ଚିକିତ୍ସା ଲାଗି ଟଁକା ଅଭାବ୍‌: ରୋଗ୍‌ରେ ଶଢ଼ୁଛନ୍‌ ମା’ଛେଉଁଡ଼ କେଦାର

ପଦ୍ମପୁର, ୧୧।୭ (ଡି.ଏନ୍‌.ଏ.):  ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅଧୀନ ସରେଇକେଲା ପଁଚେତ୍‌ ସମ୍ବଲପୁରୀ ଗାଁର କୈଳାଶ ବରିହାକଁର ପୁଓ କେଦାର ବରିହା(୫)। ୨ ବଛତର ତଲେ କେଦାରକଁର ମା’ ରାଧିକା ଆରପାରକେ ଚାଲିଯାଇଛନ୍‌। ଇଆଡ଼େ କେହେନ୍‌ସି ରୋଗ୍‌ର ପରଭାବାରେ କେଦାରକଁର ମୁଡ଼ ବଢ଼ତେଲ ଯାଉଥିଲାବେଲେ ପିଠିଥି ଗୁଟେ ଆବୁ ବଢ଼ୁଛେ। ପରିବାରଟା ନିହାତି ଗରିବ ଆର ଆଦିବାସୀ ସମାଜର ହେଇଥିଲାବେଲେ ପୁଓର ଚିକିତ୍ସା କରାବାକେ ଟଁକା ପଏସାର ବଡ଼ଭାରି ଅଭାବ ରହିଛେ। ବାପ୍‌ ଅଜା କୁଲି ମଜୁରି କରି କୁଟୁମ ପୁଷୁଥିଲାବେଲେ ଆଈ ନାତି କେଦାରର ସେବା ଯତନ୍‌ରେ ହରମେଶା ଲାଗି ରହିଛନ୍‌। ପରିବାର ଲୋକ ଚିକିତ୍ସା ଲାଗି କେଦାରକେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଲୟକେ ନେଇଥିଲେ, ହେଲେ ଡାକ୍‌ତର କେଦାରକଁର ଉଚଧରନର ଚିକିତ୍ସା ଆର ଅପରେଶନ ଦରକାର ଯେନ୍‌ଟା ଇଠାନେ ନାଇଁ ହେଇପାରେ ବଲି ଫିରେଇ ଦେଇଥିବାର ପରିବାର ଲୋକ୍‌ କହିଛନ୍‌। ହେଲେ ଇଥିରଲାଗି ଲକ୍ଷାଧିକ୍‌ ଟଁକା ଦରକାର, ଇଆଡ଼େ ଇ ନିରୀହ ଆଦିବାସୀ ପରିବାରକେ ଫିଦିନ ଦୁଇମୁଠା ଖାଏବାରଟା ଜୁଗାଡ଼ କରବାକେ ଯୁଝବାକେ ପଡ଼ୁଛେ। ଏନ୍‌ତା ଅଭାବ ଅନାଟନ ଭିତରେ ଲକ୍ଷାଧିକ୍‌ ଟଁକା ଖରଚ୍‌ କରି କେଦାରକଁର ଚିକିତ୍ସା କରାବାର କଥା ପରିବାର ଲୋକ ସପନ୍‌ରେ ବି ଭାବି ନାଇଁ ପାରବାର। ସରକାରୀ ଯୋଜନାରେ ପକାଘର ଖଁଡ଼େ, କେଦାର ଲାଗି ଭିନ୍ନକ୍ଷମ ଭତା, ଚିକିତ୍ସା ସାହାଯ୍‌ ପରିବାର ଲାଗି ଆଏଜ୍‌ ବି ସାତ୍‌ସପନ ହେଇ ରହିଛେ। ଜିଲା ପରଶାସନ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇ କେଦାରକୁଁ ଚିକିତ୍ସା ସାହାଯ୍‌ ଯୁଗେଇ ଦେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାରରେ ବଢୁଛି ବନ୍ୟାଜଳ ପରିମାଣ, ପୁଣି ଖୋଲିଲା ୫ ଗେଟ୍‌, ଜଳସ୍ତର ରହିଛି…

ସମ୍ବଲପୁର,୧୭ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ଅତ୍ୟଧକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ ଜଳଭଣ୍ଡାରର…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

ସମ୍ବଲପୁର ଯୁଯୁମୁରା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ମହିଳା ଓଏଏସ୍ ଟ୍ରେନିଙ୍କ ସମେତ ୨ ମୃତ, ୧୨ ଆହତ

ସମ୍ବଲପୁର,୧୫|୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ-୫୫ରେ ସମ୍ବଲପୁର ପଟକୁ ଯାଉଥିବା ଓଡ଼ିଶା…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri