ଚିକିତ୍ସାଳୟରେ ଔଷଧିୟ ବୃକ୍ଷଚାରା ରୋପଣ

ବରଗଡ଼ ଅଫିସ୍‌,୧୪।୭ – ବରଗଡ଼ ସହର ଉପକଣ୍ଠ ନାଗେନପାଲିସ୍ଥିତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ପରିସରରେ ଶନିବାର ଔଷଧିୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ୫୦ରୁ ଊର୍ଦ୍ଧ୍ୱ ପ୍ରକାର ଔଷଧୀୟ ବୃକ୍ଷ ଚାରା ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବରଗଡ଼ ବନ ବିଭାଗର ରେଞ୍ଜ ଅଫିସର ମହେନ୍ଦ୍ର ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ପୂର୍ବତନ ଜିଲା ଆୟୁର୍ବେଦ ଚିକିତ୍ସାଧିକାରୀ ଡା. କିଶୋର ମିଶ୍ର କାର୍ଯ୍ୟକ୍ରମରେ ଯୋଗଦାନ କରି ଔଷଧୀୟ ବୃକ୍ଷର ଉପକାରିତା ଉପରେ ଆଲୋକପାତ କରିଥିଲେ । ଜିଲା ଆୟୁର୍ବେଦ ଚିକିତ୍ସାଧିକାରୀ ଡା. ଆରତୀ ମିଶ୍ର, ସ୍ଥାନୀୟ ମଠାଧୀଶ ମହନ୍ତ ପରମାନନ୍ଦ ଦାଶ ମହାରାଜ, ପୂର୍ବତନ ଜିଲା ପରିଷଦ ଉପାଧ୍ୟକ୍ଷ ସୌଭାଗ୍ୟ ରଞ୍ଜନ ନାୟକ, ସ୍ଥାନୀୟ ଆୟୁର୍ବେଦ ଚିକିତ୍ସାଧିକାରୀ ଡା. ରାଧାରାଣୀ ମିଶ୍ର ପ୍ରମୁଖ ମଞ୍ଚାସୀନ ରହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ମତ ରଖିଥିଲେ । ନାଗେନପାଲିସ୍ଥିତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟର ଆୟୁର୍ବେଦ ସହାୟକ ଚିତ୍ତରଞ୍ଜନ ଶର୍ମା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଗାଇସୀମାସ୍ଥିତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟର ଚିକିତ୍ସାଧିକାରୀ ଡା. ଅଜିତ କୁମାର ଦର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ସଡ଼କ ଦୁର୍ଘଟଣା: ବାପା-ଝିଅଙ୍କ ଚାଲିଗଲା ଜୀବନ

ସମ୍ବଲପୁର,୧୧ା୬(ପ୍ରମୋଦ ବହିଦାର): ଧନୁପାଲି ଥାନା ଅନ୍ତର୍ଗତ ଭତରା ଶଙ୍କର ମଠ ଝଙ୍କାର ବନ୍ଧ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସିରିଜ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ମା’-ଝିଅଙ୍କୁ ହତ୍ୟା କରିବା ପରେ ପୋଲିସକୁ ଡାକିଲେ ଅଭିଯୁକ୍ତ: ଆଉ ତା’ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ସମ୍ବଲପୁର/ପଡ଼ିଆବାହାଲ, ୯।୬ (ପ୍ରମୋଦ ବହିଦାର/ରାଧାମୋହନ ଷଡ଼ଙ୍ଗୀ):ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ଗିରିପାଲି ଅଞ୍ଚଳରେ ମା’ଝିଅଙ୍କୁ ରବିବାର ବିଳମ୍ବିତ ରାତିରେ ପଡ଼ୋଶୀ ଯୁବକ ବେଣ୍ଟଲଗା ସାଇକେଲ କ୍ରାଙ୍କରେ…

ଗିରିପାଲିରେ ଡବଲ ମର୍ଡର: ଚେନ କ୍ରାଙ୍କ ମାଡ଼ରେ ଚାଲିଗଲା ୨ ଜଣଙ୍କ ଜୀବନ

ସମ୍ବଲପୁର,୮।୬(ପ୍ରମୋଦ ବହିଦାର): ସମ୍ବଲପୁର ଶାସନଥାନା ଅନ୍ତର୍ଗତ ଗିରିପାଲିର ଖଡ଼ିଆପଡ଼ାରେ ମା’ ଓ ଝିଅଙ୍କୁ ବୀଭତ୍ସ ହତ୍ୟା ଭଳି ଏକ ଚାଞ୍ଚଲ୍ୟକର ଘଟଣାର ଖବର ମିଳିଛି। ତେବେ ପୂର୍ବ…

ପିକ୍‌ନିକ୍‌ କରିବାକୁ ଯାଇ ପାଓ୍ବାର ଚ୍ୟାନେଲ ପାଣିରେ ବୁଡ଼ି ଛାତ୍ର ନିଖୋଜ, ପ୍ରଖର ସ୍ରୋତରେ ଭାସି…

ସମ୍ବଲପୁର,୭ା୬(ପ୍ରମୋଦ ବହିଦାର): ପିକ୍‌ନିକ୍‌ କରିବାକୁ ଯାଇଥିବା ବେଳେ ଘଟିଛି ଏକ ଅଭାବନୀୟ ଘଟଣା। ପାଣିରେ ବୁଡ଼ି ଜଣେ ମେଧାବୀ ଛାତ୍ର ନିଖୋଜ ହୋଇଯାଇଥିବା ଖବର ହସ୍ତଗତ ହୋଇଛି।…

ହୀରାକୁଦରେ ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ଯୁବକ ଗୁରୁତର

ସମ୍ବଲପୁର,୩ା୬(ପ୍ରମୋଦ ବହିଦାର): ହୀରାକୁଦରେ ପୂର୍ବ ଶତ୍ରୁତା ଓ ବାରମ୍ବାର ଗଣ୍ଡଗୋଳକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇ ବୁର୍ଲା ଭମ୍‌ସାରରେ ଭର୍ତ୍ତି…

ଆମ୍ବ ତୋଟା ପାଚେରୀରେ ଲାଗିଥିଲା କରେଣ୍ଟ ତାର, ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

​ସମ୍ବଲପୁର,୩।୬(ପ୍ରମୋଦ ବହିଦାର): ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ମାନେଶ୍ବରର ଝାଙ୍କରପାଲି ସେକ୍ସନ ଅଧୀନସ୍ଥ ବଦୁଆପାଲି ଗ୍ରାମରେ ବିଦ୍ଯୁତଘାତରେ ଏକ ମାଈ ହାତୀର ମୃତ୍ଯୁ ହୋଇଥିବା ଖବର ମିଳିଛି।…

ଶୌଚ ହେବାକୁ ଯାଇଥିଲେ ଲବ, ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…

ସମ୍ବଲପୁର,୩।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ବ୍ଲକ ବୀରସିଂଗଡ ପଞ୍ଚାୟତ ଅନ୍ତର୍ଗତ କୁମେର ଗାଁରେ ବୁଧବାର ସକାଳୁ ଏକ ବାଣୁଆ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ଶୋଚନୀୟ…

ସ୍ବାମୀ, ଦିଅର, ଯାଆ ମିଶି ଦେଉଥିଲେ ନିର୍ଯାତନା, କୋର୍ଟ ଶୁଣାଇଲେ ଏଭଳି ଦଣ୍ଡ…

ସମ୍ବଲପୁର,୨୯।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଧମା ଥାନା ଅନ୍ତର୍ଗତ ତେନ୍ତୁଳିକୁର୍ଲା ଗ୍ରାମର ଏକ ବହୁ ଚର୍ଚ୍ଚିତ ବଧୂ ନିର୍ଯାତନା ମାମଲାରେ ସମ୍ବଲପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri