତ୍‌ ଗୋଦାମଗୁଡିକ ଉପରେ ଏଯାଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି ା ସହରକୁ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ଆମଦାନୀ ଉପରେ ରୋକ ଲଗାଯିବା ଉପରେ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ା

(ଦୀପକ କୁମାର ପଣ୍ଡା)


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

କେସିଙ୍ଗା ପଞ୍ଚାୟତ ସମିତିରେ ପାନୀୟଜଳବିଦ୍ୟୁତ ଉପରେ ଗୁରୁତ୍ୱ

କେସିଙ୍ଗା, ୨୧।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୧ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ସଭାପତିତ୍ୱରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ…

ନୂତନ ପରିବା ବଜାର କମ୍ପ୍ଲେକ୍ସକୁ ସ୍ଥାନାନ୍ତର ପାଇଁ ତତ୍ପର ପୌରପରିଷଦ

ଛତ୍ରପୁର, ୨୧/୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଜନସାଧାରଣଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ନବନିର୍ମିତ ପରିବା…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

ଏନସିସି ନାଭାଲ ୱିଙ୍ଗ କ୍ୟାଡେଟ ଚୟନ ଶିବିର: ଯୋଗ୍ୟ ଛାତ୍ରୀଛାତ୍ର ଚୟନ

ଭଞ୍ଜନଗର,୨୧।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶୁକ୍ରବାର ଏନସିସି ନାଭାଲ ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri