Posted inଜାତୀୟ

ଚିଟ୍‌ଫଣ୍ଡ୍‌ ସ୍କିମ୍‌ରେ ଅଙ୍କୁଶ ଲାଗି ପାର୍ଲାମେଣ୍ଟରେ ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୩୦ା୭(ପି.ଟି.): ଚିଟ୍‌ଫଣ୍ଡ୍‌ ସ୍କିମ୍‌ରେ ଅଙ୍କୁଶ ଲଗାଇବା ଲାଗି ସୋମବାର ପାର୍ଲାମେଣ୍ଟରେ ସର୍ବସମ୍ମତି କ୍ରମେ ବିଲ୍‌ ପାସ ହୋଇଛି। ଗତ ୨୪ରେ ଲୋକ ସଭାର ଅନୁମୋଦନ ପାଇବା ପରେ ସୋମବାର ରାଜ୍ୟ ସଭାରେ ଭଏସ୍‌ ଭୋଟ୍‌ରେ ଏହାକୁ ପାସ୍‌ କରାଯାଇଛି। ଫଳରେ ନିରୀହ ଗରିବ ଲୋକମାନେ ଫସୁଥିବା ଏହି ଯୋଜନାରୁ ସେମାନଙ୍କୁ ମୁକ୍ତି ମିଳିବ। ଜମା କରିଥିବା ଅର୍ଥ ସେମାନେ କିପରି ଫେରିପାଇବେ ସେନେଇ ବିଲ୍‌ରେ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।
ଗୃହରେ ଆଲୋଚନାବେଳେ ବିଲ୍‌ ଉପରେ ମତଦେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି ଯେ, ଏହି ବିଲ୍‌ ଗରିବଙ୍କ ଝାଳବୁହା ଧନକୁ ସୁରକ୍ଷା ଦେବ। ବିଲ୍‌ରେ ରହିଥିବା ତ୍ରୁଟିକୁ ସୁଧାରିବା ଲାଗି ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ବେଆଇନ ଜମା ପୁଞ୍ଜିକୁ ରୋକିବା ଲାଗି ନୂତନ କେନ୍ଦ୍ରୀୟ ଆଇନ ବେଶ୍‌ ସହାୟକ ହୋଇପାରିବ। ଜମାକାରୀ ଟଙ୍କା ଫେରି ପାଇବା ଲାଗି ପଦକ୍ଷେପ ଗ୍ରହଣ କରାଯିବ। ଏହି ବିଲ୍‌ କେନ୍ଦ୍ର ଓ ରାଜ୍ୟକୁ ଆଇନ ତିଆରି ଲାଗି ଶକ୍ତି ଯୋଗାଇବ। ଚିଟ୍‌ଫଣ୍ଡ ନେଇ ମୋଟ୍‌ ୯୭୮ ମାମଲା ଚିହ୍ନଟ କରାଯାଇଛି ଓ ସେଥିରୁ ପଶ୍ଚିମବଙ୍ଗରେ ୩୨୬ ମାମଲା ରହିଥିବା ଜଣାପଡ଼ିଛି। ଏଣିକି ବେଆଇନ ଭାବେ ଚାଲିଥିବା ଚିଟ୍‌ଫଣ୍ଡ୍‌ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ, ଦଣ୍ଡବିଧାନ କରାଯାଇ ପାରିବ। ଏଥିଲାଗି ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ଓ ୨ ଲକ୍ଷ ଟଙ୍କାରୁ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥଦଣ୍ଡ ମିଳିବ। ଆଲୋଚନା ବେଳେ ଡିଏମ୍‌କେ ନେତା ପି. ଓ୍ବିଲ୍‌ସନ, ଓ୍ବାଇଏସ୍‌ଆର୍‌ସିପିର ଭି. ବିଜୟ ରେଡ୍ଡୀ, ଭାଜପାର ରାମକୁମାର ବର୍ମା, ଆଇଏନ୍‌ଏସ୍‌ର କେ.ସି. ରାମମୂର୍ତ୍ତି, ଟିଏମ୍‌ସିର ଅହମ୍ମଦ ହାସନ୍‌, ଆପ୍‌ର ଏନ୍‌.ଡି. ଗୁପ୍ତା ପ୍ରମୁଖ ବିଲ୍‌କୁ ସମର୍ଥନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ, କୃତୀ ଛାତ୍ରୀଛାତ୍ରଙ୍କୁ…

କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍‌ ପଡ଼ିଆଠାରେ…

ବରଗଡ଼ରେ ପତାକା ଉତ୍ତୋଳନ କଲେ ଜିଲାପାଳ: ଆତ୍ମନିର୍ଭର, ସଶକ୍ତ ଓ ବିକଶିତ ଭାରତ ଗଢ଼ିବା ଆହ୍ବାନ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଶନିବାର ଜିଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜାତୀୟ ପତାକା…

OAS ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

କଳାହାଣ୍ଡିରେ ବିଦେଶୀ ଖବରଦାତା ଲୁଇସ୍ ଲାଫ୍ରାନ୍ସ

ଭବାନୀପାଟଣା, ୧୫।୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ସ୍ପେନର ବରିଷ୍ଠ ଖବରଦାତା, ଗବେଷକ ତଥା ବ୍ଲଗର ଲୁଇସ୍ ଲାଫ୍ରାନ୍ସ ପରିଦର୍ଶନରେ ଆସିଛନ୍ତି। ଏହି ଗସ୍ତ ସମୟରେ…

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କଲେ ପତାକା ଉତ୍ତୋଳନ

ଭବାନୀପାଟଣା, ୧୫/୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ରେ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଗରିମାର ସହ ପାଳିତ…

ଅଗଷ୍ଟ ୧୫ରୁ ଗ୍ରହଙ୍କ ଶୁଭ ସଂଯୋଗ, ଧନୁ-ମକର ସମେତ ୫ ରାଶିଙ୍କ ବଢିବ ବ୍ୟାଙ୍କ୍‌ ବାଲାନ୍ସ, ମାଲାମାଲ୍‌ ହେବେ…

ଆଜି ଶନିବାର ସନ୍ଧ୍ୟା ୪ଟା ୫୧ ମିନିଟ୍‌ରେ ବୁଧ ଏବଂ ଗୁରୁ (ବୃହସ୍ପତି) ଦୁଇ ଗ୍ରହ ୦ ଡିଗ୍ରୀରେ ଉପସ୍ଥିତ ରହିବେ। କର୍କଟ ରାଶିରେ ଏହି ଦୁଇ…

ସକାଳୁ ସକାଳୁ ଅଘଟଣ: ସ୍ବାଧୀନତା ଦିବସ ପାଳନ କରିବାକୁ ଆସୁଥିବାବେଳେ ଛାତ୍ରୀଛାତ୍ରଙ୍କୁ ପିଟିଲା କାର୍

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼-ବରପାଲି ରାସ୍ତାର ସରସରା ନିକଟରେ ଶନିବାର ସକାଳୁ ଏକ ସଡ଼କ ଦୁର୍ଘଟଣା ଘଟିଛି। ବିଦ୍ୟାଳୟକୁ ସ୍ବାଧୀନତା ଦିବସ ପାଳନ ପାଇଁ ସାଇକେଲ ଯୋଗେ ଆସୁଥିବା…

ପାଟଣା ବ୍ଲକ୍‌ସ୍ତରୀୟ ସ୍ୱାଧୀନତା ଦିବସ: ଦେଶ ସେବା ପାଇଁ ଆହ୍ୱାନ ଦେଲେ ବିଧାୟକ

ପାଟଣା, ୧୫/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଶନିବାର ପାଟଣା ମୁଖ୍ୟାଳୟ ଷ୍ଟାଡିୟମ୍‌ରେ ହର୍ଷୋଲ୍ଲାସର ସହ ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri