Posted inଭଦ୍ରକ

ଚାକିରି କରାଇଦେବାକୁ କହି ଲକ୍ଷେ ଲାଞ୍ଚ: ଜିଲା ପ୍ରାଣୀ ଚିକିତ୍ସାଳୟ କିରାଣି ଗିରଫ

ଭଦ୍ରକ ଅଫିସ, ୨।୧୧ – ଚାକିରି କରାଇଦେବା ନଁାରେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ୧ ଲକ୍ଷ ଟଙ୍କା ଲାଞ୍ଚ ନେଇ ହରଡ଼ଘଣାରେ ପଡ଼ିଛନ୍ତି ଭଦ୍ରକ ଜିଲା ପ୍ରାଣୀ ଚିକିତ୍ସାଳୟର କିରାଣି ବିଜୟ କୁମାର ଧଳ। ଅଭିଯୋଗକାରୀ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ନିକଟରେ ଅଭିଯୋଗ କରିବା ପରେ ଜିଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ପ୍ରାଣୀ ଚିକିତ୍ସା ବିଭାଗ ତତ୍ପର ହୋଇଉଠିଛି। ଭାରପ୍ରାପ୍ତ ଜିଲା ପ୍ରାଣୀ ଚିକିତ୍ସାଧିକାରୀ ଗଗନ ଚନ୍ଦ୍ର ପଣ୍ଡା ଏ ନେଇ ଟାଉନ ଥାନାରେ କିରାଣି ବିଜୟଙ୍କ ନଁାରେ ଏତଲା ଦେଇଛନ୍ତି। ପୋଲିସ ଏକ ମାମଲା(ନଂ.୩୨୨/୧୯) ରୁଜୁ କରି ବିଜୟଙ୍କୁ ଗୁରୁବାର ରାତିରେ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି।
ଉଲ୍ଲେଖନୀୟ ଯେ, ଅଭିଯୋଗକାରୀ ଚାନ୍ଦବାଲି ଅଞ୍ଚଳର ହୃଷୀକେଶ ପଢିଆରୀ ଗୋମିତ୍ର ଭାବେ କାର୍ଯ୍ୟ କରନ୍ତି। ସେ ଆଟେଣ୍ଡାଣ୍ଟ ଭାବେ ନିଯୁକ୍ତି ପାଇବା ପାଇଁ ଗତ ଫେବୃୟାରୀ ୨୨ରେ ଇଣ୍ଟରଭ୍ୟୁ ଦେଇଥିଲେ। ଉକ୍ତ ପଦବୀରେ ନିଯୁକ୍ତି କରାଇଦେବାକୁ କହି କିରାଣି ବିଜୟ ତାଙ୍କଠାରୁ ୧ ଲକ୍ଷ ଟଙ୍କା ଦାବି କରିଥିଲେ। ସେ ତାଙ୍କ ପତ୍ନୀଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କା ଜମା କରିବା ପାଇଁ ହୃଷୀକେଶଙ୍କୁ କହିଥିଲେ। ହୃଷୀକେଶ ନିଜେ ବିଜୟ କହିବା ମୁତାବକ ଟଙ୍କା ଜମା କରିଥିଲେ। କିନ୍ତୁ ପରବର୍ତ୍ତୀ ମୂହୁର୍ତ୍ତରେ ହୃଷୀକେଶ ଉକ୍ତ ପଦବୀରେ ନିଯୁକ୍ତ ହୋଇ ନ ପାରିବାରୁ ବିଜୟଙ୍କୁ ଦେଇଥିବା ଟଙ୍କା ମାଗିଥିଲେ। ବିଜୟ ଉକ୍ତ ଟଙ୍କା ମଧ୍ୟରୁ ୭୮ ହଜାର ଟଙ୍କା ପର୍ଯ୍ୟାୟକ୍ରମେ ଫେରାଇଥିଲେ। ଅବଶିଷ୍ଟ ୨୨ ହଜାର ଟଙ୍କା ନ ଫେରାଇବାରୁ ହୃଷୀକେଶ ୫-ଟି ସଚିବ ଓ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ଥାନାରେ ଏତଲା ଦାଏର କରିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ତହସିଲଦାର ପ୍ରଦୀପ ସାହୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏକ ଟିମ୍‌ ଘଟଣାର ତଦନ୍ତ କରିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?