ଜଗତ କଲ୍ୟାଣ ପାଇଁ ଶ୍ରୀ ସୁଦର୍ଶନଙ୍କ ଗ୍ରାମ ପରିକ୍ରମା:ବିଭିନ୍ନ ରୋଗରୁ ଗ୍ରାମବାସୀଙ୍କୁ ମିଳେ ସୁରକ୍ଷା

ଖଣ୍ଡପଡ଼ା,୧୭ା୮(ସ୍ବ.ପ୍ର.)-କଣ୍ଟିଲୋ ନୀଳମାଧବ ପୀଠ, ଖଣ୍ଡପଡ଼ା ଓ ସିଧାମୂଳାସ୍ଥିତ ଜଗନ୍ନାଥ ମନ୍ଦିର, ଖଳିସାହି ଗୋପାଳ ଜୀଉ ମନ୍ଦିରରେ ୪ ଦିନବ୍ୟାପୀ ଚାଲିଥିବା ଝୁଲଣ ଯାତ୍ରା ଗହ୍ମା ପୂର୍ଣ୍ଣିମା ତିଥିରେ ଉଦ୍‌ଯାପିତ ହୋଇଯାଇଛି ା ଏହି ଉପଲକ୍ଷେ ଗୁରୁବାର ନୀଳମାଧବ ଜୀଉଙ୍କ ଆୟୁଧ ଶ୍ରୀ ସୁଦର୍ଶନ(ଚକ୍ର)ଜଗତ କଲ୍ୟାଣ ନିମନ୍ତେ ରାତି ପ୍ରାୟ ୯ଟାରେ ଏକ ମଣି ବିମାନରେ ଆରୁଢ ହୋଇ ଗ୍ରାମ ବିଜେ କରିଛନ୍ତି। ବର୍ଷାଋତୁରେ ଚର୍ମରୋଗ, ଝାଡ଼ାବାନ୍ତି ଆଦି ବିଭିନ୍ନ ରୋଗରୁ ମୁକ୍ତି ତଥା ସୁରକ୍ଷା ପାଇବା ପାଇଁ ଲୋକେ ଠାକୁରଙ୍କୁ ଉପାସନା କରି ଆସୁଛନ୍ତି ା ଶ୍ରଦ୍ଧାଳୁଙ୍କ ବିଶ୍ୱାସ ଓ ପରମ୍ପରା ଅନୁସାରେ ଗ୍ରାମବାସୀଙ୍କୁ ସୁରକ୍ଷା ଦେବା ପାଇଁ ସୁଦର୍ଶନ ଜୀଉ ଆଡ଼ମ୍ବର ସହକାରେ ଗ୍ରାମ ପରିକ୍ରମା କରିଥିଲେ। ଶ୍ରୀ ନୀଳମାଧବ ଜୀଉଙ୍କ ସନ୍ଧ୍ୟା ଆଳତି ପରେ ସପ୍ତଋଷିଙ୍କ ହୋମ ନିମନ୍ତେ ସୁଦର୍ଶନଙ୍କୁ ବିଜେ କରାଯାଇଥିଲା ା ବଟେଶ୍ୱର ଓ କୃଷ୍ଣେଶ୍ୱର ମହାଦେବଙ୍କ ପାଖରେ ସୁଦର୍ଶନଙ୍କ ପୂଜା ଅନୁଷ୍ଠିତ ହୋଇଥିଲା ା ପରିକ୍ରମା ପରେ ସୁଦର୍ଶନ ଜୀଉ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ା ବିଳମ୍ବିତ ରାତିରେ ଠାକୁରଙ୍କ ରାତ୍ର ଧୂପ ପରେ ଶ୍ରୀ ଜୀଉଙ୍କ ଚଳନ୍ତି ପ୍ରତିମା ମଦନମୋହନ, ସରସ୍ବତୀଙ୍କୁ ଝୁଲଣ ଦୋଳିକୁ ବିଜେ କରାଯାଇ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଥିଲା ା ସିଧାମୂଳାସ୍ଥିତ ଜଗନ୍ନାଥ ମନ୍ଦିର, କଣ୍ଟିଲୋ ରାଧାମୋହନ ଜୀଉ ମଠରେ ଝୁଲଣ ଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ବଳାତ୍କାର ଅଭିଯୋଗ ପଡ଼ିଲା ମହଙ୍ଗା, ବଦଳିଲେ ଆଇଆଇସି

ନୟାଗଡ଼,୧୮ା୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ଏସ୍‌ଡିପିଓ ମଦନ ମୋହନ ପ୍ରଧାନ ମହିଳାଙ୍କୁ ଫେବର ମାଗି ନିଲମ୍ବିତ ହୋଇଥିବା ବେଳେ ଶରଣକୁଳ ଥାନା ଆଇଆଇସି ସୁଜିତ କୁମାର…

ପାନୀୟ ଜଳ ପାଇ ରାଜ୍ୟ ରାଜପଥ ଅବରୋଧ, ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ

ଭାପୁର,୧୬।୬(ପ୍ରଭାତ ବରାଡ): ବ୍ଲକ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିବା ପରେ ପାନୀୟ ନପାଇ ୪୮ନଂ ରାଜ୍ୟ ରାଜପଥ ରାସ୍ତା ଉପରେ ଗରା, ବାଲ୍‌ଟି ରଖି ବିକ୍ଷୋଭ ପ୍ରଦର୍ଶନ।…

୧୧ କେଭି ତାର ନେଲା ୭ ମଇଁସିଙ୍କ ଜୀବନ: ଉତ୍ତେଜନା ରାସ୍ତାରୋକୋ

ଖଣ୍ଡପଡ଼ା/ନୟାଗଡ଼(ଅଜୟ କୁମାର ମହାରଣା/ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅଧୀନ ବଡ଼ ବାଣପୁର ପଞ୍ଚାୟତ ଘଣାଶାଳିଆ ଗ୍ରାମରେ ସୋମବାର ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି।…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

କେନାଲରୁ ମିଳିଲା ଯୁବକଙ୍କ ମୃତଦେହ, ଭଉଣୀ-ଭିଣୋଇଙ୍କୁ ଅଟକ ରଖି…

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ରାଇପୁର ଗାଁର କାହ୍ନୁ ସେଠୀ ନାମକ ଜଣେ ଯୁବକଙ୍କ ମୃତଦେହ ତୋଟା ସାହି ପାଳୁଅ ବାରି କେନାଲରୁ ଶୁକ୍ରବାର ଉଦ୍ଧାର…

ବିଡିଓଙ୍କୁ ଗାଡ଼ି ଉପରକୁ ଟେକାପଥର ମାଡ଼

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ନୟାଗଡ଼ ଜିଲା ଦଶପଲା ବ୍ଲକ ନଛିପୁରରେ ଦଶପଲ୍ଲା ବିଡିଓ ଶରତ ମଲିକଙ୍କ ଗାଡ଼ି ଉପରକୁ ଟେକାପଥରମାଡ଼ ହୋଇଛି। ବିଡିଓ ନିର୍ବାଚନ କାର୍ଯ୍ୟରେ…

ଲୋ-ଭୋଲଟେଜ ଓ ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ଦଶପଲ୍ଲାରେ ଗଣଶୋଭାଯାତ୍ରା: ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ନୟାଗଡ଼/ଦଶପଲ୍ଲା, ୧୦/୬ (ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି):ଦଶପଲ୍ଲାର ଟାକରାସ୍ଥିତ ଗ୍ରୀଡ୍‌କୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା, ଲୋ-ଭୋଲଟେଜ ସମସ୍ୟାର ସମାଧାନ, ଟିପିସିଓଡିଏଲର…

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ ମଇଁଷି ମୃତ, ଗାଁରେ ଉତ୍ତେଜନା

ନୟାଗଡ଼,୯।୬( ଲୋକନାଥ ମିଶ୍ର):ନୟାଗଡ଼ ବ୍ଲକ ମଙ୍ଗରାଜପୁର ଗାଁ ଗହୀରରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ମଇଁଷିଙ୍କର ମୃତ୍ୟୁ ହୋଇଛି। ମଙ୍ଗରାଜପୁର ଗାଁର ରାମ ବେହେରା ନିଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri