Posted inଖେଳ

ଚେନ୍ନାଇ ବିପକ୍ଷ ମ୍ୟାଚରେ ଦ୍ରୁତ ବଲ୍‌ ପିଙ୍ଗି ରେକର୍ଡ କଲେ ଉମ୍‌ରାନ

ନୂଆଦିଲ୍ଲୀ,୨।୫: ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଆଇପିଏଲ୍‌-୨୦୨୨ ଖେଳୁଥିବା ଦ୍ରୁତ ବୋଲର ଉମ୍‌ରାନ ମଲ୍ଲିକ ରବିବାର ଚେନ୍ନାଇ ସୁପର କିଙ୍ଗ୍‌ସ ବିପକ୍ଷ ମ୍ୟାଚରେ ଦ୍ରୁତ ବଲ୍‌ ପିଙ୍ଗି ରେକର୍ଡ ସୃଷ୍ଟି କରିଛନ୍ତି । ଜମ୍ମୁ-କଶ୍ମୀରର ୨୨ ବର୍ଷୀୟ ଉମ୍‌ରାନ ଘଣ୍ଟା ପ୍ରତି ୧୫୪ କି.ମି. ବେଗରେ ବଲ୍‌ ପକାଇଥିଲେ। ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳୁଥିବା ଦ୍ରୁତ ବୋଲର ଲକି ଫର୍ଗ୍ୟୁସନଙ୍କୁ ସେ ପଛରେ ପକାଇଦେଇଛନ୍ତି।

ଉମ୍‌ରାନ ଦଶମ ଓଭରର ଦ୍ୱିତୀୟ ବଲ୍‌ରେ ଋତୁରାଜ ଗାଏକୱାଡ୍‌ଙ୍କୁ ୧୫୪ କି.ମି. ବେଗରେ ଏକ ବଲ୍‌ ପିଙ୍ଗିଥିଲେ। ଏହାକୁ ଗାଏକଓ୍ବାଡ୍‌ ଚଉକାରେ ପରିଣତ କରିଦେଇଥିଲେ । ୧୯ତମ ଓଭରରେ ଉମ୍‌ରାନ ମହେନ୍ଦ୍ର ସିଂ ଧୋନୀଙ୍କୁ ୧୫୪ କି.ମି. ବେଗରେ ବୋଲିଂ କରିଥିଲେ। ଏହାକୁ ମିଡ୍‌ ଅନ୍‌ରେ ଖେଳି ଧୋନୀ ସିଙ୍ଗଲ ରନ୍‌ କରିଥିଲେ । ଉମ୍‌ରାନ ୪ ଓଭର ବୋଲିଂ କରି ୪୮ ରନ୍‌ ଦେବା ସହ ଉଇକେଟ ନେବାରେ ସଫଳ ହୋଇ ନ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ଜଳିଗଲା ଇଭି

ଭୁବନେଶ୍ୱର,୨୫।୫: ପୁରୁଣା ଭୁବନେଶ୍ୱର ରଥରୋଡ଼ରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୧୧କେଭି ବିଦ୍ୟୁତ୍‌ ତାର ଛିଣ୍ଡି ଏକ ଇଲେକ୍ଟ୍ରି ସ୍କୁଟି(ଇଭି) ଉପରେ ପଡ଼ିଥିଲା। ଫଳରେ…

ପୋଖରୀ ପୁନରୁଦ୍ଧାର ଦାବି: ପଞ୍ଚାୟତ ଅଫିସରେ ସରପଞ୍ଚଙ୍କୁ ତାଲା ମାରିଲେ ମହିଳା

ଭେଡ଼େନ,୨୫।୫ (ହୃଷିକେଶ ଖମାରୀ): ଦିନକୁ ଦିନ ତାପମାତ୍ରା ବଢ଼ି ଚାଲିଥିବା ବେଳେ ଲୋକେ ଗାଧୋଇବା ଓ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି । ବରଗଡ଼…

‘ମୃତ ଝିଅ ଅପେକ୍ଷା ଛାଡପତ୍ର ପାଇଥିବା ଝିଅ ଭଲ’, ସୁପ୍ରିମ କୋର୍ଟରେ ଭାବପ୍ରବଣ ହୋଇଗଲେ SG ମେହେଟା

ନୂଆଦିଲ୍ଲୀ,୨୫।୫: ଭୋପାଳରେ ଘଟିଥିବା ବହୁଚର୍ଚ୍ଚିତ ଟ୍ବିଶା ଶର୍ମା ମୃତ୍ୟୁ ମାମଲା ସମ୍ପର୍କରେ ସଲିସିଟର ଜେନେରାଲ (SG)ତୁଷାର ମେହେଟ୍ଟା ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ସୋମବାର (୨୫ ମଇ,…

ଇରାନର ବଡ଼ ଅନୁରୋଧ ରଖିଲା ଫିଫା

ତେହରାନ, ୨୫ା୫: ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁଥିବା ଫିଫା ବିଶ୍ୱକପ୍‌ ଲାଗି ଇରାନ ପକ୍ଷରୁ ଦଳର ଟ୍ରେନିଂ କ୍ୟାମ୍ପ ଆମେରିକାରୁ ମେକ୍ସିକୋକୁ ସ୍ଥାନାନ୍ତର କରିବା ଲାଗି…

ବ୍ରିଜ ଉପରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା ଓଲଟି ଲାଗିଗଲା ନିଆଁ, ଡ୍ରାଇଭର ନିଖୋଜ

ରାଉରକେଲା,୨୫ା୫(ସଙ୍ଗୀତା ଜେନା): ରାଉରକେଲାର ନୂତନ ବ୍ରାହ୍ମଣୀ ବ୍ରିଜ୍‌ ଉପରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ହାଇଓ୍ବା ଓଲଟି ପଡ଼ିବାରୁ ଏଥିରେ ନିଆଁ ଲାଗିଯାଇଥିଲା।…

ଧର୍ମେନ୍ଦ୍ର, ଶିବୁ ସୋରେନଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ, ୬୬ ଜଣଙ୍କୁ ସମ୍ମାନୀତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୫: ସୋମବାର ସାରେ ରାଷ୍ଟ୍ରପତି ଭବନର ଦରବାର ହଲରେ ପଦ୍ମ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୬ଜଣ ବିଶିଷ୍ଟ…

ବୈଶିଙ୍ଗା-ରୁପ୍ସା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ଶିକ୍ଷକ ମୃତ

ବୈଶିଙ୍ଗା,୨୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ବଜାର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ବେତନଟୀ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ…

ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ବର୍ଷିଲେ ରାହୁଲ, ସରକାର ଚୁପଚାପ୍ ପକେଟ…..

ନୂଆଦିଲ୍ଲୀ,୨୫।୫: ସୋମବାର ଦିନ ପୁଣିଥରେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ମାତ୍ର ୧୦ ଦିନ ମଧ୍ୟରେ ଏହା ଚତୁର୍ଥ ଥର ପାଇଁ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri