ଚାଷୀଙ୍କୁ ଦୁଃଖ ଦେଲା ଓସ୍ତପୁରା ଡ୍ୟାମ

ଘସିପୁରା,୧୯।୧୧(ଡି.ଏନ.ଏ.)-ଘସିପୁରା ବ୍ଲକ ଗୋହିରା ପଞ୍ଚାୟତ ଓସ୍ତପୁରା ଠାରେ ଥିବା କ୍ଷୁଦ୍ର ଜଳସେଚନ ବିଭାଜନର ଡ୍ୟାମ ଏବେ ଅମଳ ପାଇଁ ଚାହିଁ ବସିଥିବା ଚାଷୀଙ୍କ ପାଇଁ ଦୁଃଖର କାରଣ ପାଲଟିଛି। ଅମଳ ସମୟରେ ଡ୍ୟାମର ଭଙ୍ଗା ଗେଟ୍‌ ଦେଇ ତିନୋଟି ମୁଖ୍ୟ କେନାଲରେ ଅନବରତ ଭାବେ ପାଣି ମାଡ଼ି ଚାଲିଛି। ଏହି ପାଣି ଏବେ ଚାଷୀଙ୍କ ଜମିରେ ଲହଡ଼ି ଭାଙ୍ଗିବା ସହ ଅମଳ ଅପେକ୍ଷାରେ ଥିବା ଫସଲକୁ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ଏନେଇ ଚାଷୀମାନେ ବହୁବାର ଆନ୍ଦୋଳନ ପରେ ଏଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ ଚଳିତ ବର୍ଷ ଏହି ଡ୍ୟାମର ମରାମତି ବାବଦକୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ମାତ୍ର କୌଣସି ଫଳ ମିଳିନାହିଁ। ଚଳିତବର୍ଷ ପୁନର୍ବାର ଚାଷଜମିକୁ ପାଣି ମାଡ଼ି ଫସଲ କ୍ଷତି ଘଟାଇଛି। ଏହାକୁ ନେଇ ଚାଷୀଙ୍କ ମହଲରେ ଏବେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ମିଳିଥିବା ସୂଚନାନୁଯାୟୀ ପ୍ରାୟ ୧୭ବର୍ଷ ପୂର୍ବରୁ ଓସ୍ତପୁରା, ଧବଣୀ ଓ ଖାଳିଆମେଣ୍ଟା ଆଦି ଗାଁ ସଂଲଗ୍ନ ଥିବା ଚାଷ ଜମି ଗୁଡ଼ିକୁ ଜଳସେଚିତ କରିବା ଉଦ୍ଦେଶ୍ୟରେ କ୍ଷୁଦ୍ର ଜଳସେଚନ ବିଭାଜନ ପକ୍ଷରୁ ଏହି ଡ୍ୟାମ ନିର୍ମାଣ କରାଯାଇଥିଲା। ଗତ ୫ବର୍ଷ ହେବ ଏହି ଡ୍ୟାମର ଦୁରବସ୍ଥା ଚାଷୀକୁଳକୁ ହତାଶ କରି ଦେଇଛି। ଡ୍ୟାମର ଅବସ୍ଥା ଜରାଜୀର୍ଣ୍ଣ ହେବା ସହ ଏହାର ଗେଟ୍‌ ଅଚଳ ହୋଇ ପଡ଼ିଥିଲା। ତେବେ ବାରମ୍ବାର ଦାବି ଓ ଆନ୍ଦୋଳନ ସତ୍ତ୍ୱେ ମରାମତି ହେଉ ନ ଥିବାବେଳେ ଚଳିତ ବର୍ଷ ଟେଣ୍ଡର ଯୋଗେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇ ମରାମତି ହୋଇଥିଲା। ଏହାସତ୍ତ୍ୱେ ଡ୍ୟାମର ଗେଟ୍‌ଟି ସମ୍ପୂର୍ଣ୍ଣ ଭାବେ ବନ୍ଦ ହେଉ ନ ଥିବାରୁ ଚାଷୀମାନେ ଫସଲ ହାନି ହେବା ଆଶଙ୍କା ପ୍ରକାଶ କରି ବହୁ ମାସ ପୂର୍ବରୁ ବାରମ୍ବାର ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ ଅବଗତ କରାଇଥିଲେ। କିନ୍ତୁ ଚାଷୀଙ୍କ କଥାକୁ ସେ ସମୟରେ ଗୁରୁତ୍ୱ ଦିଆଯାଇ ନ ଥିବାରୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଥିବା ସ୍ଥାନୀୟ ଚାଷୀମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଏନେଇ ଆମେ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ନିହାର ରଞ୍ଜନ ବେହେରାଙ୍କୁ ପଚାରିବାରୁ ଏନେଇ ଚାଷୀମାନେ ତାଙ୍କୁ ଅବଗତ କରିବା ପରେ ଗେଟ୍‌ ନିକଟରେ ବାଲିବସ୍ତା ପକାଇ ଡ୍ୟାମର ପାଣିକୁ ରୋକିବା ପାଇଁ ପଦକ୍ଷେପ ଖୁବ୍‌ଶୀଘ୍ର ନିଆଯାଉଛି ବୋଲି କହିଛନ୍ତି। ତୁରନ୍ତ ଫସଲ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ ସହ ଡ୍ୟାମର ସ୍ଥାୟୀ ମରାମତି ପାଇଁ ପଦକ୍ଷେପ ନିଆ ନ ଗଲେ ବାଧ୍ୟହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚାଷୀ ନିରାକାର ନାଏକ, ସୁଶାନ୍ତ ନାଏକ, କୃଷ୍ଣଚନ୍ଦ୍ର ନାଏକ, ନାଳୁ ମହାକୁଡ଼, ଲମ୍ବୁଆ ନାଏକ, ଅକ୍ଷୟ ନାଏକ, ସୁର ମହାକୁଡ଼, ପ୍ରମୋଦ ନାଏକ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?