ଜଗତ କଲ୍ୟାଣ ପାଇଁ ଶ୍ରୀ ସୁଦର୍ଶନଙ୍କ ଗ୍ରାମ ପରିକ୍ରମା:ବିଭିନ୍ନ ରୋଗରୁ ଗ୍ରାମବାସୀଙ୍କୁ ମିଳେ ସୁରକ୍ଷା

ଖଣ୍ଡପଡ଼ା,୧୭ା୮(ସ୍ବ.ପ୍ର.)-କଣ୍ଟିଲୋ ନୀଳମାଧବ ପୀଠ, ଖଣ୍ଡପଡ଼ା ଓ ସିଧାମୂଳାସ୍ଥିତ ଜଗନ୍ନାଥ ମନ୍ଦିର, ଖଳିସାହି ଗୋପାଳ ଜୀଉ ମନ୍ଦିରରେ ୪ ଦିନବ୍ୟାପୀ ଚାଲିଥିବା ଝୁଲଣ ଯାତ୍ରା ଗହ୍ମା ପୂର୍ଣ୍ଣିମା ତିଥିରେ ଉଦ୍‌ଯାପିତ ହୋଇଯାଇଛି ା ଏହି ଉପଲକ୍ଷେ ଗୁରୁବାର ନୀଳମାଧବ ଜୀଉଙ୍କ ଆୟୁଧ ଶ୍ରୀ ସୁଦର୍ଶନ(ଚକ୍ର)ଜଗତ କଲ୍ୟାଣ ନିମନ୍ତେ ରାତି ପ୍ରାୟ ୯ଟାରେ ଏକ ମଣି ବିମାନରେ ଆରୁଢ ହୋଇ ଗ୍ରାମ ବିଜେ କରିଛନ୍ତି। ବର୍ଷାଋତୁରେ ଚର୍ମରୋଗ, ଝାଡ଼ାବାନ୍ତି ଆଦି ବିଭିନ୍ନ ରୋଗରୁ ମୁକ୍ତି ତଥା ସୁରକ୍ଷା ପାଇବା ପାଇଁ ଲୋକେ ଠାକୁରଙ୍କୁ ଉପାସନା କରି ଆସୁଛନ୍ତି ା ଶ୍ରଦ୍ଧାଳୁଙ୍କ ବିଶ୍ୱାସ ଓ ପରମ୍ପରା ଅନୁସାରେ ଗ୍ରାମବାସୀଙ୍କୁ ସୁରକ୍ଷା ଦେବା ପାଇଁ ସୁଦର୍ଶନ ଜୀଉ ଆଡ଼ମ୍ବର ସହକାରେ ଗ୍ରାମ ପରିକ୍ରମା କରିଥିଲେ। ଶ୍ରୀ ନୀଳମାଧବ ଜୀଉଙ୍କ ସନ୍ଧ୍ୟା ଆଳତି ପରେ ସପ୍ତଋଷିଙ୍କ ହୋମ ନିମନ୍ତେ ସୁଦର୍ଶନଙ୍କୁ ବିଜେ କରାଯାଇଥିଲା ା ବଟେଶ୍ୱର ଓ କୃଷ୍ଣେଶ୍ୱର ମହାଦେବଙ୍କ ପାଖରେ ସୁଦର୍ଶନଙ୍କ ପୂଜା ଅନୁଷ୍ଠିତ ହୋଇଥିଲା ା ପରିକ୍ରମା ପରେ ସୁଦର୍ଶନ ଜୀଉ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ା ବିଳମ୍ବିତ ରାତିରେ ଠାକୁରଙ୍କ ରାତ୍ର ଧୂପ ପରେ ଶ୍ରୀ ଜୀଉଙ୍କ ଚଳନ୍ତି ପ୍ରତିମା ମଦନମୋହନ, ସରସ୍ବତୀଙ୍କୁ ଝୁଲଣ ଦୋଳିକୁ ବିଜେ କରାଯାଇ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଥିଲା ା ସିଧାମୂଳାସ୍ଥିତ ଜଗନ୍ନାଥ ମନ୍ଦିର, କଣ୍ଟିଲୋ ରାଧାମୋହନ ଜୀଉ ମଠରେ ଝୁଲଣ ଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପଶୁ ଓ ମଣିଷଙ୍କ ପାଇଁ ବିପଦ ସାଜିଛି। ୬ ବର୍ଷରେ ଗୋଟିଏ ବାଘ...

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ପୋଲ

ନୂଆଗାଁ,୨୫।୪ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିମିଳିସାହିଠାରୁ ବାଲଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଥିଲା। ଉକ୍ତ ରାସ୍ତାର ଅଭୟପୁରଠାରେ...

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ...

ଚନ୍ଦନ ପୋଖରୀରେ ପଦ୍ମ,କଇଁ ଫୁଟିବ

ଖଣ୍ଡପଡ଼ା,୨୧ା୪(ଅଜୟ କୁମାର ମହାରଣା)ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀର ନବୀକରଣ କାର୍ଯ୍ୟ ସହ ପଙ୍କ ଉଦ୍ଧାର କାମ ସରିଛି। କାମ ସରିବା ପରେ ପାଣି ଭରି ଦିଆଯାଇଛି।...

ଆଚରଣ ବିଧି ସମୟରେ ଚାଲିଛି ନିଯୁକ୍ତି

ନୟାଗଡ଼,୨୧।୪(ଲୋକନାଥ ମିଶ୍ର)ନିର୍ବାଚନ ଆଚରଣ ବିଧି ଲାଗୁ ପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସରଳୟ(ଡିଏଚ୍‌ଏଚ୍‌)ରେ ନିଯୁକ୍ତି ହେଉଥିବା ଅଭିଯୋଗ ହୋଇଛି। ପୁଣି ଜିଲାପାଳଙ୍କ ଅଧ୍ୟକ୍ଷତାରେ ବଦଳି କମିଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri