ଚିପିଲିମା ଘଣ୍ଟେଶ୍ୱରୀ ସ୍ବାଗତ ଫାଟକରୁ ପଥର ପ୍ଲେଟ୍‌ ଖସୁଛି

ଚିପିଲିମା, ୨୭।୫ (ଡି.ଏନ.ଏ):ସମ୍ବଲପୁର ଜିଲା ଚିପିଲିମାସ୍ଥିତ ମୁଖ୍ୟ ଛକରେ ଥିବା ଘଣ୍ଟେଶ୍ୱରୀଙ୍କ ପୀଠର ସ୍ବାଗତ ଫାଟକ ଅସୁରକ୍ଷିତ। ହେଲେ ଏହି ଫାଟକରୁ କିଛି ଦିନ ହେଲା ନିୟମିତ ପ୍ଲେଟ ଖସୁଛି। ଏଣୁ ଏହି ରାସ୍ତାରେ ଯାଉଥିବା ପର୍ଯ୍ୟଟକ ତଥା ଜନସାଧାରଣ ଭୟଭୀତ ହୋଇ ପଡୁଛନ୍ତି। ଲୋକଙ୍କ ମୁଣ୍ଡ ଉପରେ ବିପଦ ଝୁଲି ରହିଛି। ଏଣୁ କୌଣସି ଅଘଟଣ ଘଣିବା ପୂର୍ବରୁ ଏହି ରାସ୍ତାକୁ ବିପଦ ଶଙ୍କୁଳ ଘୋଷଣା କରାଯିବା ଆବଶ୍ୟକ। ଏହି ରାସ୍ତାକୁ ବନ୍ଦ କରି ବାଇପାସ ରାସ୍ତାରେ ଲୋକେ ଯିବା ଆସିବା ପାଇଁ ସୂଚନା ଫଳକ ଦେବା ଉଚିତ୍‌। ଏଥିସହ ଏହି ତୋରଣର ମରାମତି କାର୍ଯ୍ୟ କରିବା ଆବଶ୍ୟକ। ସୂଚନାଯୋଗ୍ୟ ଯେ, ୨୦୧୮-୧୯ ଆର୍ଥିକ ବର୍ଷରେ ଏମ୍‌ସିଏଲ୍‌ ପେରିଫେରି ପାଣ୍ଠି ଓ ତତ୍କାଳୀନ ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟଙ୍କ ଅନୁଦାନରେ ଏହି ଫାଟକଟି ନିର୍ମାଣ ହୋଇଥିଲା । ହେଲେ ନିମ୍ନମାନର କାମ ଯୋଗ ପଥର ଖସୁଥିବା ଅଭିଯୋଗ ହେଉଛି । ଏହି ଫାଟକର ଗୋଟିଏ ପାର୍ଶ୍ୱରୁ ବର୍ତ୍ତମାନ ସୁଦ୍ଧା ୧୧ଖଣ୍ଡ ପଥର ପ୍ଲେଟ ଖସିଥିବା ବେଳେ ଅପର ପାର୍ଶ୍ୱରୁ ୭ଖଣ୍ଡ ପଥର ପ୍ଲେଟ ଖସିଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧।୧୦(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?